ଦେଶରେ ୧୧ ହଜାର ପାର ହେଲା କରୋନା ଆକ୍ରାନ୍ତ ସଂଖ୍ୟା….ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨୨୨୮ ମୃତ୍ୟୁ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ୧୧ ହଜାର ୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୯୨୭୨ ସଂକ୍ରମଣ ସକ୍ରିୟ ରହିଥିବାବେଳେ ୧୧୯୦ ଆରୋଗ୍ୟ ଲାଭ କରି ସାରିଛନ୍ତି । ଏହାଛଡା କରୋନା ସଂକ୍ରମଣରେ ୩୫୩ ଜଣଙ୍କ ମୃତ୍ୟୁ ହୋଇସାରିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨୧୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନର ସ୍ଥିତିରେ ଭାରତରେ ଯେଭଳି ଭାବରେ ସଂକ୍ରମଣ ବୃଦ୍ଧି ପାଉଛି ତାକୁ ନିୟନ୍ତ୍ରଣ କରିବାକୁ ଲକ୍‌ଡାଉନ ଅବଧି ବଢାଯାଇଛି ।

ତେବେ କୈାଣସି ନିର୍ଦ୍ଦିଷ୍ଟ ସ୍ଥାନରେ ୨୮ ଦିନ ଭିତରେ କୈାଣସି ନୂଆ ସଂକ୍ରମିତ ଚିହ୍ନଟ ନହେଲେ କରୋନା ଉପରେ ନିୟନ୍ତ୍ରଣ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଲକ୍‌ଡାଉନ ଅବଧି ବଢିବା ପରେ ଗରିବ ଶ୍ରେଣୀର ଲୋକେ ଯେମିତି କୈାଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ, ଗରିବ କଲ୍ୟାଣା ଯୋଜନା ଏବଂ ଉଜ୍ଜଳା ଯୋଜନାରେ ଲୋକଙ୍କୁ କେମିତି ସମସ୍ତ ସୁବିଧା ମିଳିପାରିବ ସେଥିପ୍ରତି ମଧ୍ୟ ସରକାର ବିଶେଷ ଧ୍ୟାନ ଦେଉଛନ୍ତି ।

ତେବେ ଆମେରିକାରେ କରୋନା ଯୋଗୁଁ ଦିନକୁ ଦିନ ଅବସ୍ଥା ବିଗିଡିବାରେ ଲାଗିଛି। ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ସଂକ୍ରମଣ ହେତୁ ୨୨୨୮ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାର ନ୍ୟୁୟର୍କ ସବୁଠୁ ଅଧିକ ପ୍ରଭାବିତ ହୋଇଛି  । ନ୍ୟୁୟର୍କରେ କରୋନା କାରଣରୁ ୧୦,୦୦୦ରୁ ଅଧିକ ମୃତ୍ୟୁ ହୋଇଛି । ସେଠାରେ ଲକଡାଉନ୍ ଆଗକୁ ଜାରି ରହିବ ବୋଲି ଜଣାପଡିଛି । ଆମେରିକା ବ୍ୟତୀତ କରୋନା ଫ୍ରାନ୍ସରେ ହଇଚଇ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ୭୬୨କରୋନା ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଛି  । ଏଠାରେ କରୋନା ପଜିଟିଭ ଲୋକଙ୍କ ସଂଖ୍ୟା ୧୫ ହଜାର ୭୨୯ କୁ ବୃଦ୍ଧି ପାଇଛି  । ସ୍ୱିଡେନରେ ମଧ୍ୟ କରୋନା ଭାଇରସ ସଂକ୍ରମଣ ଯୋଗୁଁ ୧୧,୪୪୫ କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି।

 

 

 

 

Leave a Reply