ବିଧାୟକଙ୍କୁ କରୋନା: କ୍ୱାରେଣ୍ଟାଇନ୍‌ରେ ରହିବେ ଗୁଜୁରାଟ୍‌ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ!

ଗୁଜୁରାଟ୍: କରୋନା କବଳରେ ବିଧାୟକ । ଜମାଲପୁରର କଂଗ୍ରେସ ବିଧାୟକ ଇମ୍ରାନ ଖେଡାୱାଲାଙ୍କୁ କରୋନା । ମଙ୍ଗଳବାର ଦିନ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ଏବଂ ରାଜ୍ୟ ଗୃହମନ୍ତ୍ରୀଙ୍କ ସହ କରିଥିଲେ ଆଲୋଚନା । ବିଧାୟକ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ନିଜକୁ କ୍ୱାରେଣ୍ଟାଇନ୍‌ କରାଇବାକୁ ପଡ଼ିପାରେ । ଏଥିସହିତ କଂଗ୍ରେସର ଅନ୍ୟ ଦୁଇଜଣ ବିଧାୟକ ଶୈଳେଶ ପରମାର ଏବଂ ଗୟାସୁଦ୍ଦିନ ଶେଖ୍‌ଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍‌ରେ ରଖାଯିବ ।

ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ କଂଗ୍ରେସର ଏହି ୩ ବିଧାୟକଙ୍କ ଆଲୋଚନା ହୋଇଥିଲେ । ଅହମ୍ମଦବାଦର ୨ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯିବାକୁ ନେଇ ବିଜୟ ରୂପାନୀଙ୍କ ସହ ଆଲୋଚନା ହୋଇଥିଲା । ଏହି ବିଧାୟକମାନେ ସମ୍ପୃକ୍ତ ଅଞ୍ଚଳରୁ ପ୍ରତିନିଧିତ୍ୱ କରନ୍ତି । ତେବେ ଏଯାବତ୍ ରାଜ୍ୟରେ ମୋଟ ୬୧୫ଟି ମାମଲା ସମ୍ନାକୁ ଆସିଛି । ଯେଉଁଥିରୁ ଅଧିକାଂଶ ଅହମ୍ମଦାବାଦ ଅଞ୍ଚଳ ।

ପ୍ରକାଶ ଯୋଗ୍ୟ ଯେ,  ସିଏଏ ଓ ଏନ୍‌ଆରସିକୁ ବିରୋଧକୁ ନେଇ ଚର୍ଚ୍ଚାରେ ରହିଥିଲେ ଇମ୍ରାନ୍ । ନିଆରା ଶୈଳୀରେ ବିରୋଧ ତାଙ୍କୁ ଚର୍ଚ୍ଚିତ କରିଥିଲା । ସେ ଏନ୍‌ଆରସି ଓ ସିଏଏ ବିରୋଧୀ ପୋଷ୍ଟରକୁ ନିଜ ରକ୍ତରେ ଲେଖିଥିଲେ ।

Leave a Reply