ଏପ୍ରିଲ୍ ମାସର ବିଦ୍ୟୁତ୍ ବିଲରେ ସେସୁ ଦେବ ରିହାତି

ଭୁବନେଶ୍ୱର: ସଂଘର୍ଷ ସମୟରେ ଜାରି ରହିଛି ବିଦ୍ୟୁତ୍ ସେବା । ସେସୁ ପ୍ରାୟ ୨୭ ଲକ୍ଷ ପରିବାର ସହ ବିଭିନ୍ନ ସରକାରୀ ଓ ବାଣିଜ୍ୟିକ ଅନୁଷ୍ଠାନକୁ ସେବା ଯୋଗାଉଛି । କରୋନା ପାଇଁ ସାମାଜିକ ଦୂରତା ରକ୍ଷା ଜରୁରୀ ହୋଇ ପଡ଼ିଛି । ଫଳରେ ସେସୁ ମିଟର ରିଡିଂ, ବିଲିଂ ଓ ଦେୟ ଆଦାୟ କରିପାରୁନାହିଁ । ଏଥିପାଇଁ ସେସୁ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।

ବିଲିଂ ତଥ୍ୟ ମେସେଜ୍ ଓ ଇମେଲ୍ ମାଧ୍ୟମରେ ଗ୍ରାହକଙ୍କୁ ଦିଆଯିବା ସହ କଲ ସେଣ୍ଟର ମାଧ୍ୟମରେ ସୂଚନା ଦିଆଯାଉଛି । ଗ୍ରାହକ ଅନଲାଇନରେ ପେ ଟିଏମ୍, ଏୟାରଟେଲ୍ ସହ ଡେବିଟ ଓ କ୍ରେଡିଟ କାର୍ଡ ମାଧ୍ୟମରେ ଦେୟ ପ୍ରଦାନ କରିପାରିବେ । ଶେଷ ଥର ବିଲ୍ ହିସାବରେ ବିଲ୍ ତିଆରି କରାଯାଇ ପରେ ଆଡଜଷ୍ଟ କରାଯିବ । ବିଭିନ୍ନ ଅଫିସରେ ସେସୁ ପକ୍ଷରୁ ଚେକ୍ ବକ୍ସ ବସାଯାଇଛି ।

ଏଥିସହ ସେସୁ ବିଦ୍ୟୁତ୍ ବିଲରେ ୪ ପ୍ରତିଶତ ରିହାତି ଦେବାକୁ ଘୋଷଣା କରିଛି । ଯେଉଁ ଗ୍ରାହକ ଏପ୍ରିଲ ମାସର ବିଲ୍ ଚଳିତ ମାସରେ ପେମେଣ୍ଟ କରିବେ ତାଙ୍କୁ ଏହି ରିହାତି ମିଳିବ । ମାର୍ଚ୍ଚ ୨୨ରୁ ୩୧ ମଧ୍ୟରେ ବିଲ୍ ଦେଇପାରି ନଥିବା ଗ୍ରାହକଙ୍କୁ ମଧ୍ୟ ରିହାତି ମିଳିବ । ବର୍ତ୍ତମାନ ମିଳୁଥିବା ରିହାତି ବାଦ୍ ୪ ପ୍ରତିଶତର ସ୍ୱତନ୍ତ୍ର ରିହାତି ପାଇବେ ଗ୍ରାହକ ।

Leave a Reply