spot_img
Home Blog Page 7240

କଳାହାଣ୍ଡିରେ ୫-ଟି ସଚିବ, କୋଭିଡ ହସ୍ପିଟାଲ ନିର୍ମାଣ କାର୍ଯ୍ୟର କଲେ ତଦାରଖ

ଭୁବନେଶ୍ୱର: ଉନ୍ନୟନ  କମିଶନର ସୁରେଶ ମହାପାତ୍ରଙ୍କ ସହ କଳାହାଣ୍ଡିରେ 5-T ସଚିବ ଭି.କେ ପାଣ୍ଡିଆନ୍‌ । କଳାହାଣ୍ଡି ଯାଇ ଭବାନୀପାଟଣାରେ ନିର୍ମାଣଧୀନ କୋଭିଡ-19 ହସପିଟାଲର ପ୍ରସ୍ତୁତି କାମ ବୁଲି ଦେଖିଛନ୍ତି । ହସପିଟାଲରେ କି ବ୍ୟବସ୍ଥା କରାଯାଇଛି ସେ ନେଇ ତଦାରଖ କରିଛନ୍ତି 5-T ସଚିବ । ଏହାସହ ନିର୍ମାଣ କାମର ଅଗ୍ରଗତି ସଂପର୍କରେ ପଚାରିବୁଝିଛନ୍ତି । ଡାକ୍ତରଖାନାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଏହି ଅବସରରେ ସଚିବଙ୍କ ସହ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଖୁବଶୀଘ୍ର ଏହି ହସପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି । ଏଯାବତ୍‌ କଳାହାଣ୍ଡିରେ ୨ଟି କରୋନା ପଜିଟିଭ କେସ ଚିହ୍ନଟ ହୋଇଛି ।

https://www.facebook.com/nandighoshatv/videos/236050861086792/

 

WHOକୁ ପାଣ୍ଠି ପ୍ରଦାନ ଉପରେ ରୋକ ଲଗାଇଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଆମେରିକା ଖଫା । WHOକୁ ଦିଆଯାଉଥିବା ଫଣ୍ଡ ଉପରେ ରୋକ ଲଗାଇଲା ଆମେରିକା । ଏ ନେଇ ଆମେରିକୀୟ ପ୍ରଶାସନିକ ଅଧିକାରୀଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ । ସେ କହିଛନ୍ତି, ଏଭଳି ସ୍ଥିତି ଟଙ୍କା କାଟିବାର ସମୟ ନୁହେଁ । କେବଳ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୁହେଁ ଯେଉଁ ମାନବିକ ସଂଗଠନ କୋଭିଡ-୧୯ର ମୁକାବିଲା କରୁଛନ୍ତି ସେମାନଙ୍କର ଟଙ୍କା କାଟିବା ଉଚିତ୍ ନୁହେଁ ବୋଲି ଗୁଟେରସ କହିଛନ୍ତି। ଏବେ ସାରା ବିଶ୍ୱକୁ ଏକାଠି ହୋଇ କରୋନା ଭାଇରସ ବିରୋଧରେ ଲଢ଼େଇ କରିବା ଦରକାର ବୋଲି ସେ କହିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ୍-୧୯ ମାମଲାରେ ଚାଇନାକୁ ସହଯୋଗ କରୁଥିବା ଅଭିଯୋଗ କରିଛି ଆମେରିକା। ଏହି କାରଣ ଦର୍ଶାଇ WHOକୁ ପାଣ୍ଠି ଯୋଗାଇବାକୁ ବାରଣ କରିଛନ୍ତି ଆମେରିକା ରାଷ୍ଟ୍ରପତି। ସୂଚନା ଯୋଗ୍ୟ ଯେ, ଆମେରିକା WHOକୁ ପ୍ରତିବର୍ଷ ୪୦୦ ମିଲିଅନରୁ ୫୦୦ ମିଲିଅନ ଡଲାର ସହାୟତା ପ୍ରଦାନ କରୁଛି  ।

ଲକଡାଉନ୍ 2.0: ଗାଇଡଲାଇନ୍ ଜାରି କଲା ଗୃହ ମନ୍ତ୍ରାଳୟ , ଆରମ୍ଭ ହେବ କୃଷି କାର୍ଯ୍ୟ

ନୂଆଦିଲ୍ଲୀ: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ୍ ବୃଦ୍ଧି ନେଇ ଏଲାନ କରିଥିଲେ । ତେବେ ଲକଡାଉନ୍ ଦ୍ୱିତୀୟ ପର୍ଯ୍ୟାୟ ସମ୍ବନ୍ଧରେ ଗୃହ ମନ୍ତ୍ରାଳୟ ଦ୍ୱାରା ବୁଧବାର ଏକ ଗାଇଡଲାଇନ ଜାରି କରାଯାଇଛି। ଲକଡାଉନ୍ ପାର୍ଟ ୨ରେ କିଛି କଟକଣାକୁ କୋହଳ କରିଛନ୍ତି କେନ୍ଦ୍ର ସରକାର । ତେବେ ଏହି ଗାଇଡଲାଇନ ଅନୁସାରେ ବିମାନ, ମେଟ୍ରୋ, ଘରୋଇ ବସ୍ ଚଳାଚଳ କରିବ ନାହିଁ। ଯେଉଁମାନଙ୍କୁ ପ୍ରଥମ ଲକଡାଉନ୍‌  ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା ସେମାନଙ୍କ ଚଳନ ଜାରି ରହିବ । ଏହା ବ୍ୟତୀତ କୃଷି ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଏଥର ରିହାତି ଦିଆଯାଇଛି । କେବଳ ଜରୁରୀକାଳୀନ ସେବାରେ ଥିବା କର୍ମଚାରୀ ଆବଶ୍ୟକସ୍ଥଳେ ଟ୍ରେନ୍ କିମ୍ବା ବସ୍‌ରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି ।

ଗୃହ ମନ୍ତ୍ରଣାଳୟ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ପଠାଯାଇଥିବା ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି ଯେ, କୃଷି ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ରିହାତି ଦିଆଯିବ। ଶିଳ୍ପ କାର୍ଯ୍ୟକଳାପ ଜଡିତ ସବୁ କାମ ଉପରେ ପ୍ରତିବନ୍ଧକ ଜାରି ରହିବ। ଅତ୍ୟାବଶୀକୟ ସାମଗ୍ରୀ ପରିବହନ ଗାଡ଼ି ଚଳାଚଳ କରିବ । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି ।

ସମସ୍ତ ଘରୋଇ ଓ ଆନ୍ତର୍ଜାତୀୟ ବିମାନ, ଟ୍ରେନ୍, ସମସ୍ତ ଶିକ୍ଷାଗତ କୋଚିଂ ସେଣ୍ଟର, ଇଣ୍ଡଷ୍ଟ୍ରିୟାଲ ଏବଂ ବ୍ୟବସାୟିକ କାର୍ଯ୍ୟ, ହୋଟେଲ, ଟ୍ୟାକ୍ସି, ଅଟୋ ରିକ୍ସା, ସିନେମା ହଲ୍, ସପିଂ କମ୍ପ୍ଲେକ୍ସ, ଜିମ୍, ସ୍ପୋର୍ଟସ୍ କମ୍ପ୍ଲେକ୍ସ, ସୁଇମିଂ ପୁଲ୍, ବାର୍, ଥିଏଟର, କୌଣସି ଇଭେଣ୍ଟ, ସହ ଧାର୍ମିକ ସ୍ଥାନ ବନ୍ଦ ରହିବ । ଏହା ବ୍ୟତୀତ ୨୦ ରୁ ଅଧିକ ଲୋକଙ୍କୁ କୌଣସି ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଅନୁମତି ଦିଆଯିବ ନାହିଁ ।

ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧର ଉତ୍ପାଦନ ଜାରି ରହିବ । SEZ ରେ ଶିଳ୍ପ ଉତ୍ପାଦନ ଜାରି ରହିବ । ଏହା ବ୍ୟତୀତ କିଛି ଟ୍ରକଗୁଡ଼ିକୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି। ଗ୍ରାମାଞ୍ଚଳରେ ଶିଳ୍ପ କାର୍ଯ୍ୟକଳାପ ଜାରି ରହିବ । କେବୁଲ ଟିଭି, DTH, ଟେଲିଫୋନ୍ ସହିତ ଜରୁରୀ ସେବା ଜାରି ରହିବ । ବିଦ୍ୟୁତ୍ ମେକାନିକ୍, ପ୍ଲମ୍ବର, କର୍ପୋରେଟରଙ୍କୁ ମଧ୍ୟ କାମ କରିବାକୁ ଅନୁମତି ଦିଆଯାଇଛି ।ଏହା ବ୍ୟତୀତ ଅତ୍ୟାବଶ୍ୟକ ସେବା ପାଇଁ ଯାତାୟାତ ଅନୁମତି, ସମସ୍ତ ଡାକ୍ତରଖାନା, କ୍ଲିନିକ୍ ଖୋଲା ରହିବ । ଏହା ସହ ପେଟ୍ରୋଲ ପମ୍ପ ଖୋଲା ରଖିବାକୁ ଅନୁମତି ଦିଆଯାଇଛି ।

କୃଷକମାନଙ୍କୁ କାମ କରିବାକୁ ସରକାର ଅନୁମତି ଦେଇଛନ୍ତି। ଚାଷୀଙ୍କୁ ଫସଲ କାଟିବା ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଏଥିସହ କୃଷକମାନଙ୍କର ଉତ୍ପାଦ କିଣିବାକୁ ଏଜେନ୍ସିଗୁଡ଼ିକୁ ଅନୁମତି ଦିଆଯାଇଛି। ମତ୍ସ୍ୟ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି । ସାମାଜିକ ଦୂରତା ବଜାୟ ରଖିବା ପାଇଁ ଆବେଦନ କରାଯାଇଛି । ଏହା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟରେ ମଧ୍ୟ ରିହାତି ଦିଆଯାଇଛି।

କରୋନାର ହଟସ୍ପଟ୍ ଅଞ୍ଚଳରେ କୌଣସି ରିହାତି କରାଯିବ ନାହିଁ । ଏହି କ୍ଷେତ୍ରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍ ପାଳନ କରାଯିବ। ଏଥିସହ କାହାକୁ ବାହାରକୁ ଯିବାକୁ ଦିଆଯିବ ନାହିଁ। ଏହି ଅଞ୍ଚଳର ସୁରକ୍ଷା ସହ ଜଡିତ କର୍ମଚାରୀ ଏବଂ ଡାକ୍ତରୀ କର୍ମଚାରୀଙ୍କ ଚଳନ ଜାରି ରହିବ ।

ଯେଉଁ ଅଞ୍ଚଳରୁ କରୋନା ମାମଲା ଆସିବ ନାହିଁ, ସେମାନଙ୍କୁ ରିହାତି ମିଳିବ । ଏପ୍ରିଲ୍ ୨୦ ତାରିଖ ସୁଦ୍ଧା ଏହାର ସମୀକ୍ଷା କରାଯିବ । ଏହି ସମୀକ୍ଷା ପରେ, କେତେକ କ୍ଷେତ୍ରରେ ମାମୁଲି ରିହାତି ଦିଆଯିବ । ଏହି ରିହାତି ଦେବା ପୂର୍ବରୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଗାଇଡଲାଇନକୁ ଅନୁସରଣ କରାଯିବ । ଏଥିସହିତ କାର୍ଯ୍ୟାଳୟ, କର୍ମକ୍ଷେତ୍ର, କାରଖାନା କିମ୍ବା ଅନୁଷ୍ଠାନରେ ସାମାଜିକ ଦୂରତା ଅନୁସରଣ କରାଯିବ।

 

 

 

 

 

ନିରାଡମ୍ୱରଭାବେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ କରିବାକୁ ନିବେଦନ କଲେ ନବୀନ

ଭୁବନେଶ୍ୱର: ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ ହେବ ପ୍ରବାଦ ପୁରୁଷ ବିଶିଷ୍ଟ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ । ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି, ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ ନିରାଡମ୍ବର ଭାବେ ପାଳନ କରିବା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଦଳର ନେତୃବୃନ୍ଦ ନିଜ ନିଜ ଘରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରିବାକୁ କୁହାଯାଇଛି।

https://www.facebook.com/nandighoshatv/videos/536633223663609/

ଏଥି ସହ ପ୍ରବାଦ ପୁରୁଷଙ୍କ ଦେଶ ତଥା ଓଡ଼ିଆ ଜାତି ପ୍ରତି ଥିବା ତ୍ୟାଗପୁତ ଜୀବନୀ ସମ୍ପର୍କରେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ। ଦୀର୍ଘଦିନ ଧରି ଦଳ ପକ୍ଷରୁ କରାଯାଉଥିବା ସାମାଜିକ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ (ରକ୍ତ ସଂଗ୍ରହ ) କାର୍ଯ୍ୟ ଜାରି  ରଖିବେ। ଜଣେ ବି ବ୍ୟକ୍ତି ଯେପରି ରକ୍ତ ଅଭାବରୁ ସ୍ଵାସ୍ଥ୍ୟଗତ ସମସ୍ୟାରେ ନ ପଡନ୍ତି, ସେଥି ପ୍ରତି ଦୃଷ୍ଟି ଦେବାକୁ ବିଜେଡ଼ି ସଭାପତି ଦଳର ପ୍ରତିଟି କର୍ମୀ,ନେତା ଏବଂ ଶୁଭେଚ୍ଛୁଙ୍କୁ ନିବେଦନ କରିଛନ୍ତି।। ମାନ୍ୟବର ସଭାପତିଙ୍କର ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ସଫଳତାର ସହ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜାରି  ରହିଥିବାରୁ,ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।।  ଏଭଳି ଏକ କଠିନ ସମୟରେ ରକ୍ତଦାନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ଦେଶସେବା ଓ ଉସର୍ଗ୍ରୀକୃତ ମନୋଭାବକୁ ସବୁଦିନ ମନେ ରଖିବି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି।  ବିଜୁ ଜନତା ଦଳର ଅଗଣିତ କର୍ମୀ, ଶୁଭେଚ୍ଛୁ, ନେତୃ ମଣ୍ଡଳୀ, ଛାମୁଆ ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ନିବେଦନ କରାଯାଉଛି କୌଣସି ପରିସ୍ଥିତିରେ ପଦାକୁ ନ ବାହାରି ଘର ଭିତରେ ପ୍ରବାଦ ପୁରୁଷଙ୍କ ପ୍ରତି ନିଜର ଶ୍ରଦ୍ଧା ନିବେଦନ କରିବାକୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା, ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି।

 

କରୋନା ସଂକ୍ରମିତ ହେଲେ ଗୁଜରାଟର କଂଗ୍ରେସ ବିଧାୟକ…ରିପୋର୍ଟ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କୁ କରିଥିଲେ ସାକ୍ଷାତ

ଗାନ୍ଧିନଗର: ଗୁଜରାଟ କଂଗ୍ରେସର ଜମାଲପୁର ଖଡିଆର ବିଧାୟକ ଇମ୍ରାନ ଖାଡେଓ୍ବାଲା କରୋନାରେ ସଂକ୍ରମିତ ହୋଇଛନ୍ତି । ଅସୁସ୍ଥ ଥିବାରୁ ସେ ଡାକ୍ତରଖାନାରେ ଟେଷ୍ଟ କରାଇଥିଲେ । ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ ଗାନ୍ଧୀନଗରରେ ଥିବା ସ୍ୱତନ୍ତ୍ର କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଆସିବା ପୂର୍ବରୁ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ୍‌ ଓ ଗୃହ ରାଜ୍ୟମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ମଧ୍ୟ ସାମିଲ ହୋଇଥିଲେ। ଜମାଲପୁର-ଖଡିଆର ଅଞ୍ଚଳ ଏବେ କରୋନା ସଂକ୍ରମିତ। ତେଣୁ ଇମ୍ରାନ୍‌ କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ ତଥ୍ୟ ସଂଗ୍ରହ କରାଯାଉଛି।

ଅହମ୍ମଦାବାଦରେ ଅଧିକରୁ ଅଧିକ ପଜିଟିଭ ମାମଲା ସାମ୍ନାକୁ ଆସିଛି । ଗୁଜରାଟର ୬ଟି ଅଞ୍ଚଳ ଶାହାପୁର, କାଲୁପୁର, ଜମାଲପୁର-ଖାଡିଆ, ଗାଇକୱାଡ ହାଭେଲି ଏବଂ ଦରିଆପୁର ହଟସ୍ପଟ୍ ଅଧୀନରେ ରହିଛି। ସହର ବାହାରେ ଥିବା କିଛି ସ୍ଥାନରେ ମଧ୍ୟ କର୍ଫ୍ୟୁ ଘୋଷଣା କରାଯାଇଛି । ଏହି କ୍ଷେତ୍ରରେ ଅଧିକରୁ ଅଧିକ କରୋନା ସଂକ୍ରମିତ ମାମଲା ଥିବାରୁ ପ୍ରଶାସନ ତଦାରଖ କରୁଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସହଯୋଗ କରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଉଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଭାରତରେ ଏବେ ଲକଡାଉନ୍ ଅବଧି ମଧ୍ୟ ବୃଦ୍ଧି କରାଯାଇଛି ।

ଦେଶରେ ୧୧ ହଜାର ପାର ହେଲା କରୋନା ଆକ୍ରାନ୍ତ ସଂଖ୍ୟା….ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨୨୨୮ ମୃତ୍ୟୁ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ୧୧ ହଜାର ୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୯୨୭୨ ସଂକ୍ରମଣ ସକ୍ରିୟ ରହିଥିବାବେଳେ ୧୧୯୦ ଆରୋଗ୍ୟ ଲାଭ କରି ସାରିଛନ୍ତି । ଏହାଛଡା କରୋନା ସଂକ୍ରମଣରେ ୩୫୩ ଜଣଙ୍କ ମୃତ୍ୟୁ ହୋଇସାରିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨୧୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନର ସ୍ଥିତିରେ ଭାରତରେ ଯେଭଳି ଭାବରେ ସଂକ୍ରମଣ ବୃଦ୍ଧି ପାଉଛି ତାକୁ ନିୟନ୍ତ୍ରଣ କରିବାକୁ ଲକ୍‌ଡାଉନ ଅବଧି ବଢାଯାଇଛି ।

ତେବେ କୈାଣସି ନିର୍ଦ୍ଦିଷ୍ଟ ସ୍ଥାନରେ ୨୮ ଦିନ ଭିତରେ କୈାଣସି ନୂଆ ସଂକ୍ରମିତ ଚିହ୍ନଟ ନହେଲେ କରୋନା ଉପରେ ନିୟନ୍ତ୍ରଣ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଲକ୍‌ଡାଉନ ଅବଧି ବଢିବା ପରେ ଗରିବ ଶ୍ରେଣୀର ଲୋକେ ଯେମିତି କୈାଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ, ଗରିବ କଲ୍ୟାଣା ଯୋଜନା ଏବଂ ଉଜ୍ଜଳା ଯୋଜନାରେ ଲୋକଙ୍କୁ କେମିତି ସମସ୍ତ ସୁବିଧା ମିଳିପାରିବ ସେଥିପ୍ରତି ମଧ୍ୟ ସରକାର ବିଶେଷ ଧ୍ୟାନ ଦେଉଛନ୍ତି ।

ତେବେ ଆମେରିକାରେ କରୋନା ଯୋଗୁଁ ଦିନକୁ ଦିନ ଅବସ୍ଥା ବିଗିଡିବାରେ ଲାଗିଛି। ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ସଂକ୍ରମଣ ହେତୁ ୨୨୨୮ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାର ନ୍ୟୁୟର୍କ ସବୁଠୁ ଅଧିକ ପ୍ରଭାବିତ ହୋଇଛି  । ନ୍ୟୁୟର୍କରେ କରୋନା କାରଣରୁ ୧୦,୦୦୦ରୁ ଅଧିକ ମୃତ୍ୟୁ ହୋଇଛି । ସେଠାରେ ଲକଡାଉନ୍ ଆଗକୁ ଜାରି ରହିବ ବୋଲି ଜଣାପଡିଛି । ଆମେରିକା ବ୍ୟତୀତ କରୋନା ଫ୍ରାନ୍ସରେ ହଇଚଇ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ୭୬୨କରୋନା ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଛି  । ଏଠାରେ କରୋନା ପଜିଟିଭ ଲୋକଙ୍କ ସଂଖ୍ୟା ୧୫ ହଜାର ୭୨୯ କୁ ବୃଦ୍ଧି ପାଇଛି  । ସ୍ୱିଡେନରେ ମଧ୍ୟ କରୋନା ଭାଇରସ ସଂକ୍ରମଣ ଯୋଗୁଁ ୧୧,୪୪୫ କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି।

 

 

 

 

ଦେଶରେ ୧୧ ହଜାର ପାର ହେଲା କରୋନା ଆକ୍ରାନ୍ତ ସଂଖ୍ୟା…ମହାରାଷ୍ଟରେ ୨ ହଜାର ଓ ଦିଲ୍ଲୀରେ ୧୫ଶହ ପରେ ପଜିଟିଭ…ଏପଟେ ଲକ୍‌ଡାଉନ୍‌ ବୃଦ୍ଧି ପରେ ସରକାରୀ ଯୋଜନା ଜାରି କରିବାକୁ ଘୋଷଣା

ଦେଶରେ ୧୧ ହଜାର ପାର ହେଲା କରୋନା ଆକ୍ରାନ୍ତ ସଂଖ୍ୟା…ମହାରାଷ୍ଟରେ ୨ ହଜାର ଓ ଦିଲ୍ଲୀରେ ୧୫ଶହ ପରେ ପଜିଟିଭ…ଏପଟେ ଲକ୍‌ଡାଉନ୍‌ ବୃଦ୍ଧି ପରେ ସରକାରୀ ଯୋଜନା ଜାରି କରିବାକୁ ଘୋଷଣା

ଶରୀର ଅସୁସ୍ଥ ରହିବ, କାର୍ଯ୍ୟରେ ବାଧା ହେବ…ଆର୍ଥିକ ସଙ୍କଟ ଦୁରେଇଯିବ

ଆଜିର ପଞ୍ଚାଙ୍ଗ

ଏପ୍ରିଲ୍ ୧୫ ତାରିଖ, ୨୦୨୦ ମସିହା, ବୁଧବାର, ମେଷ ୩ ଦିନ

୧୯୪୨ ଶକାଦ୍ଦ,୧୪୨୭ ସାଲ୍‌,୨୦୭୭ ସମ୍ବତ୍‌

ବୈଶାଖ ମାସ, କୃଷ୍ଣପକ୍ଷ, ଅଷ୍ଟମୀ ତିଥି,ଉତ୍ତରାଷାଢା ନକ୍ଷତ୍ର

ମକର ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଯୋଗିନୀ ରହିବେ ଐଶାନ୍ୟ କୋଣରେ, ତେଣୁ ଐଶାନ୍ୟ କୋଣକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- ସିଂହ ରାଶି ପୁରୁଷ

ଘାତବାର- କର୍କଟ ରାଶି

ଶୁଭ ସମୟ- ସକାଳ ୭ଟା ୧୦ ରୁ ସକାଳ ୮ଟା ୫୧ ମିନିଟ୍‌

ଅଶୁଭ ସମୟ- ଦିନ ୧୧ଟା ମିନିଟ୍‌ ୪୭ ମିନିଟ୍‌ ରୁ  ଦିନ ୧ଟା ୨୧ ମିନିଟ୍‌ ପର୍ଯ୍ୟନ୍ତ

ମେଷ ରାଶି

ଅଶ୍ୱିନୀ ମେଷ- ଚାକିରୀ ପାଇଁ ଅଶୁଭ ରହିଛି, ରୋଜଗାର ହରାଇପାରନ୍ତି

ଦ୍ବିଜା ନକ୍ଷତ୍ର- ପିତୃ କଷ୍ଟ ପାଇବେ, ଦୁର ଯାତ୍ରା ସ୍ଥିଗିତ ହୋଇପାରେ

କୃତ୍ତିକା ନକ୍ଷତ୍ର-ସମ୍ମାନ ବଢିବ, ପଦୋନ୍ନତିର ଯୋଗ ରହିଛି

ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର- ମାଙ୍ଗଳିକ କାର୍ଯ୍ୟରେ ବାଧା ଆସିବ, ସବୁ କାମ ସ୍ଥଗିତ ରହିବ

ରୋହିଣୀ ନକ୍ଷତ୍ର- କାର୍ଯ୍ୟରେ ଦ୍ବନ୍ଦ ଉପୁଜିପାରେ, ଶରୀର ଖରାପ ରହିବ

ମୃଗଶିରା- ସବୁ କାମ ଅତି ସହଜରେ ହୋଇଯିବ

ଜଳରେ କିଛି ଙ୍କୁଙ୍କୁମ ମିଶାଇ ଅର୍ପଣ କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- ଶରୀର ଅସୁସ୍ଥ ରହିବ, କାର୍ଯ୍ୟରେ ବାଧା ରହିବ

ଆଦ୍ରା ନକ୍ଷତ୍ର- ପିତାଙ୍କ ସ୍ବାସ୍ଥ୍ୟକୁ  ନେଇ ଚିନ୍ତାରେ ରହିବ

ପୁନର୍ବସୁ ନକ୍ଷତ୍ର- ଆର୍ଥିକ ସଙ୍କଟ ଦୁରେଇଯିବ, ଋଣ ମିଳିବାର ଯୋଗ

ମା’ଦୁର୍ଗାଙ୍କୁ ଗୋଟିଏ ଘିଅ ଦୀପ ଅର୍ପଣ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର- ଦାମ୍ଫତ୍ୟ ଜୀବନରେ କଳହ ଦେଖାଦେବ

ପୁଷ୍ୟ। ନକ୍ଷତ୍ର- ବିବାଦ ଭିତରେ ଦିନଟି କଟିବ,ମାଙ୍ଗଳିକ କାମ ବନ୍ଦ ରହିବ

ଅଶ୍ଳେଷା- କାର୍ଯ୍ୟରେ ସଫଳତା ମିଳିବ, ବାହାରକୁ ଯିବା ପାଇଁ ଯୋଜନା ରହିବ

ମହାଦେବଙ୍କୁ ପୂଜା କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର- ଆଜି ଅପମାନିତ ହୋଇପାରନ୍ତି,କୈାଣସି କାମ ହେବ ନାହିଁ

ପୂର୍ବାଫାଲଗୁନି- ରୋଜଗାର ହରାଇପାରନ୍ତି, ଋଣ ଭାର ବଢିବ

ଉତ୍ତରାଫାଲଗୁନି- ଅସମ୍ଭବ କାମ ସବୁ ସମ୍ଭବରେ ପରିଣତ ହୋଇଯିବ

ମା’ଦୁର୍ଗାଙ୍କୁ  ସିନ୍ଦୁର ଦାନ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନି ନକ୍ଷତ୍ର- ସନ୍ତାନ କଷ୍ଟ ଲାଗି ରହିବ

ହସ୍ତା ନକ୍ଷତ୍ର- କିଛି ଦୁଃସମ୍ବାଦ ପାଇପାରନ୍ତି, ଚାକିରୀରେ ସମସ୍ୟା ଦେଖାଦେବ

ଚିତ୍ରା ନକ୍ଷତ୍ର- କୈାଣସି ସ୍ଥାନରୁ ଶୁଭ ଖବର ପାଇବେ

ଶ୍ରୀଗଣେଶଙ୍କୁ ୩ଟି ମନ୍ଦାର ଫୁଲ ପ୍ରଦାନ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର- ଘରର ସମସ୍ୟା ବଢିବ,ପରିବାରରେ ଝଗଡା ହୋଇପାରେ

ସ୍ବାତୀ ନକ୍ଷତ୍ର- ଅନ୍ୟ କାହାରି ଯାନବାହନରେ ବସନ୍ତୁ ନାହିଁ, ବିପଦ ରହିଛି

ବିଶାଖା ନକ୍ଷତ୍ର-ସବୁ କାର୍ଯ୍ୟ ଅତି ସହଜରେ ହୋଇଯିବ

ଗଙ୍ଗାଜଳରେ ତୁଳସୀ ପକାଇ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- ଦିନଟି ବିବାଦ ଭିତରେ କଟିବ

ଅନୁରାଧା ନକ୍ଷତ୍ର- ଧନ ମିଳିବାରେ ଅସୁବିଧା ହେବ,ଭାଇଭଉଣୀମାନେ କଷ୍ଟ ପାଇବେ

ଜ୍ୟୋଷ୍ଠା ନକ୍ଷତ୍ର- ବିବାଦର ସମାଧାନ ହୋଇଯିବ, ନୂଆ ବେପାର ପାଇଁ ଯୋଜନା କରିବେ

ଶ୍ରୀହନୁମାନଙ୍କୁ ୩ଟି ମନ୍ଦାର ଫୁଲ ଅର୍ପଣ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର- ଅନେକ କାମ ସବୁ ଅଟିକି ଯିବ, ଅର୍ଥ ମିଳିବ ନାହିଁ

ପୂର୍ବାଷାଢା- ଅର୍ଥକୁ ନେଇ ଅନର୍ଥ ଲାଗି ରହିବ

ଉତ୍ତରାଷାଢା- ପରିବାରରେ ଆନନ୍ଦ,ଉଲ୍ଲାସ ରହିବ, ବନ୍ଧୁ ସହାୟତା ମଧ୍ୟ ମିଳିବ

ଶ୍ରୀହରି ବିଷ୍ଣୁଙ୍କୁ ଘିଅ ଦୀପ ଗୋଟିଏ ଅର୍ପଣ କରନ୍ତୁ

ମକର ରାଶି-

ଉତ୍ତରାଷାଢା- ଦେହ,ମନ ଭଲ ରହିବ ନାହିଁ, ଅର୍ଥ ମିଳିବାରେ ଅସୁବିଧା

ଶ୍ରବଣା- ଧନହାନି,ମାନହାନି ଘଟିବ

ଧନିଷ୍ଠା ନକ୍ଷତ୍ର- କାମ ସବୁ ସହଜରେ ଆଗେଇଯିବ

ମହାଦେବଙ୍କୁ ଧଳା ଚନ୍ଦନ କିଛି ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଦୁର୍ଘଟଣା ଘଟିପାରେ, ଆର୍ଥିକ ଅନାଟନ ଲାଗି ରହିବ

ଶତଭିଷା ନକ୍ଷତ୍ର- ଅର୍ଥ ହାନି,ଶତୃ ଦ୍ଵାରା ଅପମାନିତ ହୋଇପାରନ୍ତି

ପୂର୍ବଭାଦ୍ର- ଦୁର ଯାତ୍ରା ପାଇଁ ଯୋଜନା କରିପାରନ୍ତି

ଶନିଦେବଙ୍କୁ ପୂଜା କରନ୍ତୁ ଦିନଟି ଶୁଭରେ କଟିବ

ମୀନ ରାଶି

ପୂର୍ବଭାଦ୍ର- ସବୁ କିଛି ଆଶାରେ ରହିଯିବ,ଅର୍ଥ ମିଳିବ ନାହିଁ

ଉତ୍ତରଭାଦ୍ର- କାର୍ଯ୍ୟରେ ବାଧା ଦେଖାଦେବ

ରେବତୀ ନକ୍ଷତ୍ର- କାର୍ଯ୍ୟ ସବୁ ସହଜରେ ହୋଇଯିବ, ଅର୍ଥ ମିଳିବାର ଯୋଗ

ଶ୍ରୀ ତାରାଦେବୀଙ୍କୁ ପୂଜା କରିଲେ ଶୁଭ ରହିବ

 

ଜ୍ୟୋତିର୍ବିଦ୍‌ ବିପିନ୍‌ କୁମାର ରାଉତରାୟ

ଯୋଗାଯୋଗ-9937343533

 

 

 

 

ବିଧାୟକଙ୍କୁ କରୋନା: କ୍ୱାରେଣ୍ଟାଇନ୍‌ରେ ରହିବେ ଗୁଜୁରାଟ୍‌ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ!

ଗୁଜୁରାଟ୍: କରୋନା କବଳରେ ବିଧାୟକ । ଜମାଲପୁରର କଂଗ୍ରେସ ବିଧାୟକ ଇମ୍ରାନ ଖେଡାୱାଲାଙ୍କୁ କରୋନା । ମଙ୍ଗଳବାର ଦିନ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ଏବଂ ରାଜ୍ୟ ଗୃହମନ୍ତ୍ରୀଙ୍କ ସହ କରିଥିଲେ ଆଲୋଚନା । ବିଧାୟକ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ନିଜକୁ କ୍ୱାରେଣ୍ଟାଇନ୍‌ କରାଇବାକୁ ପଡ଼ିପାରେ । ଏଥିସହିତ କଂଗ୍ରେସର ଅନ୍ୟ ଦୁଇଜଣ ବିଧାୟକ ଶୈଳେଶ ପରମାର ଏବଂ ଗୟାସୁଦ୍ଦିନ ଶେଖ୍‌ଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍‌ରେ ରଖାଯିବ ।

ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ କଂଗ୍ରେସର ଏହି ୩ ବିଧାୟକଙ୍କ ଆଲୋଚନା ହୋଇଥିଲେ । ଅହମ୍ମଦବାଦର ୨ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯିବାକୁ ନେଇ ବିଜୟ ରୂପାନୀଙ୍କ ସହ ଆଲୋଚନା ହୋଇଥିଲା । ଏହି ବିଧାୟକମାନେ ସମ୍ପୃକ୍ତ ଅଞ୍ଚଳରୁ ପ୍ରତିନିଧିତ୍ୱ କରନ୍ତି । ତେବେ ଏଯାବତ୍ ରାଜ୍ୟରେ ମୋଟ ୬୧୫ଟି ମାମଲା ସମ୍ନାକୁ ଆସିଛି । ଯେଉଁଥିରୁ ଅଧିକାଂଶ ଅହମ୍ମଦାବାଦ ଅଞ୍ଚଳ ।

ପ୍ରକାଶ ଯୋଗ୍ୟ ଯେ,  ସିଏଏ ଓ ଏନ୍‌ଆରସିକୁ ବିରୋଧକୁ ନେଇ ଚର୍ଚ୍ଚାରେ ରହିଥିଲେ ଇମ୍ରାନ୍ । ନିଆରା ଶୈଳୀରେ ବିରୋଧ ତାଙ୍କୁ ଚର୍ଚ୍ଚିତ କରିଥିଲା । ସେ ଏନ୍‌ଆରସି ଓ ସିଏଏ ବିରୋଧୀ ପୋଷ୍ଟରକୁ ନିଜ ରକ୍ତରେ ଲେଖିଥିଲେ ।

କରୋନା କବଳରେ ସାରା ବିଶ୍ୱର ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ

ନୂଆଦିଲ୍ଳୀ: ୨୧୦ଟି ଦେଶରେ କରୋନା କହର ଜାରି ରହିଛି । ୧୯ ଲକ୍ଷ ୪୦ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ୧ଲକ୍ଷ ୨୦ ହଜାର ଟପିଲାଣି ମୃତକଙ୍କ ସଂଖ୍ୟା । ବିଶ୍ୱର ସବୁଠାରୁ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକାରେ ଦେଖିବାକୁ ମିଳିଛି । ୫ ଲକ୍ଷ ୮୭ ହଜାର ଟପିଲାଣି ମାମଲା । ଗତ ୨୪ ଘଣ୍ଟାରେ ୨୩୨ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୩ ହଜାର ୭ ପହଁଚିଛି । ନ୍ୟୁୟର୍କରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆମେରିକା ପଛକୁ ରହିଛି ସ୍ପେନ୍‌ ଲକ୍ଷେ ୭୨ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ୧୮ ହଜାର ଟପିଛି ମୃତ୍ୟୁ ସଂଖ୍ୟା । ଏପଟେ ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନରେ ସ୍ଥିତି ସାଂଘାତିକ ହେଲାଣି । ଲକ୍ଷେ ପାର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ତୁର୍କୀରେ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି, ପ୍ରାୟ ୬୧ ହଜାର ଲୋକେ ଆକ୍ରାନ୍ତ ହୋଇଛନ୍ତି । ଇରାନରେ ୪୫୦୦ ଲୋକଙ୍କ ଜୀବନ ଯାଇଥିବାବେଳେ ୭୩ ହଜାର ଲୋକେ ସଂକ୍ରମିତ ହୋଇଛନ୍ତି । ନେଦରଲ୍ୟାଣ୍ଡ ଓ ସୁଇଜରଲ୍ୟାଣ୍ଡରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି । ସାରା ବିଶ୍ୱ ଏବେ ଲକଡାଉନରେ ରହିଛି । କିଛି କିଛି ଦିନରେ ଲକଡାଉନ ଧିରେ ଧିରେ ଉଠିବାରେ ଲାଗିଛି । ସ୍ଥିତି ସ୍ୱାଭାବିକ ହେବାକୁ ଆହୁରି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି ।