ବିଜେଡ଼ି ସରକାର କେବଳ ଶ୍ରୀଜଗନ୍ନାଥ ଏବଂ କୋଟିକୋଟି ଓଡ଼ିଆଙ୍କ ପାଇଁ ଆଜି ଆଗରେ: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ୨୦ ବର୍ଷରେ ବିଜେଡି । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନକୁ ୨୦ ବର୍ଷ ପୂରିଲା । ଆଜିକୁ ୨୦ ବର୍ଷ ତଳେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀ ବିଜୁ ଜନତା ଦଳକୁ ସରକାର ଗଠନର ସୁଯୋଗ ଦେଇଥିଲେ । ବିଜେଡି-ବିଜେପି ମେଣ୍ଟ ୯ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲା ।

୨୦୦୯ ପରେ ବିଜେଡି ଏକାକୀ ସରକାର ଗଠନ କରୁଛି । କ୍ରମାଗତ ଭାବେ ନବୀନ ପଟ୍ଟନାୟକ ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ଚାଲିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍‌ । ସଫଳତା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ କୋଟି କୋଟି ଓଡ଼ିଆଙ୍କ ସମର୍ଥନକୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି, ସେ ସୃଷ୍ଟି ନିୟନ୍ତା, ତାଙ୍କ ଇଚ୍ଛା ବିନା ପତ୍ର ବି ହଲେ ନାହିଁ ।

ଶ୍ରୀଜିଉଙ୍କ ଆଶୀର୍ବାଦ ସହ ଓଡ଼ିଶାବାସୀଙ୍କ ନିକଟରେ ଋଣୀ ବୋଲି କହିଛନ୍ତି । ଏହି ଧାରାକୁ ବଜାୟ ରଖି ନୂଆ ଓଡ଼ିଶା ଗଠନ ଦିଗରେ ଆଗକୁ ବଢ଼ିବା ପାଇଁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply