WHOକୁ ପାଣ୍ଠି ପ୍ରଦାନ ଉପରେ ରୋକ ଲଗାଇଲେ ଡୋନାଲ୍ଡ ଟ୍ରମ୍ପ

1 min read

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଆମେରିକା ଖଫା । WHOକୁ ଦିଆଯାଉଥିବା ଫଣ୍ଡ ଉପରେ ରୋକ ଲଗାଇଲା ଆମେରିକା । ଏ ନେଇ ଆମେରିକୀୟ ପ୍ରଶାସନିକ ଅଧିକାରୀଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ । ସେ କହିଛନ୍ତି, ଏଭଳି ସ୍ଥିତି ଟଙ୍କା କାଟିବାର ସମୟ ନୁହେଁ । କେବଳ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୁହେଁ ଯେଉଁ ମାନବିକ ସଂଗଠନ କୋଭିଡ-୧୯ର ମୁକାବିଲା କରୁଛନ୍ତି ସେମାନଙ୍କର ଟଙ୍କା କାଟିବା ଉଚିତ୍ ନୁହେଁ ବୋଲି ଗୁଟେରସ କହିଛନ୍ତି। ଏବେ ସାରା ବିଶ୍ୱକୁ ଏକାଠି ହୋଇ କରୋନା ଭାଇରସ ବିରୋଧରେ ଲଢ଼େଇ କରିବା ଦରକାର ବୋଲି ସେ କହିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ୍-୧୯ ମାମଲାରେ ଚାଇନାକୁ ସହଯୋଗ କରୁଥିବା ଅଭିଯୋଗ କରିଛି ଆମେରିକା। ଏହି କାରଣ ଦର୍ଶାଇ WHOକୁ ପାଣ୍ଠି ଯୋଗାଇବାକୁ ବାରଣ କରିଛନ୍ତି ଆମେରିକା ରାଷ୍ଟ୍ରପତି। ସୂଚନା ଯୋଗ୍ୟ ଯେ, ଆମେରିକା WHOକୁ ପ୍ରତିବର୍ଷ ୪୦୦ ମିଲିଅନରୁ ୫୦୦ ମିଲିଅନ ଡଲାର ସହାୟତା ପ୍ରଦାନ କରୁଛି  ।

Leave a Reply