କଣ ପାଇଁ ଭାରତୀୟ କରୋନାକୁ ପରାସ୍ତ କରି ପାରିବେ ବୋଲି ଭାବୁଛି WHO ? ଜାଣନ୍ତୁ

1 min read
  •  WHOର ବିଶେଷ ପ୍ରତିନିଧି ଡ. ନବାରୋ କହିଛନ୍ତି, ଭାରତୀୟ ମାନେ ଜାଣିଛନ୍ତି ଯେ ଏହିଭଳି ସମସ୍ୟା ସହିତ କିପରି ସଂଗ୍ରାମ କରାଯାଇପାରିବ ।
  • WHOର ସୂଚନା ଅନୁସାରେ- ଭାରତ ଏହା ପୂର୍ବରୁ ପୋଲିଓ ଏବଂ ହାଡଫୁଟି  କବଳରୁ ଦେଶକୁ ମୁକ୍ତ କରିଥିଲା ।  

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ମୁକାବିଲାକୁ WHO ର ପ୍ରଶଂସା । ଏକ ଇଣ୍ଟରଭ୍ୟୁରେ WHO ଦ୍ୱାରା କୋଭିଡ-୧୯ ପାଇଁ ନିଯୁକ୍ତ କରାଯାଇଥିବା  ସ୍ୱତନ୍ତ୍ର ପ୍ରତିନିଧି ଡ. ଡେଭିଡ୍ ନବାରେ ଦେଶରେ ଜାରି ହୋଇଥିବା ଲକଡାଉନକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ, ଯେଉଁଠି ୟୁରୋପ ଏବଂ ଆମେରିକା ଭଳି ବିକଶିତ ଦେଶ କରୋନାର ଭୟାବହତାକୁ ଗୁରୁତ୍ୱ ଦେଲେ ନାହିଁ ସେଠି ଭାରତ ଭଳି ଦେଶ ଏହି କରୋନା ମହାମାରିକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେଇଛି ।

ସେ କହିଛନ୍ତି ଯେ, ଭାରତ ଏକ ଗ୍ରୀଷ୍ମ ପ୍ରଧାନ ଦେଶ ଏବଂ ଭାରତରେ ମ୍ୟାଲେରିଆରେ ଅଧିକ ଲୋକ ପୀଡ଼ିତ ହୋଇଥାନ୍ତି । ତେଣୁ ଭାରତୀୟଙ୍କ  ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବା ଦେଖାଯାଇଥାଏ ।  ଆମେ ଆଶା କରୁଛୁ ଯେ ଭାରତୀୟଙ୍କ ଶରୀର କରୋନାକୁ ହରାଇବ । କରୋନାକୁ ନେଇ ଭାରତର କଡ଼ା ପଦକ୍ଷେପକୁ ଡ. ନବାରୋ ପ୍ରଶଂସା କରିଛନ୍ତି । ଲକଡାଉନ ପାଇଁ ଯେଉଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାଙ୍କୁ ନବାରୋ କହିଛନ୍ତି ଯେ, ଯେତିକି ଅଧିକ କଷ୍ଟ ହେବ, ସେତେ ଶୀଘ୍ର ଏହି ମହମାରିରୁ ମୁକ୍ତି ପାଇପାରିବେ ।

  • ଭାରତ ଏହି ସଂକ୍ରମଣକୁ ଗମ୍ଭୀରତାର ସହ ନେବା ସହ ଏହାର ମୁକାବିଲା କରିବା ପାଇଁ ସଠିକ ପଦକ୍ଷେପ ନେଇଛି । ଭାରତ ସରକାର ଠିକ୍ ସମୟରେ ସଂକ୍ରମଣ ଏବଂ ପ୍ରତିରୋଧ ବିଷୟରେ ଲୋକଙ୍କୁ ଅବଗତ କରାଇଛି । ଏହା ଏକ ନିରବ ଆକ୍ରମଣକାରୀ ଶତ୍ରୁ | ଭାରତ ତୁରନ୍ତ ଏହାପ୍ରତି ପଦକ୍ଷେପ ନେବା ସହ ପ୍ରଧାନମନ୍ତ୍ରୀ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସମସ୍ତେ ଏକାଠି ହୋଇ ଏହାକୁ ହରାଇବାକୁ ଚେଷ୍ଟା ଚଲାଇଛନ୍ତି ।

  • ଇଟାଲୀ ଏବଂ ଆମେରିକା କୋଭିଡ -୧୯ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି, କାରଣ ଏହି ଜୀବାଣୁ ଦୃତ ଗତିରେ ବିସ୍ତାର ହେବାକୁ ଲାଗିଥିଲା । ଲକ୍ଷଣ ପ୍ରକାଶ ପାଇବା ପରେ ମଧ୍ୟ ସେହି ଦେଶଗୁଡିକ ଲୋକଙ୍କୁ ପୃଥକ କରିନଥିଲେ । ଯଦି ଆପଣ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ଅସୁବିଧା ବଢ଼ିପାରେ । ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ହେଉଛି ଏକମାତ୍ର ସମାଧାନ । ଭାରତ ସଠିକ ସମୟରେ ଏବଂ ଦୃତ ଗତିରେ ଲକଡାଉନ କରାଇ କରୋନା ମହାମାରୀକୁ ବ୍ୟାପିବାରୁ କିଛି ମାତ୍ରାରେ ଅଟକାଇ ଦେଇଛି ।

  • ସଂକ୍ରମିତ ଲୋକମାନେ ମାସ୍କ ବ୍ୟବହାର କରିବା ଉଚିତ । ଯାହା ଦ୍ୱାରା ସଂକ୍ରମଣ ଲୋକଙ୍କ ନିଶ୍ୱାସ ପ୍ରଶ୍ୱାସ ଅନ୍ୟ ଲୋକମାନଙ୍କ ପାଖରେ ପହଁଞ୍ଚି ପାରିବା ନାହିଁ । ଏହିପରି ଲୋକମାନେ ଅନ୍ୟମାନଙ୍କଠାରୁ ଅତି କମରେ ଦୁଇ ମିଟର ଦୂରରେ ରୁହନ୍ତି । କିନ୍ତୁ, ମାସ୍କ ବ୍ୟବହାର କରିବା ସହ ସଠିକ ଭାବରେ କାଶିବା ଏବଂ ଛିଙ୍କିବା ବିଷୟରେ ମଧ୍ୟ ଜାଣିବା ଉଚିତ ।

  • ଏହି ଭାଇରସ ସେତେବେଳେ ସଂକ୍ରମିତ ହୁଏ ଯେତେବେଳେ ଲୋକମାନେ ନିକଟତର ହୁଅନ୍ତି । ହୁଏତ ଆପଣ ଅସୁସ୍ଥ ଅନୁଭବ ନକରିପାରନ୍ତି, କିନ୍ତୁ ଯଦି ଆପଣ କାଶୁଛନ୍ତି କିମ୍ବା ଛିଙ୍କୁଛନ୍ତି ତେବେ ଏହା ଅନ୍ୟମାନଙ୍କୁ ସଂକ୍ରମିତ କରିପାରିବେ । ଅନେକ ଥର ଏପରି ସଂକ୍ରମଣ ଯୋଗୁଁ ଲୋକମାନେ ମୃତ୍ୟୁବରଣ କରିଛନ୍ତି | ତେଣୁ ଲୋକଙ୍କ ଠାରୁ ଏକ ଦୂରତା ରଖନ୍ତୁ । ଯଦି ଆପଣ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଛନ୍ତି, ତେବେ ନିଜକୁ ଅଲଗା ରଖନ୍ତୁ । ଆପଣ ପରିବାର ସହିତ ରହୁଥିଲେ ସେମାନଙ୍କୁ ମଧ୍ୟ ଆଇସେଲେସନରେ ରହିବାକୁ କୁହନ୍ତୁ । ଅତିକମରେ ଚଉଦ ଦିନ ପାଇଁ କାହା ସହିତ ଯୋଗାଯୋଗ କରନ୍ତୁ ନାହିଁ । ଲକଡାଉନ୍ ସମୟରେ ନିଜ ଅଞ୍ଚଳରେ ଏକ ମନିଟରିଂ ସିଷ୍ଟମ୍ ସୃଷ୍ଟି କରନ୍ତୁ । ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିବାର ଏକ ପଦ୍ଧତି ବିକାଶ କରନ୍ତୁ ।

  • ଅନେକ ଜିନିଷକୁ ଧ୍ୟାନରେ ରଖିବା ପରେ ଲକଡାଉନ୍ ଜାରି କିମ୍ବା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଥାଏ । ଲକଡାଉନକୁ କେତେବେଳେ, କେଉଁଠାରେ ଏବଂ କେବେ ଶେଷ କରିବ ତାହା ସଂକ୍ରମଣ ସଂଖ୍ୟାରୁ ନିର୍ଣ୍ଣୟ କରାଯାଇଥାଏ । ଯଦି ଆପଣ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସହ କଥା ହୁଅନ୍ତି, ତେବେ ଜାଣିବାକୁ ପାଇବେ ଯେ ସେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନେ ମଧ୍ୟ ସଂକ୍ରମଣ ହେବାର ସମ୍ଭାବନା ରହିଛି । ଲକଡାଉନ୍ କାରଣରୁ ଲୋକମାନଙ୍କ ଯୋଗାଯୋଗର ସଂଖ୍ୟା ଅତ୍ୟନ୍ତ ସୀମିତ ହୋଇଯାଏ । ଯାହା କରୋନାର ବିସ୍ତାର ଉପରେ ପ୍ରତିବନ୍ଧକ ଲଗାଇଥାଏ ।

Leave a Reply