କରୋନା କବଳରେ ସାରା ବିଶ୍ୱର ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ

ନୂଆଦିଲ୍ଳୀ: ୨୧୦ଟି ଦେଶରେ କରୋନା କହର ଜାରି ରହିଛି । ୧୯ ଲକ୍ଷ ୪୦ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ୧ଲକ୍ଷ ୨୦ ହଜାର ଟପିଲାଣି ମୃତକଙ୍କ ସଂଖ୍ୟା । ବିଶ୍ୱର ସବୁଠାରୁ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକାରେ ଦେଖିବାକୁ ମିଳିଛି । ୫ ଲକ୍ଷ ୮୭ ହଜାର ଟପିଲାଣି ମାମଲା । ଗତ ୨୪ ଘଣ୍ଟାରେ ୨୩୨ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୩ ହଜାର ୭ ପହଁଚିଛି । ନ୍ୟୁୟର୍କରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆମେରିକା ପଛକୁ ରହିଛି ସ୍ପେନ୍‌ ଲକ୍ଷେ ୭୨ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ୧୮ ହଜାର ଟପିଛି ମୃତ୍ୟୁ ସଂଖ୍ୟା । ଏପଟେ ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନରେ ସ୍ଥିତି ସାଂଘାତିକ ହେଲାଣି । ଲକ୍ଷେ ପାର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ତୁର୍କୀରେ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି, ପ୍ରାୟ ୬୧ ହଜାର ଲୋକେ ଆକ୍ରାନ୍ତ ହୋଇଛନ୍ତି । ଇରାନରେ ୪୫୦୦ ଲୋକଙ୍କ ଜୀବନ ଯାଇଥିବାବେଳେ ୭୩ ହଜାର ଲୋକେ ସଂକ୍ରମିତ ହୋଇଛନ୍ତି । ନେଦରଲ୍ୟାଣ୍ଡ ଓ ସୁଇଜରଲ୍ୟାଣ୍ଡରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି । ସାରା ବିଶ୍ୱ ଏବେ ଲକଡାଉନରେ ରହିଛି । କିଛି କିଛି ଦିନରେ ଲକଡାଉନ ଧିରେ ଧିରେ ଉଠିବାରେ ଲାଗିଛି । ସ୍ଥିତି ସ୍ୱାଭାବିକ ହେବାକୁ ଆହୁରି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି ।

Leave a Reply