କରୋନା ମୁକାବିଲା ନେଇ କେନ୍ଦ୍ର ପ୍ରସ୍ତୁତ ରହିଛି: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

1 min read

କରୋନାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରେସମିଟ୍‌ । ଦେଶରେ ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି । ଇଟାଲୀରୁ ଆସିଥିବା ୨୧ ପର୍ଯ୍ୟଟକଙ୍କ ମଧ୍ୟରୁ ୧୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସେମାନଙ୍କ ଟିମରେ ଜଣେ ଭାରତୀୟ ମଧ୍ୟ ରହିଛନ୍ତି । ଇଟାଲୀୟ ଟିମ ସହ ସେ ଡ୍ରାଇଭର ଭାବେ କାମ କରୁଥିଲେ । ସେମାନଙ୍କୁ ଇଣ୍ଡେ।-ତିବତ୍ତୀୟାନ ବର୍ଡର ITBPରେ ରଖାଯାଇଛି ।

ବର୍ତ୍ତମାନ ସ୍ଥିତିକୁ ଦେଖି ପ୍ରତିଟି ଆନ୍ତର୍ଜାତିକ ବିମାନର ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ । ପୂର୍ବରୁ ଏହା କେବଳ ୧୨ଟି ଦେଶକୁ ଯାଉଥିବା ବିମାନରେ ସୀମିତ ଥିଲା । ତେବେ ଏହାରି ଭିତରେ କେରଳର ୩ ଆକ୍ରାନ୍ତ ଏବେ ଠିକ୍‌ ହୋଇଯାଇଛନ୍ତି । ସେପଟେ କରୋନା ମୁକାବିଲା ପାଇଁ କେନ୍ଦ୍ର ପ୍ରସ୍ତୁତ ରହିଥିବା କହିଛନ୍ତି । ପୂର୍ବରୁ ୧୫ ଲାବୋରଟେରୀ ପ୍ରସ୍ତୁତ ହୋଇସାରିଛି । ଆଉ ଅଧିକ ୧୯ଟି ଲାବୋରେଟାରୀକୁ ପ୍ରସ୍ତୁତ କରାଯିବ । ସେପଟେ ଇରାନରୁ ଭାରତ ଆସୁଥିବା ଭାରତୀୟ ନାଗରିକଙ୍କ ପାଇଁ ଲ୍ୟାବ୍‌ ତିଆରି କରାଯିବ । ଏଥିପାଇଁ ଆଜି ସୁଦ୍ଧା ଇରାନକୁ ପଠାଯିବ ସାମଗ୍ରୀ ।

 

ଦିଲ୍ଲୀ, ତେଲେଙ୍ଗାନା, ଜୟପୁର ପରେ ଚଣ୍ଡୀଗଡ଼ରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ଆଗ୍ରାରେ ମଧ୍ୟ ୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳୁଛି । ସେପଟେ ସତର୍କତା ଦୃଷ୍ଟିରୁ ଦିଲ୍ଲୀ-ଏନସିଆରରେ ୫ଟି ସ୍କୁଲ ବନ୍ଦରହିଛି । ଦିଲ୍ଲୀରେ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୨ ଛାତ୍ରଙ୍କ ନମୁନା ସଂଗ୍ରହ ପରେ ଆଜି ସ୍କୁଲ ବନ୍ଦ କରାଯାଇଛି । ସାରା ବିଶ୍ୱରେ ୯୧ ହଜାର ୭୦୦ରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇସାରିଛି । ସେହିପରି ଏହି ଭାଇରସ ବର୍ତ୍ତମାନ ସୁଦ୍ଧା ୩ ହଜାର ୧୦୦ ଜଣଙ୍କ ଜୀବନ ନେଇସାରିଛି । ଯାହାର ପ୍ରଭାବ ମାସ୍କର ବିକ୍ରି ଉପରେ ପଡ଼ୁଛି । ଅନେକ ରାଜ୍ୟରେ ମାସ୍କ ମିଳୁ ନ ଥିବା ଅଭିଯ଼ୋଗ ଆସୁଛି ।

Leave a Reply