ତବଲିଗି ଜମାତର ମୌଲାନା ସାଦକୁ କ୍ରାଇମବ୍ରାଞ୍ଚର ନୋଟିସ୍, ପଚରାଗଲା ୨୬ ପ୍ରଶ୍ନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି କରିଥିବା ଦିଲ୍ଲୀ ନିଜାମୁଦ୍ଦିନଲ ତବଲିଗି ଜମାତର ମୌଲନାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏଥିସହ ମୌଲାନା ମୋହମ୍ମଦ ସାଦକୁ ୨୬ଟି ପ୍ରଶ୍ନର ଜବାବ ମାଗିଛି କ୍ରାଇମବ୍ରାଞ୍ଚ । ଫେରାର୍ ମୌଲନା ସାଦକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରିଛି । ଗୋଟିଏ ଦିନ ପୂର୍ବରୁ ସାଦ ଏକ ଅଡିଓ କ୍ଲିପ୍ ଜାରି କରିଥିଲା । ଯେଉଁଥିରେ ଆଇସୋଲେସନରେ ଥିବା କହିଥିଲା ।

କ୍ରାଇମବ୍ରାଞ୍ଚ ପଠାଇଥିବା ନୋଟିସରେ ଅନୁଷ୍ଠାନ ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ମାଗିଛି । ସଙ୍ଗଠନର ପୂରା ଠିକାଣା, ରେଜିଷ୍ଟ୍ରେସନ ତଥ୍ୟ, ସଙ୍ଗଠନ ସହ ଜଡ଼ିତ କର୍ମଚାରୀଙ୍କ ତଥ୍ୟ, ସେମାନଙ୍କ ଠିକଣା ଓ ମୋବାଇଲ୍ ନମ୍ବର ମଧ୍ୟ କ୍ରାଇମବ୍ରାଞ୍ଚ ମାଗିଛି । ମରକଜର ମ୍ୟାନେଜମେଣ୍ଟ ସହ ଜଡ଼ିତ ଲୋକଙ୍କ ତଥ୍ୟ ମଧ୍ୟ ମଗାଯାଇଛି । ଏଥିସହ ଏହି ଲୋକମାନେ କେବେ ଠାରୁ ମରକଜ ସହ ସାମିଲ୍ ଥିଲେ ସେ ତଥ୍ୟ ମଧ୍ୟ ଦେବାକୁ କୁହାଯାଇଛି ।

ଏଥସହ ମରକଜର ୩ ବର୍ଷ ଧରି ଇନକମ୍ ଟ୍ୟାକ୍ସ ତଥ୍ୟ, ପ୍ୟାନ କାର୍ଡ ନମ୍ବର, ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ସହ ଗୋଟିଏ ବର୍ଷର ବ୍ୟାଙ୍କ ଷ୍ଟେଟମେଣ୍ଟ ମଧ୍ୟ ମଗାଯାଇଛି । ୨୦୧୯ ଜାନୁଆରୀ ୧ରୁ ଏବେ ଯାଏଁ ମରକଜରେ ହୋଇଥିବା ସମସ୍ତ ଧାର୍ମିକ ଆୟୋଜନର ତଥ୍ୟ କ୍ରାଇମବ୍ରାଞ୍ଚ ମାଗିଛି । ଯଦି ମରକଜ ମଧ୍ୟରେ ସିସିଟିଭି ଲାଗିଛି । ତେବେ, ଏହା କେଉଁଠି କେଉଁଠି ଲାଗିଛି ବୋଲି ପ୍ରଶ୍ନ କରାଯାଇଛି ।

ଏଥିସହ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ମୌଲନା ସାଦଙ୍କୁ ପଚାରିଛନ୍ତି ଧାର୍ମିକ ଆୟୋଜନରେ ଏତେ ଲୋକଙ୍କ ଭିଡ଼ ପାଇଁ ଆଗରୁ ପୋଲିସ, ପ୍ରଶାସନ ଠାରୁ ଯଦି ଅନୁମତି ନେଇଛନ୍ତି ତାହାଲେ ପ୍ରମାଣ ଦିଅନ୍ତୁ । ୧୨ ମାର୍ଚ୍ଚ ମରକଜକୁ ଆସିଥିବା ସମସ୍ତ ଲୋକଙ୍କ ବିବରଣୀ ଓ ଏଥିରେ କେତେ ବିଦେଶୀ ଏବଂ କେତେଜଣ ଭାରତୀୟ ସାମିଲ ଥିଲେ ତାର ତଥ୍ୟ ଦେବାକୁ କୁହାଯାଇଛି ।

୧୨ ମାର୍ଚ୍ଚ ମରକଜରେ କିଏ କିଏ ଆସିଥିଲେ ଏବଂ କେତେ ଲୋକ ଥିଲେ ? ଯେଉଁମାନେ ଅସୁସ୍ଥ ଥିଲେ, ମେଡିକାଲ ନିଆଯାଇଛି ସେମାନଙ୍କ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କୁହାଯାଇଛି । ମରକଜର କରୋନା ସମ୍ପର୍କର ପୂରା ଯାଞ୍ଚ କ୍ରାଇମବ୍ରାଞ୍ଚ କରୁଛି । ଏହି ମାମଲାରେ ମୌଲାନା ସାଦ ସମେତ ୭ ଜଣଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରାଯାଇଛି ।

Leave a Reply