ଟେଷ୍ଟ୍, ଟ୍ରାକ୍‌ ଓ ଟ୍ରିଟ୍‌କୁ ଅଧିକ ଗୁରୁତ୍ୱ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ଭୁବନେଶ୍ୱର: କରୋନା ଗ୍ରାଫରେ ଦିନକୁ ଦିନ ଉପର ମୁହାଁ ହେଉଛି କରୋନା । କ୍ୱାରେଣ୍ଟାଇନ ସେଣ୍ଟରରୁ ପ୍ରତ୍ୟକ ଦିନ ବାହାରୁଛନ୍ତି କରୋନା ପଜିଟିଭ । ତେବେ ଏହି କରୋନା ସଂକଟ ମଧ୍ୟରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ନୂଆ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଆଇସିଏମ୍‌ଆର ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ରାଜ୍ୟ ସରକାର ସଠିକ ପଦକ୍ଷେପ ନେଉଛନ୍ତି ବୋଲି ଦାୟିତ୍ୱ ନେବା ପରେ କହିଛନ୍ତି ନୂଆ ନିର୍ଦ୍ଦେଶକ ।

କହିଛନ୍ତି, ଘରକୁ ଘର ବୁଲି ଆଶା ଓ ଅଙ୍ଗନଓ୍ୱାଡ଼ି କର୍ମୀ ସର୍ଭେ କରୁଛନ୍ତି । ଅଧିକ ଟେଷ୍ଟ ହେଲେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇପାରିବେ। ଏଥିସହ ସେହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇ ସଂକ୍ରମଣକୁ ରୋକା ଯାଇପାରିବ। ଟେଷ୍ଟ, ଟ୍ରାକ୍‌ ଓ ଟ୍ରିଟ୍‌କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଗୋଷ୍ଠୀ ସଂକ୍ରମଣ ଆଡକୁ ଆମେ ଯାଇନୁ । ଓଡିଶାରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକ ଲକ୍ଷଣବିହୀନ ଅଛନ୍ତି ।

ଅଧିକ ଟେଷ୍ଟ ହେଲେ, ଅଧିକ ସଂକ୍ରମିତ ଚିହ୍ନଟ ହେବେ । ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ଆମ ରାଜ୍ୟର ସ୍ଥିତି ଜାତୀୟହାର ତୁଳନାରେ ବହୁତ ଭଲ ରହିଛି । ଲୋକେ ସଚେତନ ଥିବା ସହ ଅଧିକରୁ ଅଧିକ ସ୍ୱାସ୍ଥ୍ୟକର୍ମୀ କାମ କରୁଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛି ।

Leave a Reply