କରୋନା ଯୋଦ୍ଧା: ୧୪ ଦିନ ପରେ ପରିବାରକୁ ଫେରିଲେ ଗୋଲାମୁଣ୍ଡା ବ୍ଲକ୍ ବିଡିଓ ସ୍ନିଗ୍ଧା

1 min read

ଧର୍ମଗଡ଼: ଏବେ କରୋନା କବଳରେ ସାରା ବିଶ୍ଵ l କରୋନାର ମୁକାବିଲା ପାଇଁ ସରକାରଠୁ ଆରମ୍ଭ କରି ଡାକ୍ତର ନର୍ସ ଆଶାକର୍ମୀ, ଶିକ୍ଷକ ତତ୍ପର ଥିବାବେଳେ ପ୍ରଶାସନିକ ଅଧିକାରୀଙ୍କ ନିଦ ହଜାଇଛି ମହାମାରୀ କରୋନା l ମହାମାରୀ କରୋନା କରିଛି ପରିବାରଠୁ  ଅଲଗା । ଏହି କରୋନା କେଉଁଠି ସ୍ଵାମୀକୁ ସ୍ତ୍ରୀଠୁ ତ ସ୍ତ୍ରୀକୁ ସ୍ୱାମୀଠୁ ଆଉ କେଉଁଠି ମାଆ ଠାରୁ ପୁଅ ଝିଅକୁ କରିଛି ଅଲଗା । ଲୋକଙ୍କ ସେବା କରିବା ନିଶା ସେମାନଙ୍କୁ ପରିବାରଠୁ ଅଲଗା ରହିବାକୁ ବାଧ୍ୟ କରିଛି ।

ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାର ହଳଦୀ ପଞ୍ଚାୟତରେ କରୋନା ରୋଗୀ ଚିହ୍ନଟ ପରେ ଗୋଲାମୁଣ୍ଡା ବ୍ଲକ କରୋନା ମୁକାବିଲା ଦାୟିତ୍ଵରେ ଥିବା ଗୋଲାମୁଣ୍ଡା ବିଡ଼ିଓ ଶ୍ରୀମତୀ ସ୍ନିଗ୍ଧା ରାଣୀ ପ୍ରଧାନ ଏବେ ପରିବାରଠୁ ଅଲଗା । ଆଜକୁ ୧୪ଦିନ ହେବ ନିଜ ପୁଅ ଝିଅଙ୍କୁ ଛାଡି ଅଲଗା ହୋମକ୍ୱାରେନଣ୍ଟାଇନ୍ ରହୁଛନ୍ତି ସେ । ସେପଟେ ତାଙ୍କ ସ୍ୱାମୀ ମଧ୍ୟ ମାଲକାନଗିରି ପଡିଆ ବ୍ଲକରେ ବିଡିଓ ଥିବା ବେଳେ ଏବେ କରୋନା ପାଇଁ ନିଜ ସ୍ତ୍ରୀ ଓ ପୁଅ ଝିଅକୁ ଦେଖି ପାରୁ ନାହାଁନ୍ତି । କରୋନା ମୁକାବିଲା ଦାୟିତ୍ଵରେ ଥିବା ସ୍ନିଗ୍ଧା ନିଜ ସ୍ୱାବ୍ ପରୀକ୍ଷା ପାଇଁ ପଠଯାଇଥିଲେ ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଆଜି ସେ ପୁଅ ଝିଅ ସହ ମିଶି ରହୁଥିବା କହିଛନ୍ତି l

Leave a Reply