ସ୍ମାର୍ଟ ସିଟିରେ ସୁଟ୍‌ ବୁଟ୍‌ ଚୋର

ଭୁବନେଶ୍ୱର: ଟାର୍ଗେଟ୍‌ରେ ରହିଛି ହାଇପ୍ରୋଫାଇଲ୍‌ ବିବାହ ମଣ୍ଡପ । ସ୍ମାର୍ଟ ସିଟିରେ ଏବେ ଚାଲିଛି ସ୍ମାର୍ଟ ଚୋରି । ଏହାର ଫାଇଦା ଉଠାଇ ସୁଟ୍‌ ବୁଟ୍‌ରେ ହାତ ସଫେଇ କରୁଛନ୍ତି ଚୋର ।

ଚନ୍ଦ୍ରଶେଖରପୁର ପରେ ଖଣ୍ଡଗିରିରେ ଦେଖାଦେଇଛନ୍ତି ଭଦ୍ରମୁଖା ଚୋର । ଅଭିଯୁକ୍ତ ହେଉଛନ୍ତି ଶେଖ୍‌ ଅବ୍ଦୁଲ ଲତିଫ୍‌ । ଏଭଳି ଏକ ମାମଲାରେ ଖଣ୍ଡଗିରି ପୋଲିସ ଜଣଙ୍କୁ ଗିରଫ କରିଛି ।

ତାଙ୍କଠାରୁ ନଗଦ ୪ଲକ୍ଷ ଟଙ୍କା ଓ ସୁନା, ରୂପା ଜବତ କରାଯାଇଛି । ଏଥିସହ ୨ଟି ବାଇକ୍‌ ସିଜ୍‌ ହୋଇଛି । ଖଣ୍ଡଗିରିରେ ୨ଜଣ ଓ ଖାରବେଳ ନଗରରେ ଜଣଙ୍କ ଭୋଜିରେ ସମାନ ଢଙ୍ଗରେ ଚୋରି ହୋଇଛି । ଆଉ ତରିଖ ବି ସମାନ ରହିଥିବା ଜଣା ପଡିଛି । ପ୍ରଥମେ ସାହାଯ୍ୟ ନାଁରେ ସଂପର୍କ ଯୋଡ଼ି ବିଶ୍ୱାସ ଜିତିବା, ଆଉ ପରେ ସୁଯୋଗ ଦେଖି କଳାକନା ବୁଲାଇଛି ହାଇଟେକ୍‌ ଚୋର । ଗିରଫ ଶେଖ୍‌ ଅବ୍ଦୁଲ ଲତିଫ୍‌କୁ ଅଧିକ ପଚରାଉଚରା କରୁଛି ଖଣ୍ଡଗିରି ପୋଲିସ ।

Leave a Reply