ତବଲିଗି ଜମାତ ପାଇଁ ୧୪ ରାଜ୍ୟରେ ୬୪୭ ସଂକ୍ରମିତ, ସରକାରଙ୍କ ଚେଷ୍ଟାକୁ ଫେଲ କଲା ଜମାତ

ନୂଆଦିଲ୍ଲୀ: ତବଲିଗି ଜମାତ ପାଇଁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଛି । ତବଲିଗି ପାଇଁ ସରକାରଙ୍କ ଚେଷ୍ଟା ପଣ୍ଡ ହୋଇଛି ବୋଲି କହିଛି କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ଲୋକଙ୍କୁ ଏହା ବୁଝିବାକୁ ହେବ ଯେ,ଗୋଟିଏ ଭୁଲ ପାଇଁ ସବୁ ଚେଷ୍ଟା ଫେଲ୍ ହୋଇପାରେ ।

ଡାକ୍ତର ଓ ନର୍ସଙ୍କ ଉପରେ ଆକ୍ରମଣ

ଡାକ୍ତର ଓ ନର୍ସଙ୍କ ଉପରେ ଆକ୍ରମଣ ବିରୋଧରେ କଠୋର ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ବୋଲି ସେ କହିଛନ୍ତି । ଆରୋଗ୍ୟ ଆପ୍ ଜରିଆରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପାଇଁ ଲୋକଙ୍କୁ କୁହାଯାଇଛି ।

 ୯୬୦ ବିଦେଶୀ ବ୍ଲାକ୍ ଲିଷ୍ଟେଡ୍

କେନ୍ଦ୍ର ସରକାର ତବଲିଗି ଜମାତର ୯୬୦ ବିଦେଶୀ ସଦସ୍ୟଙ୍କୁ କଳା ତାଲିକାଭୁକ୍ତ କରିଛି । ଏହି ୯୬୦ ଜଣଙ୍କ ଭିସା ମଧ୍ୟ ରଦ୍ଦ କରାଯାଇଛି । ଏମାନଙ୍କ ମଧ୍ୟରେ ୩୭୯ ଜଣ ଇଣ୍ଡୋନେସିଆ ନାଗରିକ ହୋଇଥିବା ବେଳେ ୧୧୦ ବଂଲାଦେଶୀ,୯ ବ୍ରିଟିଶ,୪ ଆମେରିକୀୟ,୬ ଚୀନ ନାଗରିକ, ଓ ୩ ଜଣ ଫ୍ରେଞ୍ଚ ନାଗରିକ ।

ଜଣେ ତବଲିଗି ସଂକ୍ରମିତଙ୍କ ମୃତ୍ୟୁ

ମରକଜରୁ ବାହାର କରାଯାଇଥିବା ଜଣେ ତବଲିଗି ସଂକ୍ରମିତଙ୍କର ଆଜି ଦିଲ୍ଲୀରେ ମୃତ୍ୟୁ ହୋଇଛି । ଏହି ସଂଗଠନ ସହ ସଂପର୍କ ରଖୁଥିବା ଅନ୍ୟ ୩ ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇ ସାରିଛି ।

Leave a Reply