କରୋନା ପ୍ରଭାବ, ଜନ ପ୍ରତିନିଧି ଓ ଉଚ୍ଚ ପଦାଧିକାରୀଙ୍କ ଦରମା ସାମୟିକ ଭାବେ କମିଲା

1 min read

ଭୁବନେଶ୍ୱର: ମହାମାରୀ କରୋନା, ଲକଡାଉନ ଫଳରେ ଦେଶ ଓ ରାଜ୍ୟର ଅର୍ଥନୀତି ଉପରୁ ଗୁରୁତ୍ୱର ପ୍ରଭାବ ପଡ଼ିଛି । କୋଭିଡ-୧୯ର ମୁକାବିଲା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଗ୍ରସ୍ ସାଲାରିର ୭୦ ପ୍ରତିଶତ କାଟି ୩୦ ପ୍ରତିଶତ ଦରମା ନେବେ । ଏହା ମନ୍ତ୍ରୀ, ବିଧାୟକ, ନିଗମର ଅଧ୍ୟକ୍ଷ, ନିର୍ବାଚିତ ପ୍ରତିନିଧିଙ୍କ କ୍ଷେତ୍ରରେ ଲାଗୁ ହେବ । ସମସ୍ତେ ଗ୍ରସ୍ ସାଲାରିର ୩୦ ପ୍ରତିଶତ ନେବେ । ବଳକା ୭୦ ପ୍ରତିଶତ ଦରମା ସାମୟିକ ଭାବେ ସ୍ଥଗିତ ରହିବ ।

ସେହିଭଳି ଆଇଏଏସ୍, ଆଇପିଏସ୍ ଓ ଆଇଏଫଏସ ଅଧିକାରୀ ଗ୍ରସ୍ ସାଲାରିର ୫୦ ପ୍ରତିଶତ ପାଇବେ । ବଳକା ୫୦ ପ୍ରତିଶତ ଦରମା ସ୍ଥଗିତ ରଖାଯିବ । ଏହି ନିର୍ଦ୍ଦେଶନାମାକୁ ତତକ୍ଷଣାତ୍ ଲାଗୁ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଅନୁରୂପ ନିଷ୍ପତ୍ତି ତେଲଙ୍ଗାନା ସରକାର ନେଇଛନ୍ତି ।

ଛୋଟ ପିଲାଙ୍କ ପାଇଁ ସଫଳ ହୋଇଛି ଲକଡାଉନ୍, କାହିଁକି କହିଲେ ବାଗଚୀ ?

Leave a Reply