ରାଜ୍ୟରେ ୧୭୫ ନୂଆ ସଂକ୍ରମିତ ଚିହ୍ନଟ

1 min read

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଆସୁଛି ଶତାଧିକ କରୋନା ସଂକ୍ରମଣର ମାମଲା । କିଛିଦିନ ହେବ ରାଜ୍ୟରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ୧୦୮ ଆଜି ୨୪ ଘଣ୍ଟାରେ ରାଜ୍ୟରେ ୧୭୫ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସମୁଦାୟ ୧୭୫ଜଣ ସଂକ୍ରମିତ ମଧ୍ୟରୁ ୧୪୫ଟି ମାମଲା କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୦ଟି ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇ ୪୩୩୮ରେ ପହଞ୍ଚିଛି ।

ତେବେ ସବୁଠୁ ଅଧିକ ସଂକ୍ରମିତ ୫୭ଜଣ ଗଜପତିରୁ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରେ ୨୫, ପୁରୀରୁ ୧୮, ବରଗଡ଼ରୁ ୧୧, କନ୍ଧମାଳ ଓ ଜଗତସିଂହପୁରରୁ ୭ ଲେଖାଏଁ, ମୟୁରଭଞ୍ଜ ଓ ସୁନ୍ଦଗଡ଼ରୁ ୫ ଲେଖାଏଁ , ବାଲେଶ୍ୱରରୁ ୬, ନୂଆପଡ଼ାରୁ ୪, ବଲାଙ୍ଗୀରରୁ ୩,  ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଗଞ୍ଜାମରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ୨୧ ଆଗ୍ନିକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୩ଶହ ୩୮ରେ ପହଞ୍ଚିଛି । ୨୯୭୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ୧୩୫୦ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।

Leave a Reply