ଦେଶରେ ବିପଦଜନକ ହେଉଛି କରୋନା ସ୍ଥିତି… ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ

corona updates in india

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରୁଛି ମହାମାରୀ କରୋନା ଭୂତାଣୁ । ଗତ ୨୪ ଘଣ୍ଟାରେ ୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଶହରୁ ଅଧିକ ଜଣଙ୍କ ଜୀବନ ନେଇଛି କରୋନା । ସେହିଭଳି ୫ ହଜାର ପାର କରିଛି ସୁସ୍ଥ ସଂଖ୍ୟା । ଏବେ ସାରା ଦେଶରେ ୧ ଲକ୍ଷ ୩୨ ହଜାର ରୁ ଉର୍ଦ୍ଧ୍ୱ ଆକ୍ଟିଭ କେସ୍‌ ଥିବାବେଳେ ୧ ଲକ୍ଷ ୩୩ ହଜାରରୁ ଅଧିକ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୭ ହଜାର ପାର କରିସାରିଛି । ସେହିଭଳି ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୭୪ ରୁ ଅଧିକ ।  ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି ।

୧୫ ଦିନ ମଧ୍ୟରେ ନିଜ ରାଜ୍ୟକୁ ଫେରିବେ ପ୍ରବାସୀ: ସୁପ୍ରିମକୋର୍ଟ

ସେହିଭଳି ଦିଲ୍ଲୀ, ମଧ୍ୟ ପ୍ରଦେଶ, ଗୁଜରାଟ, ତେଲେଙ୍ଗାନା, ୟୁପି, ପଞ୍ଜାବରେ ପଡିଛି କରୋନାର ଅଧିକ ପ୍ରଭାବ । ସେପଟେ  ସାରା ବିଶ୍ୱରେ ୭୨ ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୩୫ ଲକ୍ଷ ଲୋକ କରୋନାରେ ସୁସ୍ଥ ହୋଇଛନ୍ତି । ବିଶ୍ୱର ୬୦ ପ୍ରତିଶତ କେସ୍‌ ଆସିଛି କେବଳ ୭ଟି ଦେଶରୁ । ଏହି ୭ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ହେଉଛି ପ୍ରାୟ ୪୩ ଲକ୍ଷ । ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ବ୍ରାଜିଲ, ଋଷ, ସ୍ପେନ, ବ୍ରିଟେନ, ଭାରତ, ତୁର୍କୀ, ଜର୍ମାନୀ, ଇଟାଲୀ ଓ ପେରୁ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି ।

Leave a Reply