କରୋନା ଭୟ: ଅନ୍ୟ ରାଜ୍ୟରୁ ଘୁଷୁରୀ ଆମଦାନୀ ବନ୍ଦ କଲେ ମେଘାଳୟ ସରକାର
ଦେଶରେ ଲକ୍ଡାଉନ୍ ପରେ ମଧ୍ୟ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ସବୁ ରାଜ୍ୟ ସରକାର ଅନେକ ସତର୍କତା ଅବଲମ୍ବନ କରୁଛନ୍ତି । ମେଘାଳୟ ସରକାର ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସାମ ଏବଂ ଅରୁଣାଚଳ ପ୍ରଦେଶରେ କିଛି ଜିଲ୍ଲାରେ ପଶୁମାନଙ୍କ ଅଚାନକ ମୃତ୍ୟୁ ହେବା ଖବର ପ୍ରଚାରିତ ହେବା ପରେ ମେଘାଳୟ ସରକାର ଘୁଷୁରି ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କାରଣ ଏଠାରେ ଘୁଷୁରୀ ମାଂସ ହେଉଛି ଲୋକମାନଙ୍କର ମୁଖ୍ୟ ଖାଦ୍ୟ |
ଧେମାଜୀ, ଉତ୍ତର ଲାଖୀମ୍ପୁର, ବିଶ୍ୱନାଥ, ଦିବ୍ରୁଗଡ, ସିବସାଗର ଏବଂ ଜୋରହାଟ ଏବଂ ଅରୁଣାଚଳ ପ୍ରଦେଶର କେତେକ ଜିଲ୍ଲାରେ ଘଟିଛି ଅସ୍ୱଭାବିକ୍ ଭାବେ ଘୁଷୁରୀମାନଙ୍କ ମୃତ୍ୟୁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ମେଘାଳୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି ନକରିବା ପର୍ଯ୍ୟନ୍ତ ଅନ୍ୟ ରାଜ୍ୟରୁ ଘୁଷୁରି ଆମଦାନୀ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଣୀ ଚିକିତ୍ସା ବିଭାଗର ମୁଖ୍ୟ ସଚିବ ଏସପି ଅହମ୍ମଦ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି।
ସମସ୍ତ ସରକାରୀ ଘୁଷୁରୀ ଫାର୍ମ, ବେସରକାରୀ ଫାର୍ମ ଏବଂ ଘୁଷୁରି ଚାଷୀଙ୍କୁ ସ୍ୱଚ୍ଛତା ଏବଂ ଜୈବ ନିରାପତ୍ତା ସୁନିଶ୍ଚିତ କରିବା ଏବଂ ସରକାରୀ ଆଦେଶକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ବ୍ୟତୀତ ଘୁଷୁରିମାନଙ୍କ ମଧ୍ୟରେ ଅଧିକ ଜ୍ୱର କିମ୍ବା କୌଣସି ଅସାଧାରଣ ଲକ୍ଷଣ ଦେଖାଉଥିଲେ ତୁରନ୍ତ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିଷ୍ପତ୍ତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରୋଷ୍ଟନ୍ ଟିନସଙ୍ଗ କହିଛନ୍ତି ଯେ, ଉଭୟ ରାଜ୍ୟର ଘୁଷୁରିମାନେ କୌଣସି ଏକ ଫ୍ଲୁରେ ପୀଡିତ ଅଛନ୍ତି । ପରୀକ୍ଷା ରିପୋର୍ଟ ଆସିବା ପରେ ସବୁକିଛି କ୍ଲିୟର ହୋଇଯିବ ।
ରାଜଧାନୀରେ କୋହଳ ହେଲା କଟକଣା, ଅତ୍ୟାବଶ୍ୟକ ସାମଗ୍ରୀରେ ଯୋଡ଼ିହେଲା ଆଉ କିଛି ଦୋକାନ
ଭୁବନେଶ୍ୱର: ରାଜଧାନୀରେ କୋହଳ ହେଲା ଲକଡାଉନ କଟକଣା । ଏନେଇ ବିଏମ୍ସି ପକ୍ଷରୁ ଗାଇଡ୍ ଲାଇନ ଜାରି ହୋଇଛି । ଏଣିକି ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବା ସହ ପଶୁ ଖାଦ୍ୟ, ମଞ୍ଜି, ସାର ଓ କୀଟନାଷକ ମିଳୁଥିବା ଦୋକାନ ଖୋଲିବ । ସେହିପରି ସ୍ୱାସ୍ଥ୍ୟ ଉତ୍ପାଦ ମିଳୁଥିବା ଷ୍ଟେସନାରୀ ଦୋକାନ ଖୋଲା ରହିବ । ତେବେ ଦୋକାନଗୁଡିକରେ ୫୦ପ୍ରତିଶତ କର୍ମଚାରୀ ରହିବା ନେଇ ଗାଇଡ଼ ଲାଇନରେ ଉଲ୍ଲେଖ ରହିଛି । ସେହିପରି ସମସ୍ତ ପ୍ରକାର ଇଲେକ୍ଟ୍ରିକାଲ୍ସ ଓ ଇଲୋକ୍ଟ୍ରୋନିକ୍ସ ଦୋକାନ, ବହି ଦୋକାନ, ଗ୍ୟାରେଜ୍, ଟାୟାର ଓ ମୋଟର ପାର୍ଟ୍ସ ଦୋକାନ, ପାର୍ସଲ ଯୋଗାଉଥିବା ରେଷ୍ଟୁରାଣ୍ଟ, ସମସ୍ତ ପ୍ରକାର ଅନ୍ଲାଇନ ଦୋକାନ ଖୋଲିବ ।
ସେପଟେ ମୋବାଇଲ୍, ଇଣ୍ଟରନେଟ୍ ସେବା, କେବୁଲ ସେବା/DTH ସେବା ଖୋଲାରହିବ । ପେଟ୍ରୋଲ ପମ୍ପ, LPG, ପେଟ୍ରୋଲ୍ ଓ ଗ୍ୟାସ୍ର ରିଟେଲ ଦୋକାନ, ସିକ୍ୟୁରିଟି ଓ ପରିଚାଳନା ସେବା, ହୋଟେଲ, ମୋଟେଲ, ଲଜ୍ ଆଦି ଖୋଲା ରହିବ । ଘରୋଇ ଇଲେକ୍ଟ୍ରିସିଆନ, ପ୍ଲମ୍ବର, ବଢେଇ, କମ୍ପ୍ୟୁଟର ମରାମତି ଦୋକାନ ଖୋଲା ରହିବ । ସେହିପରି ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଚାଲୁ ରହିବ । ଏଥିପାଇଁ ସିମେଣ୍ଟ, ରଡ୍, ଚିପ୍ସ ଆଦି ଦୋକାନ ଖୋଲା ରହିବ ବୋଲି ନିଷ୍ପତ୍ତି ହୋଇଛି । କିନ୍ତୁ କୈାଣସି ସଂସ୍ଥା ବାହାରୁ ଶ୍ରମିକ ମଗାଇ ପାରିବେ ନାହିଁ । ବାହାରୁ ଶ୍ରମିକ ମଗାଇ କାମକଲେ ମାଲିକ ବିଦୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ମଲ୍ ହୋମ୍ ଡେଲିଭରୀ କରିପାରିବେ । ରିଲାଏନ୍ସ ଫ୍ରେସ୍, ବିଗ୍ ବଜାର, ଉପଲ ଫେଡ୍ ଓ ଚିଲିକା ଫ୍ରେସ୍ ଖୋଲା ମଧ୍ୟ ଖୋଲାରହିବ । ବ୍ୟାଙ୍କ ସହ ଏଟିଏମ୍, ଆଇଟି ଭେଣ୍ଡର ଖୋଲା ରହିବ । ଏହି କାର୍ଯ୍ୟାଳୟଗୁଡିକ ୩୦% କର୍ମଚାରୀରେ କାମ କରିବେ । ତେବେ ଦୋକାନୀ ମାଲିକ ଓ କର୍ମଚାରୀ ଟ୍ରେଡ ଲାଇସେନ୍ସ ଦେଖାଇ ଯାଇପାରିବେ । ଅନ୍ୟପଟେ ସମସ୍ତ ପ୍ରକାର ମାର୍କେଟ କମ୍ପଲେକ୍ସ, ମଲ୍ଟି ଓ ସିଙ୍ଗଲ୍ ବ୍ରାଣ୍ଡ ମଲ୍ ବନ୍ଦ ରହିବ । ଜିମ୍, ଗେମ୍ ପାର୍ଲର, ସେଲୁନ୍, ସ୍ପା, ବ୍ୟୁଟିପାର୍ଲର, ମସାଜ୍ ସେଣ୍ଟର, ପାନ, ଚାହା, କଫି, ଫାଷ୍ଟ ଫୁଡ୍, ଟିଫିନ୍, ଫ୍ରୁଟ୍ ଜୁସ୍ ଦୋକାନ ବନ୍ଦ ରଖିବାକୁ ବିଏମସି ଗାଇଡଲାଇନ ଜାରି କରିଛି ।
ମେଳି ବାନ୍ଧିବାକୁ ମନା କରିବାରୁ କରୋନା ଯୋଦ୍ଧାଙ୍କୁ ଆକ୍ରମଣ, ଭିଡିଓ ଭାଇରାଲ…
ପଶ୍ଚିମବଙ୍ଗ: ପୁଣି କରୋନା ଯୋଦ୍ଧାଙ୍କୁ ଆକ୍ରମଣ । ଅସହାୟ ମଣିଲେ କରୋନା ଯ଼ୋଦ୍ଧା । ଏମିତି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ପଶ୍ଚିମବଙ୍ଗ ହାଉଡା ଅଞ୍ଚଳରୁ । ହାଉଡ଼ା ଟିକିଆପଡାର ଏକ ମାର୍କେଟରେ ଏଭଳି ଘଟଣା ଘଟିଥିବା ଦେଖାଯାଇଛି ।
କିଛି ଦୁର୍ବୃତ୍ତ ପୋଲିସ ଉପରକୁ ଢେଲା ମାଡ଼ କରିଛନ୍ତି । ଢ଼େଲା ମାଡ଼ରେ ଦୁଇ ଜଣ ପୋଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଜି ଉକ୍ତ ମାର୍କେଟରେ ଲୋକଙ୍କର ଭିଡ଼ ଜମିବାକୁ ଲାଗିଥିଲା । ଏହାକୁ ରୋକିବାକୁ ଚେଷ୍ଟା କରିବାରୁ ପୋଲିସ କର୍ମୀଙ୍କୁ ଲୋକଙ୍କ ଢ଼େଲା ମାଡ଼ର ଶିକାର ହେବାକୁ ପଡ଼ିଥିଲା ।
ସୂଚନାଅନୁଯାୟୀ ବଜାରରେ ଭିଡ଼ ଜମୁଥିବା ଖବର ପାଇ ପ୍ରଥମେ ପୋଲିସ କର୍ମୀମାନେ ସେଠାରେ ପହଁଚିଥିଲେ । ଆଉ ଗହଳି ନକରିବାକୁ ଲୋକଙ୍କୁ ବୁଝାସୁଝା କରିବା ସହ ଅନୁରୋଧ କରିଥିଲେ । ହେଲେ ଲୋକମାନେ ବୁଝିବାକୁ ନାରାଜ ଥିଲେ । ପୋଲିସ ବାରମ୍ବାର ଗହଳି ନକରିବାକୁ କହିବାରୁ କିଛି ଲୋକେ ଉତ୍ୟକ୍ତ ହୋଇ ସଂଘବଧ ଭାବେ ଆକ୍ରମଣ କରିଥିଲେ । ଏହାସହ ଢେଲା ମାଡ଼ ମଧ୍ୟ କରିଥିଲେ । ଫଳରେ ଅସହାୟ ଅବସ୍ଥାରେ ପୋଲିସ କର୍ମୀମାନେ ସେଠାରୁ ଦୌଡି ପଳାଇଥିଲେ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସାରା ଦେଶରେ ଏଭଳି ଘଟଣାକୁ ନିନ୍ଦା କରାଯାଉଛି ।
https://www.facebook.com/itzvickky/videos/pcb.10219575216882599/10219575216402587/?type=3&theater
https://www.facebook.com/photo.php?fbid=10219575215562566&set=pcb.10219575216882599&type=3&theater
https://www.facebook.com/itzvickky/videos/pcb.10219575216882599/10219575216402587/?type=3&theater
ଲକ୍ଡାଉନ୍ ପରେ ଓକିଲଙ୍କ ଗ୍ରୀଷ୍ମ ଛୁଟି ବାତିଲ ପାଇଁ ପ୍ରସ୍ତାବ
କଟକ: ଲକ୍ଡାଉନ୍ ଖୋଲିବା ପରେ ଓକିଲଙ୍କୁ ମିଳିବନି ଗ୍ରୀଷ୍ମ ଛୁଟି ! ସୂଚନାଅନୁଯାୟୀ କଟକ-ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି ବାତିଲ କରିବାକୁ ପ୍ରସ୍ତାବ ଦିଆଯାଇଛି । ଆସନ୍ତା ମେ’ ୩ରେ ଲକ୍ ଡାଉନ ଅବଧି ଶେଷ ହେବା ପରେ ଯଦି ସରକାର ପୁଣି ଏହାର ଅବଧି ନବଢ଼ାନ୍ତି ତେବେ ହାଇକୋର୍ଟ ଓକିଲଙ୍କୁ ଆଉ ଗ୍ରୀଷ୍ମ ଛୁଟି ଦିଆଯିବ ନାହିଁ । ଏନେଇ କୌଣସି ସଠିକ୍ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ଏଭଳି ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି ।
ଆଡଭୋକେଟ ଜେନେରାଲ ଓ ହାଇକୋର୍ଟ ବାର ଆସୋସିଏସନର ପରାମର୍ଶ ପରେ ଗ୍ରୀଷ୍ମ ଛୁଟି ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।
ପଥର ଖଣିରେ ଜଗି ବସିଥିଲା ମୃତ୍ୟୁ, ମାଟି ଅତଡ଼ା ଖସି ଚାଲିଗଲା ୩ ଜୀବନ
ଗଞ୍ଜାମ: ମାଟି ଅତଡ଼ା ଖସି ଚାଲିଜଲା ୩ ଜଣଙ୍କର ଜୀବନ । କାମ କରୁଥିବା ବେଳେ ଖସିଥିଲା ମାଟି ଅତଡ଼ା । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ଗାଁ ନିକଟ ପଥର ଖଣିରେ ଘଟିଛି ଏଭଳି ଘଟଣା ।
ସୂଚନା ଅନୁଯାୟୀ, ଶ୍ରମିକ ମାନେ ସବୁଦିନ ଭଳି ଆଜି ମଧ୍ୟ କାମକୁ ଯାଇଥିଲେ । କିନ୍ତୁ ଆଜି ବୋଧେ ତାଙ୍କର ଭାଗ୍ୟର ନିୟତିରେ କିଛି ଅଲଗା ଲେଖାଥିଲା । ପଥର ଖଣିରେ ଜଗି ବସିଥିଲା କାଳ । କାମ କଲା ବେଳେ କାଳ ତାର ଇଚ୍ଛାକୁ ପୁରଣ କରିଥିଲା । ଅପରାହ୍ନରେ ପଥର ଖଣିରେ କାମ କରୁଥିବା ସମୟରେ ହଠାତ୍ ଉପରୁ ମାଟି ଓ ପଥର ଅତଡ଼ା ଖସିଥିଲା । ଯେଉଁଥିରେ ୩ ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ଘଟଣା ସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା । ମୃତ ଶ୍ରମିକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୁରୁଣା ଭିଡିଓ ଶେୟାର କରି ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ୫୦ ସବୁଠାରୁ ବଡ଼ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ତାଲିକା ପ୍ରକାଶ ପରେ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ରାହୁଲ ଗାନ୍ଧି । କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ନିଜ ଟ୍ୱିଟ୍ ଜରିଆରେ ପୁଣି ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି । ରାହୁଲ ନିଜ ଟ୍ୱିଟ୍ ଜରିଆରେ କହିଛନ୍ତି ଯେ, ସେ ପୂର୍ବରୁ ସଂସଦରେ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ନାଁ ଘୋଷଣା କରିବାକୁ ଦାବି କରିଥିଲେ । କିନ୍ତୁ ତାଙ୍କ କଥାକୁ ଚାପି ଦିଆଯାଇଥିଲା । ଆଉ ତଥ୍ୟ ଦେବାକୁ ମନା କରାଯାଇଥିଲା । କାରଣ ସେଥିରେ ବିଜେପିର ଅନେକ ବନ୍ଧୁଙ୍କ ନାଁ ସାମିଲ ଥିଲା । ତେଣୁ ସରକାର ସେତେବେଳେ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ନାଁ ଘୋଷଣା କରିନଥିଲେ ।
संसद में मैंने एक सीधा सा प्रश्न पूछा था- मुझे देश के 50 सबसे बड़े बैंक चोरों के नाम बताइए।
वित्तमंत्री ने जवाब देने से मना कर दिया।
अब RBI ने नीरव मोदी, मेहुल चोकसी सहित भाजपा के ‘मित्रों’ के नाम बैंक चोरों की लिस्ट में डाले हैं।
इसीलिए संसद में इस सच को छुपाया गया। pic.twitter.com/xVAkxrxyVM
— Rahul Gandhi (@RahulGandhi) April 28, 2020
ଏବେ ଆର୍ବିଆଇ ପକ୍ଷରୁ ପ୍ରମୁଖ ବ୍ୟଙ୍କ ଋଣ ଖିଲାପକାରୀଙ୍କ ତାଲିକା ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, କାହିଁକି ସରକାର ସେତେବେଳେ ଋଣ ଖିଲାପକାରୀଙ୍କ ନାଁ ଘୋଷଣା କରିନଥିଲେ । କାରଣ ତାଲିକାରେ ନୀରବ ମୋଦୀ, ମେହୁଲ ଚୋକସିଙ୍କ ସମେତ ଅନେକ ବିଜେପି ବନ୍ଧୁଙ୍କ ନାମ ରହିଛି ବୋଲି ରାହୁଲ କହିଛନ୍ତି ।
This is why Finance Minister @nsitharaman tried to escape from a straight & clear question asked by Rahul Gandhi.
Sadly – the truth can never stay hidden too long.
Massive kudos to RG for calling the govt’s bluff way back in March!
PS: Here’s the list if anyone missed it 😊 https://t.co/OA4moYdTYz pic.twitter.com/JsaoBewhBT
— Saket Gokhale MP (@SaketGokhale) April 28, 2020
ସୂଚନାଥାଉକି, ଗତ ମାର୍ଚ୍ଚରେ ବଜେଟ୍ ଅଧିବେଶନରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଲୋକସଭାରେ ବ୍ୟାଙ୍କିଂ ଠକେଇ ପ୍ରସଙ୍ଗ ଉଠାଇଥିଲେ । ସେ ଦେଶର ପ୍ରାୟ ୫୦ ପ୍ରମୁଖ ବ୍ୟାଙ୍କ ଖିଲାପକାରୀ କିଏ ବୋଲି ପ୍ରଶ୍ନ କରି ସରକାରଙ୍କୁ ତଥ୍ୟ ମାଗିଥିଲେ । କିନ୍ତୁ ସେତେବେଳେ ସରକାରଙ୍କ ପକ୍ଷରୁ କୌଣସି ତଥ୍ୟ ସାମ୍ନାକୁ ଆସିନଥିଲା ।
ବାଲେଶ୍ୱରର ସୁପର୍ ସ୍ପ୍ରେଡର ପାଲଟିଛନ୍ତି ୬୧ ନମ୍ବର ରୋଗୀ,କେତେ ଜଣ ତାଙ୍କ ପାଇଁ ହୋଇଛନ୍ତି ସଂକ୍ରମିତ ?
ବାଲେଶ୍ୱର: ବାଲେଶ୍ୱରରେ ୧୬କୁ ବୃଦ୍ଧି ପାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହା ଭିତରେ ଏମିତି ଗୋଟିଏ ଖବର ଆସିିଛି ଯାହା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ଜିଲ୍ଲାରେ ସୁପର ସ୍ପ୍ରେଡର ପାଲଟିଛନ୍ତି ଜଣେ ପେସେଣ୍ଟ । ଏହି ଆକ୍ରାନ୍ତ ଜଣେ ଦି’ଜଣ ନୁହନ୍ତି ୧୧ ଜଣଙ୍କୁ ସଂକ୍ରମିତ କରିଛନ୍ତି । ଜିଲ୍ଲାରେ ସୁପର ସ୍ପ୍ରେଡର ପାଲଟିଥିବା ଏହି ଆକ୍ରାନ୍ତ ହେଉଛନ୍ତି ସଂକ୍ରମିତ ସଂଖ୍ୟା-୬୧ । ଆକ୍ରାନ୍ତ ଜଣଙ୍କ ସଂସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତି ପେସେଣ୍ଟ ନଂ-୧୦୪, ୧୦୫, ୧୦୬ ଏବଂ ୧୦୭ । ପୂର୍ବରୁ ତାଙ୍କ ସଂସ୍ପର୍ଶରେ ଆସିଥିଲେ ୭୫,୭୬,୭୭,୭୮, ୭୯, ୮୮ ଓ ୮୯ ନମ୍ବର ଆକ୍ରାନ୍ତ । ତଥ୍ୟକୁ ମିଶାଇଲେ ମୋଟ ୧୧ ଜଣଙ୍କ ସଂପର୍କରେ ଆସିଛନ୍ତି ଆକ୍ରାନ୍ତ ଜଣଙ୍କ ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଟ୍ରାଭେଲ ହିଷ୍ଟ୍ରିରେ ଆସିଛି ଏଭଳି ତଥ୍ୟ । ନେଳିଆବାଗର ୧୦୪, ୧୦୫, ୧୦୬,୧୦୭ ନମ୍ବର ଆକ୍ରାନ୍ତ ଜଣଙ୍କ ୬୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ୨୨ ମାର୍ଚ୍ଚରୁ ୧୮ ଏପ୍ରିଲ ଯାଏ କ୍ୱାରେଣ୍ଟାଇନରେ ଥିଲେ । ପରେ ୧୯ ଏପ୍ରିଲରୁ ୨୬ ଏପ୍ରିଲ ଯାଏଁ କଣ୍ଟେନମେଣ୍ଟ ଜୋନ ସମୟରେ ଘରେ ରହିଥିଲେ । ୨୬ ଏପ୍ରିଲରେ ତାଙ୍କ ରିପୋର୍ଟର ପଜିଟିଭ ଆସିଥିଲା । ଅନ୍ୟପଟେ ପେସେଣ୍ଟ ନମ୍ବର-୭୯ଙ୍କ ସଂପର୍କରେ ଆସିଛନ୍ତି ପେସେଣ୍ଟ ନମ୍ବର-୧୦୮ । ସେ ମଧ୍ୟ ହୋମ କ୍ୱାରେଣ୍ଟାଇନ ଓ କଣ୍ଟେନମେଣ୍ଟ ଜୋନ ବେଳେ ଘରେ ରହିଥିଲେ । ପରେ ୨୬ ଏପ୍ରିଲରେ ତାଙ୍କ ରିପୋର୍ଟ ପଜିଟିଭି ଆସିଥିଲା । ସମସ୍ତଙ୍କୁ ୨୭ ଏପ୍ରିଲରେ କଟକ ଅଶ୍ୱିନୀ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସିପି କ’ଣ ପାଇଁ କହିଲେ, ସବ୍କା ଟାଇମ୍ ଆଏଗା ?
ଭୁବନେଶ୍ୱର: ସାରା ବିଶ୍ୱ ସମେତ ଦେଶ ତଥା ଆମ ରାଜ୍ୟ ମଧ୍ୟ ଏବେ ଲକ୍ ଡାଉନ୍ ସ୍ଥିତି ଦେଇ ଗତି କରୁଛି । ଲକ୍ ଡାଉନ୍ ସମୟରେ ଘରୁ ବାହାରକୁ ନବାହାରିବା ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି । ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି ଲୋକଙ୍କୁ ଟିଭି ଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମ ଜରିଆରେ ମଧ୍ୟ ସଚେତନ କରାଯାଉଛି ।
ତେବେ ଏହାରି ମଧ୍ୟରେ ଟ୍ୱିନ୍ସିଟ୍ ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ ମଧ୍ୟ ଏକ ନିଆରା ଢ଼ଙ୍ଗରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ଶ୍ରୀ ଷଢ଼ଙ୍ଗୀ ନିଜ ଟ୍ୱିଟ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଆଉ ଏଭଳି ସ୍ଥିତିରେ ମଧ୍ୟ ସେ ନିଜ ଟ୍ୱିଟ୍ ଯୋଗେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଉ ଲୋକଙ୍କୁ ସଚେତନ କରିଛନ୍ତି ।
ସେ ନିଜ ଟ୍ୱିଟ୍ରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଇଂରାଜୀରେ ଲେଖାଯାଇଛି ‘ସବ୍କା ଟାଇମ୍ ଆଏଗା’ । ଏହା ଦ୍ୱାରା ସେ କହିଛନ୍ତି ଯେ, ଲୋକମାନେ ଆଜି ଯଦି ଘରେ ରହିବେ ତେବେ ସୁରକ୍ଷିତ ରହିବେ । ଘରେ ରହିଲେ ସେମାନଙ୍କ ଜୀବନ ପ୍ରତି ବିପଦ ନାହିଁ ବୋଲି ସେ କହିବାକୁ ଚାହିଁଛନ୍ତି ।
https://twitter.com/SarangiSudhansu/status/1255112584333684736
କରୋନା ବିରୋଧୀ ଯୁଦ୍ଧ: ଓଡ଼ିଶାରେ ହସ୍ପିଟାଲରେ ରୋବର୍ଟ ଯୋଗାଇବ ଆବଶ୍ୟକୀୟ ସାମଗ୍ରୀ !
କଟକ: କରୋନାକୁ ନେଇ ସମସ୍ତେ ଚିନ୍ତାରେ । କେମିତି ଏହି ରୋଗକୁ ମାତ୍ ଦିଆଯିବ ସେନେଇ ଚାଲିଛି ପ୍ରୟାସ । ଏବଂ ଏଥିପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଲକଡାଉନର ସାହାରା ମଧ୍ୟ ନେଇଛନ୍ତି ।
ଭାରତ କରୋନାକୁ ଯଦିଓ କିଛି ମାତ୍ରାରେ ନିୟନ୍ତ୍ରଣ କରିପାରିଛି । ତଥାପି ଏହାକୁ ନେଇ ସମସ୍ତଙ୍କ ମନରେ ଭୟ ଦେଖାଦେଇଛି । ତେବେ ଏହି ପରିସ୍ଥିତିରେ ସାମାଜିକ ଦୂରତାକୁ ବିଶେଷ ଧ୍ୟାନ ଦିଆଯାଉଛି ।

ଏହାକୁ ନଜରରେ ରଖି କଟକରେ ତିଆରି ହୋଇଛି ରୋବର୍ଟ । ରୋବର୍ଟ ହସ୍ପିଟାଲରେ ଥିବା ରୋଗୀଙ୍କ ପାଖକୁ ଯାଇ ସେମାନଙ୍କୁ ଦରକାରୀ ଜିନିଷ ଯୋଗାଇବାକୁ ସହାୟକ ହେବ । ତେବେ କଟକର ଖପୁରିଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ତିଆରି କରାଯାଇଛି ୨ଟି ରୋବର୍ଟ ।

ଏହି ୨ଟି ରୋବର୍ଟ କୋଭିଡ ହସ୍ପିଟାଲରେ ରୋଗୀ ଚିକିତ୍ସାରେ ସହଯୋଗ କରିବେ । ପ୍ରତିଷ୍ଠାନର ୫ଜଣ ଶିକ୍ଷକ ଓ ସାକ୍ ବୟୋଟିକ ଲାଵର ଇଂଜିନିୟର ୧୫ଦିନରେ ଏହି ରୋବର୍ଟ ତିଆରି କରି ଦେଖାଇଛନ୍ତି । ଆହୁରି ୨ଟି ରୋବର୍ଟ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଚିମ୍ ।

