ନୋକିଆର ୩ ହଜାର ଟଙ୍କିଆ ଫୋନ୍,ଯାହାର ବ୍ୟାଟେରୀ ଚାଲିବ ୨୧ ଦିନ !

1 min read

ନଆଦିଲ୍ଲୀ: HMD ଗ୍ଲୋବାଲର ନୂଆ ଫିଚର ଫୋନ ନୋକିଆ 5310 (Nokia 5310 ୨୩ଜୁନରୁ ବିକ୍ରି ପାଇଁ ଉପଲବ୍ଧ କରିଦିଆଯାଇଛି । ଗ୍ରାହକ ଏହି ଫୋନକୁ ଆମାଜନ ଏବଂ ନୋକିଆର ଅଫିସିଆଲ ୱେବ୍ ସାଇଡ଼ରୁ  କିଣିପାରିବେ ।  ଅଫଲାଇନରେ ବା ଦେକାନ ଗୁଡ଼ିକରେ ଏହି ଫୋନର ବିକ୍ରି ଜୁଲାଇ ୨୨ରୁ ଆରମ୍ଭ ହେବ । ଏଠାରେ ଆପଣଙ୍କୁ ଜଣାଇ ଦେଉଛୁ କି ନୂଆ ଫେନ ନୋକିଆ 5310 Xpress Musicର ନୂଆ ଭର୍ସନ ଯାହାକୁ କମ୍ପାନୀ ୨୦୧୭ରେ ଲଞ୍ଚ କରିଥିଲା । ସବୁଠୁ  ଗୁରୁତ୍ନପୂର୍ଣ୍ଣ କଥା ହେଲା କମ୍ପାନୀ ଏହି ଫୋନକୁ ମାତ୍ର ୩,୩୯୯ଟଙ୍କାରେ ଲଞ୍ଚ କରିଛନ୍ତି । ଆସନ୍ତୁ ଜାଣିବା କେମିତି ରହିଛି ଏହାର ଫିଚର…

ଖାସ୍ ଫିଚର ହେଉଛି

Nokia 5310ରେ ୩୨୦ x ୨୪୦ ପିକ୍ସେଲ ସ୍କ୍ରିନ ରିଜୋଲେସନ ସହ ୨.୪ଇଞ୍ଚର QVGA କଲର ଡିସପ୍ଲେ ଦିଆଯାଇଛି । ଏହି ଫୋନ Series 30 ସଫ୍ଟୱେରରେ କାମ କରୁଛି । ଏଥିରେ ପ୍ରୋ ଲିଡେଜ ଇଣ୍ଟରନେଟ ବ୍ରାଉଜର ମଧ୍ୟ ଦିଆଯାଇଛି । ଏହା ବ୍ୟତୀତ ମୋବାଇଲରେ MP3 ପ୍ଲେୟାର ଏବଂ FM ରେଡ଼ିଓ ମଧ୍ୟ ରହିଛି । ଏହି ଫିଚର ଫୋନରେ MT6260A ପ୍ରୋସେସର  ଦିଆଯାଇଛି  ଏବଂ ଏଥିରେ 32GBର ମାଇକ୍ରୋ ଏସଡି କାର୍ଡର ସପୋର୍ଟ ରହିଛି  ଏବଂ ଫୋନର ରିୟର ଉପରେ କ୍ୟାମେରା ମଧ୍ୟ ଦିଆଯାଇଛି ।

ଗୁରୁତ୍ୱପୂର୍ଣ୍ଣ ସୂଚନା

କମ୍ପାନୀର ୱେବସାଇଟରେ ସ୍ପଷ୍ଟ କରାଯାଇଛି ଯେ, ଫୋନର ବିକ୍ରି କେବଳ ଗ୍ରୀନ ଜୋନରେ ହିଁ ହୋଇପାରିବ । କରୋନା ଭାଇରସ କାରଣରୁ ଯେଉଁ ସ୍ଥାନ ସବୁ ରେଡ୍ ଜୋନ କିମ୍ବା କଣ୍ଟେନମେଣ୍ଟ୍ ଜୋନ ଘୋଷଣା କରାଯାଇଛି ସେହି ସବୁ ସ୍ଥାନରେ ଫୋନ୍ ଡେଲିଭରୀ ହୋଇପାରିବ ନାହିଁ । ନୋକିଆ 5310ରେ ଦୁଇ ଫୁଟ୍ ସ୍ପିକର ସହ ଡୁଆଲ ସିମ୍ ବ୍ୟବହାର କରିବାର ସୁବିଧା ମଧ୍ୟ ରହିବ । ଏହି ଫିଚର ଫୋନର ଓଜନ ୮୮.୨ଗ୍ରାମର ରହିବ । ଏହି ଫୋନର ରଙ୍ଗ କଳା-ନାଲି ଏବଂ ଧଳା-ନାଲି ରଙ୍ଗ ରହିବ । ଏହି ଫୋନ MP3 ପ୍ଲେୟାର ଏବଂ FM ରେଡ଼ିଓକୁ ସପୋର୍ଟ କରିବ । ଏହାବ୍ୟତୀତ ଏହି ଫୋନ୍ ଇଣ୍ଟରନେଟ ବ୍ରାଉଜିଂ ଏବଂ ଫେସବୁକ ସପୋର୍ଟ ସହ ଆସିବ ।

ସବୁଠାରୁ ଭଲ ହେଉଛି ଏହାର ବ୍ୟାଟେରୀ

ଏହି ଫୋନର ସବୁଠୁ ଭଲ କଥା ହେଉଛି ରିମୁଭାଲ ବ୍ୟାଟେରୀ ଯାହା ୧୨୦୦ mAhର ରହିବ । କମ୍ପାନୀ ଦାବି କରିଛି ଯେ, ଏଥିରେ ବ୍ୟବହାର ହୋଇଥିବା ବ୍ୟାଟେରୀ ଉପଭୋକ୍ତାଙ୍କୁ ଗୋଟିଏ ସିମ୍ ଏବଂ ଦୁଇଟି ସିମ୍ ରେ ୭.୫ଘଣ୍ଟାର ଟକଟାଇମ୍  ବା ୨୨ଦିନର ଷ୍ଟାଣ୍ଡବାଇ ଦେଇପାରିବ ।

Leave a Reply