ମୃତ୍ୟୁର ୩ ଦିନ ପୂର୍ବରୁ କଣ କରିଥିଲେ ସୁଶାନ୍ତ, ଜାଣନ୍ତୁ

1 min read
house maid of sushant singh rajput reveals he was unable to pay salary to them

ମୁମ୍ବାଇ: ବଲିଉଡ ଆୱାର୍ଡ ୱିନିଂ ସୁଶାନ୍ତ ସିଂହ ରାଜପୁତ ଚଳିତ ମାସ ୧୪ ତାରିଖରେ ଦୁନିଆକୁ ଅଲବିଦା କହି ଚାଲିଗଲେ । ସୁଶାନ୍ତ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ଅନେକ ଲୋକଙ୍କୁ ଆଚମ୍ବିତ କରିଥିଲା । ନିକଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଏଥି ସହ ତାଙ୍କ ମୃତ୍ୟୁ ଜଡିତ ତଦନ୍ତ ଜାରି ରହିଛି । ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ହାଉସ ମେଡ୍ ଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ କିଛି ଦିନରେ ସୁଶାନ୍ତ ସିଂ ରାଜପୁତ କେମିତି ଥିଲେ ସେ ନେଇ ହାଉସ୍ ମେଡ୍ ପ୍ରକାଶ କରିଛନ୍ତି ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପୋଲିସ ପଚରାଉଚରା ଜାରି ରଖିଛି। ତେବେ ହାଉସ୍ ମେଡଙ୍କ ସହ କଥା ହେବା ପରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ହାଉସ୍ ମେଡ୍ ଙ୍କ କହିବା ଅନୁସାରେ ଗତ ଦିନ ମଧ୍ୟରେ ସୁଶାନ୍ତ ବହୁତ ଅପସେଟ୍ ଥିଲେ। ସେ ଆତ୍ମହତ୍ୟା କରିବାର ଶେଷ ୩ ଦିନରେ କାହା ସହିତ କଥାବାର୍ତ୍ତା ମଧ୍ୟ କରୁନଥିଲେ ।

ସୁଶାନ୍ତ ତାଙ୍କ ଘର ଭଡା ସହ ଅନ୍ୟାନ୍ୟ ଉଦ୍ଧାରୀ ଖର୍ଚ୍ଚ ସୁଝାଇ ଦେଇଥିଲେ । କିନ୍ତୁ ସେ ତାଙ୍କ ଘରେ କାମ କରୁଥିବା ଲୋକଙ୍କ ଦରମା ଦେଇପାରିବେ କି ନାହିଁ ଜାଣିନଥିଲେ । ସୂଚନାଯୋଗ୍ୟ ଯେ, ସେ ଦୀର୍ଘ ୬ ମାସ ଧରି ଡିପ୍ରେସନର ଶିକାର ହୋଇଥିଲେ । ତାଙ୍କର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ମଧ୍ୟ ଚାଲିଥିଲା ।

ରିପୋର୍ଟ ଅନୁସାରେ ଶେଷ ଥର ପାଇଁ ସୁଶାନ୍ତ ନିଜ ଭଉଣୀ, ତାଙ୍କ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ରିଆ ଓ ପବିତ୍ର ରିସ୍ତା କୋ-ଷ୍ଟାର ମହେଶ ଶେଟ୍ଟୀଙ୍କୁ କଲ କରିଥିଲେ । ଏବେ ପୋଲିସ ଏହି ମାମଲା ନେଇ ଯାଞ୍ଚ ଜାରି ରଖିଛି । ସୁଶାନ୍ତଙ୍କ ଫୋନ୍, ଲାପଟପ୍ ଫରେନ୍ସିକ ପାଇଁ ପଠାଯାଇଛି । ତାଙ୍କ ଅନ୍ତିମ ସଂସ୍କାରରେ ବଲିଉଡର ଅନେକ ସେଲିବ୍ରିଟି ମଧ୍ୟ ସାମିଲ ଥିଲେ ।

 

Leave a Reply