ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଘାରିଲା ଫେରନ୍ତା ଚିନ୍ତା। ଆଜି ରାଜ୍ୟରେ ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ସୂଚନା ଅନୁସାରେ ଏବେ ରାଜ୍ୟରେ ମୋଟ୍ ୫୩ ଆକ୍ଟିଭ୍ କେସ୍ ରହିଛି । ସଂକ୍ରମିତଙ୍କ ସଂଖ୍ୟା ୭୯ ରେ ପହଞ୍ଚଥିବା ବେଳେ ରାଜ୍ୟରେ ସଂକ୍ରମଣ ରୋକିବାକୁ ଜୋରସୋର୍ରେ ଟ୍ରାକିଂ ଓ ଟ୍ରେସିଂ କାମ ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୫ଜଣ ସୁସ୍ଥ ହୋଇଛନ୍ତି। ସେପଟେ କରୋନା ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି।
ଗତ କାଲି ରାଜ୍ୟରେ ୧୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ଚିହ୍ନଟ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭଦ୍ରକରେ ସଂକ୍ରମଣ ରୋକିବାକୁ ପ୍ରଶାସନ ୫ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । ସଂପୃକ୍ତ ଅଞ୍ଚଳର ଦୁଇଟି ବ୍ଲକରେ ଲକଡାଉନ ନିୟମ ଆହୁରି କଡ଼ାକଡ଼ି କରାଯାଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ସେହିପରି ବାଲେଶ୍ବରରେ ମଧ୍ୟ ଆକ୍ରାନ୍ତ ଚିହ୍ନଟ ଅଞ୍ଚଳକୁ ପ୍ରଶାସନ ସିଲ୍ କରି ସାନିଟାଇଜ କରିଛି ।
ପୁରୁଣା ରୋଗରୁ ମୁକ୍ତି ପାଇବେ, ଅର୍ଥ ସମସ୍ୟା ଦୁର ହେବ
ଆଜି ହେଉଛି ୨୧ ଏପ୍ରିଲ୍, ୨୦୨୦ ମସିହା, ମେଷ ୯ ଦିନ,
୧୯୪୨ ଶକାଦ୍ଦ,୧୪୨୭ ସାଲ୍,୨୦୭୭ ସମ୍ବତ୍, ବୈଶାଖ ମାସ, କୃଷ୍ଣପକ୍ଷ,ଚତୁର୍ଦ୍ଦଶୀ ତିଥି
ମଙ୍ଗଳବାର, ଉତ୍ତରଭାଦ୍ର ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି
ଯୋଗିନୀ ପଶ୍ଚିମ ଦିଗରେ ରହୁଥିବାରୁ ପଶ୍ଚିମ ଦିଗକୁ ଯାତ୍ରା ନିଷେଧ
ଘାତଚନ୍ଦ୍ର- ଧନୁ ରାଶି ପୁରୁଷ,ତୁଳା ରାଶି ମହିଳାଙ୍କ ପାଇଁ
ମକର ରାଶି ପାଇଁ ଘାତବାର
ଶୁଭ ସମୟ- ଦିନ ୯ଟା ୩୮ ମିନିଟ୍ ଠାରୁ ଦିନ ୧୨ଟା ୧୫ ମିନିଟ୍ ପର୍ଯ୍ୟନ୍ତ
ଅଶୁଭ ସମୟ- ଦିନ ୩ଟା ଠାରୁ ଦିନ ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ
ଆଜି ବିରି ଖାଇବା ମନା
ମେଷ ରାଶି
ଅଶ୍ବିନୀ ନକ୍ଷତ୍ର- କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ, ପରିବାର ସହିତ ସମୟ କାଟିବେ
ଦ୍ବିଜା ନକ୍ଷତ୍ର- ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ ସଫଳ ହେବେ
କୃତ୍ତିକାନକ୍ଷତ୍ର- ଆର୍ଥିକ ସଂକଟ ସହ ଦୁଶ୍ଚିନ୍ତା ମଧ୍ୟରେ ସମୟ କଟିବ
ନିଜର ପୂଜା ଘରେ ମହାଦେବଙ୍କୁ ଲାଲ ଫୁଲ ଅର୍ପଣ କରି ପୂଜା କରିବେ
ବୃଷ ରାଶି
କୃତ୍ତିକା ନକ୍ଷତ୍ର- ଶରୀର ପ୍ରତି ବିପଦ ରହିଛି ,ସତର୍କ ରୁହନ୍ତୁ
ରୋହିଣୀ ନକ୍ଷତ୍ର- ଆନନ୍ଦ ଉଲ୍ଲାସରେ ସମୟ କଟିବ,ବନ୍ଧୁଙ୍କର ସହଯୋଗ ପାଇବେ
ମଗଶିରା ନକ୍ଷତ୍ର- କାର୍ଯ୍ୟରେ ବାଧା ରହିବ, ଦୁର୍ଘଟଣାର ଭୟ ମଧ୍ୟ ରହିଛି
ଗାଈକୁ ଅରୁଆ ଚାଉଳ ଓ ଶାଗ ଖାଇବାକୁ ଦିଅନ୍ତୁ
ମିଥୁନ ରାଶି
ମୃଗଶିରା ନକ୍ଷତ୍ର- ଧନହାନୀ,ପ୍ରାଣପୀଡା ପରି ପରିସ୍ଥିତି ରହିଛି, ଜଗିରଖି ଚଳନ୍ତୁ
ଆର୍ଦ୍ରା ନକ୍ଷତ୍ର- ଶରୀର,ମନ ସ୍ଥିର ରହିବ, ବନ୍ଧୁଙ୍କ ଗହଣରେ ସମୟ କାଟିବେ
ପୁନର୍ବସୁ ନକ୍ଷତ୍ର- ଖର୍ଚ୍ଚ ବୃଦ୍ଧି ହେବ,ନିଜର ଭୁଲ୍ ନିଷ୍ପତ୍ତି ପାଇଁ ଅନୁତାପ କରିବେ
ଓଁ ନମଃ ଶିବାୟ ମନ୍ତ୍ରକୁ ୧୧ ଥର ପାଠ କରନ୍ତୁ
କର୍କଟ ରାଶି
ପୁନର୍ବସୁ ନକ୍ଷତ୍ର- ଆକସ୍ମିକ ବିପଦ ରହୁଥିବାରୁ ସତର୍କ ରହି କାମ କରନ୍ତୁ
ପୁଷ୍ୟ। ନକ୍ଷତ୍ର- ପୁରୁଣା ରୋଗରୁ ମୁକ୍ତି ପାଇବେ, ଅର୍ଥ ସମସ୍ୟା ଦୁର ହେବ
ଅଶ୍ଲେଷା ନକ୍ଷତ୍ର- କମ୍ ପରିଶ୍ରମରେ ଅଧିକ ଲାଭ ମିଳିବ,ମନରେ ଉତ୍ସାହ ଦେଖାଦେବ
ବୁଲା କୁକୁରକୁ ଖାଦ୍ୟ ଦାନ କରନ୍ତୁ
ସିଂହ ରାଶି
ମଘାନକ୍ଷତ୍ର- ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ, ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ
ପୂର୍ବା ଫାଲଗୁନୀ ନକ୍ଷତ୍ର- ମାନସିକ ଶାନ୍ତି ଓ ଆର୍ଥିକ ଲାଭର ଯୋଗ ରହିଛି
ଉତ୍ତରା ଫାଲଗୁନୀ ନକ୍ଷତ୍ର- ଖର୍ଚ୍ଚ ବଢିବା ଯୋଗୁଁ ମାନସିକ ଅଶାନ୍ତି ବଢିବ
ଶ୍ରୀହନୁମାନଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ
କନ୍ୟା ରାଶି
ଉତ୍ତରା ଫାଲଗୁନୀ ନକ୍ଷତ୍ର- ଆର୍ଥିକ ପରିସ୍ଥିତି ଖରାପ ଯୋଗୁଁ ଅଶାନ୍ତିରେ ରହିବେ
ହସ୍ତା ନକ୍ଷତ୍ର- ଆଶା କରୁଥିବା ଦିଗରୁ ସଫଳତା ଓ ଅର୍ଥ ମିଳିବ
ଚିତ୍ରା ନକ୍ଷତ୍ର- ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ, ନିଜ ଭୁଲ୍ ପାଇଁ ଅପମାନିତ ହେବେ
ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ୧୧ ଥର ପାଠ କରନ୍ତୁ
ତୁଳା ରାଶି
ଚିତ୍ରା ନକ୍ଷତ୍ର- ବିଳମ୍ବରେ କାର୍ଯ୍ୟ ସଫଳ ହେବ, ଧୈର୍ଯ୍ୟ ସହ କାମ କରନ୍ତୁ
ସ୍ବାତୀ ନକ୍ଷତ୍ର- ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖଶାନ୍ତିରେ କଟିବ
ବିଶାଖା ନକ୍ଷତ୍ର-ଆକସ୍ମିକ ବିପଦ ଥିବାରୁ ଜଗି ରଖି ଚଳନ୍ତୁ
ଅସହାୟ ବ୍ୟକ୍ତିଙ୍କୁ ଜଳଦାନ କରନ୍ତୁ
ବିଛା ରାଶି
ବିଶାଖା ନକ୍ଷତ୍ର- ଅର୍ଥକୁ ନେଇ ଅଶାନ୍ତିରେ ରହିବେ
ଅନୁରାଧା ନକ୍ଷତ୍ର- ପରୋପକାର କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ
ଜ୍ୟେଷ୍ଠା ନକ୍ଷତ୍ର- ପାରିବାରିକ ଜୀବନ ସୁଖମୟ ରହିବ,ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ
ହଳଦୀ ନିଜ ପାଖରେ ରଖନ୍ତୁ
ଧନୁ ରାଶି
ମୂଳାନକ୍ଷତ୍ର- ଉତ୍ସାହର ସହିତ କାର୍ଯ୍ୟ କରିବେ, ସଫଳତା ପାଇବେ
ପୂର୍ବାଷାଢା ନକ୍ଷତ୍ର- ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ, ଚେଷ୍ଟା କରୁଥିବା ଦିଗରୁ ଅର୍ଥ ପାଇବେ
ଉତ୍ତରାଷାଢା ନକ୍ଷତ୍ର- ଧନହାନୀ ହେବା ସହ ମାନସିକ ଅଶାନ୍ତି ଭିତରେ ସମୟ କଟିବ
କିଛି ବାଦାମ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ
ମକର ରାଶି
ଉତ୍ତରାଷାଢା ନକ୍ଷତ୍ର- ଶରୀର ପ୍ରତି ବିଶେଷ ଧ୍ୟାନ ଦେଇ ଚଳନ୍ତୁ
ଶ୍ରବଣା ନକ୍ଷତ୍ର- ସମସ୍ତ କାର୍ଯ୍ୟରେ ସଫଳତା ପାଇବେ, ଅନେକ ଦିନର ଆଶା ସଫଳ ହେବ
ଧନିଷ୍ଠା ନକ୍ଷତ୍ର- ପଡୋଶୀଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ
ମା’ଦୁର୍ଗାଙ୍କୁ ବେଲପତ୍ର ଓ କଦଳୀ ଅର୍ପଣ କରନ୍ତୁ
କୁମ୍ଭ ରାଶି
ଧନିଷ୍ଠା ନକ୍ଷତ୍ର- ଖର୍ଚ୍ଚ ବଢିବ, ପାରିବାରିକ ଅଶାନ୍ତି ଭିତରେ ସମୟ କଟିବ
ଶତଭିଷା ନକ୍ଷତ୍ର- ଶରୀର ପ୍ରତି ବିପଦ ଥିବାରୁ ଘରୁ ବାହାରିବେ ନାହିଁ
ପୂର୍ବାଭାଦ୍ରପଦ ନକ୍ଷତ୍ର- ଧୈର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ପାଇବେ
ଗରିବ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ
ମୀନ ରାଶି
ପୂର୍ବାଭାଦ୍ରପଦ ନକ୍ଷତ୍ର -ନିଜର କର୍ମମୟ ଜୀବନକୁ ନେଇ ଚିନ୍ତାରେ ରହିବେ
ଉତ୍ତରାଭାଦ୍ରପଦ ନକ୍ଷତ୍ର- ଧାର୍ମିକ ପରିବେଶରେ ସମୟ କଟିବ
ରେବତୀ ନକ୍ଷତ୍ର- ଦିନଟିକୁ ଜଗି ରଖି ଚଳନ୍ତୁ
ମା’ଙ୍କର କଥାକୁ ମାନି ଚଳନ୍ତୁ
ଜ୍ୟୋତିବିଦ୍ ଡ.ଶ୍ୟାମସୁନ୍ଦର ବାଗ୍
ଯୋଗାଯୋଗ- 9938571935
ଅମାନୁଷିକ: କରୋନା ବିରୋଧୀ ସଚେତନତା ବେଳେ ଆଶା କର୍ମୀଙ୍କୁ ପେଜ ମାଡ଼
ନୟାଗଡ଼: ମହାମାରୀ କରୋନା ସଂକ୍ରମଣ ରୋକିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ଗ୍ରାମାଞ୍ଚଳରେ କୋଭିଡ୍ ବିରୋଧୀ ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ଆଶା କର୍ମୀ ଓ ଅଙ୍ଗନୱାଡ଼ି ଦିଦି । ସେମାନେ ଘର ଘର ବୁଲି ଲୋକଙ୍କୁ ସେଚତନ କରାଉଛନ୍ତି । ତେବେ, କିଛି ଅମାନିଆ ନିୟମ ଉଲ୍ଲଂଘନ କରିବା ସହ ସେମାନଙ୍କ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନା ଗେଲିଗେଣ୍ଡା ଗାଁରେ ଜଣେ ଆଶା କର୍ମୀଙ୍କ ଉପରେ ଆକ୍ରମଣ ହୋଇଛି ।
ସୋମବାର ଅପରାହ୍ଣରେ ଆଶା କର୍ମୀ ମାଧୁରୀ ନାୟକ ଗାଁରେ ଘର ଘର ବୁଲି ଲୋକଙ୍କୁ କରୋନା କଟକଣା ବିଷୟରେ ସଚେତନ କରୁଥିଲେ । ଏହି ସମୟରେ ଗାଁର ମୁନୁ ଓ ତାଙ୍କ ସ୍ତ୍ରୀ ଆଶି ମାଧୁରୀଙ୍କ ମୁହଁ ଉପରକୁ ଗରମ ପେଜ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ମାଧୁରୀଙ୍କ ଗ୍ରାମବାସୀ ତୁରନ୍ତ ଦଶପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ବାଣିଗୋଚ୍ଛା ପୋଲିସ ଘଟଣାର ତଦନ୍ତ କରିବା ସହ ମୁନୁକୁ ଅଟକ ରଖିଥିବା ଜଣାପଡ଼ିଛି ।
ଦିଦିଙ୍କ କରୋନା ରାଜନୀତି, ‘ବଙ୍ଗ’ରେ ପଶି ପାରିବନି ଆନ୍ତଃ ମନ୍ତ୍ରିସ୍ତରୀୟ କେନ୍ଦ୍ରୀୟ ଦଳ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପଶି ପାରିବନି କେନ୍ଦ୍ର । କରିପାରିବନି କରୋନା ସ୍ଥିତିର ଆକଳନ । ସିବିଆଇ ଡର ନୁହେଁ ବରଂ ଲକଡାଉନ୍ ନିୟମ ଉଲ୍ଲଂଘନ ପରେ ଅକଳରେ ପଡ଼ିଛନ୍ତି ଦିଦି । ରାଜ୍ୟର କିଛି ସ୍ଥାନରେ ଲକଡାଉନ ନିୟମ ଉଲ୍ଲଂଘନ ନେଇ ଅଭିଯୋଗ ହୋଇଥିଲା । ଏହାପରେ କେନ୍ଦ୍ର ସରକାର ଆନ୍ତଃ ମନ୍ତ୍ରିସ୍ତରୀୟ କେନ୍ଦ୍ରୀୟ ଦଳ ପଠାଇବାକୁ ନିଷ୍ପତ୍ତି ନେଇଥିଲେ । ଯାହାକୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
We welcome all constructive support & suggestions, especially from the Central Govt in negating the #Covid19 crisis. However, the basis on which Centre is proposing to deploy IMCTs in select districts across India including few in WB under Disaster Mgmt Act 2005 is unclear.(1/2)
— Mamata Banerjee (@MamataOfficial) April 20, 2020
ସୋମବାର କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଥିଲା ମୁମ୍ବାଇ, ପୁଣେ, ଇନ୍ଦୋର, ଜୟପୁର, କୋଲକାତା ଆଦି ସହର ସହ ପଶ୍ଚିମବଙ୍ଗର ଅନ୍ୟ କିଛି ସ୍ଥାନରେ କରୋନା ସଂକ୍ରମଣର ସ୍ଥିତି ଗମ୍ଭୀର ରହିଛି । ଏହି ସ୍ଥାନ ଗୁଡ଼ିକରେ ଲକଡାଉନ୍ ନିୟମ ଉଲ୍ଲଂଘନ ସଂକ୍ରମଣକୁ ବ୍ୟାପକ କରିପାରେ ।

ସ୍ଥିତି ଆକଳନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ IMCTର ୬ ଜଣିଆ ଟିମ୍ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ରାଜସ୍ଥାନ ପଠାଇବା ପାଇଁ ନିଷ୍ପତ୍ତି ନେଇଛି । ଏହି ଟିମ୍ ବିଭିନ୍ନ ସହର ଗସ୍ତ କରି କରୋନାର ସ୍ଥିତି ପରଖିବା ସହ କେନ୍ଦ୍ରକୁ ରିପୋର୍ଟ ଦେବ ।

ମମତା, କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧ କରିବା ସହ ଏହା ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ କରୁଥିବା କହିଛନ୍ତି । ଟିମକୁ କିଛି ନିର୍ଦ୍ଦିଷ୍ଟ ସହରକୁ ପଠାଇବାର କଣ ମାନଦଣ୍ଡ କଣ ବୋଲି ପ୍ରଶ୍ନ କରିଛନ୍ତି । କେନ୍ଦ୍ର ଏହାର ଆଧାର ସ୍ପଷ୍ଟ ନକଲେ ଟିମକୁ ପଶ୍ଚିମବଙ୍ଗରେ ପୂରାଇ ଦିଆଯିବ ନାହିଁ ବୋଲି କହିଛନ୍ତି ।
୭ ଜିଲ୍ଲାର କେଉଁ କେଉଁ ଅଞ୍ଚଳ ପ୍ରତିବନ୍ଧିତ ? ପଢ଼ନ୍ତୁ ପୂରା ତଥ୍ୟ…
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । ସଂକ୍ରମଣ ରୋକିବାକୁ ସମ୍ପୃକ୍ତ ଅଞ୍ଟଳକୁ ସିଲ୍ କରି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏବେ ରାଜ୍ୟରେ ୪୯ଟି ସକ୍ରିୟ ସଂକ୍ରମିତ କେସ୍ ଥିବାବେଳେ ୨୪ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ କରୋନା ସଂକ୍ରମିତ ଜିଲ୍ଲା ତାଲିକାରେ ଥିବା ପୁରୀ, କଟକ ଆକ୍ରାନ୍ତ ସୁସ୍ଥ ହେବା ପରେ ୨ ଜିଲ୍ଲାରୁ କଣ୍ଟେନମେଣ୍ଟ ଜୋନ୍ ହଟିଛି । ତେବେ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଳାହାଣ୍ଡି, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାର ୧୫ଟି ଅଞ୍ଚଳ ପ୍ରତିବନ୍ଧିତ ରହିଛି ।

କଣ୍ଟେନମେଣ୍ଟ ଜୋନରେ କାହାରିକୁ ପ୍ରବେଶ ଅନୁମତି ନଥିବା ବେଳେ କେହି ବି ବାହାରକୁ ଯାଇପାରୁନାହାଁନ୍ତି । ସ୍ଥାନୀୟ ପ୍ରଶାସନ ଲୋକଙ୍କ ପାଖରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଉଛି । ସ୍ୱାସ୍ଥ୍ୟ କର୍ମୀ ଘରେ ଘରେ ପହଞ୍ଚି ନମୁନା ପରୀକ୍ଷା କରୁଛନ୍ତି । ନଜର ପକାନ୍ତୁ କେଉଁ ଜିଲ୍ଲାରେ କେତେ ରହିଛି ସଂକ୍ରମିତଙ୍କ ସଂଖ୍ୟା, କେଉଁ ସବୁ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ ହୋଇଛି ।
| ଜିଲ୍ଲା | ଆକ୍ରାନ୍ତ | ସୁସ୍ଥ | ମୃତ |
| ଖୋର୍ଦ୍ଧା | ୪୬ | ୧୭ | ୦୧ |
| ଭଦ୍ରକ | ୦୮ | ୦୨ | ୦୦ |
| ଯାଜପୁର | ୦୭ | ୦୧ | ୦୦ |
| ବାଲେଶ୍ୱର | ୦୩ | ୦୦ | ୦୦ |
| ସୁନ୍ଦରଗଡ଼ | ୦୩ | ୦୧ | ୦୦ |
| କେନ୍ଦ୍ରାପଡ଼ା | ୦୨ | ୦୦ | ୦୦ |
| କଳାହାଣ୍ଡି | ୦୨ | ୦୧ | ୦୦ |
| କଟକ | ୦୧ | ୦୧ | ୦୦ |
| ପୁରୀ | ୦୧ | ୦୧ | ୦୦ |
| ଢେଙ୍କାନାଳ | ୦୧ | ୦ | ୦୦ |
| ମୋଟ | ୭୪ | ୨୪ | ୦୧ |
ଖୋର୍ଦ୍ଧା
ଜିଲ୍ଲାରେ ସର୍ବାଧିକ ୪୬ ଜଣ ଆକ୍ରାନ୍ତ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାର ୩ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି । ପ୍ରତିବନ୍ଧିତ ଅଞ୍ଚଳରେ ରହିଛି ସୂର୍ଯ୍ୟନଗର ବମିଖାଲ ଓ ସତ୍ୟନଗର ।
ଭଦ୍ରକ
ରାଜ୍ୟର ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଜିଲ୍ଲା ଭଦ୍ରକ । ଜିଲ୍ଲାରେ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । କଣ୍ଟେନମେଣ୍ଟ ଜୋନରେ ରହିଛି ଜିଲ୍ଲାର ୫ଟି ଅଞ୍ଚଳ । ଖରିଡ଼ା, ବିନାୟକପୁର, ପଦ୍ମପୁର, ଲକ୍ଷ୍ମୀଦାଶପୁର, ରାହାଣିଆ, ତେସିଙ୍ଗା ସିଲ୍ ରହିଛି ।
ଯାଜପୁର
ତୃତୀୟ ସର୍ବାଧିକ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଜିଲ୍ଲାରେ । ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଜିଲ୍ଲାର ୨ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନରେ ଅଛି । ବ୍ରହ୍ମବରଦା, ରସୁଲପୁର ବ୍ଲକର ସାନ ତ୍ରିଲୋଚନପୁର, ସାଇପୁରକୁ ସିଲ୍ କରାଯାଇଛି ।
ବାଲେଶ୍ୱର
ଜିଲ୍ଲାରେ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ମିସନ୍ ଫିଲ୍ଡ ଗେଟ୍, ଚିଡ଼ିଆପୋଲ ନିକଟ ନିଳିଆବାଗ୍ ପ୍ରବେଶ ପଥ, ରାଣୀପାଟଣା ଛକ, ଆପଲ୍ ଟାୱାର ସିଲ୍ ହୋଇଛି ।
ସୁନ୍ଦରଗଡ଼
ଜିଲ୍ଲାରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ବିଶ୍ରା ବ୍ଲକର ଗୋଟିଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସିଲ୍ ମଧ୍ୟରେ ରହିଛି ଡରାଇ କେଲା, ପୁରୁଣା ବିଶ୍ରା, ବୁଢେଲଜର, ସନ୍ତୋଷପୁର ।
କେନ୍ଦ୍ରାପଡ଼ା
୨ ଜଣ ସଂକ୍ରମିତ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ୨ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ରାଧାନଗର, ବଳଭଦ୍ରପୁର, ସିତଳେଶ୍ୱର, ସିଳସ୍ଥମ୍ବ, ନିଆଳ, ଗୌଡ଼ପାଟଣା ଓ ଭଟ୍ଟପଡ଼ା, ମେଢ଼ପୁର, କଣ୍ଟିପୁର ଗୋପ, ନଳଦିଆ ଓ କାତକଣା ଗାଁ ସିଲ୍ ରହିଛି ।
କଳାହାଣ୍ଡି
ଜିଲ୍ଲାରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ଜିଲ୍ଲାର ଗୋଟିଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି । ସିଲ୍ ହୋଇ ରହିଛି ବେହେରାଗୁଡ଼ା, ପରିଜା, ଖମାର ହଳଦୀ ।
ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ୬ ପ୍ରକଳ୍ପକୁ ମଞ୍ଜୁରୀ, ସୃଷ୍ଟି ହେବ ୬,୫୨୫ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର: ଲକ୍ଷଣ ନଥିବା ମହାମାରୀ କରୋନା ଭୂତାଣୁ ସହ ଯୁଦ୍ଧ ଚାଲିଛି । ଦେଶ ସହ ରାଜ୍ୟ ଲଢ଼ୁଛି କରୋନା ଯୁଦ୍ଧ । କାମଧନ୍ଦା ବନ୍ଦ କରି ଲୋକ ଘରେ ବସିଛନ୍ତି । ଆର୍ଥିକ ସ୍ଥିତି ଧିମେଇ ଯାଇଥିବା ବେଳେ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଶିଳ୍ପ ଗତିବିଧିକୁ ଆଗେଇ ନେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୨୨ତମ ଉଚ୍ଚସ୍ତରୀୟ ଅନୁମୋଦନ ପ୍ରାଧିକରଣ ଏନେଇ ନିଷ୍ପତ୍ତି ନେଇଛି ।
୨ଟି ପ୍ରକଳ୍ପରେ ୮୮୫୦.୧୯ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛ । ଏହି ନିବେଶ ଦ୍ୱାରା ୫୨୫୦ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି । ସମୁଦାୟ ୯୧୦୦.୨୯ କୋଟିର ୬ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ଏଥିରେ ୬ ହଜାର ୫୨୫ ଜଣ ଲୋକଙ୍କୁ ନିଯୁକ୍ତି ମିଳିବ ।
ରୁଙ୍ଗଟା ମାଇନ୍ସ ଲିମିଟେଡ ଓ ଧୁନ୍ସେରୀ ଭେନ୍ଚର୍ସ ଲିମିଟେଡ ମୁଖ୍ୟତଃ ୮୮୫୦.୧୯ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ । ପୁଞ୍ଜି ନିବେଶ ପ୍ରକଳ୍ପ ମଧ୍ୟରେ ଧାତୁ, ବସ୍ତ୍ର ଓ ପୋଷାକ, ଲଜିଷ୍ଟିକ୍ସ ଏବଂ ଭିତ୍ତିଭୂମି କ୍ଷେତ୍ରରେ ନିବେଶ କରାଯିବ ।
ଫ୍ରଣ୍ଟଲାଇନରୁ ରିପୋର୍ଟିଂ କରୁଥିବା ୫୩ ସାମ୍ବାଦିକଙ୍କ ଠାରେ କରୋନା ପଜିଟିଭ୍
ମୁମ୍ବାଇ: କରୋନା ଯୋଦ୍ଧାକୁ କରୋନା । ଆଗଧାଡ଼ିରେ ରହି ଲୋକଙ୍କୁ ସୂଚନା ସହ ସଚେତନ କରାଉଥିବା ସାମ୍ବାଦିକମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସୁଛି । କେବଳ ମେଟ୍ରୋସିଟି ମୁମ୍ବାଇରେ ୫୩ ଜଣ ସାମ୍ବାଦିକଙ୍କ ଠାରେ କରୋନା ପଜିଟିଭ୍ ମିଳିଛି । ଏମାନଙ୍କ ମଧ୍ୟରେ ଫଟୋଗ୍ରାଫର, ଭିଡିଓ ଜର୍ଣ୍ଣାଲିଷ୍ଟ ଓ ରିପୋର୍ଟର ରହିଛନ୍ତି ।
53 journalists in Mumbai tested positive for #COVID19; All are under isolation.Samples of 171 journalists reporting from field,including Photographers,Video Journalists&Reporters,were collected.Most of the positive journalists were asymptomatic: Brihanmumbai Municipal Corporation pic.twitter.com/Q4eDRYuYBw
— ANI (@ANI) April 20, 2020
ମୁମ୍ବାଇ ମହାନଗର ନିଗମରେ କାର୍ଯ୍ୟ କରୁଥିବା ୧୭୧ ଜଣ ଫିଲ୍ଡ ରିପୋର୍ଟରଙ୍କ ନମୁନା ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୫୩ ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଛି । ତେବେ, ଅଧିକାଂଶଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି ।
ପୂର୍ବରୁ କରୋନା ରୋଗୀଙ୍କ ସେବାରେ ନିୟୋଜିତ ଡାକ୍ତର, ନର୍ସ, ପାରା ମେଡିକାଲ କର୍ମଚାରୀଙ୍କ ଠାରେ କରୋନା ଚିହ୍ନଟ ହୋଇଥିବା ବେଳେ ଏବେ ଏତେ ସଂଖ୍ୟକ ସାମ୍ବାଦିକ ଏକାଥରକେ କରୋନା ସଂକ୍ରମିତ ହେବା ଚିନ୍ତାର ବିଷୟ ପାଲଟିଛି । ସରକାର ସ୍ୱାସ୍ଥ୍ୟସେବାରେ ନିୟୋଜିତ କୋଭିଡ୍ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ସହାୟତା ଦେଉଥିବା ବେଳେ ସାମ୍ବାଦିକଙ୍କ ପାଇଁ କିଛି ବି ଘୋଷଣା କରିନାହାଁନ୍ତି ।





