ତାଳଚେରରେ ଡାକ୍ତରଙ୍କୁ କଣ ପାଇଁ ମାଡ ମାରିଲେ ରୋଗୀଙ୍କ ସମ୍ପର୍କୀୟ ?

1 min read

ତାଳଚେର: କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ଅଭିଯୋଗ । ଡାକ୍ତରଖାନାରେ ରୋଗୀ ଦେଖୁଥିବା ବେଳେ ଜଣେ ବରିଷ୍ଠ ଡାକ୍ତରଙ୍କୁ ୩-୪ ଜଣ ମିଶି ଆକ୍ରମଣ କରିଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏଭଳି ଘଟଣା ଘଟିଛି ତାଳଚେର ମଣ୍ଡାପାଳ ସରକାରୀ ଡାକ୍ତରଖାନାରେ । ମିଳିଥିବା ସୂଚନା ଅନୁସାରେ ତାଳଚେରର ଜଣେ ବ୍ୟକ୍ତି ତାଙ୍କ ମାଆ ଙ୍କୁ ନେଇ ଡାକ୍ତରଖାନାକୁ ଆସିଥିଲେ । ମାଆଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ଡ୍ୟୁଟିରେ ଥିବା ଡାକ୍ତର ଏଲ.ଏନ. ପ୍ରସାଦ ଙ୍କୁ ଦେଖାଇଥିଲେ ।

 

ଡାକ୍ତର ତାଙ୍କୁ ଡାକ୍ତରଖାନା ଟିକେଟ ଆଣିବାକୁ କହିଥିଲେ । ବ୍ୟକ୍ତି ଜଣଙ୍କ ଯାଇ ଟିକେଟ ନେଇ ଆସିବା ବେଳକୁ ତାଙ୍କ ମାଙ୍କର ମୃତ୍ୟୁ ହୋଇ ସାରିଥିଲା । ଏହାକୁ ନେଇ ବ୍ୟକ୍ତି ଜଣଙ୍କ ଉତ୍ତ୍ୟକ୍ତ ହୋଇ ଡାକ୍ତରଙ୍କୁ ମାଡ଼ ମାରିଥିଲେ । ତାଙ୍କ ସହ ଥିବା ଅନ୍ୟ ୨-୩ ଜଣ ମଧ୍ୟ ତାକ୍ତରଙ୍କ ତଣ୍ଟି ଚିପି ଦେବା ସହ ପ୍ରବଳ ମାଡ଼ ମାରିବା ବେଳେ ଡାକ୍ତରଖାନାର ଅନ୍ୟ କର୍ମଚାରୀ ମାନେ ଦୌଡ଼ି ଆସି ଡାକ୍ତରଙ୍କୁ ସେମାନଙ୍କ କବଳରୁ ମୁକୁଳାଇଥିଲେ ।

ଏ ସବୁ ମାଡ଼ ଦୃଶ୍ୟ ସିସିଟିଭିରେ କଏଦ ହେବାପରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଜାତୀୟ ବିପତ୍ତି କରୋନା ବେଳେ ଡାକ୍ତରଙ୍କୁ ଭଗବାନ କୁହାଯାଉଥିବା ବେଳେ ଡାକ୍ତରଙ୍କୁ ଏଭଳି ମାଡ଼ ହେବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।

Leave a Reply