ଚୀନର ଏହି ୫୦୦ ପ୍ରଡକ୍ଟକୁ ବହିଷ୍କାର କରିବାକୁ ନିଷ୍ପତ୍ତି

1 min read

ନୂଆଦିଲ୍ଲୀ: ଲଦାଖ ସୀମାକୁ ନେଇ ଭାରତ-ଚୀନ୍ ବିବାଦ ମଧ୍ୟରେ ବାଣିଜ୍ୟ ସଂଗଠନ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ଦେଶରେ ଚାଇନାର ଉତ୍ପାଦକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି । CAIT  ଏଥିପାଇଁ ୫୦୦ରୁ ଅଧିକ ଚାଇନିଜ୍ ଉତ୍ପାଦର ଏକ ତାଲିକା ପ୍ରକାଶ କରିଛି | ଲଦାଖରେ ଚୀନ୍ ସୈନିକଙ୍କ ଦ୍ୱାରା ଭାରତୀୟ ସୈନିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ସମଗ୍ର ଦେଶରେ ବ୍ୟବସାୟୀମାନେ ତୀବ୍ର ସମାଲୋଚନା କରିଛନ୍ତି ଏବଂ କହିଥିଲେ ଯେ ଯେତେବେଳେ ଚୀନ୍ ସୁଯୋଗ ପାଉଛି, ଏହା ଭାରତର ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରୁଛି । ଚୀନର ଏହି ମନୋଭାବ ଦେଶର ସ୍ୱାର୍ଥ ବିରୁଦ୍ଧ ଅଟେ । ଦେଶବାସୀଙ୍କ ନଜରକୁ ଆସି କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ଚାଇନାର ସାମଗ୍ରୀକୁ ବହିଷ୍କାର କରିବା ଏବଂ ଭାରତୀୟ ସାମଗ୍ରୀର ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜାତୀୟ ଅଭିଯାନ “ଭାରତୀୟ  ସାମାନ – ହମାରା ଅଭିମାନ” ଅଧୀନରେ ଏହାକୁ ଯୋଡି CAIT ମଙ୍ଗଳବାର ଠାରୁ ୫୦୦ରୁ ଅଧିକ ଜିନିଷର ଏକ ବଡ଼ ତାଲିକା ପ୍ରସ୍ତୁତ କରିଛି । ଏହା ଅଧୀନରେ ୩୦୦୦ରୁ ଅଧିକ ଉତ୍ପାଦ ଯାହା ଚାଇନାରେ ପ୍ରସ୍ତୁତ ହୋଇ ଭାରତକୁ ଆମଦାନୀ ହୋଇଥାଏ ।

CAIT ଚାଇନାର ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇଲେ

CAIT ଏହି ଜିନିଷଗୁଡ଼ିକୁ ବହିଷ୍କାର କରିବାକୁ ତାଙ୍କ ଅଭିଯାନ ଏବେ ପ୍ରଥମ ପର୍ଯ୍ୟାୟରେ ପହଞ୍ଚିଛି । ଚାଇନାର ଉତ୍ପାଦଗୁଡିକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇ ୨୦୨୧ ସୁଦ୍ଧା ୧ ଲକ୍ଷ କୋଟିର ଆମଦାନୀ ବନ୍ଦ କରିବାକୁ ଲକ୍ଷ୍ୟ ରଖିଛି CAIT ।

ଏହି ତାଲିକାରେ ଚୀନ ନିର୍ମିତ ଗାଡି ଯନ୍ତ୍ରାଂଶ, ଖେଳନା, ଲୁଗା, ହସ୍ତତନ୍ତ୍ର, ହାର୍ଡୱେର, ଆସବାବପତ୍ର କପଡା, ବସ୍ତ୍ର, ବିଲଡର୍ ହାର୍ଡୱେର୍, , ପୋଷାକ, ରୋଷେଇ ସାମଗ୍ରୀ, ଲଗେଜ୍, ହ୍ୟାଣ୍ଡ୍ ବ୍ୟାଗ୍, ପ୍ରସାଧନ ସାମଗ୍ରୀ, ଉପହାର ସାମଗ୍ରୀ, ବୈଦ୍ୟୁତିକ ଏବଂ ଇଲେକ୍ଟ୍ରୋନିକ୍ସ, ଫ୍ୟାଶନ୍ ପୋଷାକ, ଖାଦ୍ୟ, ଘଣ୍ଟା ଏବଂ ଅଳଙ୍କାର, ଷ୍ଟେସନାରୀ, କାଗଜ, ଘରୋଇ ସାମଗ୍ରୀ,  ଆଲୋକୀକରଣ, ସ୍ୱାସ୍ଥ୍ୟ ଉତ୍ପାଦ, ପ୍ୟାକେଜିଂ ଉତ୍ପାଦ, ଅଟୋ ପାର୍ଟସ୍, ସୂତା, ଫେଙ୍ଗ୍ ଶୁଇ ଆଇଟମ୍, ଦିୱାଲି ଏବଂ ହୋଲି ଆଇଟମ୍,  ଜୋତା ଏବଂ ବୈଦ୍ୟୁତିକ ସାମଗ୍ରୀ, ଆସବାବ ସାମଗ୍ରୀ ଅନ୍ତର୍ଭୂକ୍ତ ।

ପ୍ରଥମ ପର୍ଯ୍ୟାୟରେ ୩୦୦୦ରୁ ଅଧିକ ଆଇଟମ୍

CAIT ଜାତୀୟ ସଭାପତି ବିସି ଭାରତୀ ଏବଂ ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ CAIT ଅଭିଯାନକୁ ସ୍ପଷ୍ଟ କରି କହିଛନ୍ତି ଯେ, ବର୍ତ୍ତମାନ ଚୀନରୁ ଭାରତ ଆମଦାନୀ ପ୍ରାୟ ୫.୨୫ ଲକ୍ଷ କୋଟି ଅର୍ଥାତ୍ ବାର୍ଷିକ ୭୦ ବିଲିୟନ ଡ଼ଲାର୍ । ପ୍ରଥମ ପର୍ଯ୍ୟାୟରେ, CAIT ୩ହଜାରରୁ ଅଧିକ ଆଇଟମ୍ ଚୟନ କରିଛି, ଯାହା ଭାରତରେ ମଧ୍ୟ ତିଆରି ହୋଇଛି, କିନ୍ତୁ ଶସ୍ତା ପ୍ରଲୋଭନରେ ଏହି ଜିନିଷଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାରୁ ଆମଦାନୀ ହେଉଥିଲା ।

ଏହି ଜିନିଷଗୁଡ଼ିକର ଉତ୍ପାଦନରେ କୌଣସି ପ୍ରକାରର ଟେକ୍ନୋଲୋଜିର ଆବଶ୍ୟକତା ନାହିଁ । ତେଣୁ ଚାଇନାର ସାମଗ୍ରୀ ବଦଳରେ ଭାରତରେ ଉତ୍ପାଦିତ ସାମଗ୍ରୀକୁ ଅତି ସହଜରେ ବ୍ୟବହାର କରାଯାଇପାରିବ ଏବଂ ଭାରତ ଏହି ସାମଗ୍ରୀ ପାଇଁ ଚୀନ୍ ଉପରେ ନିର୍ଭରଶୀଳ ହେବ ନାହିଁ ।

ତେବେ କ୍ୟାଟ୍ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସମ୍ମୁଖରେ ଏହି ମାମଲା ରଖିବ ଏବଂ ଭାରତରେ ଏପରି ସାମଗ୍ରୀ ଉତ୍ପାଦନ ପାଇଁ ଦେଶର କ୍ଷୁଦ୍ର ଶିଳ୍ପ, ଷ୍ଟାର୍ଟଅପ୍ ଏବଂ ଦେଶର ଅନ୍ୟ ଉଦ୍ୟୋଗୀମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ସରକାରଙ୍କୁ ଅନୁରୋଧ କରିବ !

Leave a Reply