ଲଦାଖ ସୀମାରେ ଗୀତ ଗାଉଥିବା ଯବାନଙ୍କ ଭିଡିଓ ସେୟାର କରି ଭାବୁକ ହେଲେ ରବୀନା

1 min read

ମୁମ୍ବାଇ: ଅଭିନେତ୍ରୀ ରବୀନା ଟଣ୍ଡନ ନିଜ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୀମାରେ ମୁତୟନ ଥିବା ସୈନିକମାନେ ଭିଡିଓରେ ଗୀତ ଗାଉଥିବା ଦେଖିବାକୁ ମିଳିଛି । ଏହି ଭାବୁକ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଗୀତ ଗାଇ ସୈନିକ ଜଣକ ବାୟୁକୁ ତାଙ୍କ ବାର୍ତ୍ତା ତାଙ୍କ ମାଆଙ୍କ ପାଖରେ ପହଂଚାଇବାକୁ ନିବେଦନ କରିଛନ୍ତି ।  ସୀମାରେ ମୁତୟନ ଥିବା ସୈନିକ  ଗୀତ ଗାଉଥିବା ବେଳେ ଭିଡିଓରେ  ତାଙ୍କ ସହିତ ନଜର ଆସୁଛନ୍ତି ତାଙ୍କ ସାଥୀ ସୈନିକ । । ଭିଡିଓରେ, ଜଣେ ସର୍ଦ୍ଦାର ସୈନିକ ଖୁବ ଭଲ ସ୍ୱରରେ ଗୀତ ଗାଉଛନ୍ତି । ଗୀତରେ ସେ ଗାଲବାନ୍ ଘାଟିରେ ଚୀନ୍ ସୈନିକମାନଙ୍କ ସହ ସଂଘର୍ଷରେ ଶହୀଦ ହୋଇଥିବା ୨୦ ଜଣ ଭାରତୀୟ ସୈନିକଙ୍କ ବିଷୟରେ ମଧ୍ୟ କହିଛନ୍ତି।

ରବୀନା ଟଣ୍ଡନ୍ ଏହି ଗୀତର ଭିଡିଓ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏହି ଗୀତ ଶୁଣିବା ପରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ଆମ ମାଟିର ପୁଅ, ହିରୋ, ଭାଇମାନଙ୍କୁ ସେ ନିଜ ଭଲ ପାଇବା ଜଣାଇଛନ୍ତି । ଦେଶ ପାଇଁ ଥିବା ଭକ୍ତି ମାତୃଭୂମି ପ୍ରତି ଆଗ୍ରହକୁ ସେ ନିଜ ପ୍ରତିଭା ଦ୍ୱାରା ପ୍ରକାଶ କରିଛନ୍ତି । ବୀରପୁତ୍ରମାନଙ୍କୁ ସେ ଭଲରେ ରହିବା ପାଇଁ କହିଛନ୍ତି ଓ ନିଜ ଭଲ ପାଇବା ଜଣାଇଛନ୍ତି ।

ଭିଡିଓରେ ସୈନିକ ଜଣକ ପଞ୍ଜାବୀ ଭାଷାରେ ଗୀତ ଗାଉଛନ୍ତି । ଗୀତ ଗାଇ ପବନ ମାଧ୍ୟମରେ ନିଜ ମାଆକୁ ଆଶ୍ୱାସନା ଦେଉଛନ୍ତି ଯେ, ତାଙ୍କ ବିଷୟରେ ଚିନ୍ତା ନକରି ଭଲରେ ରୁହନ୍ତୁ । ଗୀତ ମାଧ୍ୟମରେ ସେ କହିଛନ୍ତି ଯେ, ୨୦ ସୈନିକ ସାଥୀ ଶହୀଦ ହେବା ପରେ ଦେଶ ପାଇଁ ସେମାନଙ୍କ ଦାୟିତ୍ୱ ଆହୁରି ବଢିଯାଇଛି । ମାଆଙ୍କ ଆର୍ଶିବାଦ ସର୍ବଦା ସେମାନଙ୍କ ସହ ରହୁ ବୋଲି ସେ କାମନା କରିଛନ୍ତି । ନିଜ ଦେଶର ସେମାନେ ଖୁବ ଭଲ ଭାବେ ଧ୍ୟାନ ରଖିବେ କାରଣ ମୃତ୍ୟୁକୁ ସେମାନେ ଡରନ୍ତି ନାହିଁ । ଏହି ଗୀତ ଶୁଣି ଅନେକ ଲୋକଙ୍କ ଲୋମ ଟାଙ୍କୁରି ଉଠିଥିଲା ।

Leave a Reply