spot_img
Home Blog Page 7280

ସୁପ୍ରିମକୋର୍ଟରେ ପହଞ୍ଚିଲା ବୟଜ୍‌ ଲକର ରୁମ୍‌ ମାମଲା: ଅଭିଭାବକଙ୍କୁ ଦାୟୀ କଲେ ସୋନମ କପୁର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଛି ବୟଜ୍‌ ଲକର ରୁମ୍‌ ମାମଲା । ଚିଠି ମାଧ୍ୟମରେ ପିଟିସନ୍‌ ଦାଖଲ ସହ ମାମଲାକୁ ଗ୍ରହଣ କରିବାକୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ ଗୁହାରି ହୋଇଛି । ଏହି ମାମଲା କେବଳ ଗୋପନୀୟତା ନୁହେଁ ବରଂ ମହିଳାଙ୍କ ସୁରକ୍ଷା ସହ ମଧ୍ୟ ଜଡ଼ିତ ବୋଲି ଆବେଦନରେ ଦର୍ଶାଯାଇଛି । ସୁପ୍ରିମକୋର୍ଟର ୩ ଓକିଲ ଚିଠି ଲେଖି ବୟଜ୍‌ ଲକର ରୁମ୍ ମାମଲାର ଶୁଣାଣି କରବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସୁପ୍ରିମକୋର୍ଟଙ୍କ ଓକିଲ ଆନନ୍ଦ ବର୍ମା, କୌସ୍ତୁବ ପ୍ରକାଶ ଏବଂ ଶଭାଙ୍ଗୀ ଜୈନଙ୍କ ପକ୍ଷରୁ ଚିଠି ମାଧ୍ୟମରେ ପିଟିସନ୍‌ ଦାଖଲ କରାଯାଇଛି । ସୋସିଆଲ୍ ମିଡିଆ ପ୍ଳାଟଫର୍ମ ଲୋକମାନଙ୍କୁ ପରସ୍ପର ସହ ଯୋଡ଼ି ରଖିଥାଏ । କିନ୍ତୁ ବୟଜ୍ ଲକର ରୁମ୍ ମାମଲା ଏହା ପ୍ରମାଣିତ କରୁଛି ଯେ, ସୋସିଆଲ୍ ମିଡିଆ ପ୍ଳାଟଫର୍ମ ମହିଳାଙ୍କ ପ୍ରତି ଅଭ୍ରଦ ଆଚରଣ କରିବାକୁ ବ୍ୟବହାର କରାଯାଏ ।ଏହା ଦ୍ୱାରା କାହାକୁ ମଧ୍ୟ ଅତି ସହଜରେ ଧମକ୍‌ ଦିଆଯାଇପାରୁଛି ଏବଂ ଏହି ପ୍ଳାଟଫର୍ମ ମାଧ୍ୟମରେ ଜଣେ ଅନ୍ୟ ଜଣଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ଦେଉପାରୁଛନ୍ତି ବୋଲି ପିଟିସନ୍‌ରେ ଉଲ୍ଲେଖ ରହିଛି ।

ସୋସିଆଲ୍ ମିଡିଆ ପ୍ଳାଟଫର୍ମରେ ବୟଜ୍ ଲକର ରୁମ୍‌ ନାମରେ ଏକ ଗ୍ରୁପ ଚାଲିଛି । ଯାହାକୁ କିଛି ଟିନ୍‌ ଏଜର ପିଲାମାନେ ଚଲାଉଛନ୍ତି । ଏହି ପିଲାମାନେ ଦିଲ୍ଲୀର ପ୍ରଖ୍ୟାତ ସ୍କୁଲର । ସେମାନେ ଏହି ଗ୍ରୁପ୍‌ରେ ଛାତ୍ରୀମାନଙ୍କ କିଛି ଆପତ୍ତିଜନକ ଫଟୋ ସେୟାର କରିଯାଇଛି । ଏଥିସହିତ ସେହି ଗ୍ରୁପରେ ନାବାଳକ ଛାତ୍ରମାନେ ଛାତ୍ରୀମାନଙ୍କ ସମ୍ୱେଦନଶୀଳ ଅଙ୍ଗ ବିଷୟରେ ଆପତ୍ତିଜନକ କଥାବାର୍ତ୍ତା କରୁଛନ୍ତି । ଯେଉଁଥିରେ ଗ୍ରୁପର ସଦସ୍ୟ ଥିବା ଛାତ୍ରମାନେ ଝିଅମାନଙ୍କୁ କିଭଳି ହିଂସ୍ରଭାବେ ଉପଭୋଗ କରିବେ ସେ ନେଇ ପରସ୍ପର ମଧ୍ୟରେ ଆଲୋଚନା କରିଛନ୍ତି । ଏଭଳି କି ଗ୍ରୁପରେ ଗ୍ୟାଙ୍ଗ୍‌ ରେପ୍ ଚର୍ଚ୍ଚା ମଧ୍ୟ ହୋଇଛି । ଏବଂ ସମ୍ପୃକ୍ତ ଛାତ୍ରୀଙ୍କ ଫଟୋକୁ ମଧ୍ୟ ଅନ୍‌ଲାଇନ୍‌ରେ ଲିକ୍‌ କରାଯିବ ବୋଲି ଧମକ ଦିଆଯାଇଛି ।

ଆବେଦନକାରୀ କୋର୍ଟଙ୍କୁ ଗୁହାରି କରିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ଭୟଙ୍କର । ଏହି ଘଟଣା ନା କେବଳ ବ୍ୟକ୍ତିଗତ ଗୋପନୀୟତା ସମ୍ପର୍କିତ ଏହା ମହିଳାଙ୍କ ସୁରକ୍ଷା ସହିତ ମଧ୍ୟ ଜଡ଼ିତ । ସେମାନେ ଯେଉଁ ଭଳି କାଣ୍ଡ କରିଛନ୍ତି ତଦ୍‌ନୁଯାୟୀ ଆଇଟି ଆକ୍ଟ ୬୭ ଏବଂ ୬୭ କ, ଆଇପିସିର ଧାରା ୫୦୬, ୫୦୭ ଓ ୫୦୯ ଅନୁଯାୟୀ ମାମଲା ହେବା ଉଚିତ୍‌ ।

ତେବେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନମ କପୁର । ସେ ଛାତ୍ରମାନଙ୍କ ଏଭଳି କାମ ପାଇଁ ଅଭିଭାବକଙ୍କୁ ଦୋଷ ଦେଇଛନ୍ତି ।

କରୋନା ସମୟରେ ୧୭୩ ବର୍ଷର ଋଣ ସୁଝୁଛନ୍ତି

ୱାସିଂଟନ୍:  ଆମେରିକାକୁ ଗ୍ରାସ କରିଛି କରୋନା । ବର୍ତ୍ତମାନ ସୁଧା ଆମେରିକାରେ ୭୧ହଜାରରୁ ଅଧିକ ଲୋକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇ ଥିବା ବେଳେ ୧୨ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏବେ ସେଠାରେ କରୋନା ପାଇଁ ସଂଘର୍ଷ କରୁଥିବା ଆମେରିକାର କିଛି ଲୋକଙ୍କୁ ୧୭୩ବର୍ଷ ପୂର୍ବେ କରିଥିବା ସାହାଯ୍ୟ ପାଇଁ ଟଙ୍କା ମିଳୁଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ  ।    ୧୮୪୭ ମସିହାରେ ମୁଳ ଆମେରିକୀୟ ଜନଜାତି  ଗ୍ରେଟ୍ ପୋଟାଟୋ ମହାମାରୀ ସମୟରେ ଆୟରଲାଣ୍ଡର ଲୋକଙ୍କ ପାଖକୁ  ୧୭୦ ଡଲାରର ସାହାଯ୍ୟ ପଠାଇଥିଲେ । ଏବେକା ସମୟରେ ଏହାର ମୁଲ୍ୟ ୩.୭ଲକ୍ଷ ଟଙ୍କା ।

୧୭୩ବର୍ଷ ପୂର୍ବରୁ ସାହାଯ୍ୟ ପାଇଥିବା ଆୟରଲାଣ୍ଡର ଲୋକେ ଆମେରିକୀୟ ଜନଜାତିକୁ ଏବେ କରୋନା ଭାଇରସ୍ ସମୟରେ ସାହାଯ୍ୟ କରୁଛି । ଏହି କମ୍ୟୁନିଟି କରୋନାରେ ବହୁତ ଅଧିକ ପ୍ରଭାବିତ ହୋଇଛି ।

ଆମେରିକାର ନାଭାଜୋ ଜାତି ରହୁଥିବା  ଅଞ୍ଚଳରେ ୩ ମେ ପର୍ଯ୍ୟନ୍ତ ୭୩ ଲୋକଙ୍କ କରୋନା କରାଣରୁ ମୃତ୍ୟୁ ହୋଇସାରିଛି, ଯେବେ କି ୨୩୭୩ଲୋକ କରୋନାରେ ସଂକ୍ରମିତ ଅଛନ୍ତି । ଗଣମାଧ୍ୟମ ସୂଚନା ଅନୁସାରେ ନବାଜୋ ନେସନର ୪୦ ପ୍ରତିଶତ ଲୋକଙ୍କ ଘରେ ପାଣିର ସପ୍ଲାଏ ନାହିଁ ଏବଂ ୧୦ ପ୍ରତିଶତ ଲୋକଙ୍କ ଘରେ ବିଦ୍ୟୁତ୍ ମଧ୍ୟ ନାହିଁ ।

ଏହାସହ, ସହାୟତା ପାଇଁ କ୍ରାଉଡଫଣ୍ଡିଂ ୱେବସାଇଟ୍ GoFundMeରେ ଏକ ଅଭିଯାନ ଆରମ୍ଭ ହୋଇଛି । ଯେଉଁଠାରେ ଏପର୍ଯ୍ୟନ୍ତ ସହାୟତା ପାଇଁ ୨୩ ଲକ୍ଷ ଡଲାରରୁ ଅଧିକ ଟଙ୍କା ମିଳିଛି । ଏହାର ଏକ ବଡ଼ ଅଂଶ ଆୟର୍ଲାଣ୍ଡରୁ ସାହାଯ୍ୟ କରିଥିବା ଶହ ଶହ ଲୋକଙ୍କର ।

କୁହାଯାଏ ଯେ ଆୟର୍ଲାଣ୍ଡର ଲୋକମାନେ ୧୮୪୭ ମସିହାରେ ପଡ଼ୋଶୀ ଆମେରିକୀୟଙ୍କ ସାହାଯ୍ୟକୁ ଭୁଲି ନାହାଁନ୍ତି । ୨୦୧୭ରେ, ଆୟର୍ଲାଣ୍ଡର କାଉଣ୍ଟି କର୍କରେ କିଣ୍ଡ୍ରେଡ୍ ସ୍ପିରିଟ୍ସ ନାମକ ୯ଟି ମୂର୍ତ୍ତି ସ୍ଥାପନ କରାଯାଇଥିଲା । ୨୦୧୮ରେ, ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଲିଓ ବରାଡକର ନାଭାଜୋ ଜାତିର ଲୋକଙ୍କ ପାଇଁ ବୃତ୍ତି ଘୋଷଣା କରି କହିଥିଲେ ଯେ, ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସମ୍ପର୍କ ପବିତ୍ର । ସେ ଏହା ମଧ୍ୟ କହିଥିଲେ ଯେ ଆମେ ଆପଣଙ୍କ ଦୟାକୁ ଆମେ କେବେବି ଭୁଲି ନାହୁଁ ଏବଂ ଭୁଲି ପାରିବୁ ନାହିଁ।

ବିଶ୍ୱ ପାଇଁ ଭଲ ଖବର: ଏହି ତିନି ଦେଶ ପ୍ରସ୍ତୁତ କରିଛନ୍ତି କରୋନା ଭ୍ୟାକ୍ସିନ୍ !

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ କରୋନା ଭାଇରସ୍‌କୁ ନେଇ ଆତଙ୍କିତ ହୋଇ ରହିଛି । ଏହି ଭାଇରସ୍‌ରେ ଆକ୍ରାନ୍ତ ହେବା ପରେ ଲୋକ ମୃତ୍ୟୁମୁଖକୁ ଚାଲିଯାଉଛନ୍ତି । ବୈଜ୍ଞାନିକମାନେ ଆଜି ସୁଦ୍ଧା ଏହି ରୋଗର କୌଣସି ପ୍ରତିକାର ପ୍ରସ୍ତୁତ କରିପାରି ନାହାନ୍ତି । ହେଲେ କିଛି ଦେଶ ଭ୍ୟାକ୍ସିନ ପ୍ରସ୍ତୁତ କରି ପ୍ରାଥମିକ ପରୀକ୍ଷଣରେ ସଫଳ ହୋଇଥିବା ଦାବି କରିଛନ୍ତି । ସେମାନଙ୍କ ମଧ୍ୟରେ ଇସ୍ରାଏଲ ଏବଂ ଇଟାଲୀ ପ୍ରଥମେ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିସାରିଥିବା କହିଛନ୍ତି । ଆଉ ତାଙ୍କ ଭ୍ୟାକ୍ସିନ୍‌ କରୋନା ଭୂତାଣୁକୁ ନଷ୍ଟ କରିପାରୁଛି ବୋଲି ମଧ୍ୟ କହିଛନ୍ତି । ଏହାକୁ ନେଇ ଏବେ ବିଶ୍ୱ ଆଶା କରୁଛି ଯେ ଖୁବ୍‌ ଶୀଘ୍ର ଏହି ବିପଦ ଦୂର ହୋଇଯିବ । ଅନ୍ୟପଟେ ଏହି ଦୁଇ ଦେଶ ବ୍ୟତୀତ ଆମେରିକା, ଚୀନ୍, ଭାରତ, ବ୍ରିଟେନ ଭଳି ଦେଶରେ ଭ୍ୟାକ୍ସିନ୍‌ର କ୍ଲିନିକାଲ ପରୀକ୍ଷା ଚାଲିଛି ଏବଂ ଶୀଘ୍ର ସଫଳତାର ମିଳିବ ଆଶା ରହିଛି ।

କରୋନା ଭାଇରସ୍‌ ପାଇଁ ୮ଟି ଭ୍ୟାକ୍ସିନ୍‌ କ୍ଲିନିକାଲ୍ ଟ୍ରାଏଲ୍ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ୧୦୦ଟି ଭ୍ୟାକ୍ସନ୍‌ ପ୍ରି-କ୍ଲିନିକାଲ୍ ପର୍ଯ୍ୟାୟରେ ରହିଛି । ମଣିଷଙ୍କ ଉପରେ ପରୀକ୍ଷଣରେ ପହଞ୍ଚିଥିବା ଭ୍ୟାକ୍ସିନ୍‌ ମଧ୍ୟରୁ ୪ଟି ଚୀନ ଦ୍ୱାରା ପ୍ରସ୍ତୁତ ବୋଲି ଜଣାପଡ଼ିଛି । ସେପଟେ ଅନ୍ୟ ଦେଶମାନଙ୍କ ସହିତ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବା ରେସ୍‌ରେ ଭାରତୀୟ କମ୍ପାନୀଗୁଡିକ ମଧ୍ୟ ସାମିଲ ଅଛନ୍ତି ।

କରୋନା ମହାମାରୀ ଭଳି ମାହାସଙ୍କଟ ମଧ୍ୟରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ନଫାଟାଲି ବେନେଟ୍ ସୋମବାର ଦାବି କରିଛନ୍ତି ଯେ, ତାଙ୍କ ଦେଶର ବୈଜ୍ଞାନିକମାନେ ଏହି ମହାମାରୀର ଭ୍ୟାକ୍ସିନ୍‌ ପ୍ରସ୍ତୁତ କରି ସାରିଛନ୍ତି । ମନ୍ତ୍ରୀଙ୍କ କହିବାନୁସାରେ, ଏହି ଭ୍ୟାକ୍ସିନ୍‌ ମୋନୋକ୍ଲୋନଲ୍‌ ଭଳି କରୋନା ଭାଇରସକୁ ଆକ୍ରମଣ କରିଥାଏ । ଏହା ଅସୁସ୍ଥ ଲୋକଙ୍କ ଶରୀରରୁ କରୋନା ଭାଇରସ୍‌କୁ ଦୂର କରିଥାଏ

ଇଟାଲୀ ସରକାର ଦାବି କରିଛନ୍ତି ଯେ, ସେ ଆଣ୍ଟିବଡିଜ୍‌ ଖୋଜି ବାହାର କରି ସାରିଛନ୍ତି । ଯାହାକି ମଣିଷ କୋଷିକାରେ ଥିବା କରୋନା ଭାଇରସ୍‌କୁ ନଷ୍ଟ କରିବାରେ ସଫଳ ହୋଇଥାଏ । ପ୍ରଥମେ ଏହାକୁ ମୂଷା ଉପରେ ବ୍ୟବହାର କରାଯାଇଥିଲା ଏବେ ପରେ ମଣିଷ ଶରୀରରେ ବ୍ୟବହାର କରାଗଲା । ପରୀକ୍ଷଣ ସଫଳ ହୋଇଥିବା ଜଣାପଡ଼ିଛି ।

ବୟଜ୍ ଲକର ରୁମ୍ କଣ ? କାହିଁକି ଏହାକୁ ନେଇ ଦେଶବ୍ୟାପି ହଙ୍ଗାମା ? ଜାଣନ୍ତୁ ସେହି ଭୟାନକ ମାନସିକତାର କାହାଣୀ ..

ନୂଆଦିଲ୍ଲୀ: ଗତ ତିନି ଦିନ ଧରି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ବୟଜ୍ ଲକର ରୁମ୍ । ଏହି ମାମଲା ସୁପ୍ରିମକୋର୍ଟରେ ପହଂଚି ସାରିଲାଣି । ସଡକରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ବୟଜ୍ ଲକର ରୁମକୁ ନେଇ ଆଲୋଚନା ଚାଲିଛି ବଲିଉଡ୍ ମଧ୍ୟ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛି  । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ବୟଜ୍ ଲକର ରୁମ୍ କଣ ? ଯାହାକୁ ନେଇ ଏତେ ହାଏତୋବା ।  ଆସନ୍ତୁ ଜାଣିବା ବୟଜ୍ ଲକର ରୁମ୍ କଣ
ବୟଜ୍ ଲକର ରୁମ କଣ ?

ଏହା ହେଉଛି ଫୋଟୋ ସେୟାରିଂ ସୋସିଆଲ ସାଇଟ୍ ଇନଷ୍ଟାଗ୍ରାମରେ ଥିବା ଗୋଟିଏ ଚାଟ୍ ଗ୍ରୁପ୍ । ବୟଜ୍ ଲକର ଗ୍ରୁପ ନାମରେ ତିଆରି ହୋଇଥିବା ଏହି ଚାଟ୍ ଗ୍ରୁପରେ ଝିଅଙ୍କ ଫଟୋ ସେୟାର କରାଯାଉଥିଲା । ଯେଉଁଥିରେ ସେମାନଙ୍କ ସହ ବଳାତ୍କାର କରିବା କଥା ଏହି ଗ୍ରୁପର ସଦସ୍ୟ ମାନେ କଥା ହେଉଥିଲେ ।

କେମିତି ସାମ୍ନାକୁ ଆସିଲା ମାମଲା?

ଦକ୍ଷୀଣ ଦିଲ୍ଲୀର ଜଣେ ଝିଅ ପ୍ରଥମେ ଏହି ଗ୍ରୁପର ସ୍ନାପ୍ ସଟକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହାଫଳରେ ପୁରା ମାମଲା ସାମ୍ନାକୁ ଆସିଥିଲା । ସ୍ନାପସଟ୍ ସେୟାର କରି ସେହି ଝିଅ ଲେଖିଥିଲେ ଯେ, ଦକ୍ଷୀଣ ଦିଲ୍ଲୀର ୧୭-୧୮ ବର୍ଷର ପିଲା ଏହି ଗ୍ରୁପରେ ଅଛନ୍ତି । ଗ୍ରୁପରେ କମ ବୟସର ଝିଅଙ୍କ ଏଡିଟ୍ କରାଯାଇଥିବା ଆପତ୍ତିଜନକ ଫଟୋ ପୋଷ୍ଟ କରାଯାଉଥିଲା ।

ଗଣଧର୍ଷଣ ଯୋଜନା ?

ଗ୍ରୁପର ସ୍ନାପସଟ୍ ସେୟାର କରିଥିବା ଝିଅ ଦାବି କରିଥିଲେ ଯେ, ଏହି ଗ୍ରୁପରେ ତାଙ୍କ ସ୍କୁଲର ଦୁଇ ଜଣ ପିଲା ସାମିଲ ଅଛନ୍ତି । ସେ ମଧ୍ୟ ଗ୍ରୁପରେ ସାମିଲ ଥିବା ପିଲାଙ୍କ ନାମ ତାଲିକା ଜାରି କରିଥିଲେ । ଫଟୋ ସେୟାର କରିବା ସହ ଗ୍ରୁପରେ ଗଣଧର୍ଷଣ ଯୋଜନା ତିଆରି ହେଉଥିଲା ବୋଲି ସଂପୃକ୍ତ ଯୁବତୀ ଦାବି କରିଥିଲେ ।

ଘଟଣା ସାମ୍ନାକୁ ଆସିବା ପରେ କଣ ହୋଇଥିଲା ?

ଦିଲ୍ଲୀ ମହିଳା କମିଶନ ପୋଲିସକୁ ତଦନ୍ତ ଆଦେଶ ଦେଇଥିଲେ । ପୋଲିସ ଏହି ମାମଲାରେ ଦୁଇଜ ଜଣଙ୍କୁ ଗିରଫ କରିବା ସହ ଅନ୍ୟ ୨୧ ଜଣଙ୍କୁ ଚିହ୍ନଟ କରିଛି ।

 

ଆପଣ ଜାଣନ୍ତି କି କରୋନା ବିରୋଧରେ ରକ୍ଷା କବଚ ସାଜିଥିବା ସାବୁନର ଇତିହାସ କଣ ?

ନୂଆଦିଲ୍ଲୀ: ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନାଠୁ ବଞ୍ଚିବାକୁ ସଂଘର୍ଷ କରୁଛି, ଏଭଳି ପରିସ୍ଥିତିରେ ସାବୁନ ଏକମାତ୍ରା ସାହାରା ପାଲଟିଛି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହି କରୋନା ସମୟରେ ସାହାରା ହୋଇଥିବା ସାବୁନ କିପରି ଆପଣଙ୍କ ହାତରେ ପହଞ୍ଚିଛି ? କରୋନା ସମୟରେ ସାମାନ୍ୟ ଦେଖାଯାଉଥିବା ସାବୁନ୍ କିପରି ସ୍ୱତନ୍ତ୍ର ? ଜୀବନ ରକ୍ଷାକାରୀ ସାବୁନ୍ କିପରି ଓ କେବେ ଜନ୍ମ ହୋଇଛି ? କିଏ ଏହାର ଉଦ୍ଭାବକ ? ଏବଂ ସାବୁନ୍ କିପରି ମାନବିକତାର ସୁପର ସେଭର୍ ହେଲା ?

ସାବୁନର ଇତିହାସ ୬୦୦୦ ବର୍ଷ ପୁରୁଣା

୨୦ ସେକେଣ୍ଡରେ କରୋନାକୁ ମାରୁଥିବା ସାବୁନର ଇତିହାସ ପ୍ରାୟ ୬୦୦୦ ବର୍ଷ ପୁରୁଣା । ସାବୁନ୍ ଯାହାକୁ ଇଂରାଜୀରେ ସୋପ କୁହାଯାଏ ଏହି ଶବ୍ଦର ଉତ୍ପତ୍ତି ରୋମର ମାଉଣ୍ଟ ସୈପୋରୁ ହୋଇଛି । ରୋମରେ ଥିବା ମାଉଣ୍ଟ ସୈପୋ ନାମକ ଏକ ପାହାଡ ଉପରେ ଦେବତାମାନଙ୍କ ପାଇଁ ବଳି ଦିଆଯାଇଥାଏ । ବଳି ପରେ ରହିଯାଇଥିବା ପଶୁମାନଙ୍କର ଚର୍ବି ଏବଂ କାଠର ପାଉଁଶ ମିଶ୍ରଣକୁ ପାହାଡ ତଳେ ତିବର ନଦୀରେ ପକାଇ ଦିଆଯାଇଥାଏ । ପରେ ସେହି ନଦୀରେ କପଡ଼ା ଧୋଉଥିବା ବା ସଫା କରୁଥିବା ମହିଳାମାନେ ଏହାକୁ ବ୍ୟବହାର କରିଥିଲେ ଏବଂ ପରେ ଏହାକୁ ଦେବତାମାନଙ୍କର ଉପହାର ବୋଲି ମାନି ନେଇଥିଲେ । ତେବେ ଏହି ମିଶ୍ରଣରୁ ହିଁ ସାବୁନର ଉତ୍ପତ୍ତି ହୋଇଥିବା ବିବେଚନା କରାଯାଉଛି ।

ସାବୁନ ବିଷୟରେ ପ୍ରଥମେ ଲିଖିତ ଭାବେ ଇରାକର ଗିରସୁ ସହରରୁ ମିଳିଥିଲା ​। ଗିରସୁରେ ମିଳିଥିବା କ୍ୟୁନିଫାର୍ମ ଶିଳାରେ ସାବୁନର ବର୍ଣ୍ଣନା ଲିଖିତ ଭାବେ ରହିଛି । ରାସାୟନିକ ପୂରାତତ୍ତ୍ୱବିତ୍ ମାର୍ଟିନ ଲେବିଙ୍କ ଅନୁଯାୟୀ, ଏହି ଶିଳାଲେଖା ୪,୫୦୦ ବର୍ଷ ପୂର୍ବେ ଲେଖାଯାଇଥିଲା।

ଆଜି ଆମେ ଯେଉଁ କଠିନ ସାବୁନକୁ ଦେଖୁଛେ ତାହାର ପ୍ରମାଣ ୨୮୦୦ ବର୍ଷ ପୂର୍ବେ ମିଳିଥିଲା । ପ୍ରାୟ ୨୮୦୦ ବର୍ଷ ପୂର୍ବେ ବେବିଲୋନିଆନ, ମେସୋପୋଟାମିଆନ୍ ଏବଂ ଇଜିପ୍ଟୀୟମାନେ ଚର୍ବି, ତେଲ ଏବଂ ଲୁଣ ମିଶ୍ରଣ କରି ସାବୁନ୍ ତିଆରି କରିଥିଲେ । ୨୮୦୦ ବର୍ଷ ପୂର୍ବେ ସାବୁନ ବାସନ ଏବଂ ସଫା କରିବା ପାଇଁ ବ୍ୟବହୃତ ହେଉଥିଲା, ଗାଧୋଇବା ଏବଂ ହାତ ଧୋଇବା ପାଇଁ ନୁହେଁ ।

ସାବୁନ ପ୍ଲେଗ୍ ମହାମାରୀର କାରଣ ବୋଲି ବିବେଚନା କରାଯାଉଥିଲା

ଆଜି ସାବୁନ ଯାହା କରୋନା ବିରୁଦ୍ଧରେ ରକ୍ଷା କବଚ ସାଜିଛି । ଇତିହାସରେ ଏପରି ଏକ ସମୟ ଥିଲା ଯେତେବେଳେ ସାବୁନ ମହାମାରୀର କାରଣ ବୋଲି ବିବେଚନା କରାଯାଇଥିଲା । ୧୫ ତମ ଶତାବ୍ଦୀରେ ୟୁରୋପରେ ସର୍ବସାଧାରଣ ବାଥରୁମ ରହିଥିଲା । ଯେଉଁଥିରେ ସ୍ନାନ ପାଇଁ ସାବୁନର ମିଶ୍ରଣ ବ୍ୟବହୃତ ହେଉଥିଲା । ମୂଷାମାନଙ୍କଠାରୁ ପ୍ଲେଗ୍ ମହାମାରୀ ରୋଗ ବ୍ୟାପିଥିଲା କିନ୍ତୁ ଲୋକମାନେ ବିଶ୍ୱାସ କରୁଥିଲେ ଯେ ସର୍ବସାଧାରଣ ବାଥରୁମ ସାବୁନ ପାଇଁ ଏହି ମହାମାରୀ ବ୍ୟାପୁଛି । ତେଣୁ ଶରୀରରେ ସାବୁନ ଲଗାବାକୁ ବନ୍ଦ କରିଦିଆ ଯାଇଥିଲା । କିନ୍ତୁ ଏହି ସମୟରେ ଲୋକମାନେ ପୋଷାକ ଧୋଇବା ପାଇଁ ସାବୁନ ବ୍ୟବହାର କରୁଥିଲେ |

୧୭ ତମ ଶତାବ୍ଦୀ ପରେ ସର୍ବ ସାଧାରଣ ବାଥରୁମରେ ଏହାର ବ୍ୟବହାର ପୁନଃ ଆରମ୍ଭ ହୋଇଥିଲା । ଏବଂ ଲୋକମାନେ ସାବୁନ ତିଆରି କରିବାର ନୂତନ ଉପାୟ ମଧ୍ୟ ଆବିଷ୍କାର କରିଲେ । ଏହା ଘରର ମହିଳାମାନଙ୍କ ପାଇଁ ଏକ ନିୟମିତ କାର୍ଯ୍ୟରେ ପରିଣତ ହେଲା ଏବଂ ଏହା ଏକ ଶିଳ୍ପ ପରି ବିବେଚନା କରାଗଲା ।

ଉନବିଂଶ ଶତାବ୍ଦୀରେ ସାବୁନ କାରବାର ଆରମ୍ଭ ହୋଇଥିଲା

ଉନବିଂଶ ଶତାବ୍ଦୀରେ ଆମେରିକୀୟ ଲୋକମାନେ ଭାବିଥିଲେ ଯେ ସେମାନେ ଏଥିରୁ ଟଙ୍କା ରୋଜଗାର କରିପାରିବେ ।  ଏଥିପାଇଁ ସେମାନେ କୃଷକମାନଙ୍କଠାରୁ ପଶୁ ଚର୍ବି ଏବଂ କାଠ ପାଉଁଶ କିଣିଥିଲେ । ସେ ସାବୁନ ତିଆରି କରି ବିକ୍ରେତାମାନଙ୍କୁ ଲୋକମାନଙ୍କ ପାଖକୁ ପଠାଇଲେ । ଏହାପରେ ସାବୁନ୍ ବହୁତ୍ ଶୀଘ୍ର ସମସ୍ତ ଷ୍ଟୋର୍‌ରେ ପହଞ୍ଚିଲା । ଏହାର ପରିଣତି ସାବୁନ ଏବେ ଆପଣଙ୍କ ହାତରେ । ୬ହଜାର ବର୍ଷ ପୂରୁଣା ସାବୁନ ଏବେ କରୋନା ଯୁଦ୍ଧ ପାଇଁ ଅସ୍ତ୍ର ପାଲଟିଛି ।

ଘରୁ ବାହାରିଲେ କରୋନା ପଜିଟିଭ, କୂଅକୁ ଡେଇଁ ବଡ଼ବାପାଙ୍କ ଆତ୍ମହତ୍ୟା

ବଲାଙ୍ଗିର: ହୋମ୍‌ କ୍ୱାରେଣ୍ଟାଇନରୁ ଆତ୍ମହତ୍ୟା । କରୋନା ହେବା ଭୟରେ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ବ୍ୟକ୍ତି । ଏଭଳି ଏକ ଅଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲିଖିରିଆ ଗାଁରେ । ଆତ୍ମହତ୍ୟା କରିଥିବା ବ୍ୟକ୍ତି ହେଉଛନ୍ତି କରୋନା ପଜିଟିଭ ଆସିଥିବା ଯୁବକଙ୍କର ବଡବାପା  । ତାଙ୍କର ନାମ ହେଉଛି ଶେଷଦେବ ଭୋଇ ତାଙ୍କର ବୟଷ ୫୪ ବର୍ଷ । ଘଟଣା ସ୍ଥଳରେ ଏସଡିପିଓ ଶ୍ରୀମନ୍ତ ବାରିକ ପହଞ୍ଚି ଘଟଣାର ତଦନ୍ତ ଆରମ୍ବ କରିଛନ୍ତି । ଅଗ୍ନିସମ ବାହିନୀ ପହଞ୍ଚି କୂଅରୁ ମୃତଦେହକୁ ଉଦ୍ଧାର କରିଛି ।

ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୪କୁ ବୃଦ୍ଧି, ରାଜ୍ୟରେ ମୋଟ ୧୭୯ ସଂକ୍ରମିତ

ସୂଚନା ଅନୂଯାୟୀ, ଲିଖିରିଆ ଗାଁରେ ଗତ ୧ତାରିଖରେ ତାମିଲନାଡୁ ଫେରନ୍ତା ଦୁଇ ଜଣ ଯୁବକ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଆତ୍ମହତ୍ୟା କରିଥିବା ବ୍ୟକ୍ତି ହେଉଛନ୍ତି ଜଣଙ୍କର ବଢ଼ବାପା । ସେଥିପାଇଁ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିଲା । କ୍ୱାରେଣ୍ଟାଇନରେ ଥିବାବେଳେ ତାଙ୍କର ମାନସିକ ସନ୍ତୁଳନ ଠିକ୍‌ ରହୁନଥିଲା । ଯାହାପାଇଁ ସେ ଗତକାଲି ବିଳମ୍ବିତ ରାତିରେ ଘରପାଖ ଏକ କୂଅକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି ।

ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୪କୁ ବୃଦ୍ଧି, ରାଜ୍ୟରେ ମୋଟ ୧୭୯ ସଂକ୍ରମିତ

ଯାଜପୁରରେ: ଯାଜପୁରରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥିସହ ଯାଜପୁରରେ ସଂକ୍ରମିତଙ୍କ ସଂଖ୍ୟା ମୋଟ ୫୪କୁ ବୃଦ୍ଧି ପାଇଛି । ତେବେ ଆକ୍ରାନ୍ତ ଜଣଙ୍କ ନିକଟରୁ କଲିକତାରୁ ଫେରିଥିବା ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଯାଜପୁରର ନୂଆ ମାମଲାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯ରେ ପହଞ୍ଚିଛି ।

ରାଜ୍ୟରେ ୧୭୯ ସଂକ୍ରମିତ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ୧୧୭ ଟି କରୋନା ଆକ୍ଟିଭ କେସ ରହିଛି । କରୋନା ସଂକ୍ରମଣରେ ରାଜ୍ୟରେ ୨ଜଣଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୧୭୮କୁ ବୃଦ୍ଧି

ବାଲେଶ୍ୱର: ବାଲେଶ୍ୱରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥିସହ ବାଲେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ମୋଟ ୨୫କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୱେବସାଇଟ୍‌ରେ ଏନେଇ ସୂଚନା ଦିଆଯାଇଛି । ଆକ୍ରାନ୍ତ ଜଣଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି  ପ୍ରକାରର ସୂଚନା ମିଳିପାରି ନାହିଁ । ବାଲେଶ୍ୱରର ନୂଆ ମାମଲାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୮ରେ ପହଞ୍ଚିଛି ।

ରାଜ୍ୟରେ ୧୭୮ ସଂକ୍ରମିତ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏବେ ରାଜ୍ୟରେ ୧୧୬ ଟି କରୋନା ଆକ୍ଟିଭ କେସ ରହିଛି । କରୋନା ସଂକ୍ରମଣରେ ରାଜ୍ୟରେ ୨ଜଣଙ୍କ ମୃତ୍ୟୁ ହୋଇଛି ।  ଆଜି ଖୋର୍ଦ୍ଧା ଜିଲ୍ଲାରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସହ  ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ହୋଇଛି ।

ଯବାନଙ୍କୁ ବଡ଼ ସଫଳତା: ହିଜ୍‌ବୁଲ୍‌ର ଟପ୍‌ କମାଣ୍ଡର ରିଆଜ୍‌ ନାଇକୋ ନିପାତ୍

ଜମ୍ମୁ କଶ୍ମୀର: ଭାରତୀୟ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ସୁରକ୍ଷା ବାହନୀର ଗୁଳିରେ ହିଜବୁଲ୍ କମାଣ୍ଡର ରିଆଜ୍‌ ନାଇକୋ ନିହତ । ବୁଧବାର ପୁଲଓ୍ୱାମା ଜିଲ୍ଲାର ଅବନ୍ତିପାଡ଼ା ଅଞ୍ଚଳରେ ଘଟିଥିବା ଏନ୍‌କାଉଣ୍ଟର ରିଆଜ୍‌ ନିପାତ ।

ନିହତ ହିଜବୁଲ ଆତଙ୍କବାଦୀ କଶ୍ମୀର ଭ୍ୟାଲିରେ ବେଶ୍‌ ସକ୍ରିୟ ଥିଲା । ବିଭିନ୍ନ ଅପହରଣ, ଏବଂ ନିକଟ ଅତୀତରେ
ଘଟିଥିବା ରକ୍ତପାତ ପାଇଁ ସେ ଦାୟୀ । ବିଳମ୍ବିତ ରାତିରେ ଆରମ୍ଭ ହୋଇଥିବା ଅତ୍ୟଧିକ ସମ୍ବେଦନଶୀଳ ଅପରେସନରେ ନାଇକୋଙ୍କ ଅଙ୍ଗରକ୍ଷୀ ମଧ୍ୟ ନିହତ ହୋଇଥିବା ଜଣାପଡିଛି।

ଏହି ମିଡ୍‌ ନାଇଟ୍‌ ଅପରେସନ୍‌ରେ ଜମ୍ମୁ କଶ୍ମୀର ପୋଲିସ, ଇଣ୍ଡିଆନ୍‌ ଆର୍ମି, ସିଆରପିଏଫ୍‌ ଯବାନ ସାମିଲ ଥିଲେ । ତେବେ ସତର୍କତାମୂଳକ ପଦକ୍ଷେପ ଭାବ କାଶ୍ମୀରରେ ମୋବାଇଲ୍ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି ।

ଅପରପକ୍ଷରେ ପୁଲୱାମା ଜିଲ୍ଲା ପାମ୍ପୋରର ସାର ଅଞ୍ଚଳରେ ଆଉ ଏକ ଅପରେସନ୍ ଚଲିଛି । ମଧ୍ୟ ରାତ୍ରୀରେ ଆରମ୍ଭ ହୋଇଛି ଏହି ୨ ଅପରେସନ୍‌ ।

ଗତ କିଛି ମାସ ହେଲା କଶ୍ମୀର ଭ୍ୟାଲିରେ ଆତଙ୍କବାଦୀ ବିରୋଧୀ ଅପରେସନ୍ ଚାଲିଥିଲା । ରବିବାର ଉତ୍ତର କଶ୍ମୀର ହ୍ୟାଣ୍ଡଓ୍ୱାରାଠାରେ ହୋଇଥିବା ଅପରେସନ୍‌ରେ ୨୧ ରାଷ୍ଟ୍ରୀୟ ରାଇଫଲ୍‌ କମାଣ୍ଡିଂ ଅଫିସର ଏବଂ ଅନ୍ୟ ଚାରିଜଣ ସୁରକ୍ଷା କର୍ମୀ ସହିଦ ହୋଇଥିଲେ ।

ଗତ କିଛି ମାସ ମଧ୍ୟରେ କାଶ୍ମୀର ଉପତ୍ୟକାରେ ଅନେକ ବିରୋଧୀ କାର୍ଯ୍ୟ ଚାଲିଛି। ରବିବାର ଦିନ, ଉତ୍ତର କାଶ୍ମୀରର ହାଣ୍ଡଓ୍ୱାରାଠାରେ ହୋଇଥିବା ଅପରେସନ୍ ସମୟରେ ୨୧-ରାଷ୍ଟ୍ରିୟ ରାଇଫଲ୍ସର କମାଣ୍ଡିଂ ଅଫିସର ଏବଂ ଅନ୍ୟ ଚାରିଜଣ ସୁରକ୍ଷା କର୍ମୀ ସହିଦ ହୋଇଥିଲେ।

ଶ୍ରୀମନ୍ଦିର ରଥ ନିର୍ମାଣ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଲେ ରାଜ୍ୟ ସରକାର

ପୁରୀ: ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ପ୍ରସଙ୍ଗ । କେନ୍ଦ୍ରର ଅନୁମତି ଲୋଡିଲେ ରାଜ୍ୟ ସରକାର । ଲକ‌ଡାଉନ୍‌ ଯୋଗୁ ରଥ ନିର୍ମାଣ ହୋଇପାରିବ କି ନାହିଁ, ଏବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ପୂର୍ବରୁ ରଥ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଲୋଡିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି । ଏହାପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଛନ୍ତି ।

Jagannatha Ratha Yatra
File pic

ପୂର୍ବରୁ ମନ୍ଦିର ପରିଚାଳନା କମିଟି ବୈଠକରେ ରଥ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ରଥ ନିର୍ମାଣ କାର୍ଯ୍ୟ ଧାର୍ମିକ ପର୍ବ ନୁହେଁ ତେଣୁ ନିର୍ମାଣ କରିବାରେ କୌଣସି ଅସୁବିଧା ନାହିଁ ବୋଲି ପୁରୀ ଗଜପତି ଦିବ୍ୟସିଂହ ଦେବ କହିଥିଲେ । ରଥ ନିର୍ମାଣ କରାଯିବା ଦ୍ୱାରା ଜାତୀୟ ଲକଡାଉନ୍ ଗାଇଡଲାଇନର ଉଲ୍ଲଂଘନ ହେଉନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଥିଲେ ।