spot_img
Home Blog Page 7295

ଦୁବାଇରୁ ଭଦ୍ରକ ଭାୟା କୋଲକାତା ଦେଇ ଆସିଥିଲେ ଚତୁର୍ଥ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ବିଶ୍ୱ ଓ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବୁଧବାର ଅପରାହ୍ଣ ୩ଟା ସୁଦ୍ଧା ୨୦୩ ଦେଶରେ ସଂକ୍ରମଣ ବ୍ୟାପିଛି । ୮ ଲକ୍ଷ ୬୨ ହଜାର ୪୯୫ ଜଣ ସଂକ୍ରମିତ ହୋଇଛନ୍ତି । ୪୨ ହଜାର ୫୧୦ ଜଣଙ୍କ ମୃତ୍ୟୁ ହେଲାଣି । ଦେଶରେ ୧୫୯୦ ଜଣ ସଂକ୍ରମିତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ଆମେ ଭାବୁଛୁ ସମସ୍ତଙ୍କ ପାଇଁ ଆସନ୍ତା ୨ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ରହିବ । କରୋନା ପାଖରୁ ୧୫ ଦିନର ମହଲତ ଛଡ଼ାଇ ଆଣିବାକୁ ପଡ଼ିବ ବୋଲି କହିଛନ୍ତି କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

କରୋନା ପ୍ରଭାବ, ଜନ ପ୍ରତିନିଧି ଓ ଉଚ୍ଚ ପଦାଧିକାରୀଙ୍କ ଦରମା ସାମୟିକ ଭାବେ କମିଲା

ଏବେ ଯାଏଁ ରାଜ୍ୟରେ ୬୧୦ଟି ନମୁନାର ରିପୋର୍ଟ ମିଳିଛି । ୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ମଙ୍ଗଳବାର ଚିହ୍ନଟ ହୋଇଥିବା ଚତୁର୍ଥ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସେ ତଥ୍ୟ ରଖିଛନ୍ତି । ଯୁବକ ଜଣଙ୍କ ୭ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେ ୧୮ ମାର୍ଚ୍ଚରେ ଦୁବାଇରୁ କୋଲକାତା EK 570 ବିମାନରେ ଆସିଥିଲେ । ସେଠାରୁ ଟ୍ୟାକ୍ସିରେ ଏକା ହାୱାଡ଼ା ଷ୍ଟେସନ ଆସିଥିଲେ । ପରେ ଇଷ୍ଟକୋଷ୍ଟ ଏକ୍ସପ୍ରେସ କୋଚ ନଂ- S 11ରେ ଭଦ୍ରକ ଆସିଥିଲେ । ଘରକୁ ଅଟୋରେ ଯାଇ ସଂଘରୋଧରେ ରହିଥିଲେ । ମାର୍ଚ୍ଚ ୩୦ରେ ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଥିବା ବେଳେ ୩୧ ତାରିଖରେ ପଜିଟିଭ୍ ଆସିଥିଲା ବୋଲି ସେ ସୂଚନା ଦେଇଛନ୍ତି ।

ଅନ୍ୟପଟେ କିଛି ଲୋକ ରାଜଧାନୀର ଶିକ୍ଷାନୁଷ୍ଠାନ ନାଁରେ କରୋନା ନେଇ ଗୁଜବ ସୃଷ୍ଟି କରୁଛନ୍ତି । ଗୁଜବ କରିବା ଏକ ପ୍ରକାର ଦେଶଦ୍ରୋହ କାର୍ଯ୍ୟ । ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ । ଆକ୍ରାନ୍ତ ବ୍ୟକ୍ତି ଓ ପରିବାରକୁ ଦୋଷ ଦେବା ନାହିଁ । ସନ୍ଦିଗ୍ଧ ବ୍ୟକ୍ତି ଲକ୍ଷଣକୁ ଲୁଚାଇଲେ ସେମାନେ ସୁପରସ୍ପ୍ରେଡର ହୋଇଯିବେ । କରୋନା ଆକ୍ରାନ୍ତ ବ୍ୟକ୍ତି ଓ ପରିବାରକୁ ସାହାଯ୍ୟ କରିବା ଉଚିତ୍ ବୋଲି ବାଗଚୀ କହିଛନ୍ତି ।

ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ରର ଯାଞ୍ଚ, ରକ୍ଷା ହେଲାନି ସାମାଜିକ ଦୂରତା

କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକ୍ଡ଼ାଉନ୍ ପାଳନ କରାଯାଉଛି । ଏଥିରୁ ବଞ୍ଚିବା ପାଇଁ ସାମାଜିକ ଦୂରତା ହେଉଛି ଏକମାତ୍ର ବିକଳ୍ପ । ଯାହାପାଇଁ ସରକା ବାରମ୍ବାର ନିର୍ଦ୍ଦେଶ ଦେଉଛନ୍ତି । କିନ୍ତୁ ବାଲେଶ୍ୱର ଜିଲ୍ଲାରେ ଖୋଦ ସ୍ୱାସ୍ଥ୍ୟ ବିଭାଗ ସାମାଜିକ ଦୂରତାକୁ ନେଇ କେତେ ଗମ୍ଭୀର ତାହା ବୁଧବାର ଦିନ ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲା ସ୍କୁଲରେ ଆଜି ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ରର ଯାଞ୍ଚ ଚାଲିଥିଲା । ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ  ୩ ମାସିଆ ଠିକା କର୍ମଚାରୀ ଚୟନ ପାଇଁ ଏହା କରାଯାଇଥିଲା । ସେଇଥିପାଇଁ ଆବେଦନକାରୀ ଶହ ଶହ ସଂଖ୍ୟାରେ ସକାଳେ ଜିଲା ସ୍କୁଲ ପରିସରରେ ପହଞ୍ଚିଥିଲେ । ତେବେ ପରିତାପର ବିଶୟ ହେଲା  ସେଠାରେ ସାମାଜିକ ଦୂରତାର ନାମଗନ୍ଧ ନଥିଲା ।  ଚାକିରି ପାଇଁ ଆସିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ସଚେତନତା ନଥିଲା କି  ସ୍ୱାସ୍ଥ୍ୟ ବିଭାଗ ତରଫରୁ ନଥିଲା କିଛି  କଟକଣା ।

ସ୍ୱାଭାବିକ ଭାବେ ଆବେଦନକାରୀ କାର୍, ମୋଟର ସାଇକେଲରେ ପହଞ୍ଚି ସ୍କୁଲ ପରିସରରେ ଭିଡ଼ ଜମାଇଥିଲେ । ପରେ ସୂଚନାପାଇ ପୋଲିସ ପହଞ୍ଚି ଆବେଦନକାରୀ ମାନଙ୍କୁ ସାମଜିକ ଦୂରତ୍ୱ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲା । ଏଥିସହିତ ଭିଡ଼ ନକରି ଆବେଦନକାରୀଙ୍କ ନାମ ଡ଼କାଯିବା ପରେ ଆସିବାକୁ ମଧ୍ୟ କୁହାଯାଇଥିଲା ।

ନୂଆଦିଲ୍ଲୀ: ଦେଶରେ ଏବେ ଯାଏଁ ୧୬୩୭ଟି କରୋନା ପଜିଟିଭ୍ ମିଳିଛି । ଗତକାଲି ୩୮୬ଟି ନୂଆ ମାମଲା । ୩୮ ଜଣଙ୍କ ମୃତ୍ୟୁ ହୋଇଛି । ୧୩୨ ଜଣ ଆରୋଗ୍ୟ ହୋଇଛନ୍ତି । 

ନୂଆଦିଲ୍ଲୀ: ଦେଶରେ ଏବେ ଯାଏଁ ୧୬୩୭ଟି କରୋନା ପଜିଟିଭ୍ ମିଳିଛି । ଗତକାଲି ୩୮୬ଟି ନୂଆ ମାମଲା । ୩୮ ଜଣଙ୍କ ମୃତ୍ୟୁ ହୋଇଛି । ୧୩୨ ଜଣ ଆରୋଗ୍ୟ ହୋଇଛନ୍ତି ।

ଲକ୍‌ଡାଉନ୍‌ ଭାଙ୍ଗିବାର କେତେ ଉପାୟ… କିଏ ଲାସ୍‌ ହେଲା କିଏ ଡାକ୍ତର ବନିଲା

ଦେଶରେ କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନି ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରାଯାଇଛି । ୨୫ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ଲକଡାଉନ୍ ୧୪ ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିବ । ତେବେ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ନିଷେଧ କରାଯାଇଛି । ଲକ୍‌ଡାଉନ୍‌ ସମୟରେ କେବଳ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଥିବା ଲୋକଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଘରୁ ବାହାରି ପାରିବେ ନାହିଁ । ଯେମିତି କୌଣସି ବ୍ୟକ୍ତି ଅଜଥା କାର୍ଯ୍ୟରେ ରାସ୍ତା ଉପରକୁ ଆସିପାରିବେ ନାହିଁ, ସେ ନେଇ ପୋଲିସ ଏହି ନିୟମକୁ କଡାକଡି ପାଳନ କରୁଛି ।

ତଥାପି କିଛି ଦୁଷ୍ଟ ପ୍ରକୃତିର ଲୋକ ଅଛନ୍ତି ଯେଉଁମାନେ ବିଭିନ୍ନ ବାହାନା କରି ଏହି ନିୟମ ଭାଙ୍ଗିବାରେ ଲାଗିଛନ୍ତି । ତେଣୁ କିଛି ଲୋକ ଏମିତି ଅଛନ୍ତି ଯିଏ ଘରୁ ବାହାରିବା ପାଇଁ ନୂଆ ନୂଆ କୌଶଳ ଆପଣାଉଛନ୍ତି । ଡାକ୍ତର, ଗଣମାଧ୍ୟମ, ପୋଲିସ, ସରକାରୀ କର୍ମଚାରୀ ମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଅନୁମତି ରହିଛି । ସେଥିପାଇଁ କିଏ ଡାକ୍ତରଙ୍କ ରୂପ ନେଇ ରାସ୍ତାରେ ଯିବା କୌଶଳକୁ ଆପଣେଉଛନ୍ତି ତ କିଏ ଶବ ହୋଇ ବାହାରକୁ ଯିବାକୁ ଚାହୁଁଛି ।

ସୂଚନା ଅନୁଯାୟୀ,  ନୋଏଡାରେ ଜଣେ ବ୍ୟକ୍ତି ଘରୁ ବାହାରିବା ପାଇଁ ଏବେ ନକଲି ଡାକ୍ତର ହୋଇଥିଲେ । ଡାକ୍ତରଙ୍କ ପରି ଧଳା ପୋଷାକ, ମୁହଁରେ ମାସ୍କ ପିନ୍ଧି ନୋଏଡା ରେ ନିର୍ଭୟରେ ବୁଲୁଥିଲେ । ରାସ୍ତାରେ ଟ୍ରାଫିକ୍‌ ଚେକିଂ ସମୟରେ ପୋଲିସ୍‌ କାହିଁକି ଘରୁ ବାହାରିଚ ବୋଲି ପଚାରିବାରୁ ସେ ନିଜକୁ ଡାକ୍ତର ବୋଲି କହିଥିଲେ । କିନ୍ତୁ ଏହି ବ୍ୟକ୍ତିଙ୍କ ମିଛକୁ ପୋଲିସ ତୁରନ୍ତ ଜାଣିପାରିଥିଲା । ପୋଲିସର ମାଡ ଭୟରେ ସବୁ କିଛି ସତ ସତ କହି ପକାଇଥିଲା । ଲକ୍‌ଡାଉନ ବେଳେ ବୁଲିବା ପାଇଁ ଡାକ୍ତରଙ୍କ ୟୁନିଫର୍ମ ପିନ୍ଧିଥିଲେ । ବର୍ତ୍ତମାନ ପୋଲିସ ଯୁବକଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି ।

https://nandighoshatv.com/orona-virus-infectin-among-kids-of-indore-madhya-pradesh/

ସେହିପରି ଜାମ୍ମୁ କାଶ୍ମୀରରେ ଚାରି ଜଣ ଲୋକ ଘରକୁ ଯିବା ପାଇଁ ନୂଆ କୌଶଳ ଆପଣେଇଛନ୍ତି । ମରିବାର ବାହାନା କରି ଆମ୍ବୁଲାନ୍ସରେ ସାଙ୍ଗ ମାନଙ୍କ ସହ ବୁଲଥିଲେ । ପୋଲିସର ପଚରାଉଚରା ବେଳେ ଏହି ଚାରି ଜଣ ଧରାପଡ଼ିଯାଇଥିଲେ ।

ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କ ନିର୍ଦ୍ଦେଶକୁ ଆମେ କାହିଁକି ଭାଙ୍ଗିବା ?

ସାରା ବିଶ୍ୱ ଏହି ରୋଗରେ ଯୁଝି ହେଉଛି ଏବଂ ଏଥିରୁ ମୁକୁଳିବା ପାଇଁ ସଂଘର୍ଷ କରୁଛି ତେବେ ଆମେ ସାଥ କାହିଁକି ଦେବାନାହିଁ ?

ନିୟମ ଭାଙ୍ଗି ଆମେ କଣ ଆମ ବଂସକୁ ନିପାତ କରିଦେବା ?

ବିପଦ ସମୟର ସାଥିଟିଏ ନହୋଇ ଶତ୍ରୁ କାହିଁକି ହେଉଛେ ?

 

ନୂଆଦିଲ୍ଲୀ: କରୋନା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେସମିଟ୍ । ଗତକାଲିଠାରୁ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇଛି । ଏହାର ଏକ ବଡ଼ କାରଣ ହେଉଛି ତବଲିଗି ଜମାତ ।

ନୂଆଦିଲ୍ଲୀ: କରୋନା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେସମିଟ୍ । ଗତକାଲିଠାରୁ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇଛି । ଏହାର ଏକ ବଡ଼ କାରଣ ହେଉଛି ତବଲିଗି ଜମାତ ।

ଛୋଟ ପିଲାଙ୍କୁ ବି ଛାଡ଼ୁନି କରୋନା… ଜାଣନ୍ତୁ କେତେ ବର୍ଷ ପିଲାଙ୍କୁ ରହିଛି ବିପଦ

ମଧ୍ୟପ୍ରଦେଶରେ ବୁଧବାର ଦିନ ୨୦ ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହା ସହ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୮୬ କୁ ବୃଦ୍ଧି ପାଇଛି । ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ । କିନ୍ତୁ ସବୁଠୁ ବଡ଼ କଥା ହେଉଛି ରାଜ୍ୟରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ୨୦ ଟି ନୂଆ ମାମଲା ମଧ୍ୟରୁ ୧୯ ଟି ଇନ୍ଦୋର ଏବଂ ଗୋଟିଏ ଖାର୍ଗୋନରୁ ଆସିଛି । ଚିନ୍ତାଜନକ ବିଷୟ ହେଉଛି ଯେ ଇନ୍ଦୋରରୁ ଆସିଥିବା ମାମଲାଗୁଡ଼ିକ ମଧ୍ୟରୁ ୯ଟି ମାମଲା ସମାନ ପରିବାରର । ଇନ୍ଦୋରର ତାଞ୍ଜୀମ ନଗରରେ ରହୁଥିବା ଏହି ପରିବାରର ୩ ଜଣ ପିଲା କରୋନା ପଜିଟିଭ୍ ବୋଲି ଜଣାପଡିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପିଲାମାନଙ୍କର ବୟସ ୩ ବର୍ଷ, ୫ ବର୍ଷ ଏବଂ ୮ ବର୍ଷ |

ଏ ପର୍ଯ୍ୟନ୍ତ ଆମେ ଜାଣିଛେ ଏହି ରୋଗରେ କେବଳ ବୃଦ୍ଧ ବ୍ୟକ୍ତିମାନେ ହିଁ ଅଧିକ ଅସୁରକ୍ଷିତ ହୋଇଥା’ନ୍ତି । କିନ୍ତୁ ବର୍ତ୍ତମାନ ଛୋଟ ପିଲା ଏବଂ ଯୁବକ ସଂକ୍ରମଣ ଚିନ୍ତାଜନକ ପରିସ୍ଥିତି ଆଣିଦେଇଛି ।

କରୋନା ସଂକ୍ରମଣର ଚାରୋଟି ପର୍ଯ୍ୟାୟ, ଜାଣନ୍ତୁ ତୃତୀୟ ପର୍ଯ୍ୟାୟ କାହିଁକି ସବୁଠୁ ବିପଜ୍ଜନକ ?

ଉତ୍ତରପ୍ରଦେଶର ଗୋରଖପୁରରେ ଆଜି ୨୫ ବର୍ଷ ବ୍ୟକ୍ତିଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି । ରିପୋର୍ଟ ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କୁ ବିଆରଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। କେଜିଏମୟୁ ଅନୁସନ୍ଧାନ ରିପୋର୍ଟରେ ଏହି ଯୁବକ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।

ଲକଡାଉନରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି: କମିଲା ଏଲପିଜି ସିଲିଣ୍ଡରର ମୂଲ୍ୟ

ନଆଦିଲ୍ଲୀ: ଲକଡାଉନ୍ ମଧ୍ୟରେ LPG ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି | ଇଣ୍ଡେନର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ସିଲିଣ୍ଡରର ମୂଲ୍ୟ ୭୪୪ ଟଙ୍କା ହୋଇଛି।

ଏହାପୂର୍ବରୁ ଏହି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୮୦୫.୫୦ ଟଙ୍କା ଥିଲା। ଏହି ପରିପ୍ରେକ୍ଷୀରେ, ଦିଲ୍ଲୀର ସବସିଡି ନଥିବା ସିଲିଣ୍ଡର ୬୧.୫୦ ଟଙ୍କା ଶସ୍ତା ହୋଇଛି। ସେହିଭଳି ଅଣ ସବସିଡିଯୁକ୍ତ ସିଲିଣ୍ଡରର ମୂଲ୍ୟ କୋଲକାତାରେ ୭୭୪.୫୦ ଟଙ୍କା, ମୁମ୍ବାଇରେ ୭୧୪.୫୦ଟଙ୍କା ଏବଂ ଚେନ୍ନାଇରେ ୭୬୧.୫୦ ଟଙ୍କା ହ୍ରାସ ପାଇଛି ଯାହା ପୂର୍ବରୁ ୮୩୯.୫୦, ୭୭୬.୫୦, ୭୭୬.୫୦ ଟଙ୍କା ଏବଂ ୮୨୬ଟଙ୍କା ଥିଲା।

ଲଗାତାର ଦ୍ୱିତୀୟ ମାସରେ LPGର ମୂଲ୍ୟ ହ୍ରାସ ପାଇଛି | ଫେବୃଆରୀରେ ଶେଷ ଥର ପାଇଁ LPG ମୂଲ୍ୟ ବୃଦ୍ଧି କରାଯାଇଥିଲା  । ସେତେବେଳେ ଦେଶର ରାଜଧାନୀ ଦିଲ୍ଲୀରେ ୧୪ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୪୪.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏଥିସହିତ କୋଲକାତାରେ ୧୪୯ ଟଙ୍କା, ମୁମ୍ବାଇରେ ୧୪୫ ଟଙ୍କା ଏବଂ ଚେନ୍ନାଇରେ ୧୪୬ ଟଙ୍କା ବୃଦ୍ଧି ହୋଇଥିଲା ।

ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ମଧ୍ୟ ହ୍ରାସ ପାଇଛି –

ଅଣ ସବସିଡି ବ୍ୟତୀତ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ (୧୯ କିଲୋଗ୍ରାମ) ମଧ୍ୟ ୯୬ ଟଙ୍କା ହ୍ରାସ କରାଯାଇଛି। ବାଣିଜ୍ୟିକ ସିଲିଣ୍ଡରଗୁଡ଼ିକ ବର୍ତ୍ତମାନ ଦିଲ୍ଲୀରେ ୧୨୮୫ ଟଙ୍କା ରହିଛି । ଚେନ୍ନାଇରେ ଏହି ସିଲିଣ୍ଡରର ମୂଲ୍ୟ ୧୪୦୨ ଟଙ୍କା ରହିଛି । ଏଥି ସହିତ, ପାଞ୍ଚ କିଲୋଗ୍ରାମ ସିଲିଣ୍ଡର ଦାମ ମଧ୍ୟ ୨୧.୫୦ଟଙ୍କା ହ୍ରାସ ପାଇଁ ୨୮୬.୫୦ ଟଙ୍କା ହୋଇଛି ।

ଲକଡାଉନ୍ ମଧ୍ୟରେ ରିଲିଫ୍ –

ଏହି କଟକଣା ଏପରି ଏକ ସମୟରେ ଆସିଛି ଯେତେବେଳେ ଦେଶରେ ତାଲା ପଡିଛି ଏବଂ ଏହି ପରିବେଶରେ ଏଲପିଜି ସିଲିଣ୍ଡରର ଚାହିଦା ବଢ଼ିଛି। ବାସ୍ତବରେ, ଲକଡାଉନ୍ ଭୟ ଯୋଗୁଁ ପାନିକ୍ ହୋଇ ଲୋକମାନେ ସିଲିଣ୍ଡର ବୁକିଂ କରୁଛନ୍ତି । ଏହି କାରଣରୁ ଭାରତୀୟ ତୈଳ ଅଧ୍ୟକ୍ଷ ସଞ୍ଜୀବ ସିଂ କହିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଉପଲବ୍ଧ ଅଛି। ସେ କହିଛନ୍ତି ଯେ ଭାରତରେ ଇନ୍ଧନ ସଙ୍କଟ ନାହିଁ, ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ  ।

କରୋନା ସଙ୍କଟ…ଲକଡାଉନ୍ ସମୟରେ ପୋଲିସଙ୍କୁ ଟାର୍ଗେଟ କରିପାରନ୍ତି ଆଇଏସ୍ ଆତଙ୍କବାଦୀ

ନୂଆଦିଲ୍ଲୀ: କରୋନା ଲକଡାଉନ୍ ସମୟରେ ଆଇଏସ୍ ଆତଙ୍କବାଦୀମାନେ ପୋଲିସକୁ ଟାର୍ଗେଟ କରିପାରନ୍ତି। ଦିଲ୍ଲୀ ଡିସିପି (ସ୍ପେଶାଲ୍ ସେଲ୍) ସଞ୍ଜୀବ କୁମାର ଯାଦବ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଖୁବ ଶୀଘ୍ର ସହରରେ ଥିବା ପୋଲିସ କର୍ମଚାରୀଙ୍କୁ ଏହି ବିଷୟରେ ଅବଗତ କରାଯିବ। କରୋନା ପାଇଁ ଆଇନ ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୋଲିସଙ୍କୁ ମୁତୟନ କରାଯାଇଛି।

୨୧ ଦିନିଆ ଲକଡାଉନ୍ ଘୋଷଣା ହେବା ପରେ ଦିଲ୍ଲୀର ସୁରକ୍ଷା ବଢା ଯାଇଛି। ଅନେକ ସ୍ଥାନରେନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଅଟକ ରଖାଯାଉଛି । ଲକଡାଉନ୍ ସମୟରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ସମସ୍ୟା ସମାଧାନ ପାଇଁ ମଧ୍ୟ ପୋଲିସ ଲାଗିପଡିଛି ।

ମାର୍ଚ୍ଚ ୮ ତାରିଖରେ ଇସଲାମିକ୍ ଷ୍ଟେଟ୍ (ଖୁରସାନ ମୋଡୁଲ) ସହିତ ସମ୍ପର୍କ ରଖିଥିବା କାଶ୍ମୀରୀ ଦମ୍ପତିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଜାହାନଜେବ ସାମି ଏବଂ ହିନା ବଶିର ବେଗଙ୍କୁ ଜାମିଆ ନଗରରୁ ଗିରଫ କରାଯାଇଥିଲା। ସେମାନେ ଶ୍ରୀନଗରର ବାସିନ୍ଦା ଥିଲେ। ଉଭୟ CAA ବିରୋଧରେ ମୁସଲିମ ଯୁବକଙ୍କୁ ଉସ୍କାଇ ଆତଙ୍କବାଦୀ ଆକ୍ରମଣ ପାଇଁ କରାଇବାକୁ ଚାହୁଁଥିଲେ । ପୋଲିସ ସେମାନଙ୍କଠାରୁ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଏବଂ ଜିହାଦି ଡକ୍ୟୁମେଣ୍ଟ୍ ମଧ୍ୟ ପାଇଥିଲା। ଏହି ଲୋକମାନେ ଆଫଗାନିସ୍ତାନର ଆଇଏସକେପିର ବରିଷ୍ଠ ନେତାଙ୍କ ସହ ଯୋଗାଯୋଗରେ ଥିଲେ ।

ଏପର୍ଯ୍ୟନ୍ତ ଦିଲ୍ଲୀରେ ୧୩୯୯ ଲୋକଙ୍କୁ କ୍ୱାରାନଣ୍ଟାଇନ ରଖାଯାଇଛି। ମଙ୍ଗଳବାର ୨୩ଟି ନୂଆ ମାମଲା ଆସିଛି। ସୋମବାର ମଧ୍ୟ ୨୫ଟି ମାମଲା ଦେଖିବାକୁ ମିଳିଥିଲା। ୧ ରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ନିଜାମୁଦ୍ଦିନ ଅଞ୍ଚଳରେ ଥିବା ଜମାତର ମର୍କଜକୁ ୫ ହଜାରରୁ ଅଧିକ ଲୋକେ ଆସିଥିଲେ। ଏଥିରେ ଇଣ୍ଡୋନେସିଆ, ମାଲେସିଆ ଏବଂ ଥାଇଲ୍ୟାଣ୍ଡ ଦେଶର ୧୫ ରାଜ୍ୟର ଲୋକେ ସାମିଲ ହୋଇଥିଲେ। ମାର୍ଚ୍ଚ ୨୨ ତାରିଖରେ ଲକଡାଉନ୍ ଘୋଷଣା ପରେ ମଧ୍ୟ ୨ ହଜାର ଲୋକେ ସେଠାରେ ରହିଥିଲେ। ସେଠାରୁ ଫେରିଥିବା ଶତାଧିକ ଲୋକେ ସଂକ୍ରମିତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ପୋଲିସ ଜମାତରେ ସାମିଲ ହୋଇଥିବା ସମସ୍ତ ଲୋକଙ୍କୁ ଟ୍ରାକିଂ କରିବାରେ ବ୍ୟସ୍ତ ଅଛି।

 

କରୋନା ସଂକ୍ରମଣର ଚାରୋଟି ପର୍ଯ୍ୟାୟ, ଜାଣନ୍ତୁ ତୃତୀୟ ପର୍ଯ୍ୟାୟ କାହିଁକି ସବୁଠୁ ବିପଜ୍ଜନକ ?

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସମସ୍ତଙ୍କ ମନରେ ଏକ ପ୍ରକାରର ଭୟର ବାତାବରଣ ଦେଖାଦେଇଛି । ଏହାରି ଭିତରେ ଅନେକ ଗଣମାଧ୍ୟମ ଦେଶରେ କରୋନାର ତୃତୀୟ ଷ୍ଟେଜ୍‌ର ପୂର୍ବାନୁମାନ କରିବା ଆରମ୍ଭ କରିଛନ୍ତି । ତେବେ ସରକାର ଏହାକୁ ଅସ୍ୱୀକାର କରୁଛନ୍ତି । ଦେଶରେ ତୃତୀୟ ପର୍ଯ୍ୟାୟ ନ ଆସିବା ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ନେଇଛନ୍ତି । ବୈଜ୍ଞାନିକ ମାନଙ୍କ ଅନୁସାରେ  ଯେତେବେଳେ ୩୦ ପ୍ରତିଶତ ସଂକ୍ରମିତ କେଉଁଠାରୁ ବା କାହାଦ୍ୱାରା ସଂକ୍ରମିତ ହେଲେ ତାହା ଜଣା ପଡିବ ନାହିଁ ସେତେବେଳେ ମହାମାରୀ ତୃତୀୟ ଷ୍ଟେଜରେ ପହଂଚିଲା ବୋଲି ଜଣା ପଡେ । ପ୍ରଥମ ପର୍ଯ୍ୟାୟ:

ପ୍ରଥମ ପର୍ଯ୍ୟାୟରେ ଏହି ଭାଇରସ୍‌ ବିଦେଶ ଯାତ୍ରା କରୁଥିବା ଲୋକଙ୍କ ସହ ଦେଶ ମଧ୍ୟକୁ ପ୍ରବେଶ କରିଥାଏ । ଭାଇରସ୍‌ ଆକ୍ରାନ୍ତ ଦେଶରୁ ଭାଇରସ ମୁକ୍ତ ଦେଶକୁ   ପର୍ଯ୍ୟଟକ କିମ୍ବା ବିଦେଶ ଯାଇଥିବା ବ୍ୟକ୍ତିଙ୍କ  ମାଧ୍ୟମରେ ଭାଇରସ୍‌ ଆସିଥାଏ । ଚୀନ୍‌ ଏହି ଭାଇରସ୍‌କୁ ସବୁ ଦେଶକୁ ଦେଇଛି ବୋଲି କୁହାଯାଉଛି । କିନ୍ତୁ ଭାରତକୁ ଏହି ଭାଇରସ ଇଟାଲିରୁ କିଛି ପର୍ଯ୍ୟଟକଙ୍କ ଦ୍ୱାରା ଆସିଥିଲା । ପରୀକ୍ଷା ପରେ ଏମାନେ କୋଭିଡ -19 ପଜିଟିଭ ବୋଲି ଜଣାପଡିଥିଲା ।

ଦ୍ୱିତୀୟ ପର୍ଯ୍ୟାୟ:

ଦ୍ୱିତୀୟ ପର୍ଯ୍ୟାୟରେ ଦେଶ ବାହାରକୁ ଯାଇନଥିବା ବ୍ୟକ୍ତି ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ ଦ୍ୱାରା ସଂକ୍ରମିତ ହୋଇଥାନ୍ତି ।   ଏହି ପର୍ଯ୍ୟାୟକୁ ସ୍ଥାନୀୟ ସଂକ୍ରମଣ କୁହାଯାଏ ବା ଦ୍ୱିତୀୟ ପର୍ଯ୍ୟାୟ ବୋଲି କୁଯାଇଥାଏ ।  ଯେଉଁଥିରେ ଏହା ସ୍ପଷ୍ଟ ଯେ ସଂକ୍ରମଣ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ୟାପିଥାଏ ଏବଂ ଭାଇରସ ଜଣଙ୍କଠାରୁ ଅନ୍ୟ ଜଣକୁ ବ୍ୟାପି ଚାଲିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶ ଦ୍ୱିତୀୟ ପର୍ଯ୍ୟାୟରେ ଅଛି ବୋଲି ବିଶ୍ୱାସ କରାଯାଉଛି ।

ତୃତୀୟ ପର୍ଯ୍ୟାୟ:

ଏହ ପର୍ଯ୍ୟାୟ ହେଉଛି ସବୁଠାରୁ ବିପଦପୂର୍ଣ୍ଣ । କାରଣ ଏହି ପର୍ଯ୍ୟାୟରେ ଭାଇରସ କେଉଁଠାରୁ ଆସିଛି ଏବଂ କାହା ପାଖରୁ ଆସିଛି ଜାଣିବା ଅସମ୍ଭବ ହୋଇପଡ଼େ । ଏଭଳି ସେତେବେଳେ ହୋଇଥାଏ ଯେତେବେଳେ ଦେଶରେ ବହୁ ମାତ୍ରାରେ ଏହି ଭାଇରସ ଖେଳେଇହୋଇଯାଏ । ଅର୍ଥାତ୍ ଏହି ଭାଇରସର ଉତ୍ସ ଜଣା ନଥାଏ ଏବଂ ଏହା ଲୋକଙ୍କ ନିକଟରେ ବ୍ୟାପିଥାଏ ।

ଚତୁର୍ଥ ପର୍ଯ୍ୟାୟ:

ପ୍ରତ୍ୟେକ ମହାମାରୀରେ ଚତୁର୍ଥ ପର୍ଯ୍ୟାୟ ରହିଛି । ଏହି ପର୍ଯ୍ୟାୟ ସେତିକିବେଳେ ଆସିଥାଏ ଯେତେବେଳେ ଏହି ବିଶ୍ୱ ମହାମାରୀ ବିଭିନ୍ନ ଦେଶରେ ନିଜ କାୟା ବିସ୍ତାର କରିଥାଏ ।  ଚାଇନାରେ ଏହା ଘଟିଛି, ଯେତେବେଳେ ବହୁ ସଂଖ୍ୟକ ଲୋକ ଅଧିକ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିଲେ । ଏହିଭଳି ରୋଗର ଅନ୍ତ କୌଣସି ନାହିଁ। ଏହି ପର୍ଯ୍ୟାୟ ରୋଗ ବର୍ଷକୁ ଅନେକ ଥର ହୋଇପାରେ । ଉଦାହରଣ ସ୍ୱରୂପ, ମ୍ୟାଲେରିଆ ଏବଂ ଡେଙ୍ଗୁ ଭାରତରେ ମହାମାରୀ ଅଟେ ।

ତୃତୀୟ ପର୍ଯ୍ୟାୟ କାହିଁକି ବିପଜ୍ଜନକ?

ରୋଗୀ କିପରି ସଂକ୍ରମିତ ହେଲା ତାହା ଜାଣିବା କଷ୍ଟକର ହୋଇଯାଏ | ଆମେରିକାର ମିସୋରୀର ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଶେଜ୍ନି ଶଲ୍ଟ ଏହାକୁ ସହଜରେ ବ୍ୟାଖ୍ୟା କରିଛନ୍ତି । ଯଦି ତୃତୀୟ ପର୍ଯ୍ୟାୟରେ କେହି ସଂକ୍ରମିତ ହୁଅନ୍ତି, ତେବେ ସେ କିପରି ସଂକ୍ରମଣ ପାଇଲେ ତାହା ଜାଣିପାରିବେ ନାହିଁ । ଭାଇରସ୍‌ ଏହି ବ୍ୟକ୍ତି କିମ୍ବା ଏହି ସ୍ଥାନରୁ ଆସିଛି ବୋଲି ସୂଚାଇପାରିବେ ନାହିଁ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ କହିଛି ଯେ ଭାରତରେ ଏବେ ଏହି ଭାଇରସ୍‌କୁ ନିୟନ୍ତ୍ରଣରେ ଅଛି  ବୋଲି କହିବା ଗୋଟିଏ ବଡ଼ ମୁର୍ଖାମି ହେବା ।

EMI ପଇଠରେ ରିହାତି ପାଇବା ନେଇ କ’ଣ କରିବାକୁ ପଡ଼ିବ? ପଢ଼ନ୍ତୁ ଏହି ରିପୋର୍ଟରେ

ନୂଆଦିଲ୍ଲୀ: କରୋନା କବ୍‌ଜାରେ ଏବେ ସାରା ବିଶ୍ୱ । ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ପ୍ରକୋପ । ବ୍ୟବସାୟଠାରୁ ନେଇ ବଲିଉଡ୍‌, କୃଷିଠୁ ନେଇ କ୍ରୀଡ଼ା କ୍ଷେତ୍ର ଯାଏଁ ସବୁଠି ଦେଖିବାକୁ ମିଳିଛି ଏହାର ପ୍ରଭାବ । କରୋନା ପ୍ରଭାବରେ ପ୍ରଭାବିତ ହୋଇଛନ୍ତି ପ୍ରାୟ ସବୁ ବର୍ଗର ଲୋକେ । କର୍ମ ସଂସ୍ଥାନ ବନ୍ଦ ହେବା ଯୋଗୁଁ ବନ୍ଦ ହୋଇଛି ଆୟ । ଏଭଳି ପରିସ୍ଥିତିରେ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ପାଇଁ ଇଏମ୍‌ଆଇ ଏକ ବଡ଼ ମୁଣ୍ଡ ବ୍ୟାଥରା କାରଣ ପାଲଟିଥିଲା । ଆଉ ଏ ନେଇ ଆରବିଆଇର ଘୋଷଣା ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି ।

RBI permits 3-month pause on EMI repayments and interest on ...

ଇଏମ୍‌ଆଇ ପଇଠ କରିବାରେ ୩ ମାସର ରିହାତି ନେଇ ଘୋଷଣା କରିଥିଲା ଆରବିଆଇ । ଆଉ ଏହା ପରେ କିଛି ବ୍ୟାଙ୍କ୍‌ ଟ୍ୱିଟ୍ କରି ନିଜ ଗ୍ରାହକଙ୍କୁ ଇଏମ୍‌ଆଇ ପଇଠ ନେଇ ୩ ମାସର ରିହାତି ସମ୍ପର୍କରେ ଅବଗତ କରାଉଥିବାବେଳେ ଆଉ କିଛି ବ୍ୟାଙ୍କ ଅଟୋମେଟିକ ଭାବେ ଏହି ସବୁଧା ଦେବା ମଧ୍ୟ ଆରମ୍ଭ କରିଦେଲେଣି । ପୁଣି ଆଉ କିଛି ଗ୍ରାହକଙ୍କ ଆବେଦନ ଅନୁଯାୟୀ ଏହି ରିହାତି ଯୋଗାଇଦେଉଛନ୍ତି ।

कोरोना संकट के बीच EMI भरने वालों को ...

ଆଗମୀ ୩ ମାସ ଯାଏଁ ବ୍ୟାଙ୍କ୍‌ ଲୋନ୍‌ ପଇଠ ନକରିବା ପାଇଁ ଆରବିଆଇ ପକ୍ଷରୁ ଯେଉଁ ଘୋଷଣା କରାଯାଇଛି ସେ ନେଇ ଆପଣଙ୍କୁ ଆପଣଙ୍କ ବ୍ୟାଙ୍କ ସହ ଯୋଗାଯୋଗ କରିବାକୁ ପଡ଼ିବ । ଯଦି ଆପଣ କାନାରେ ବ୍ୟାଙ୍କ ଗ୍ରାହକ ତେବେ ଆପଣ ଅନୁରୋଧ କଲେ ହିଁ ଆପଣ ଇଏମ୍‌ଆଇ ଉପରେ ରିହାତି ପାଇପାରିବେ ।

PNB - How to check account balance in pnb bank

ଏଥିପାଇଁ ଆପଣଙ୍କୁ ଇଏମ୍‌ଆଇ ନପ୍ରଦାନ କରିବାର ବିକଳ୍ପ ବାଛିବାକୁ ହେବ । ଏଥିପାଇଁ ବ୍ୟାଙ୍କକୁ ‘NO’ ଲେଖି ଏସ୍‌ଏମ୍‌ଏସ୍‌ କରିବାକୁ ପଡ଼ିବ ।  ପିଏନବି ଏବଂ ଏସବିଆଇ ନିଜ ଗ୍ରାହକୁ ଅଟୋମେଟିକଭାବେ ଏହି ସୁବିଧା ପ୍ରଦାନ କରିଛନ୍ତି । ଯଦି ଗ୍ରାହକ ସେମାନଙ୍କ ଇଏମ୍‌ଆଇ ପଇଠ କରିବାକୁ ଚାହାନ୍ତି ତେବେ ଆପଣଙ୍କୁ ବ୍ୟାଙ୍କ ଯାଇ ଇଏମ୍‌ଆଇ ଟଙ୍କା ପଇଠ କରିବାକୁ ପଡ଼ିବ ।