ଭୁବନେଶ୍ୱର: ଉତ୍କର୍ଷ ହେବ ବିଦ୍ୟାଳୟ । ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି ସ୍କୁଲକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ମିଡିୟମ୍ ସେକ୍ସନ ଖୋଲାଯିବ । ଭିତ୍ତିଭୂମି ପାଇଁ ପ୍ରତି ସ୍କୁଲକୁ ୨୫ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ।
ସ୍କୁଲ ଛାତ୍ରଛାତ୍ରୀ ସଂଖ୍ୟା ଅନୁସାରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଆଯିବ । ରାଜ୍ୟର ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ଏହି ପଦକ୍ଷେପ ନିଆଯାଇଛି । ସ୍କୁଲର ପରିଚାଳନା ବ୍ୟବସ୍ଥା ଉନ୍ନତି କରିବା, ଶିକ୍ଷା ଦାନରେ ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି ।
୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡ଼ିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦେବା ଏବଂ ପିଲାମାନଙ୍କୁ ସେହି ସରକାରୀ ସ୍କୁଲରେ ଭର୍ତ୍ତି କରିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି । ଏହାଦ୍ୱାରା ଶିକ୍ଷକ ଅଭାବଜନିତ ସମସ୍ୟା ମଧ୍ୟ ଦୂର ହୋଇପାରିବ । ଏ କ୍ଷେତ୍ରରେ ଅନ୍ୟ ସ୍କୁଲରକୁ ସ୍ଥାନାନ୍ତରିତ ହେବାକୁ ଥିବା ପିଲାମାନଙ୍କୁ RTE ଆକ୍ଟ ଅନୁଯାୟୀ ସ୍ଥାନାନ୍ତର ବାବଦରେ ଭତ୍ତା ସର୍ବାଧିକ ୫ ହଜାର ଟଙ୍କା ଦିଆଯିବ ।


ମୃତ ମହିଳା ଶ୍ରମିକ ରଶ୍ମି କୁଜୁରଙ୍କ ମୃତଦେହ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲର ମର୍ଗ ହାଉସରେ ରଖାଯାଇଛି । ବିସ୍ଫୋରଣ ଅଭିଯୋଗ ପରେ ରାଜଗାଙ୍ଗପୁର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଆହତ ୨ ମହିଳା ଶ୍ରମିକଙ୍କୁ ଆରଜିଏଚ୍ ସ୍ଥାନାନ୍ତର କରାଯାଇଛି ।
ସୁପର ଓଭରରେ ଘରୋଇ ଦଳ ଗୋଟିଏ ଛକା ଓ ୨ଟି ଚୌକା ମାରି ୧୭ ରନ୍ କରିଥିଲା । ଭାରତ ୨୦ ରନ୍ କରି ମ୍ୟାଚକୁ ଜିତି ନେଇଛି । ସୁପର ଓଭରରେ ରୋହିତ ଶର୍ମା ଲଗାତାର ୨ଟି ଛକା ମାରି ହାମିଲଟନରେ ବିଜୟ ଭେଟି ଦେଇଛନ୍ତି ।
ଏଥିସହ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜକୁ ଭାରତ ଆଗୁଆ ୩-୦ରେ ଜିତି ନେଇଛି । ଏଥିସହ ଘରୋଇ ଟିମକୁ ପରାଜିତ କରି ନୂଆ ରେକର୍ଡ କରିଛି ଭାରତ । ପ୍ରଥମଥର ପାଇଁ ନ୍ୟୁଜିଲାଣ୍ଡରେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ସିରିଜକୁ ହାତେଇଛି ।
ଭାରତୀୟ ନାଗରିକ ମଞ୍ଚ ପକ୍ଷରୁ ସିଏଏ, ଏନଆରସିକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ବେଳେ ୨ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ପରେ ଏହି ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ବୋମାମାଡ଼ ଓ ଗୁଳି ବର୍ଷଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଅନିରୁଦ୍ଧ ବିଶ୍ୱାସ ଓ ମାକବୁଲ ସେଖ୍ ।
ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଗଣ୍ଡଗୋଳରେ ବହୁ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ହିଂସା ପାଇଁ କଂଗ୍ରେସ ଖୋଲାଖୋଲି ଶାସକ ଟିଏମସିକୁ ଦାୟୀ କରିଛି । ଅନ୍ୟପଟେ ବିଜେପି ଏହା ଅନୁପ୍ରବେଶକାରୀଙ୍କ କାମ ହୋଇଥିବା କହିଛି ।