ବିଜୁ ଜୟନ୍ତୀ ଅବସରରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଗଣ ଦୌଡ଼

ଭୁବନେଶ୍ୱର: ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏଥିପାଇଁ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ । ବିଜେଡି କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଧାନସଭା ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଆଜି ବିଜୁ ପଟ୍ଟନାୟକ ମିନି ମାରାଥନ ଆୟୋଜିତ ହୋଉଛି । ମୋଟ ୬ ଟି ବର୍ଗରେ ହେଉଥିବା ଏହି ମିନି ମାରାଥନରେ ଉଭୟ ପୁରୁଷ ଓ ମହିଳା ମାନେ ଯୋଗ ଦେଇଛନ୍ତି । ୩୫୦୦ରୁ ଅଧିକ ପ୍ରତିଯୋଗୀ ଏଥିରେ ସାମିଲ ହୋଇଛନ୍ତି ।

ଭୁବନେଶ୍ୱରର ଫରେଷ୍ଟ ପାର୍କ ନିକଟରୁ ମାରାଥନର ଶୁଭାରମ୍ଭ ହୋଇଛି । ପ୍ରତିଯୋଗୀ ମାନେ  ଶିଶୁ ଭବନ ଦେଇ କଳିଙ୍ଗ ଷ୍ଟାଡ଼ିୟମର ମୁଖ୍ୟ ପଡ଼ିଆକୁ ଆସିବେ । କୃତି ପ୍ରତିଯୋଗୀଙ୍କ ପାଇଁ ଲକ୍ଷେ ୫୮ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ସେପଟେ ରାଜ୍ୟର ବୀଭିନ୍ନ ସଜିଲ୍ଲାରେ ମଧ୍ୟ ବିଜୁ ମିନି ମାରାଥୋନ ଅନୁଷ୍ଠିତ ହୋଇଛି ।

କଟକରେ ମିନି ମାରାଥନ ଓ ୱାକାଥନ ପ୍ରତିଯୋଗିତା ଆୟୋଜିତ ହୋଇଛି । ଭେଟରାନ ସ୍ପୋଟର୍ସ ପର୍ସନ୍ସ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଖାଲି ସେତିକି ନୁହେଁ ବିଜୁ ବାବୁଙ୍କ ଜୟନ୍ତିକୁ ନେଇ  ୬୦ ହଜାର ଲୋକଙ୍କ ହେବ ସମାଗମ । ବାଲୁକା କଳାରେ ଶୋଭା ପାଇବ ବିଜୁଙ୍କ ଜୀବନୀ ।

ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ସମାରୋହ ପାଇଁ ପୁରା ପ୍ରସ୍ତୁତ ହୋଇଛି କଟକ ବାଲିଯାତ୍ରା ପଡିଆ । ଆକର୍ଷଣୀୟ ମଞ୍ଚ ଓ ସାଜସଜ୍ଜା ସୃଷ୍ଟି କରୁଛି ଅଦିନିଆ ବାଲିଯାତ୍ରାର ଭ୍ରମ । ରାଉରକେଲାରେ ମଧ୍ୟ ବିଜୁ ବାବୁଙ୍କ ଜୟନ୍ତୀକୁ ନେଇ ବିରାଟ ମାରାଥନ ଅନୁଷ୍ଠୀତ ହୋଇଯାଇଛି ।

Leave a Reply