ଆଜି ମହାପ୍ରଭୁଙ୍କ ପାଖରେ ଲାଗି ହେବ ଦଶମୂଳ ଔଷଧ

ପୁରୀ: ଅଣସର ଘରେ ଶ୍ରୀଜିଉ । ଆଜି ଚତୁର୍ଦ୍ଧାମୂର୍ତିଙ୍କ ଖଳିଲାଗି ନୀତି ଅନୁଷ୍ଠିତ ହେବ । ଏକାଦଶୀ ତିଥିରେ ଶ୍ରୀମନ୍ଦିର ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବାପରେ ଅନବସର ନୀତି କରାଯିବ । ଶ୍ରୀଜିଉମାନଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି ନୀତି ହେବାସହ ଭିତର ଭୋଗ ଅନୁଷ୍ଠିତ ହେବ ।

ଏହି ସମୟରେ ଶ୍ରୀଜିଉମାନଙ୍କୁ ଶ୍ରୀବୈଦ୍ୟମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଦଶମୂଳ ଔଷଧ ଲାଗି ହେବ । ଗତକାଲି ଦଶମୀରେ ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ମହାପ୍ରଭୁ ଚକାବିଜେ କରିଛନ୍ତି । ଆଜି ଦଶମୂଳ ଔଷଧ ଲାଗି ହେବାପରେ ଜ୍ୱର ଲାଘବ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେପଟେ ରଥ ଖଳାରେ ତିନି ରଥ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥର ବେଦୀ ସିଂହାସନ, ପାର୍ଶ୍ୱ ଦେବାଦେବୀ ଯୋଖା କାମ କରାଯିବ ।

Leave a Reply