spot_img
Home Blog Page 7257

ଇରାନର ସେଲ୍ଫ ଗୋଲ୍ : ଶତ୍ରୁ ଭାବି ନିଜ ଯାହାଜ ଉପରକୁ କଲା ମିସାଇଲ ମାଡ,୨୦ ନିହତ ଆଶଙ୍କା

ତେହରାନ: ଇରାନର ସେଲ୍ଫ ଗୋଲ । ନିଜ ଯୁଦ୍ଧ ଜାହଜକୁ ଶତ୍ରୁ ଜାହଜ ଭାବି କଲା ଆକ୍ରମଣ । ମିସାଇଲ ମାଡରେ ୨୦ ସୈନିକ ନିହତ ହୋଇଥିବା ଆଶଙ୍କା କରାଯାଉଛି ।  ଆକ୍ରମଣ କରାଣରୁ ଇରାନର ଗୋଟିଏ ଯୁଦ୍ଧ  ଯାହାଜ ସମୁଦ୍ରରେ ବୁଡ଼ିଯାଇଥିବା କୁହାଯାଉଛି ।

file pic

ଇରାନରୁ ମିଳିଥିବା ସୂଚନା ଅନୁସାରେ ୪୦ଜଣ ନୌସେନା ନିଖୋଜ ଅଛନ୍ତି । ତେବେ ଏହି ଘଟଣା ପରେ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ ଇରାନର ଯୁଦ୍ଧ ଯାହାଜ ଉପରେ ଭୁଲରେ C-802 ନୁର କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା । ନୌସେନାର ଅଭ୍ୟାସ ସମୟରେ ଏହି ଦୁର୍ଘଟଣା ଘଟିଛି।

file pic

କୁହାଯଆଉଛି ଯେ, ଭୁଲ୍ ବସତଃ ଏଣ୍ଟିସିପ୍ କ୍ରୁଜ ମିସାଇଲ ମାଡ ଦ୍ୱାରା ଏହି ଦୁର୍ଘଟଣା ଘଟିଛି । ଯଦିଓ ଇରାନର ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ । ତେବେ ସୋସିଆଲ ମିଡ଼ିଆରେ ଏହି ଘଟଣାରେ ସମ୍ପୃକ୍ତ ବହୁତ ଗୁଡ଼ିଏ  ଭିଡ଼ିଓ ଭାଇରାଲ ହେଉଛି । ଏବଂ ଏହି ଭିଡ଼ିଓରେ ଆହତ ନୌସେନା ଅଧିକାରୀ ଏବଂ ଉଦ୍ଧାରକାରୀଙ୍କୁ ଦେଖାଯଆଉଛି ।

ଯାତ୍ରୀଗଣ କୃପାକରି ଧ୍ୟାନ ଦିଅନ୍ତୁ: ସ୍ପେଶାଲ ଟ୍ରେନରେ ଓଡ଼ିଶାକୁ ଫେରିବାର ଥିଲେ ମନେ ରଖନ୍ତୁ ଏହି ସବୁ କଥା …ନହେଲେ ଅସୁବିଧାରେ ପଡିବେ

ନୂଆଦିଲ୍ଲୀ:  ଲକଡାଉନ୍ କାରଣରୁ ଦେଶର ବିଭିନ୍ନ ଭାଗରେ ଫସି ରହିଥିବା ଯାତ୍ରୀଙ୍କୁ ନିଜ ରାଜ୍ୟରେ ପହଂଚାଇବା ପାଇଁ ଭାରତୀୟ ରେଳ ମଙ୍ଗଳବାରଠାରୁ ୧୫ ଏସି ସ୍ପେଶାଲ ଟ୍ରେନ ଚଲାଇବ । ରେଳବାଇ ଅନୁସାରେ ଏହି ଟ୍ରେନ ଗୁଡିକ ସୀମିତ ଷ୍ଟେଶନରେ ଅଟକିବେ । କିନ୍ତୁ ଯାତ୍ରୀ ଏହି ଷ୍ଟେଶନରେ ଓହ୍ଲାଇ ପାରିବେ କିମ୍ବା ଚଢି ପାରିବେ । ଉଦାହରଣ ସ୍ୱରୁପ ନୂଆଦିଲ୍ଲୀରୁ ପାଟନା ଯାଉଥିବା ଏସି ସ୍ପେଶାଲ ଟ୍ରେନ୍ କାନପୁର ସେଣ୍ଟ୍ରାଲ,ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କସନ ଓ ପ୍ରୟାଗରାଜ ଜଙ୍କସନରେ ଅଟକିବ । ଏହି ସବୁ ଷ୍ଟେଶନରେ ଯାତ୍ରୀ ଓହ୍ଲାଇ ପାରିବେ କିମ୍ବା ଏଠାରୁ ଟ୍ରେନରେ ଚଢି ପାରିବେ । ଏହାପୂର୍ବରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରେନ୍ ବାଟରେ କୌଣସି ଷ୍ଟେଶନରେ ଅଟକୁ ନଥିଲା କିମ୍ବା ଯାତ୍ରୀଙ୍କୁ ମଧ୍ୟବର୍ତ୍ତି ଷ୍ଟେଶନରୁ ଉଠାଉ ନଥିଲା  ।

ସେହିଭଳି ହାୱଡା ଯାଉଥିବା ଟ୍ରେନ୍ ଆସନସୋଲ,ଧନବାଦ,ପାରସନାଥ,ଗୟା,ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କସନ୍,ପ୍ରୟାଗରାଜ ଜଙ୍କସନ ଓ କାନପୁର ସେଣ୍ଟ୍ରାଲରେ ଅଟକିବ । ଏହି ସବୁ ଷ୍ଟେଶନରୁ ଯାତ୍ରୀ ଟ୍ରେନରେ ଚଢି ପାରିବେ କିମ୍ବା ଓହ୍ଲାଇ ପାରିବେ । ଏହି ୧୫ ଟ୍ରେନଙ୍କ ମଧ୍ୟରୁ ଅଧିକାଂଶ ଦୈନିକ ଚାଲିବେ ଓ କିଛି ସପ୍ତାହରେ ତିନି ଦିନ,କିଛି ଦୁଇ ଦିନ ଓ କିଛି କେବଳ ଦିନକ ପାଇଁ ଚାଲିବେ ।  ହାୱଡା,ପାଟନା,ଦିବ୍ରୁଗଡ,ଜମ୍ମୁ,ମୁମ୍ବାଇ,ଅହମ୍ମଦାବାଦ,ଭୁବନେଶ୍ୱର ଓ ବେଙ୍ଗାଲୁରୁ ପାଇଁ ଟ୍ରେନ୍ ଦୈନିକ ଚାଲିବ । ଅନ୍ୟପକ୍ଷରେ ଅଗରତାଲା ପାଇଁ ସପ୍ତାହରେ ଗୋଟିଏ ଦିନ ଟ୍ରେନ୍ ଚାଲିବ ।

ସଂଧ୍ୟା ୪ରୁ ଆରମ୍ଭ ହେବ ଟିକେଟ୍ ବୁକିଂ

ଆଇଆରସିଟିସିର ୱେବସାଇଟ୍ ଆଜି ସଂଧ୍ୟା ୪ଟାରୁ ଟିକେଟ୍ ବୁକିଂ ଆରମ୍ଭ ହେବ । ଟିକେଟ୍ କେବଳ ଅନଲାଇନ୍ ହିଁ ବୁକିଂ କରାଯାଇ ପାରିବ । କାଉଣ୍ଟର କିମ୍ବା ଏଜେଣ୍ଟଙ୍କ ଜରିଆରେ ଟିକେଟ୍ ନିଆଯାଇ ପାରିବ ନାହିଁ ।

ଟିକେଟ୍ ଦର କେତେ ?

ରାଜଧାନୀ ଏକ୍ସପ୍ରେସ ଟିକେଟ୍ ଦର ସହିତ ଏହି ସ୍ପେଶାଲ ଏସି ଟ୍ରେନ୍ ଟିକେଟ୍ ଦର ସମାନ ରହିବ ।

ମାସ୍କ ଅନିବାର୍ଯ୍ୟ

ସବୁ ଯାତ୍ରୀଙ୍କ ପାଇଁ ମାସ୍କ ଅନିବାର୍ଯ୍ୟ ହେବ । ବିନା ମାସ୍କରେ ଥିବା ଯାତ୍ରୀଙ୍କୁ ଯାତ୍ରା ଅନୁମତି ମିଳିବ ନାହିଁ ।

ଏକ ଘଣ୍ଟା ପୂର୍ବରୁ ଷ୍ଟେଶନରେ ପହଂଚିବାକୁ ପଡିବ

ଟ୍ରେନ୍ ଛାଡିବାର ଅତିକମରେ ଗୋଟିଏ ଘଣ୍ଟା ଆଗରୁ ଷ୍ଟେଶନରେ ପହଂଚିବାକୁ ପଡିବ । ଯାତ୍ରୀଙ୍କୁ ସ୍କ୍ରିନିଂ ପରେ ହିଁ ଟ୍ରେନରେ ବସିବାକୁ ଅନୁମତି ମିଳିବ । ତେଣୁ ଟ୍ରେନ ଛାଡିବାର ଏକ ଘଣ୍ଟା ପୂର୍ବରୁ ଷ୍ଟେଶନରେ ପହଂଚିବାକୁ ପଡିବ । ଯେଉଁ ଯାତ୍ରୀଙ୍କ ଠାରେ କରୋନା ଲକ୍ଷଣ ନଥିବ ସେମାନଙ୍କୁ ହିଁ ଯାତ୍ରା ଅନୁମତି ମିଳିବ

ଆରୋଗ୍ୟ ସେତୁ ଆପ୍ ଜରୁରୀ

ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବାକୁ ବାଧ୍ୟ । ଏହି କରୋନା ସଂକ୍ରମିତଙ୍କ ସମ୍ପର୍କରେ ସତର୍କ କରିଥାଏ । କନଫର୍ମ ଟିକେଟ୍ ଯାତ୍ରୀ ହିଁ ସ୍ପେଶାଲ ଟ୍ରେନରେ ଯାତ୍ରା କରି ପାରିବେ ।

ପାଖରେ ନିଜ କମ୍ବଳ ରଖନ୍ତୁ

ଟ୍ରେନରେ ଯାତ୍ରୀଙ୍କୁ କମ୍ବଳ ଓ ଚାଦର ସୁବିଧା ମିଳିବ ନାହିଁ । ତେଣୁ ଘରୁ ବାହାରିବା ବେଳେ ନିଜ ସହ ଚାଦର ଓ କମ୍ବଳ ନେଇଯାନ୍ତୁ ।

ଖାଦ୍ୟ ମିଳିବ ନାହିଁ

ଯାତ୍ରାକାଳରେ ଟ୍ରେନରେ ଖାଦ୍ୟ ମିଳିବ ନାହିଁ ତେଣୁ ଘରୁ ଖାଦ୍ୟ ନେଇକରି ଯାନ୍ତୁ ।

 

ରାଜ୍ୟରେ ୧୪ ନୂଆ କରୋନା ପଜିଟିଭ ଚିହ୍ନଟ…କେବଳ ଗଞ୍ଜାମରୁ ୧୨ ଆକ୍ରାନ୍ତ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଗ୍ରାଫ । ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୧୪ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ୧୪ ପଜିଟିଭ୍‌ ଙ୍କ ମଧ୍ୟରୁ ଗଞ୍ଜାମରୁ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି ପାଇଛି । ସେହିଭଳି କେନ୍ଦ୍ରାପଡାରେ  ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି ଏବଂ ସୁନ୍ଦରଗଡ଼ରେ  ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଗତକାଲି ରାଜ୍ୟରେ ସର୍ବାଧିକ ୮୩ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬୮ । ଅପରପକ୍ଷେ ୩ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସକ୍ରିୟ ପଜିଟିଭ୍‌ ସଂଖ୍ୟା ୩୨୦ ।

ଭଦ୍ରକରୁ ଆଉ ୬, ଯାଜପୁରରୁ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ

ବିୟୁଟି ପାର୍ଲର ଆସୋସିଏସନ୍ ମାଗିଲା ବେଲ୍ଆ‌ଉଟ୍‌ ପ୍ୟାକେଜ୍‌

ଭୁବନେଶ୍ୱର: ଲକ୍‌ଡାନ୍‌ରେ ଲକ୍‌ ହୋଇଛି ବିୟୁଟି ପାର୍ଲର । କ୍ଷତିଗ୍ରସ୍ତ ହୋଇଛନ୍ତି ବିୟୁଟି ପାର୍ଲର ବ୍ୟବସାୟୀ । ଦୋକାନ ବନ୍ଦ ପାଇଁ ଠପ୍‌ ହୋଇଛି ବେପାର । ହାତବାନ୍ଧି ବସିଛନ୍ତି ବିୟୁଟି ପାର୍ଲରର କର୍ମଚାରୀମାନେ । ରାଜ୍ୟରେ ଲକ୍‌ଡାଉନ ଖୋଲିଲା ପରେ କେମିତି ବେପାର କରିବେ ସେ ନେଇ ଚିନ୍ତାରେ ବିୟୁଟି ପାର୍ଲର ବ୍ୟବସାୟୀ ।

ତେଣୁ ଲକଡାଉନ୍‌ ପରେ ସମସ୍ତ ବିୟୁଟି ପାର୍ଲର ଦୋକାନ ଖୋଲିବ ।  ତେବେ ରାଜ୍ୟ ସରକାର ବିୟୁଟି ପାର୍ଲର ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍‌ ଜାରି କରିବାକୁ ଦାବି କରିଛି ରାଜ୍ୟ ବିୟୁଟି ପାର୍ଲର ଆସୋସିଏସନ୍‌ । ଦୋକାନ ବନ୍ଦ ରହିଥିବାରୁ ଘରଭଡା ଦେବାପାଇଁ ଦୋକାନ ମାଲିକମାନେ ଅସମର୍ଥ ହୋଇପଡିଛନ୍ତି ।

ଏପରିକି କର୍ମଚାରୀମାନେ ମଧ୍ୟ ଆର୍ଥିକ ଦୁସ୍ଥିତିରେ ଗତି କରୁଛନ୍ତି । ତେଣୁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟରେ ୫୦ ହଜାରରୁ ଉର୍ଦ୍ଧ୍ୱ ବିୟୁଟି ପାର୍ଲର ରହିଥିବା ବେଳେ ଅଢେଇ ଲକ୍ଷରୁ ଅଧିକ କର୍ମଚାରୀ ଏବେ ରୋଜଗାର ହରାଇଛନ୍ତି ।

ଲକଡାଉନ୍ ଭାରତ: ଘରକୁ ଫେରୁଥିବା ପ୍ରବାସୀ ମହିଳା ରାସ୍ତାକଡରେ କଲେ ପ୍ରସବ,ଦୁଇ ଘଣ୍ଟା ପରେ ପୁଣି ଆରମ୍ଭ କଲେ ଚାଲିବା..

ନାସିକ୍: ମାଆର ମମତା ଆଗରେ ହାର ମାନିଲେ ସୂର୍ଯ୍ୟଦେବତା । କରୋନା ପାଇଁ ଲକଡାଉନ୍ ଆଉ ଲକଡାଉନ୍ ପାଇଁ ସବୁ ପ୍ରକାର ଯାତାୟତ ଠପ୍ ହୋଇଯାଇଛି । ଏଭଳି ସ୍ଥିତିରେ କାମଦାମ ନଥିବାରୁ ସମସ୍ତଙ୍କ ପାଖରେ ଅଭାବ ଅଭାବ । ତେଣୁ ଖାଦ୍ୟ ପାଇଁ ଡହଳବିକଳ ହୋଇ ଗର୍ଭବତୀ ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହ ବାହାରି ପଡ଼ିଲେ ନିଜ ଗାଁକୁ । ଗାଁରେ ପହଞ୍ଚିବା ପୂର୍ବରୁ ଅଧରାସ୍ତାରେ ଗର୍ଭବତୀ ଜଣଙ୍କ ଜନ୍ମ ଦେଲେ ଶିଶୁକୁ । ଘଟଣାଟି ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ।

ସୂଚନା ଅନୁସାରେ ଗର୍ଭବତୀ ତାଙ୍କ ସ୍ୱାମୀଙ୍କସହ ନାସିକ୍ ଜିଲ୍ଲାରେ ଥିବା ତାଙ୍କ ଗାଁ ସନତାକୁ ବାହାରିଥିଲେ ।  ଡହଡହ ଖରାରେ ରାସ୍ତାରେ ଚାଲିଚାଲି ଯାଉଥିଲେ ଗର୍ଭବତୀ  । । କିନ୍ତୁ ଗାଁରେ ପହଞ୍ଚିବା ପୂର୍ବରୁ ଅଧରାସ୍ତାରେ ଅସହ୍ୟ ହେଲା ଗର୍ଭଜନ୍ତ୍ରଣା । ଡହଡହ ଖରାରେ ୩୦କିମି ଚାଲିବା ପରେ ରାସ୍ତାକଡ଼ରେ ପ୍ରସବ ହୋଇଥିଲା ।

ଆଉ ତାପରେ ରାସ୍ତାରେ ଶାଢି ଆଢୁଆଳରେ ଜନ୍ମ ନେଲା ନବଜାତ । ସେତିକିରେ ବି ସରି ନଥିଲା କଷ୍ଟ ଶିଶୁକୁ ଦେଖି ଖୁସି ତ ହୋଇଥିଲେ ସେମାନେ କିନ୍ତୁ ବାଟ ଥିଲା ବହୁତ ଦୂର ।  ଶିଶୁ ଜନ୍ମ ହେବାର ମାତ୍ର ୨ଘଣ୍ଟାର ବିଶ୍ରାମ ପରେ ବାହାରି ପଡିଥିଲେ ଦମ୍ପତ୍ତି । ଚାଲି ଚାଲି ଯିବା ସମୟରେ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ସୀମାରେ ଥିବା ଗ୍ରାମୀଣ ଥାନା ଅଧିକାରୀଙ୍କ ନଜର ସେମାନଙ୍କ ଉପରେ ପଡ଼ିିଥିଲା ।  ଥାନା ଅଧିକାରୀ  ସମସ୍ତଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ନେଇଥିଲେ ।

ଥାନା ଅଧିକାରୀଙ୍କ କହିବା ଅନୁସାରେ ଏମାନେ ବୃତ୍ତିରେ ଶ୍ରମିକ  । ସେମାନେ ନାସିକଠାରୁ ୩୦ କିଲୋମିଟର ଦୂର ଏକ ଗାଁରେ କାମ କରୁଥିଲେ ଏବଂ ତାଙ୍କ ଘର ସତନା ଜିଲ୍ଲାର ଉପଚାରୟା ଗାଁରେ । ଲକଡାଉନ୍ ପାଇଁ କାମ ସବୁ ବନ୍ଦ ହୋଇଯାଇଥିବାରୁ ଖାଇବା ନପାଇ ଏମାନେ ଘର ମୁହାଁ ହୋଇଥିଲେ । ପ୍ରାୟ ୧୫ରୁ ୧୬ଜଣ ଶ୍ରମିକ ଗାଁକୁ ଫେରିଥିଲେ ସେଥିରେ ୧୦ ଶିଶୁ ଥିଲେ ।

ଏମାନଙ୍କ ମଧ୍ୟରୁ  ଶକୁନ୍ତଳା ନାମକ ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ ରାକେଶ ମଧ୍ୟ ଥିଲେ । ଶକୁନ୍ତଳା ଗର୍ଭବତୀ ଥିଲେ ଏବଂ ସେ ନାସିକ ଏବଂ ଧୁଲିଆ ମଝିରେ ହିଁ ସେ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ । ସେଠାରେ ଏହି ସମୟରେ କିଛି ସ୍ଥାନୀୟ ଲୋକ ତାଙ୍କୁ ସହଯୋଗ କରିଥିଲେ । ଏହା ପରେ ସେଠାରେ ୨ଘଣ୍ଟା ରହିବା ପରେ ସେମାନେ ଗାଁ ମୁହାଁ ହୋଇଥିଲେ ।

ପରେ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ସୀମାରେ ଗ୍ରାମିଣ ଥାନା ଅଧିକାରୀ ସେମାନଙ୍କୁ ଦେଖିଥିଲେ  । ଏହି ଶ୍ରମିକମାନେ ଥାନା ଅଧିକାରୀଙ୍କୁ ଦେଖି ଭୟରେ ଦୌଡିଥିଲେ । ତେବେ ଅଧିକାରୀ ଜଣଙ୍କ ସେମାନଙ୍କୁ ବୁଝାଇ ପ୍ରଥମେ କ୍ୱାରେଣ୍ଟାଇନ ସେଣ୍ଟରରେ ରଖି ଥିଲେ ଏବଂ ପରେ ବସର ବ୍ୟବସ୍ଥା କରାଇ ସେମାନଙ୍କୁ ତାଙ୍କ ଗାଁକୁ  ପଠାଇ ଦେଇଥିଲେ ।

ଭୁବନେଶ୍ୱର ବିମାନବନ୍ଦର ହେଲା ନନ୍ ଟଚ୍ ଏୟାରପୋର୍ଟ: ଲଗେଜ ଛୁଇଁବେନି ସୁରକ୍ଷାକର୍ମୀ

ଭୁବନେଶ୍ୱର: ଲକଡାଉନ୍‌ ପରେ ଏୟାରପୋର୍ଟରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଯାତ୍ରୀଙ୍କୁ ଛୁଇଁବେ ନାହିଁ ସୁରକ୍ଷା ଅଧିକାରୀ । ବୋର୍ଡିଂ ପାଇଁ ହେବ ସ୍ୱତନ୍ତ୍ର ଟେବୁଲର ବ୍ୟବସ୍ଥା । ଯାତ୍ରୀଙ୍କ ଟିକେଟ ଟେବୁଲ ଉପରେ ଯାଞ୍ଚ କରିବେ ସୁରକ୍ଷାକର୍ମୀ । ଦୂରରେ ଥାଇ ଲଗେଜ ସ୍କାନ କରିବେ ଅଧିକାରୀ । କରୋନା ସଂକ୍ରମଣ ପାଇଁ ବ୍ୟବସ୍ଥା କଲେ BPIA ବନ୍ଦର କର୍ତ୍ତୃପକ୍ଷ । ସୂଚନା ଦେଲେ ବିମାନ ବନ୍ଦର ନିର୍ଦ୍ଦେଶକ ଭି ବି ରାଓ ।

ବିଧାନ ପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଆଜି ନିର୍ବାଚନ କମିଶନଙ୍କ ନିକଟରେ ନାମାଙ୍କନ ପତ୍ର  ଭରିଛନ୍ତି ଉଦ୍ଧବ । ଏହି ସମୟରେ ତାଙ୍କ ସହ ଥିଲେ ପତ୍ନୀ ରଶ୍ମି ଠାକରେ ଓ ପୁଅ ଆଦିତ୍ୟ ଠାକରେ । ଏଥିସହ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ  ମହାବିକାଶ ଆଘାଡିର ବରିଷ୍ଠ ନେତାଏ ମଧ୍ୟ ଉପସ୍ଥିତ ଥିଲେ ।

 ଆସନ୍ତା ୨୧ ତାରିଖରେ ରାଜ୍ୟର ୯ଟି ଆସନ ପାଇଁ ହେବ ବିଧାନ ପରିଷଦ ନିର୍ବାଚନ । ଏ ନେଇ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଉଦ୍ଧବ ଠାକରେ । ସଂଖ୍ୟା ଦୃଷ୍ଟିରୁ ବିଜେପି ଖାତାକୁ ୫ଟି ଆସନ ଯିବା ନେଇ ଆକଳନ କରାଯାଉଛି, ସେହିଭଳି ମହାବିକାଶ ଆଘାଡି ଖାତାକୁ ୪ଟି ଆସନ ଯିବ ବୋଲି ଚର୍ଚ୍ଚା ହେଉଛି ।

ଆସନ୍ତା ୨୦ ତାରିଖରୁ ମାଟ୍ରିକ ଖାତାଦେଖା: ୬ହଜାର ପରୀକ୍ଷକ ହେବ ନିୟୋଜିତ

କଟକ: ଆସନ୍ତା 20ରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା। ଅଧିକ ୬ ହଜାର ପରୀକ୍ଷକ ଖାତାଦେଖାରେ ନିୟୋଜିତ ହେବେ। ମୋଟ୍‌ ୨୨ହଜାର ଶିକ୍ଷକ ଶିକ୍ଷୟିତ୍ରୀ ମାଟ୍ରିକ ମୂଲ୍ୟାୟନରେ ନିୟୋଜିତ ହେବେ। ଅଧିକ ୬ ହଜାର ଶିକ୍ଷକଙ୍କ ତାଲିକା ଓ୍ୱେବସାଇଟ୍‌ରେ ଉପଲବ୍ଧ ହେଉଛି। ସାମାଜିକ ଦୂରତା ରକ୍ଷା ପାଇଁ ୩ଟି ଫେଜ୍‌ରେ ହେବ ଖାତାଦେଖା। ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ଓଡିଆ ଓ ସାମାଜିକ ବିଜ୍ଞାନ ଖାତା ଦେଖାଯିବ। ସକାଳ ୯ଟାରୁ ୩ଟା ଯାଏଁ ଇଂରାଜୀ ଓ ସାଧାରଣ ବିଜ୍ଞାନ ଖାତା ଦେଖାହେବ। ସେହିପରି ହିନ୍ଦୀ, ସଂସ୍କୃତ ଓ ଗଣିତ ସକାଳ ସାଢେ ୯ରୁ ୪ଟା ଯାଏଁ ଦେଖାଯିବ। ଖାତାଦେଖା କେନ୍ଦ୍ରରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି। ସେହିପରି ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ। ପୂର୍ବ ନିର୍ଦ୍ଧାରିତ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ। ଅନ୍ୟ ଜିଲ୍ଲାରେ ରହିଯାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନ କେନ୍ଦ୍ର ପରିବର୍ତ୍ତନ ପାଇଁ ପଂଜୀକରଣ କରିପାରିବେ। ୧୯ ତାରିଖ ସୁଦ୍ଧା ପଞ୍ଜୀକରଣ ହେବା ଜରୁରୀ

ଜାଣନ୍ତୁ କେଉଁସବୁ ଲକ୍ଷଣ ଥିଲେ ହୋମ୍ ଆଇସୋଲେସନ୍ ଜରୁରୀ ?

ନୂଆଦିଲ୍ଲୀ: ହୋମ୍‌ ଆଇସୋଲେସନ୍‌ ପାଇଁ ଲକ୍ଷଣ ନଥିବା ପ୍ରମାଣିତ କରିବା ବାଧ୍ୟତାମୂଳକ ହୋଇଛି । ଏ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଶୋଧିତ ଗାଇଡଲାଇନ୍‌ ଜାରି କରାଯାଇଛି । ଯେଉଁ ବ୍ୟକ୍ତି ହୋମ୍‌ ଆଇସୋଲେସନରେ ରହିବେ ତାଙ୍କ ମଧ୍ୟରେ କରୋନାର ଲକ୍ଷଣ ନଥିବା ଆବଶ୍ୟକ । ଏ ନେଇ ମେଡିକାଲ ଅଫିସରମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ।

ହୋମ୍‌ ଆଇସୋଲେସନ୍ ପାଇଁ ଘରେ ଆବଶ୍ୟକ ବ୍ୟବସ୍ଥା ଥିବା ଉଚିତ୍ । ଯେଉଁ ବ୍ୟକ୍ତି ହୋମ୍‌ ଆଇସୋଲେସନରେ ରହିବେ ତାଙ୍କ ପାଇଁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଉପଲବ୍ଧ ଥିବା ଜରୁରୀ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି । ସେହିଭଳି ଆରୋଗ୍ୟ ସେତୁ ଆପ୍‌ ଜରିଆରେ ସମସ୍ତ ତଥ୍ୟ ରଖିବାକୁ ନିର୍ଦ୍ଦେଶ ରହିଛି । କିଭଳି ରହୁଛି ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସେ ନେଇ ପ୍ରତିଦିନ ଜିଲ୍ଲା ପ୍ରଶାସନକୁ ଅବଗତ କରାଇ।ବାକୁ  ଗାଇଡଲାଇନରେ କୁହାଯାଇଛି ।

କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଆସିଲା କିଛି ଏଭଳି ଚିତ୍ର ଯାହାକୁ ଦେଖି ଆଶ୍ୱସ୍ତ ହେବେ ଅନ୍ତେବାସୀଙ୍କ ପରିବାର ଲୋକେ

ବ୍ରହ୍ମପୁର: କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଡାଲମା ଭାତ ନୁହେଁ ବରଂ ମିଳୁଛି ଚିକେନ୍‌ ଭାତ ଆଉ ତା’ ସାଙ୍ଗକୁ ବହଳିଆ ଡାଲି । ଯାହାକୁ ଖାଇ ବେଶ ଖୁସି ଅଛନ୍ତି ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀ । ଏଭଳି ସୁବିଧାରେ ଆମେ ୨୧ ଦିନ କ’ଣ ମାସେ ବି ରହିଯୁବ ବୋଲି ଜଣେ ଅନ୍ତେବାସୀ କହିଛନ୍ତି ।

ଯାହାର ଭିଡିଓ ସେୟାର କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଯେଉଁଥିରେ ସେ ଖାଇବା ଥାଳିରେ ପରସା ଯାଇଥିବା ଭାତ , ବହଳିଆ ଡାଲି ଓ ଚିକେନ ତରକାରୀ ଖାଉଥିବା ଦେଖିବାକୁ ମିଳିଛି । ଏବଂ ଏଭଳି ଆୟୋଜନ ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି ଅନ୍ତେବାସୀ । ଅପରପକ୍ଷରେ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଶ୍ରେଷ୍ଠ ସୁବିଧା ଯୋଗାଇଦେବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ, ଖାଦ୍ୟ ଫେରାଇଲେ ଅନ୍ତେବାସୀ

ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ଗଞ୍ଜାମର ସୁବୁଲିୟା କ୍ୱାରେଣ୍ଟାଇନ୍‌ ସେଣ୍ଟରେ କିଛି ଅନ୍ତେବାସୀ ନିମ୍ନମାନ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିଥିଲେ । ଏଭଳି କି ସେମାନଙ୍କୁ ଦିଆଯାଇଥିବା ଖାଦ୍ୟକୁ ଫୋପାଡ଼ି ଦେଇଥିଲେ । ଯାହାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପ୍ରବାସୀଙ୍କ ଏଭଳି ଆଚରଣ ନାପସନ୍ଦ କରିଥିଲେ ଲୋକେ । ଏତେ ସଂଖ୍ୟକ ଲୋକଙ୍କ ପାଇଁ ଆୟୋଜନ ବେଳେ କେଉଁଠି କିଭଳି ଛୋଟ ମୋଟ ବ୍ୟତିକ୍ରମ ଘଟିପାରେ । ଏବଂ ଏଭଳି କଠିନ ପରିସ୍ଥିତିରେ ସରକାରଙ୍କ ସହଯୋଗ କରିବା ପାଇଁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଥିଲା । ତେବେ ଖାଦ୍ୟ ଫୋପାଡ଼ିବା ଦ୍ରୁଶ୍ୟ ଚାରିଆଡ଼େ ପ୍ରସାରିତ ହେବା ପରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଲୋକଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟ ବ୍ୟସ୍ତ ହୋଇପଡ଼ିଥିଲେ । ଏହା ଫଳରେ କିଛି କ୍ୱାରେଣ୍ଟାଇନ୍‌ ସେଣ୍ଟର ଗୁଡ଼ିକରେ ପରିବାର ଲୋକଙ୍କ ପକ୍ଷରୁ ଘରୁ ଖାଇବା ଆଣି ଅନ୍ତେବାସୀଙ୍କୁ ଦେଉଥିବାର ଦ୍ରୁଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଯାହା ସଂକ୍ରମଣ ଆଶଙ୍କାକୁ ଅଧିକ ବଢ଼ାଇଦେଉଛି । କ୍ୱାରେଣ୍ଟାଇନ୍ ସେଣ୍ଟର ଏଭଳି ସୁବ୍ୟବସ୍ଥା ନେଇ ଲୋକେ ଅବଗତ ହେବା ଆଶ୍ୱସ୍ତ ଅନୁଭବ କରିବେ ଏବଂ ଆଗାମୀ ଦିନମାନଙ୍କରେ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଘର ଖାଦ୍ୟ ଦେବାକୁ ଯିବେ ନାହିଁ ବୋଲି ଆଶା କରାଯାଉଛି ।