କରୋନା ଲକଡାଉନ୍: ଇଟାଲୀରେ ବାଲକୋନିରୁ ୱାଇନ୍ ପାର୍ଟି, ଭାଇରାଲ ହେଲା ଭିଡିଓ

1 min read

(ସ୍ମୃତିଲଗ୍ନା ନନ୍ଦ) ଇଟାଲୀ ଦିନେ ବିଶ୍ୱର ଖୁସୀ ବାସିଆ ଦେଶଙ୍କ ତାଲିକାରେ ୩୬ ନମ୍ବରରେ ଥିଲା । ବିଶ୍ୱର ୧୯୫ ଦେଶ ଭିତରେ ଖୁସିବାସିଆ ଦେଶ ତାଲିକାର ୩୬ ନମ୍ବରରେ ରହିବା କିଛି ଛୋଟକଥା ନୁହଁ । କିନ୍ତୁ କରୋନା ସବୁକିଛି ବଦଳାଇ ଦେଇଛି । ଯେଉଁ ଦେଶର ଲୋକ ଦିନେ ନିଜ ହସ,ନିଜ ନାଚ ଓ ଗୀତ ପାଇଁ ପ୍ରସିଦ୍ଧ ଥିଲେ ଏବେ ସେମାନେ ଜିଉଁଛନ୍ତି ଡରି ଡରି । ମୃତ୍ୟୁ ସେଠିକି ଆସିଛି କରୋନା ରୂପରେ । ହଜାର ହଜାର ଲୋକଙ୍କ ଶବ ଦେଖି ସତେ ଯେମିତି ଇଟାଲୀ ପଥର ପାଲଟି ଯାଇଛି ।

କରୋନା ବିପତ୍ତି ଏବେ ଇଟାଲୀବାସିନ୍ଦାଙ୍କୁ ପ୍ରଭାବିତ କରିଛି । ସ୍ୱାଭାବିକ  ନାହିଁ ଜୀବନ ଯାତ୍ରା । ଲକଡ଼ାଉନର କଟକଣା ସହ ରକ୍ଷା ହେଉଛି ସାମାଜିକ ଦୂରତା । ଏ ଦେଶରେ ୨୦ଲକ୍ଷ ୭୨ହଜାର ଲୋକ କରୋନା ଆକ୍ରାନ୍ତ ହୋଇ ସାରିଥିବା ବେଳେ ମୃତ୍ୟୁସଂଖ୍ୟା ବଢିଯାଇଛି ।

କରୋନା ଲକଡାଉନ୍ : ଇଟାଲୀରେ ବାଲକୋନିରୁ ୱାଇନ୍ ପାର୍ଟି,ଭାଇରାଲ ହେଲା ଭିଡିଓ ।

କରୋନା ଲକଡାଉନ୍ : ଇଟାଲୀରେ ବାଲକୋନିରୁ ୱାଇନ୍ ପାର୍ଟି, ଭାଇରାଲ ହେଲା ଭିଡିଓ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବର୍ତ୍ତମାନ ସୁଦ୍ଧା ୭ ମିଲିଅନ ଭିୟୁ ହାସଲ କରିପାରିଛି । ୨ ଲକ୍ଷ ୯୫ ହଜାର ବ୍ୟକ୍ତି ଏହାକୁ ସେୟାର କରିଛନ୍ତି । #NandighoshaTV

Nandighosha TV यांनी वर पोस्ट केले गुरुवार, १६ एप्रिल, २०२०

ତଥାପି ମୃତ୍ୟୁର କଳାଛାୟା ଭିତରେ ବି ଜୀବନକୁ ଉପଭୋଗ କରିବାକୁ ଭୁଲିନାହାନ୍ତି ଇଟାଲୀ ନାଗରିକ । କରୋନା ଇଟାଲୀ ନାଗରିକଙ୍କୁ ଘରେ ଲକଡାଉନ୍ ଭିତରେ ରହିବାକୁ ବାଧ୍ୟ କରିଛି । କିନ୍ତୁ, ସେମାନଙ୍କ ମନୋବଳକୁ ଭାଙ୍ଗିପାରିନି । ଇଟାଲୀବାସୀ ମୃତ୍ୟୁକୁ ଆଙ୍ଗୁଠି ଦେଖାଉଛନ୍ତି । ଯାହାର ଉଦାହରଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଲକଡାଉନ୍ ଭିତରେ ବି ୱାଇନ୍ ପାର୍ଟି

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଇଟାଲୀର କୌଣସି ଏକ ସ୍ଥାନର ବାସିନ୍ଦା ନିଜ ନିଜ ବାଲକୋନୀରେ ଛିଡ଼ା ହୋଇ କରୁଛନ୍ତି ୱାଇନ୍ ପାର୍ଟି । ତେବେ, ସେମାନେ ଏହି ପାର୍ଟି କରିବାକୁ ସାମାଜିକ ଦୂରତା ନିୟମକୁ ଭାଙ୍ଗି ନାହାନ୍ତି ପରସ୍ପର ସହ କଥା ହେବା, ସୁଖଦୁଃଖ ବାଣ୍ଟିବା ଏମାନଙ୍କର ସବୁଦିନିଆ ଅଭ୍ୟାସ । ଲକଡ଼ାଉନର ଲକ୍ଷ୍ମଣ ରେଖା ଚୋରି କରିପାରିନି ଏମାନଙ୍କ ଓଠରେ ହସ । ଇରାଲିଆନଙ୍କର ଏ ଖୁସି ହେବାର ଅନ୍ଦାଜକୁ ଫେସବୁକରେ ପୋଷ୍ଟ କରିଥିଲେ ମୌର ରିକିଗ୍ଲାନୋ ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବର୍ତ୍ତମାନ ସୁଦ୍ଧା ୭ ମିଲିଅନ ଭିୟୁ ହାସଲ କରିପାରିଛି । ୨ ଲକ୍ଷ ୯୫ ହଜାର ବ୍ୟାକ୍ତି ଏହାକୁ ସେୟାର କରିଛନ୍ତି ।

Leave a Reply