୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ହେବ ଭୁବନେଶ୍ୱର ଓ ଭଦ୍ରକ ଟାଉନ୍‌

ଭୁବନେଶ୍ୱର: ଲକଡାଉନ୍‌କୁ ଅଧିକ କଡ଼ାକଡ଼ି କଲେ ରାଜ୍ୟ ସରକାର । ଆଗାମୀ ୪୮ ଘଣ୍ଟା ପାଇଁ  ଭଦ୍ରକ ଟାଉନ୍ ଓ ରାଜଧାନୀ ଭୁବନେଶ୍ୱରକୁ ସଟ୍ ଡାଉନ୍‌ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ । ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ ଯାଏଁ ଭଦ୍ରକ ଟାଉନ୍‌ ଓ ଭୁବନେଶ୍ୱରକୁ ସଟ୍‌ ଡାଉନ୍ ଘୋଷଣା କଲେ । ଲକ୍ ଡାଉନ୍‌ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀଦୋକାନ ଖୋଲା ରହିଥିବା ବେଳେ ସଟ୍ ଡାଉନ୍ ସମୟରେ ଏହି ସବୁ ଦୋକାନ ବନ୍ଦ ରହିବ । ଅର୍ଥାତ କିରାଣୀ ଦୋକାନ, ମାଛ, ମାସଂ, କ୍ଷୀର ଦୋକାନ  ବନ୍ଦ ରହିବ ।  ଔଷଧ ଦୋକାନ ଖୋଲା ରହିବ କିନ୍ତୁ କମ୍ ସଂଖ୍ୟାରେ ଔଷଧ ଦୋକାନ ଖୋଲା ରହିବ । କେଉଁ ଅଞ୍ଚଳରେ କେତୋଟି ଦୋକାନ ଖୋଲା ରହିବ ସେ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ । ମେଡିକାଲ ସେବା ସ୍ୱାଭାବିକ ରହିବ । କିନ୍ତୁ ଛୋଟ ରୋଗ ପାଇଁ ବାହାରକୁ ନଆସିବ ପାଇଁ ନିବେଦନ କଲେ ପୋଲିସ ଡିଜି ଅଭୟ ।  ଯଦି ଆପଣଙ୍କ କୌଣସି ସ୍ୱାସ୍ଥ୍ୟଗତ ଏମରଜେନ୍ସି ରହିଛି ତେବେ ଆପଣ ଆମ୍ୱୁଲାନ୍ସ ବ୍ୟବହାର କରିପାରିବେ ।  ଏ ନେଇ ଭୁବନେଶ୍ୱର ଆମ୍ୱୁଲାନ୍ସ ସଂଖ୍ୟାକୁ ବଢ଼ାଇଦିଆଯାଇଛି । 

ତେବେ ଲକ୍‌ଡାଉନ୍‌ ସମୟରେ ଦିଆଯାଇଥିବା ପାସ୍ ସଟଡାଉନ୍ ସମୟରେ ଲାଗୁ ହେବ ନାହିଁ । ସଟଡାଉନ୍‌ ପାସ୍‌ ନେଇ ସ୍ୱତନ୍ତ୍ର ଭାବେ ଆବେଦନ କରିବାକୁ ପଡ଼ିବ । ୧୦୦ ନମ୍ୱରରେ କଲ୍ କରି ଭୁବନେଶ୍ୱରରେ ସଟ୍ ଡାଉନ୍‌ ପାସ୍‌ ପାଇଁ ଆବେଦନ କରିପାରିବେ ଏବଂ ଭଦ୍ରକ ଟାଉନ୍‌ରେ ସଟ୍ ଡାଉନ୍‌ ପାସ୍‌ ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ ।

ସୂଚନା ଯୋଗ୍ୟ ଯେ,  ବିନା କୌଣସି ଟ୍ରଭେଲ୍ହିଷ୍ଟ୍ରୀ ସତ୍ତ୍ୱେ ଭୁବନେଶ୍ୱରରୁ ୫ମ କରୋନା ରୋଗୀ ଚିହ୍ନଟ ହୋଇଥିଲେ

 

Leave a Reply