ଲକ୍‌ଡାଉନ୍‌ ଭାଙ୍ଗିବାର କେତେ ଉପାୟ… କିଏ ଲାସ୍‌ ହେଲା କିଏ ଡାକ୍ତର ବନିଲା

1 min read

ଦେଶରେ କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନି ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରାଯାଇଛି । ୨୫ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ଲକଡାଉନ୍ ୧୪ ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିବ । ତେବେ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ନିଷେଧ କରାଯାଇଛି । ଲକ୍‌ଡାଉନ୍‌ ସମୟରେ କେବଳ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଥିବା ଲୋକଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଘରୁ ବାହାରି ପାରିବେ ନାହିଁ । ଯେମିତି କୌଣସି ବ୍ୟକ୍ତି ଅଜଥା କାର୍ଯ୍ୟରେ ରାସ୍ତା ଉପରକୁ ଆସିପାରିବେ ନାହିଁ, ସେ ନେଇ ପୋଲିସ ଏହି ନିୟମକୁ କଡାକଡି ପାଳନ କରୁଛି ।

ତଥାପି କିଛି ଦୁଷ୍ଟ ପ୍ରକୃତିର ଲୋକ ଅଛନ୍ତି ଯେଉଁମାନେ ବିଭିନ୍ନ ବାହାନା କରି ଏହି ନିୟମ ଭାଙ୍ଗିବାରେ ଲାଗିଛନ୍ତି । ତେଣୁ କିଛି ଲୋକ ଏମିତି ଅଛନ୍ତି ଯିଏ ଘରୁ ବାହାରିବା ପାଇଁ ନୂଆ ନୂଆ କୌଶଳ ଆପଣାଉଛନ୍ତି । ଡାକ୍ତର, ଗଣମାଧ୍ୟମ, ପୋଲିସ, ସରକାରୀ କର୍ମଚାରୀ ମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଅନୁମତି ରହିଛି । ସେଥିପାଇଁ କିଏ ଡାକ୍ତରଙ୍କ ରୂପ ନେଇ ରାସ୍ତାରେ ଯିବା କୌଶଳକୁ ଆପଣେଉଛନ୍ତି ତ କିଏ ଶବ ହୋଇ ବାହାରକୁ ଯିବାକୁ ଚାହୁଁଛି ।

ସୂଚନା ଅନୁଯାୟୀ,  ନୋଏଡାରେ ଜଣେ ବ୍ୟକ୍ତି ଘରୁ ବାହାରିବା ପାଇଁ ଏବେ ନକଲି ଡାକ୍ତର ହୋଇଥିଲେ । ଡାକ୍ତରଙ୍କ ପରି ଧଳା ପୋଷାକ, ମୁହଁରେ ମାସ୍କ ପିନ୍ଧି ନୋଏଡା ରେ ନିର୍ଭୟରେ ବୁଲୁଥିଲେ । ରାସ୍ତାରେ ଟ୍ରାଫିକ୍‌ ଚେକିଂ ସମୟରେ ପୋଲିସ୍‌ କାହିଁକି ଘରୁ ବାହାରିଚ ବୋଲି ପଚାରିବାରୁ ସେ ନିଜକୁ ଡାକ୍ତର ବୋଲି କହିଥିଲେ । କିନ୍ତୁ ଏହି ବ୍ୟକ୍ତିଙ୍କ ମିଛକୁ ପୋଲିସ ତୁରନ୍ତ ଜାଣିପାରିଥିଲା । ପୋଲିସର ମାଡ ଭୟରେ ସବୁ କିଛି ସତ ସତ କହି ପକାଇଥିଲା । ଲକ୍‌ଡାଉନ ବେଳେ ବୁଲିବା ପାଇଁ ଡାକ୍ତରଙ୍କ ୟୁନିଫର୍ମ ପିନ୍ଧିଥିଲେ । ବର୍ତ୍ତମାନ ପୋଲିସ ଯୁବକଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି ।

https://nandighoshatv.com/orona-virus-infectin-among-kids-of-indore-madhya-pradesh/

ସେହିପରି ଜାମ୍ମୁ କାଶ୍ମୀରରେ ଚାରି ଜଣ ଲୋକ ଘରକୁ ଯିବା ପାଇଁ ନୂଆ କୌଶଳ ଆପଣେଇଛନ୍ତି । ମରିବାର ବାହାନା କରି ଆମ୍ବୁଲାନ୍ସରେ ସାଙ୍ଗ ମାନଙ୍କ ସହ ବୁଲଥିଲେ । ପୋଲିସର ପଚରାଉଚରା ବେଳେ ଏହି ଚାରି ଜଣ ଧରାପଡ଼ିଯାଇଥିଲେ ।

ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କ ନିର୍ଦ୍ଦେଶକୁ ଆମେ କାହିଁକି ଭାଙ୍ଗିବା ?

ସାରା ବିଶ୍ୱ ଏହି ରୋଗରେ ଯୁଝି ହେଉଛି ଏବଂ ଏଥିରୁ ମୁକୁଳିବା ପାଇଁ ସଂଘର୍ଷ କରୁଛି ତେବେ ଆମେ ସାଥ କାହିଁକି ଦେବାନାହିଁ ?

ନିୟମ ଭାଙ୍ଗି ଆମେ କଣ ଆମ ବଂସକୁ ନିପାତ କରିଦେବା ?

ବିପଦ ସମୟର ସାଥିଟିଏ ନହୋଇ ଶତ୍ରୁ କାହିଁକି ହେଉଛେ ?

 

Leave a Reply