spot_img
Home Blog Page 7381

ସାନିଟାଇଜ୍‌ ହେଲା ଶ୍ରୀକ୍ଷେତ୍ର : ବଡଦାଣ୍ଡକୁ ସୁରକ୍ଷିତ କରିବାକୁ କେମିକାଲ ସ୍ପ୍ରେ’

ପୁରୀ: କରୋନା ପାଇଁ ଚାରିଆଡେ ଚିନ୍ତାର ବାତାବରଣ । ଓଡିଶାରେ ମଧ୍ୟ ଦିନକୁ ଦିନକୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ଲୋକଙ୍କର ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି ।

କେବଳ ସେତିକି ନୁହେଁ ସଚେତନା ପାଇଁ ରାଜ୍ୟର ଅନେକ ସ୍ଥାନଗୁଡିକୁ ସାନିଟାଇଜ୍ କରାଯାଉଛି । ଆଜି ପୁରୀ ବଡଦାଣ୍ଡକୁ ସାନିଟାଇଜ୍ କରାଯାଇଛି । କରୋନା  ପାଇଁ ପୁରୀର ବିଭିନ୍ନ ଅଞ୍ଚଳକୁ ସାନିଟାଇଜ କରିଛି ପ୍ରଶାସନ । ଶ୍ରୀମନ୍ଦିର ସିଂହଦ୍ଵାର ପାଖରେ କୋମିକାସ୍ ସ୍ପ୍ରେ କରିଛି ପୌରପାଳିକା ।

ଅନ୍ୟାନ ପ୍ରମୁଖ ସ୍ଥାନ ମାନଙ୍କରେ ମଧ୍ୟ ସାଇନଟାଇଜିଂ କରାଯାଇଛି । ଅନ୍ୟପଟେ ଲକ୍‌ଡାଉନ୍‌ ପାଇଁ ଛକ ମାନଙ୍କରେ ପୋଲିସର ପହରା କଡ଼ାକଡ଼ି ହୋଇଛି । ଅମାନିଆଙ୍କୁ ଅଟକାଇ ଗାଡିମୋଟର ଯାଂଚ କରିବା ସହ ପୋଲିସ ଜରିମନା ଆଦାୟ କରୁଛି ।

ଲକଡାଉନ୍ ନିୟମ ଭାଙ୍ଗି ନମାଜ ପଢ଼ିବା ପାଇଁ ମସଜିଦରେ ଏକାଠି ହେଲେ ଶତାଧିକ ଲୋକ

ମୁର୍ଶିଦାବାଦ: କରୋନା ଭାଇରସର ଭୟାବହତାକୁ କମ କରିବା ପାଇଁ ମାର୍ଚ୍ଚ ୨୫ରୁ ଦେଶରେ ଲକଡାଉନ ଜାରି କରାଗଲା । କିନ୍ତୁ ଏତି ମଧ୍ୟରେ ଲତଡାଉନ ନିଅମକୁ ନମାନିବାର ଅନେକ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ଅନେକ ଲୋକ ଲକଡାଉନକୁ ନମାନି ଏବଂ ସାମାଜିକ ଦୂରତାକୁ ବେଖାତିର କରି ଏକ ମସଜିଦକୁ ନମାଜ ପଢ଼ିବା ପାଇଁ  ଭିଡ଼ ଜମାଇଥିଲେ ।

ପଶ୍ଚିମବଙ୍ଗର ମୁର୍ସିଦାବାଦର ମସଜିଦକୁ ଯେଉଁ ଲୋକମାନେ ପହଞ୍ଚିଥିଲେ ସେମାନଙ୍କ ମଧ୍ୟରୁ ଅନେକ ଲୋକ ମୁହଁରେ ମାସ୍କ ଲଗାଇ ନଥିଲେ । ଉପସ୍ଥିତ ଲୋକମାନେ ପରସ୍ପର ମଧ୍ୟରେ ଦୂରତା ମଧ୍ୟ ରକ୍ଷା କରୁନଥିଲେ । ପୋଲିସ ଯେତେବେଳେ ସେହି ସ୍ଥାନରେ ପହଞ୍ଚି ମସଜିଜ ଖାଲି କରିବାକୁ କହିଲେ ସେମାନେ ସେହି ସ୍ଥାନକୁ ଖାଲି କରିଦେଇଥିଲେ । ମୁର୍ସିଦାବାଦ ପଶ୍ଚିମବଙ୍ଗର ଏକ ସଂଖ୍ୟାଲଘୁ ପ୍ରାଧାନ୍ୟ ଜିଲ୍ଲା ଅଟେ। ଶୁକ୍ରବାର ଗୋପିପୁର ମସଜିଦରେ ପ୍ରାର୍ଥନା କରିବା ପାଇଁ ଲୋକମାନେ ଏକତ୍ରିତ ହୋଇଥିଲେ |

ଯେତେବେଳେ ଜଣେ ଅଧିକାରୀ ମସଜିଦରେ ଲୋକଙ୍କ ସମାବେଶ ବିଷୟରେ ଜାଣିବାକୁ ପାଇଲେ, ସେମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଲକଡାଉନ୍ ଅନୁସରଣ କରିବାକୁ ମସଜିଦର ଇମାମ ତସଲିମ୍ ରାଜାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଭବିଷ୍ୟତରେ ଲକଡାଉନ ଉଲ୍ଲଂଘନ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଅଧିକାରୀ ଇମାମ ତସଲିମ୍ ରାଜାଙ୍କୁ ଚେତାବନୀ ଦେଇଛନ୍ତି। ଜଣାଇ ରଖୁଛୁ ଯେ, ପଶ୍ଚିମବଙ୍ଗର ୧୧୬ ରୁ ଅଧିକ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ନିଶ୍ଚିତ ହୋଇଛି।

ଏଥି ସହିତ, ଦିଲ୍ଲୀର ନିଜାମୁଦ୍ଦିନର ତବଲିଗୀ ଜମାତର ମାରକଜର ଧାର୍ମିକ କାର୍ଯ୍ୟକ୍ରମ ସହ ଲୋକଙ୍କ ସମାବେଶ ହେତୁ ଅନେକ ଲୋକ ଭାରତରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ।

ତାବଲିଗୀ ଜାମାତର  କାର୍ଯ୍ୟକ୍ରମରେ ବହୁ ବିଦେଶୀ ନାଗରିକ ମଧ୍ୟ ଭାଗ ନେଇଥିଲେ। ଦେଶରେ କରୋନା ସଂକ୍ରମଣର ବୃଦ୍ଧି ପଛରେ କେନ୍ଦ୍ର ସରକାର ତବଲିଗିର କାର୍ଯ୍ୟକ୍ରମକୁ ମୁଖ୍ୟ କାରଣ ବୋଲି ଦର୍ଶାଇଥିଲେ ।

https://www.facebook.com/nandighoshatv/videos/610887222884582/

ଟଙ୍କା ପାଇଁ ଏଟିଏମ୍ ପାଖକୁ ଦୌଡିବାକୁ ପଡିବ ନାହିଁ, ଏବେ ଆପଣଙ୍କ ପାଖକୁ ଆସିବ ଏଟିଏମ୍

ନୂଆଦିଲ୍ଲୀ: କରୋନା ଭାଇରସରୁ ବଞ୍ଚିବା ପାଇଁ ସମସ୍ତଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଦେଶ ସାରା ଲକ୍ ଡାଇନ ମଧ୍ୟ ଲାଗୁ ହୋଇଛି । ଏହି ଲକ୍ ଡାଉନ ସମୟରେ ଆଇସିଆଇସିଆଇ ବ୍ୟାଙ୍କ ଏକ ବିଶେଷ ସୁବିଧା ଆରମ୍ଭ କରିଛି । ଏହି ସୁବିଧା ଅନୁଯାଇ ଆପଣଙ୍କୁ ଟଙ୍କା ବାହାର କରିବାକୁ ହେଲେ ଏଟିଏମ୍ ମେସିନ ପାଖକୁ ଯିବାକୁ ପଡ଼ିବନି ।

ଘରୋଇ ବ୍ୟାଙ୍କ ସେକ୍ଟରର ଆଇସିଆଇସିଆଇ ବ୍ୟାଙ୍କ ଏବେ ମୋବାଇଲ୍ ଏଟିଏମ ଭ୍ୟାନ ସୁବିଧା ଦେଉଛି । ଏହି ଏଟିଏମ୍ ଭ୍ୟାନ କିଛି ଖାସ ଅଞ୍ଚଳ କିମ୍ବା ଗଳି ସ୍ଥାନରେ ରଖାଯିବ । ଭ୍ୟାନ୍ ଏଟିଏମର ସୁବିଧା ସକାଳ ୧୦ଟାରୁ ସନ୍ଧ୍ୟା ୭ ଯାଏଁ ମିଳିପାରିବ ।

ମୋବାଇଲ ଏଟିଏମରେ ସେ ସବୁ ସୁବିଧା ମିଳିପାରିବ ଯାହା ସାଧାରଣ ଏଟିଏମରେ ମିଳେ । ଯେମିତି କି ବାଲାନ୍ସ ଚେକ୍, ପିନ୍ ଚେକ୍ ଏବଂ ଟଙ୍କା ଟ୍ରାନ୍ସଫର କରିବାର ସୁବିଧା ଗୁଡ଼ିକ ମିଳିପାରିବ । ଆଇସିଆଇସିଆଇ ବ୍ୟାଙ୍କ ପୂର୍ବରୁ ଏଚଡିଏଫସି ବ୍ୟାଙ୍କ ମଧ୍ୟ ନିଜ ଗ୍ରାହକଙ୍କୁ ମୋବାଇଲ ଏଟିଏମର ସୁବିଧା ଦେଇଛି ।

ଏଚଡିଏଫସି ବ୍ୟାଙ୍କର ମୋବାଇଲ ଏଟିଏମକୁ ଚିହ୍ନଟ କରାଯାଇଥିବା ସ୍ଥାନରେ ଏବଂ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ରଖାଯିବାର ସୁବିଧା ରହିଛି । ଏହି ନିର୍ଦ୍ଧିଷ୍ଟ ଅଞ୍ଚଳରେ ମୋବାଇଲ ଏଟିଏମ୍ ଭ୍ୟାନ୍ ସକାଳ ୧୦ଚାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ  ୩ରୁ ୪ଟି ସ୍ଥାନରେ ରଖାଯିବ ।

ଏହି ଏଟିଏମକୁ କେଉଁଠାରେ ରଖା ଯିବ ସେନେଇ ସମ୍ୱନ୍ଧିତ ନଗରପାଳିକା ସହ କଥାବାର୍ତ୍ତା ପରେ ସ୍ଥିର କରାଯିବ । ସୂଚନା ଅନୁସାରେ ଏହି ସୁବିଧାରେ ଗ୍ରାହକମାନେ ନିଜ ଘର ଦୂଆରୁ ଏଟିଏମ୍ ଭ୍ୟାନରୁ ଟଙ୍କା ଉଠାଇପାରିବେ । ଖୁବଶୀଘ୍ର ଅନ୍ୟ ରାଜ୍ୟରେ ମଧ୍ୟ ଏହି ଦୁଇ ବ୍ୟାଙ୍କ ଉକ୍ତ ସେବା ଯୋଗାଇ ଦେବାକୁ ଯାଉଛନ୍ତି ।

କରୋନା ସଂକ୍ରମିତଙ୍କ ପଛରେ ଚାଲିବା ବି ବିପଦ, ଜାଣନ୍ତୁ କେତେ ବିପଜ୍ଜନକ ଏହି ଭାଇରସ

କରୋନା ସଂକ୍ରମିତ ବ୍ୟକ୍ତିଙ୍କଠାରୁ ବ୍ୟକ୍ତିଙ୍କୁ ବ୍ୟାପିଥାଏ। ସେଥିପାଇଁ ଲୋକଙ୍କୁ ହାତରେ ଗ୍ଲୋଭସ ଏବଂ ମୁହଁରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏକ ନୂତନ ଅଧ୍ୟୟନ  ଅନୁଯାୟୀ, ଏହି ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କ ପଛରେ ଚାଲୁଥିବା କିମ୍ବା ତାଙ୍କ ସହିତ ଚାଲୁଥିବା ବ୍ୟକ୍ତିଙ୍କୁ ସହଜରେ ଧରିପାରେ।
ନେଦରଲ୍ୟାଣ୍ଡର ଏକ ଟେକ୍ନୋଲୋଜି ୟୁନିଭରସିଟିର ପ୍ରଫେସର ବର୍ଟ ବ୍ଲୋକେନ୍ ଏବଂ ଫାବିଓ ମାଲିଜିୟା ସିମୁଲେସନ୍ କୌଶଳ ମାଧ୍ୟମରେ ବ୍ୟାଖ୍ୟା କରିଛନ୍ତି ଯେ ଏହି ଭାଇରସ ମଣିଷକୁ କିପରି ଦୂରତ୍ୱରେ ରଖିବା ପରେ ମଧ୍ୟ ଶିକାର କରିପାରିବ।
ଟେକ୍ନୋଲୋଜିଷ୍ଟଙ୍କ ଅନୁଯାୟୀ, କରୋନା ଜୀବାଣୁରେ ଯଦି ଆପଣ ଜଣେ ବ୍ୟକ୍ତିଙ୍କଠାରୁ ୬ ଫୁଟ ଦୂରତା ଚଳୁଛନ୍ତି ତେବେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ବହୁତ ଅଧିକ ରହିଥାଏ।

ରିପୋର୍ଟ ରେ ଏହା ମଧ୍ୟ ପ୍ରକାଶ ପାଇଛି ସଂକ୍ରମିତ କରୋନା ରୋଗୀଙ୍କ ପଛରେ ପଛରେ ଦୌଡ଼ିଲେ କିମ୍ବା ଚାଲିଲେ ମଧ୍ୟ ବିପଦ ରହିଛି। ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ଦୂରତା ଅତ୍ୟଧିକ ହେବା ଉଚିତ୍ ।

ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ କରୋନା ଭୂପୃଷ୍ଠଠାରୁ କିଛି ଘଣ୍ଟା ପର୍ଯ୍ୟନ୍ତ ବାୟୁରେ ସକ୍ରିୟ ରହିପାରେ।

କରୋନା ପରୀକ୍ଷା ପାଇଁ ଭୁବନେଶ୍ୱରରେ ୫ ସ୍କୁଲରେ ଆରମ୍ଭ ହେଲା ରକ୍ତ ନମୁନା ସଂଗ୍ରହ

ଭୁବନେଶ୍ୱର: କରୋନା ପରୀକ୍ଷା ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆଜିଠାରୁ ରକ୍ତ ଓ ସ୍ବାବ୍‌ ନମୁନା ସଂଗ୍ରହ କରାଯାଉଛି । ୫ଟି ସ୍କୁଲ୍‌ରେ ସ୍ବତନ୍ତ୍ର ମେଡିକାଲ୍‌ ଟିମ୍‌ ସ୍ବାବ୍‌ ନମୁନା ସଂଗ୍ରହ ଆରମ୍ଭ କରିଛନ୍ତି । ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ରକ୍ତ ଓ ସ୍ବାବ୍‌ ନମୁନା ସଂଗ୍ରହ ବ୍ୟବସ୍ଥା କରାଯାଇଛି । ଝାରପଡ଼ା ପ୍ରାଥମିକ ସ୍କୁଲ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀ ସରକାରୀ ହାଇସ୍କୁଲ, ସହିଦନଗର ସରକାରୀ ହାଇସ୍କୁଲ୍‌, ଗଣ୍ଡମୁ୍ଣ୍ଡା ୟୁଜି ହାଇସ୍କୁଲ ଏବଂ ନୟାପଲ୍ଲୀ ମମତାଜ ଅଲ୍ଲୀ ହାଇସ୍କୁଲରେ କୋଭିଡ୍‌-୧୯ ପରୀକ୍ଷା ପାଇଁ ସ୍ବାବ୍‌ ଓ ରକ୍ତ ନମୁନା ସଂଗ୍ରହ କରାଯାଉଛି । ମେଡିକାଲ୍‌ ଟିମ୍‌କୁ ସଂପୃକ୍ତ ସ୍କୁଲ୍‌ଗୁଡ଼ିକର ପ୍ରଧାନଶିକ୍ଷକ, ଶିକ୍ଷକ ଓ କର୍ମଚାରୀ ସହଯୋଗ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି ।

ଚୀନ୍ ରେ କୁକୁର ମାଂସ ବିକ୍ରି ଉପରେ ଲାଗିବ ରୋକ୍ !

ବେଜିଂ: କରୋନା ପରେ ସଜାଗ୍ ହୋଇଛି ଚୀନ । ଚୀନରେ କୁକୁର ମାଂସ ବିକ୍ରି ଉପରେ ରୋକ୍ ଲାଗିପାରେ । ବେଜିଂ ଜଙ୍ଗଲି ଜନ୍ତୁଙ୍କୁ ନେଇ ନୂଆ ନୀତି ଆଣିବାକୁ ଯାଉଛି । ଯାହା ଉପରେ ସେଠାକାର ସରକାର ଲୋକଙ୍କ  ମତ ନେବା ଆରମ୍ଭ କରିଛି ।  ନୂଆ ଯୋଜନା ନିର୍ଦ୍ଦେଶାବଳୀ ଅନୁସାରେ କୁକୁର ଏବେ ପୋଶା ପଶୁ ଭାବେ ଗଣାଯିବ ।  ଆଉ କେହି  କୁକୁର ମାଂସ ବିକ୍ରି କରି ପାରିବେ ନାହିଁ । କେବଳ କୁକୁର ନୁହେଁ ଚୀନରେ ଅନ୍ୟ ୧୩ ଟି ପଶୁଙ୍କ ବିକ୍ରି ନେଇ ମଧ୍ୟ ଜନସାଧାରଣଙ୍କୁ ନିଜ ମତ ରଖିବାକୁ କୁହାଯାଇଛି । ଏହି ଯୋଜନା ଲାଗୁ ହେବା ପରେ ସେଠାରେ ପଶୁ କାରବାର ବନ୍ଦ ହେବ ବୋଲି ଆଶା କରାଯାଉଛି।

ଚୀନର କୃଷି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି ଯେ, କୁକୁର ହେଉଛି ପୋଶା ପଶୁ। ମନ୍ତ୍ରଣାଳୟ ସୂଚନା ଅନୁସାରେ, ଏବେ ସେମାନଙ୍କ ବ୍ୟବହାର କ୍ରୀଡା ଏବଂ ସେନା କ୍ଷେତ୍ରରେ କରାଯିବ। ଆନ୍ତର୍ଜାତୀୟ ସ୍ତରରେ କୁକୁରଙ୍କୁ ଖାଦ୍ୟ ପାଇଁ ବ୍ୟବହାର କରାଯାଏ ନହିଁ । ଏବେ ଚୀନରେ ମଧ୍ୟ ଆଉ ଖାଦ୍ୟ ପାଇଁ କୁକୁରକୁ ବ୍ୟବହାର କରାଯିବ ନାହିଁ। ସୂଚନାଯୋଗ୍ୟ ଯେ, ଚୀନ ସରକାର ଘୁଷୁରି, କୁକୁଡ଼ା ଏବଂ ଓଟ ସମେତ ଅନ୍ୟ ୧୮ଟି ପଶୁଙ୍କୁ ନେଇ ଜନସାଧାରଣଙ୍କ ମତାମତ ମାଗିଛନ୍ତି । ଏହା ବ୍ୟତୀତ ରିଣ୍ଡର, ଆଲପାକା, ଫିଜେଟ୍ସ, ଓଟପକ୍ଷୀ ଏବଂ ଠେକୁଆ ସହିତ ଅନ୍ୟ କିଛି ବିଶେଷ ପ୍ରଜାତିଙ୍କ ବିକ୍ରି ନେଇ ବିଚାର କରାଯିବ।

ଆମେରିକାର ପରମାଣୁ ଅସ୍ତ୍ର ଘାଟିରେ ପହଞ୍ଚିଲା କରୋନା, ବିଶ୍ୱ ପାଇଁ ସତର୍କ ଘଣ୍ଟି !

କରୋନା ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରକୁ ମଧ୍ୟ ନାକେଦମ କଲାଣି। ବର୍ତ୍ତମାନ ସୁଦ୍ଧା ଆମେରିକାରେ ୧୮ ହଜାରରୁ ଅଧିକ ଲୋକ କରୋନା ଭାଇରସରେ ପ୍ରାଣ ହରାଇଛନ୍ତି ଏବଂ ପାଞ୍ଚ ଲକ୍ଷରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି। କରୋନା ଏବେ ବିଶ୍ୱ ପାଇଁ ଆଉ ଏକ ବଡ଼ ଆଣିଦେଇଛି।

ଆମେରିକାର ୪୧ ଟି ରାଜ୍ୟରେ ଅବସ୍ଥିତ ୧୫୦ ସାମରିକ ବେସରେ କରୋନା ଭାଇରସ ପହଞ୍ଚିଛି। କେବଳ ଏତିକି ନୁହେଁ, ବିଶ୍ୱରେ ଆମେରିକାର ନୌସେନା ଶକ୍ତିର ପ୍ରତୀକ ଭାବେ ବିବେଚନା କରାଯାଉଥିବା ପରମାଣୁ ଶକ୍ତି ବିମାନ ପରିବହନକାରୀ ମଧ୍ୟ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛି । ସମ୍ପ୍ରତି ଆମେରିକୀୟ ବିମାନ USS ଥିଓଡୋର ରୁଜଭେଲ୍ଟର ୪ ହଜାର  ନୌସୈନିକଙ୍କୁ ଗୁଆମକୁ ନିଆଯାଇଛି । ତେବେ ସେଠାରେ ବହୁ ସଂଖ୍ୟକ ନୌସୈନିକଙ୍କୁ କରୋନା ପଜିଟିଭ୍ ଥିବା ଜଣାପଡିଛି ।


ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ୍ ଅନୁଯାୟୀ ଏହାର ୩୦୦୦ ସୈନିକ କରୋନା ପଜିଟିଭ୍ ଅଛନ୍ତି। ଏକ ସପ୍ତାହ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇଛି । କରୋନା ଆମେରିକାର ଭିତର ତଥା ବାହାରେ ଅବସ୍ଥିତ ବେସରେ ଶୀଘ୍ର ବିସ୍ତାର କରୁଛି। ଏହି କାରଣରୁ, ଆମେରିକା ସେନାର ସମସ୍ତ ଅନାବଶ୍ୟକ ଗତିବିଧି ବନ୍ଦ ହୋଇଯାଇଛି। ଏହା ବ୍ୟତୀତ ସୈନିକ ମାନଙ୍କୁ ତାଲିମ ଏବଂ ନିଯୁକ୍ତି ମଧ୍ୟ କରାଯାଉନାହିଁ। ଆମେରିକାର ନୌସେନାରେ କରୋନା ସର୍ବାଧିକ କ୍ଷତି ଘଟାଇଛି ।

ଆମେରିକାର ୪୧ ଟି ରାଜ୍ୟରେ ସାମରିକ ବେସ କରୋନା ଦ୍ୱାରା ସଂକ୍ରମିତ ହୋଇଛି ।  ସାନ ଡିଏଗୋ, ନର୍ଫାଲ୍କ, ଭର୍ଜିନିଆ ଏବଂ ଜ୍ୟାକସନଭିଲ୍, ଫ୍ଲୋରିଡା ଏବଂ ଟେକ୍ସାସର ନୌବାହିନୀରେ ସବୁଠୁ ବଡ ସଙ୍କଟ ଦେଖାଦେଇଛି। ମେରିଲାଣ୍ଡର ଆମେରିକାର ବାୟୁସେନା ବିମାନବନ୍ଦରରେ ବହୁ ସଂଖ୍ୟକ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଏଥି ସହିତ କରୋନା ମଧ୍ୟ ସେନାର ଦକ୍ଷିଣ କାରୋଲିନାର ବେସକୁ କାବୁ କରିଛି।

ବିଶ୍ୱସ୍ତରୀୟ ଅସ୍ତ୍ରଶସ୍ତ୍ର ନିରୀକ୍ଷଣ ସଂଗଠନ ସିପ୍ରିର ବୈଜ୍ଞାନିକ ହାନ୍ସ ଖ୍ରୀଷ୍ଟିଆନଙ୍କ ଅନୁଯାୟୀ କରୋନା ବର୍ତ୍ତମାନ ଆମେରିକାର ଅଧିକାଂଶ ଆଣବିକ ଅସ୍ତ୍ରଶସ୍ତ୍ର ଥିବା ଘାଟିରେ ପହଞ୍ଚିଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ପରମାଣୁ ଅସ୍ତ୍ରଶସ୍ତ୍ରରେ ପହଞ୍ଚୁଥିବା କରୋନା ବିଶ୍ୱ ପାଇଁ ଏକ ବିପଜ୍ଜନକ ଲକ୍ଷଣ। ଏହା ସେମାନଙ୍କ ସୁରକ୍ଷାକୁ ସାଂଘାତିକ କରିପାରେ । ତେବେ ଆମେରିକାର ଆଣବିକ ବୋମାର ସୁରକ୍ଷା ଦୁନିଆରେ ସର୍ବୋତ୍ତମ ବୋଲି ବିବେଚନା କରାଯାଏ।

ହାତ ତିଆରି ମାସ୍କ ପିନ୍ଧି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ,କେଜ୍ରିୱାଲ କହିଲେ ଲକଡାଉନ୍ ବଢାଅ

ନୂଆଦିଲ୍ଲୀ: ଲକଡାଉନ୍ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାତ ତିଆରି ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ସେମାନଙ୍କ ମତାମତ ଜାଣିଥିଲେ । ଏହି ସମୟରେ ସେ କୋରନା ବିରୋଧରେ ଏକାଠି ଲଢେଇ ଲଢାଯିବ ବୋଲି କହିଥିଲେ । ସେ ମଧ୍ୟ ୨୪ ଘଣ୍ଟା ମୁଖ୍ୟମନ୍ତ୍ରୀଙ୍କ ମତାମତ ଶୁଣିବାକୁ ଉପଲବ୍ଧ ବୋଲି କହିଛନ୍ତି ।  ସେ କହିଥିଲେ ଯେ, ‘ ମୁଁ ୨୪ ଘଣ୍ଟା ଉପଲବ୍ଧ ଅଛି । କୌଣସି ମୁଖ୍ୟମନ୍ତ୍ରୀ ଯେତେବେଳେ ଚାହିଁବେ ମୋ ସହ କଥା ହୋଇପାରିବେ ।

ଆଲୋଚନା କାଳରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଏକ ପ୍ରେଜେଣ୍ଟେସନ୍ ଦିଆଯାଇଥିଲା । ଏହା ପରେ ଜଣକ ପରେ ଜଣେ ମୁଖ୍ୟମନ୍ତ୍ରୀ ନିଜ ମତାମତ ରଖିଥିଲେ ।

କେନ୍ଦ୍ର ସରକାର ଚଳିତ ସପ୍ତାହରେ ଲୋକଙ୍କୁ ଘର ତିଆରି ମାସ୍କ ପିନ୍ଧିବାକୁ ଉପେଦଶ ଦେଇଥିଲେ । କେନ୍ଦ୍ର ତରଫରୁ ଦୁଇ ସେଟ୍ ଘରେ ତିଆରି ମାସ୍କ ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଆଜି ପ୍ରଧାନମନ୍ତ୍ରୀ ନିଜ ହାତତିଆରି ମାସ୍କ ପିନ୍ଧି ଲୋକଙ୍କୁ ସେହି ସନ୍ଦେଶ ଦେଇଛନ୍ତି ।

 

କେଜ୍ରିୱାଲ କହିଲେ ଲକଡାଉନ୍ ବଢାଯାଉ

ଓଡ଼ିଶା ଓ ପଂଜାବ ଭଳି ରାଜ୍ୟ ନିଜ ପ୍ରଦେଶରେ ଲକଡାଉନ୍ ଅବଧି ବଢାଇ ସାରିଥିବା ବେଳେ ବାକି ରାଜ୍ୟଙ୍କ ମଧ୍ୟରୁ ଅନେକ ଲକଡାଉନ୍ ଅବଧି ବୃଦ୍ଧି ସପକ୍ଷରେ ଅଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ଲକଡାଉନକୁ ଅତିକମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ,ଲକଡାଉନ୍ ବଢାଇବା ନେଇ ଜାତୀୟ ସ୍ତରରେ ନିଷ୍ପତ୍ତି ନିଆଯିବା ହିଁ ଠିକ୍ ହେବ । କାରଣ ରାଜ୍ୟ ସ୍ତରରେ ଏହି ନିଷ୍ପତ୍ତି ନିଆଗଲେ ପ୍ରଭାବି ହେବ ନାହିଁ । ଯଦି ବି ଲକଡାଉନ୍ ଉଠାଯାଏ ତେବେ ପରିବହନ (ରେଳ,ସଡକ ଓ ବିମାନ) ସେବାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ସେ ଦାବି କରିଛନ୍ତି । 

 

 କଣ ଲକଡାଉନ୍ ଅବଧି ବଢିବ ? ମୁଖ୍ୟମନ୍ତ୍ରୀଙ୍କ ସହ ଚାଲିଛି ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ୭ ହଜାରରୁ ଅଧିକ ହୋଇସାରିଲାଣି । କରୋନାର ମୁକାବିଲା କରିବା ପାଇଁ ଦେଶରେ ୨୧ ଦିନର ଲକଡାଉନ୍ ଲାଗିଛି ।  ତେବେ ଲକଡାଉନ୍ ବଢିବ କି ନାହିଁ ତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଆଜି ନିଷ୍ପତି ନେବେ । ଏନେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ଚାଲିଛି

କରୋନା ସଂକଟକୁ ଦେଖି ଦେଶବ୍ୟାପି ମାର୍ଚ୍ଚ ୨୪ ତାରିଖ ଦିନ ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା ହୋଇଥିଲା । ୧୪ ତାରିଖରେ ଏହି ଲକଡାଉନ୍ ଅବଧି ସରିବାକୁ ଯାଉଛି । ତେବେ କିଛି ରାଜ୍ୟ ଲକଡାଉନ୍ ଅବଧି ବଢାଇବା ସପକ୍ଷରେ ଅଛନ୍ତି । ଏପରିକି ଓଡ଼ିଶା ଭଳି ରାଜ୍ୟ ଲକଡାଉନକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇ ସାରିଛି । ଓଡ଼ିଶା ପରେ ପଂଜାବ ଦେଶ ଦ୍ୱିତୀୟ ରାଜ୍ୟ ଭାବେ ମେ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବଢାଇଛି ।

ଆଜିର ଆଲୋଚନା ପରେ ଦେଶବ୍ୟାପି ଲକଡାଉନକୁ ବଢାଯାଉଛି କି ନାହିଁ ତାହା ଜଣା ପଡିବ ।

କରୋନା ସଙ୍କଟରେ ନନ୍ଦିଘୋଷ ଟିଭିର କ୍ୟାମ୍ପେନ ‘ଆପଣଙ୍କ ସହ ଆମେ’ । ଅଭାବୀ ଲୋକଙ୍କ ମୁହଁରେ ହସ ପୁଟାଇବାକୁ ପ୍ରୟାସ । ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ବାଣ୍ଟିଲା ରାସନ୍ ।

କରୋନା ସଙ୍କଟରେ ନନ୍ଦିଘୋଷ ଟିଭିର କ୍ୟାମ୍ପେନ ‘ଆପଣଙ୍କ ସହ ଆମେ’ । ଅଭାବୀ ଲୋକଙ୍କ ମୁହଁରେ ହସ ପୁଟାଇବାକୁ ପ୍ରୟାସ । ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ବାଣ୍ଟିଲା ରାସନ୍‌ ।