ଲକଡାଉନ୍ 2.0: ଗାଇଡଲାଇନ୍ ଜାରି କଲା ଗୃହ ମନ୍ତ୍ରାଳୟ , ଆରମ୍ଭ ହେବ କୃଷି କାର୍ଯ୍ୟ

1 min read

ନୂଆଦିଲ୍ଲୀ: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ୍ ବୃଦ୍ଧି ନେଇ ଏଲାନ କରିଥିଲେ । ତେବେ ଲକଡାଉନ୍ ଦ୍ୱିତୀୟ ପର୍ଯ୍ୟାୟ ସମ୍ବନ୍ଧରେ ଗୃହ ମନ୍ତ୍ରାଳୟ ଦ୍ୱାରା ବୁଧବାର ଏକ ଗାଇଡଲାଇନ ଜାରି କରାଯାଇଛି। ଲକଡାଉନ୍ ପାର୍ଟ ୨ରେ କିଛି କଟକଣାକୁ କୋହଳ କରିଛନ୍ତି କେନ୍ଦ୍ର ସରକାର । ତେବେ ଏହି ଗାଇଡଲାଇନ ଅନୁସାରେ ବିମାନ, ମେଟ୍ରୋ, ଘରୋଇ ବସ୍ ଚଳାଚଳ କରିବ ନାହିଁ। ଯେଉଁମାନଙ୍କୁ ପ୍ରଥମ ଲକଡାଉନ୍‌  ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା ସେମାନଙ୍କ ଚଳନ ଜାରି ରହିବ । ଏହା ବ୍ୟତୀତ କୃଷି ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଏଥର ରିହାତି ଦିଆଯାଇଛି । କେବଳ ଜରୁରୀକାଳୀନ ସେବାରେ ଥିବା କର୍ମଚାରୀ ଆବଶ୍ୟକସ୍ଥଳେ ଟ୍ରେନ୍ କିମ୍ବା ବସ୍‌ରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି ।

ଗୃହ ମନ୍ତ୍ରଣାଳୟ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ପଠାଯାଇଥିବା ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି ଯେ, କୃଷି ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ରିହାତି ଦିଆଯିବ। ଶିଳ୍ପ କାର୍ଯ୍ୟକଳାପ ଜଡିତ ସବୁ କାମ ଉପରେ ପ୍ରତିବନ୍ଧକ ଜାରି ରହିବ। ଅତ୍ୟାବଶୀକୟ ସାମଗ୍ରୀ ପରିବହନ ଗାଡ଼ି ଚଳାଚଳ କରିବ । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି ।

ସମସ୍ତ ଘରୋଇ ଓ ଆନ୍ତର୍ଜାତୀୟ ବିମାନ, ଟ୍ରେନ୍, ସମସ୍ତ ଶିକ୍ଷାଗତ କୋଚିଂ ସେଣ୍ଟର, ଇଣ୍ଡଷ୍ଟ୍ରିୟାଲ ଏବଂ ବ୍ୟବସାୟିକ କାର୍ଯ୍ୟ, ହୋଟେଲ, ଟ୍ୟାକ୍ସି, ଅଟୋ ରିକ୍ସା, ସିନେମା ହଲ୍, ସପିଂ କମ୍ପ୍ଲେକ୍ସ, ଜିମ୍, ସ୍ପୋର୍ଟସ୍ କମ୍ପ୍ଲେକ୍ସ, ସୁଇମିଂ ପୁଲ୍, ବାର୍, ଥିଏଟର, କୌଣସି ଇଭେଣ୍ଟ, ସହ ଧାର୍ମିକ ସ୍ଥାନ ବନ୍ଦ ରହିବ । ଏହା ବ୍ୟତୀତ ୨୦ ରୁ ଅଧିକ ଲୋକଙ୍କୁ କୌଣସି ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଅନୁମତି ଦିଆଯିବ ନାହିଁ ।

ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧର ଉତ୍ପାଦନ ଜାରି ରହିବ । SEZ ରେ ଶିଳ୍ପ ଉତ୍ପାଦନ ଜାରି ରହିବ । ଏହା ବ୍ୟତୀତ କିଛି ଟ୍ରକଗୁଡ଼ିକୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି। ଗ୍ରାମାଞ୍ଚଳରେ ଶିଳ୍ପ କାର୍ଯ୍ୟକଳାପ ଜାରି ରହିବ । କେବୁଲ ଟିଭି, DTH, ଟେଲିଫୋନ୍ ସହିତ ଜରୁରୀ ସେବା ଜାରି ରହିବ । ବିଦ୍ୟୁତ୍ ମେକାନିକ୍, ପ୍ଲମ୍ବର, କର୍ପୋରେଟରଙ୍କୁ ମଧ୍ୟ କାମ କରିବାକୁ ଅନୁମତି ଦିଆଯାଇଛି ।ଏହା ବ୍ୟତୀତ ଅତ୍ୟାବଶ୍ୟକ ସେବା ପାଇଁ ଯାତାୟାତ ଅନୁମତି, ସମସ୍ତ ଡାକ୍ତରଖାନା, କ୍ଲିନିକ୍ ଖୋଲା ରହିବ । ଏହା ସହ ପେଟ୍ରୋଲ ପମ୍ପ ଖୋଲା ରଖିବାକୁ ଅନୁମତି ଦିଆଯାଇଛି ।

କୃଷକମାନଙ୍କୁ କାମ କରିବାକୁ ସରକାର ଅନୁମତି ଦେଇଛନ୍ତି। ଚାଷୀଙ୍କୁ ଫସଲ କାଟିବା ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଏଥିସହ କୃଷକମାନଙ୍କର ଉତ୍ପାଦ କିଣିବାକୁ ଏଜେନ୍ସିଗୁଡ଼ିକୁ ଅନୁମତି ଦିଆଯାଇଛି। ମତ୍ସ୍ୟ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି । ସାମାଜିକ ଦୂରତା ବଜାୟ ରଖିବା ପାଇଁ ଆବେଦନ କରାଯାଇଛି । ଏହା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟରେ ମଧ୍ୟ ରିହାତି ଦିଆଯାଇଛି।

କରୋନାର ହଟସ୍ପଟ୍ ଅଞ୍ଚଳରେ କୌଣସି ରିହାତି କରାଯିବ ନାହିଁ । ଏହି କ୍ଷେତ୍ରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍ ପାଳନ କରାଯିବ। ଏଥିସହ କାହାକୁ ବାହାରକୁ ଯିବାକୁ ଦିଆଯିବ ନାହିଁ। ଏହି ଅଞ୍ଚଳର ସୁରକ୍ଷା ସହ ଜଡିତ କର୍ମଚାରୀ ଏବଂ ଡାକ୍ତରୀ କର୍ମଚାରୀଙ୍କ ଚଳନ ଜାରି ରହିବ ।

ଯେଉଁ ଅଞ୍ଚଳରୁ କରୋନା ମାମଲା ଆସିବ ନାହିଁ, ସେମାନଙ୍କୁ ରିହାତି ମିଳିବ । ଏପ୍ରିଲ୍ ୨୦ ତାରିଖ ସୁଦ୍ଧା ଏହାର ସମୀକ୍ଷା କରାଯିବ । ଏହି ସମୀକ୍ଷା ପରେ, କେତେକ କ୍ଷେତ୍ରରେ ମାମୁଲି ରିହାତି ଦିଆଯିବ । ଏହି ରିହାତି ଦେବା ପୂର୍ବରୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଗାଇଡଲାଇନକୁ ଅନୁସରଣ କରାଯିବ । ଏଥିସହିତ କାର୍ଯ୍ୟାଳୟ, କର୍ମକ୍ଷେତ୍ର, କାରଖାନା କିମ୍ବା ଅନୁଷ୍ଠାନରେ ସାମାଜିକ ଦୂରତା ଅନୁସରଣ କରାଯିବ।

 

 

 

 

 

Leave a Reply