ଆଇଫୋନ୍ ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରୁଛି ଟିକଟକ୍ !

1 min read
TikTok caught spying on iPhone users in India and around the world

ନୂଆଦିଲ୍ଲୀ: ଆଇଫୋନ୍ ବ୍ୟବହାରକାରୀ ସାବଧାନ୍ । ଫୋନରୁ ତଥ୍ୟ ଚୋରି କରୁଛି ଚାଇନିଜ୍ ଆପ୍ ଟିକଟକ୍ । ଆପଲ iOS 14 ସଫ୍ଟୱେରରୁ ଟିକଟକ୍ ତଥ୍ୟ ଚୋରି କରୁଛି । ମେସେଜରୁ ଇମେଲ୍ ଆଉ ପାସୱାର୍ଡ ସବୁକିଛିର ତଥ୍ୟ ହାତଉଛି । ଟିକଟକ୍ ଆକାଉଣ୍ଟ ଥିବା ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି । ଯେତେବେଳେ କି iOS 14ର ସମ୍ପୂର୍ଣ୍ଣ ଭର୍ସନ ଏହି ବର୍ଷ ଆସିବ ବୋଲି ଆଶା କରାଯାଉଛି ।

ଫୋର୍ବସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏପ୍ରିଲରେ ଟିକଟକ୍ ଏଭଳି ଡାଟା ଚୋରି ଆରମ୍ଭ କରିଥିଲା । ଯାହା ବର୍ତ୍ତମାନ ଜାରି ରହିଛି । iOSର କ୍ଲିପବୋର୍ଡ କାର୍ଯ୍ୟକାରିତାରେ ସମସ୍ୟା ରହିଛି । ଏହା ବ୍ୟବହାରକାରୀଙ୍କ ଟେକ୍ସଟ୍ ଓ ଫଟୋକୁ ଅନ୍ୟ ଏକ ଆପକୁ କପି, ପେଷ୍ଟ କରିଥାଏ । ଏପରିକି ଏହା ଗୋଟିଏ ଆପଲ୍ ଡିଭାଇସରୁ ଅନ୍ୟ ଆପଲ୍ ଡିଭାଇସ୍ ଯଥା ଆଇଫୋନ୍, ମାକ ଓ ଆଇପାଡକୁ ଟେକ୍ସଟ୍ ଓ ଫଟୋ ସେୟାର କରେ ।

କୌଣସି ପ୍ରକାର ଫଟୋ କିମ୍ବା ଟେକ୍ସଟ୍ କ୍ଲିପବୋର୍ଡ ସହାୟତାରେ କପି, ପେଷ୍ଟ ପାଇଁ ଏହା ପ୍ରସ୍ତୁତ କରାଯାଇଛି । ତଣୁ, କେଉଁ ଆପ୍ କେଉଁ ତଥ୍ୟ ସଂଗ୍ରହ କରୁଛି ତାହାକୁ ନେଇ ବ୍ୟବହାରକାରୀଙ୍କୁ କୌଣସି ୱାର୍ଣ୍ଣିଂ ମିଳି ନଥାଏ । ତେବେ, ଫୋର୍ବସ ଅନୁସନ୍ଧାନ କହୁଛି- ଏହା ଦ୍ୱାରା ବ୍ୟବହାରକାରୀଙ୍କ ଲୋକେସନ୍ ମଧ୍ୟ ଆପ୍ଲିକେସନ୍ ଜାଣିଥାଏ ।

ଯଦି ଆଇଫୋନରେ ଟିକଟକ୍ ଇନଷ୍ଟଲ ଥାଏ ତେବେ, ଏହା ଡିଭାଇସରେ ଥିବା ପାସୱାର୍ଡ, ଡକ୍ୟୁମେଣ୍ଟସ୍, ଗୋପନ ଇମେଲ୍, ଆର୍ଥିକ ସୂଚନା ସଂଗ୍ରହ କରିପାରିବ । ଆପଲ୍ iOS 14ର ବେଟା ଭର୍ସନ ରିଲିଜ୍ କରିଛି । ଯାହାକି କୌଣସି ଆପ୍ କପି, ପେଷ୍ଟ କରୁଥିବା ବେଳେ ବ୍ୟବହାରକାରୀଙ୍କ ସୂଚିତ କରିବ । ଜଣେ ଭେରିଫାଇଡ୍ ଟ୍ୱିଟର ୟୁଜର ଜେରେମି ବର୍ଗ ଭିଡିଓ ପୋଷ୍ଟ କରି ଲେଖଛନ୍ତି ବେଟା ଭର୍ସନ୍ ଟିକଟକ୍ କିଛି କପି କଲେ ଆଲର୍ଟ କରୁଛି ।

ଏହା ଉପରେ ଚାଇନିଜ୍ କମ୍ପାନୀ ଟିକଟକ୍ ନିଜର ପ୍ରତିକ୍ରିୟା ରଖିଛି । ଏହାର ଅପଡେଟ୍ ଭର୍ସନ ଆସିଛି ବୋଲି ଟିକଟକ୍ ପକ୍ଷରୁ କୁହାଯାଇଛି ।

Leave a Reply