ଛୋଟ ପିଲାଙ୍କୁ ବି ଛାଡ଼ୁନି କରୋନା… ଜାଣନ୍ତୁ କେତେ ବର୍ଷ ପିଲାଙ୍କୁ ରହିଛି ବିପଦ

ମଧ୍ୟପ୍ରଦେଶରେ ବୁଧବାର ଦିନ ୨୦ ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହା ସହ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୮୬ କୁ ବୃଦ୍ଧି ପାଇଛି । ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ । କିନ୍ତୁ ସବୁଠୁ ବଡ଼ କଥା ହେଉଛି ରାଜ୍ୟରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ୨୦ ଟି ନୂଆ ମାମଲା ମଧ୍ୟରୁ ୧୯ ଟି ଇନ୍ଦୋର ଏବଂ ଗୋଟିଏ ଖାର୍ଗୋନରୁ ଆସିଛି । ଚିନ୍ତାଜନକ ବିଷୟ ହେଉଛି ଯେ ଇନ୍ଦୋରରୁ ଆସିଥିବା ମାମଲାଗୁଡ଼ିକ ମଧ୍ୟରୁ ୯ଟି ମାମଲା ସମାନ ପରିବାରର । ଇନ୍ଦୋରର ତାଞ୍ଜୀମ ନଗରରେ ରହୁଥିବା ଏହି ପରିବାରର ୩ ଜଣ ପିଲା କରୋନା ପଜିଟିଭ୍ ବୋଲି ଜଣାପଡିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପିଲାମାନଙ୍କର ବୟସ ୩ ବର୍ଷ, ୫ ବର୍ଷ ଏବଂ ୮ ବର୍ଷ |

ଏ ପର୍ଯ୍ୟନ୍ତ ଆମେ ଜାଣିଛେ ଏହି ରୋଗରେ କେବଳ ବୃଦ୍ଧ ବ୍ୟକ୍ତିମାନେ ହିଁ ଅଧିକ ଅସୁରକ୍ଷିତ ହୋଇଥା’ନ୍ତି । କିନ୍ତୁ ବର୍ତ୍ତମାନ ଛୋଟ ପିଲା ଏବଂ ଯୁବକ ସଂକ୍ରମଣ ଚିନ୍ତାଜନକ ପରିସ୍ଥିତି ଆଣିଦେଇଛି ।

କରୋନା ସଂକ୍ରମଣର ଚାରୋଟି ପର୍ଯ୍ୟାୟ, ଜାଣନ୍ତୁ ତୃତୀୟ ପର୍ଯ୍ୟାୟ କାହିଁକି ସବୁଠୁ ବିପଜ୍ଜନକ ?

ଉତ୍ତରପ୍ରଦେଶର ଗୋରଖପୁରରେ ଆଜି ୨୫ ବର୍ଷ ବ୍ୟକ୍ତିଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି । ରିପୋର୍ଟ ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କୁ ବିଆରଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। କେଜିଏମୟୁ ଅନୁସନ୍ଧାନ ରିପୋର୍ଟରେ ଏହି ଯୁବକ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।

Leave a Reply