ପୁନେ: ବ୍ୟସ୍ତ ବହୁଳ ଜୀବନରେ କିଏ ବା ନ ଚାହେଁ ଟିକେ ଜଲଦି ପଳାଇବାକୁ । ଏଥିପାଇଁ ଆମେ ଅନେକ ସମୟରେ ଗଳା ବାଟ ଖୋଜୁ । ଭିଡ଼ରୁ ବର୍ତ୍ତିବା ପାଇଁ ପଥଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଫୁଟପାଥ ଉପରେ ଗାଡ଼ି ଚଲାଉ ତ ଆଉ କେବେ ରଙ୍ଗ ରୁଟରେ । ଯଦି ଆପଣଙ୍କ ଏମିତି କିଛି ଅଭ୍ୟାସ ଅଛି ତେବେ, ସୁଧୁରି ଯାଆନ୍ତୁ । କାରଣ ପଥଚାରୀଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତା ଜଗିଛନ୍ତି ଟ୍ରାଫିକ୍ ଆଣ୍ଟି ।
ହଁ, ମହାରାଷ୍ଟ୍ରର ଅନ୍ୟତମ ବ୍ୟସ୍ତ ବହୁଳ ସହର ପୁନେର ସଡ଼କରେ ଏବେ ଏହି ୭୧ ବର୍ଷୀୟ ମହିଳାଙ୍କୁ ଦେଖିବାକୁ ମିଳୁଛି । ଆଉ ତାଙ୍କର ଏହି ନିଆରା ଅନ୍ଦାଜକୁ ସାମାଜିକ ଗଣମାଧ୍ୟମରେ ମିଳିଛି ଜବରଦସ୍ତ ସମର୍ଥନ । ଲୋକେ ତାଙ୍କୁ ଡାକୁଛନ୍ତି ଟ୍ରାଫିକ୍ ଆଣ୍ଟି ।
ଏହି ୭୧ ବର୍ଷୀୟ ମହିଳା ଜଣଙ୍କ ହେଉଛନ୍ତି ନିର୍ମଳା ଗୋଖଲେ । ପୁନେର ଏସଏନଡିଟି କଲେଜ ରୋଡରେ ଟ୍ରାଫିକ୍ ଜାମ ଯୋଗୁଁ ଲୋକ ଫୁଟପାଥରେ ବାଇକ୍ ଚଳାଇଥାନ୍ତି । ଯାହାକୁ ବିରୋଧ କରି ଚର୍ଚ୍ଚାକୁ ଆସିଛନ୍ତି ନିର୍ମଳା । ତାଙ୍କ ଏହି ନିଆରା ଅନ୍ଦାଜକୁ ପୁନେ ଟ୍ରାଫିକ୍ ପୋଲିସ ବି ପ୍ରଂଶସା କରିଛି ।
ପିଲା ଖେଳ ହେଲା ମୃତ୍ୟୁର ଖେଳ, ପାଳ ଗଦାରେ ନିଆଁ ଲାଗି ଚାଲିଗଲା ତିନି ଶିଶୁଙ୍କ ଜୀବନ
ଗଞ୍ଜାମ: ପାଳଘରେ ଖେଳୁଥିବା ବେଲେ ଆସିଲା ମୃତ୍ୟୁ । ଚାହୁଁ ଚାହୁଁ ଛଡ଼େଇ ନେଲା ମାଆର ତିନୋଟି ସନ୍ତାନ । ପାଳଗଦାରେ ନିଆଁ ଲାଗି ୪ ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ପୋଲସରା ଖଇରଛଦା ଗାଁରେ ଏହି ଅଘଟଣ ଘଟିଛି । ସମସ୍ତଙ୍କ ଶରୀର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଛି । ବ୍ରହ୍ମପୁର MKCG ମେଡିକାଲରେ ଗୁରୁତରଙ୍କ ଚିକିତ୍ସା ଚାଲିଛି । ତେବେ ନିଆଁ କେମିତି ଲାଗିଲା ତାର କାରଣ ସ୍ପଷ୍ଟ ହୋଇପାରିନି ।

ସୂଚନା ଅନୁଯାୟୀ, ସକାଳୁ ୪ ଜଣ ଶିଶୁ ଖେଳିବା ପାଇଁ ପାଳଗଦା ପାଖକୁ ଯାଇଥିଲେ । ହଠାତ କୌଣସି କାରଣରୁ ପାଳଗଦାରେ ନିଆଁ ଲାଗିଯାଇଥିଲା । ଶିଶୁ ମାନେ ହଠାତ ନିଆଁ ଲାଗିଯାଇଥିବାରୁ ଆସିପାରିନଥିଲେ । ଯାହାଫଳରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା ।

ଶିଶୁ ମାନଙ୍କର ଚିତ୍କାର ଶୁଣି ପରିବାର ଲୋକ ଆସି ନିଆଁକୁ ଲିଭାଇଥିଲେ । ସମସ୍ତଙ୍କର ଦେହ ୮୦ ପ୍ରତିଶତ ପୋଡ଼ିଯାଇଛି । ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ପାଳ ଗଦାରେ ନିଆଁ କେମିତି ଲାଗିଲା ତାର କାରଣ ସ୍ପଷ୍ଟ ହୋଇପାରିନି ।
ଖେଳ ହେଲା କାଳ, ପାଳ ଗଦାରେ ଖେଳୁଥିବା ବେଳେ ୪ ଶିଶୁଙ୍କ ଦେହରେ ଲାଗିଗଲା ନିଆଁ
ବ୍ରହ୍ମପୁର: ଖେଳୁଥିବା ବେଳେ ବଡ଼ ଅଘଟଣ । ପାଳଗଦାରେ ନିଆଁ ଲାଗି ୪ ଶିଶୁ ଗୁରୁତର । ଗଞ୍ଜାମ ଜିଲ୍ଲା ପୋଲସରା ଖଇରପଦା ଗାଁରେ ଏହି ଅଘଟଣ ଘଟିଛି । ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଛି ସମସ୍ତଙ୍କ ଶରୀର । ଆହତଙ୍କ ମଧ୍ୟରେ ୩ ଜଣ ପୁଅ ଓ ଜଣେ ଶିଶୁକନ୍ୟା ରହିଛନ୍ତି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ସକାଳୁ ୪ ଜଣ ଶିଶୁ ଖେଳିବା ପାଇଁ ପାଳଗଦା ପାଖକୁ ଯାଇଥିଲେ । ହଠାତ କୌଣସି କାରଣରୁ ପାଳଗଦାରେ ନିଆଁ ଲାଗିଯାଇଥିଲା । ଶିଶୁ ମାନେ ହଠାତ ନିଆଁ ଲାଗିଯାଇଥିବାରୁ ଆସିପାରିନଥିଲେ ।

ଯାହାଫଳରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଶିଶୁ ମାନଙ୍କର ଚିତ୍କାର ଶୁଣି ପରିବାର ଲୋକ ଆସି ନିଆଁକୁ ଲିଭାଇଥିଲେ । ସମସ୍ତଙ୍କର ଦେହ ୮୦ ପ୍ରତିଶତ ପୋଡ଼ିଯାଇଛି । ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ପାଳ ଗଦାରେ ନିଆଁ କେମିତି ଲାଗିଲା ତାର କାରଣ ସ୍ପଷ୍ଟ ହୋଇପାରିନି ।

ବିଜେଡିର ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ, ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିଜେଡି ରାଜ୍ୟ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ଦଳର ମୁଖ୍ୟ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ନବୀନ । ଅଷ୍ଟମ ଥର ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ ।

ନାମାଙ୍କନ ପାଇଁ ୧୦ ପ୍ରସ୍ତାବକ ଓ ସମର୍ଥକ ଅଛନ୍ତି । ଆସନ୍ତାକାଲି ଯାଞ୍ଚ ହେବ ନାମାଙ୍କନର ଯାଞ୍ଚ, ୨୫ରେ ହୋଇପାରିବ ପ୍ରତ୍ୟାହାର । ୨୬ରେ ଆନୁଷ୍ଠାନିକ ଭାବରେ ଘୋଷଣା ହେବ ବିଜେଡି ରାଜ୍ୟ ସଭାପତିଙ୍କ ନାଁ । ପୂର୍ବରୁ ଏକମାତ୍ର ପ୍ରାର୍ଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନର୍ଦ୍ୱନ୍ଦ୍ୱରେ ବିଜେଡି ସଭାପତି ହୋଇ ଆସୁଛନ୍ତି ।

ଚଳିତ ଥର ମଧ୍ୟ ସମାନ କଥା ହୋଇପାରେ । ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ପ୍ରଥମ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି ନବୀନ । ପୂର୍ବରୁ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ସେହିପରି ଦଳର ୮୦ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି ।
ସମ୍ବଲପୁରରେ ଭାରତ ବନ୍ଦର ପ୍ରଭାବ
ସମ୍ବଲପୁର: ସଂରକ୍ଷଣ ଓ ସିଏଏକୁ ବିରୋଧ । ଭୀମ ଆର୍ମି ପକ୍ଷରୁ ଆଜି ଭାରତ ବନ୍ଦ ଡାକରା । ଯାହାର ପ୍ରଭାବ ସମ୍ବଲପୁରରେ ମଧ୍ୟ ଦେଖିବାକୁ ମିଳିଛି । ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ଅଟକ ରଖିଛନ୍ତି ଆନ୍ଦୋଳନକାରୀ । ସମ୍ବଲପୁର ରେଲୱେ ଷ୍ଟେସନରେ ରେଳ ରୋକ କରିଛି ଭୀମ ଆର୍ମି ।

ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସିଏଏ, ଏନଆରସି ଓ ଏନପିଆରକୁ ବିରୋଧ କରୁଛି ଦଳ । ଗତ ୭ ତାରିଖରେ ସୁପ୍ରିମକୋର୍ଟ ପଦୋନ୍ନତି ଏବଂ ଚାକିରୀ କ୍ଷେତ୍ରରେ ସଂରକ୍ଷଣକୁ ଏକ ମୌଳିକ ଅଧିକାର ନୁହେଁ ବୋଲି ରାୟ ଶୁଣାଇଥିଲେ । ଯାହାକୁ ବିରୋଧ କରୁଛି ଭୀମ ଆର୍ମି ।
ଦଳିଦେଲା ହାତୀ ଚାଲିଗଲା ୩ଜଣଙ୍କର ଜୀବନ, ୨ଜଣ ଗୁରୁତର
ପିପିଲି: ପିପିଲିରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ନିମାପଡ଼ା ବଳଙ୍ଗାରେ ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଯାଇଛି । ମୃତକ ହେଲେ ବଳଙ୍ଗାର ଯୁଗଳ ଭଟ୍ଟ ।

ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ସେହିପରି ଶନିବାର ବଳଙ୍ଗା ଚନ୍ଦ୍ରାଦେଇପୁରରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ଚନ୍ଦ୍ରାଦେଇପୁରର ମକରା ପଲେଇ ।

ସେପଟେ ହାତୀ ଆକ୍ରମଣରେ ତେରହଲ ଗାଁର ଦୁଇ ଜଣ ଗୁରୁତର ଆହାତ ହୋଇଛନ୍ତି । ଗତକାଲିଠୁ ହାତୀଟି ଗାଁ ମୁହାଁ ହୋଇଛି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା । ସେପଟେ ହାତୀଟି ଗୋଟିଏ ସ୍ଥାନରେ ରହୁ ନ ଥିବାରୁ ତାକୁ ଆୟତ୍ତ କରିବା କଷ୍ଟକ ହୋଇପଡ଼ିଛି ।
ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡ଼ିୟମର କରିବେ ଉଦଘାଟନ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ୩୬ ଘଣ୍ଟାର ରହଣିରେ ଅନେକ କାର୍ଯ୍ୟକ୍ରମ ଯୋଗ ଦେବେ ଟ୍ରମ୍ପ୍ ପରିବାର । ଓ୍ୱାଶିଂଟନରୁ ଆସି ସିଧା ଅହମ୍ମଦାବାଦରେ ପ୍ରଥମେ ପହଁଚିବେ । ସେଠାରେ ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟର ଉଦଘାଟନ କରିବେ ଟ୍ରମ୍ପ୍ । ୨୫ ତାରିଖରେ ଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ହେବ ।

ସେପଟେ ଦିଲ୍ଲୀର ନାନକପୁରା ସରକାରୀ ସ୍କୁଲ ପରିଦର୍ଶନ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମିଲେନିଆ ଟ୍ରମ୍ପ୍ । ଏହି କାର୍ଯ୍ୟକ୍ରମର ଅତିଥି ତାଲିକାରୁ ବାଦ୍ ପଡିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ । ସେପଟେ ଏହି ଖବରକୁ ସହଜରେ ହଜମ କରିପାରିନି ଆମ ଆଦମୀ ପାର୍ଟି । ଦଳ ପକ୍ଷରୁ କୈାଣସି ପ୍ରତିକ୍ରିୟା ଦିଆଯାଇନଥିଲେ ବି ଏହାର ବିଜେପିର ଷଡଯନ୍ତ୍ର ବୋଲି ଅଭିଯୋଗ ହୋଇଛି ।

ସେପଟେ ବିଜେପିର କହିବା କଥା, ଏତେ ବଡ଼ ଦେଶର ରାଷ୍ଟ୍ରପତି ଭାରତ ଆସୁଛନ୍ତି ଏ ସମୟରେ ରାଜନୀତି କରିବା ଠିକ୍ କଥା ନୁହଁ । ଯାହା ନିଷ୍ପତି ହୋଇଛି ସେୟା ହିଁ ହେବ । ଆମ ଆଦମୀ ପାର୍ଟିକୁ ଏଥିରେ କୈାଣସି ସମସ୍ୟା ହେବା ଉଚିତ ନୁହଁ ।
ଥମିବାର ନାଁ ଧରୁନି କରୋନା ଭାଇରସ୍, ଡ଼େଉଁଛି ଦେଶକୁ ଦେଶ
ବେଜିଂ: ଦେଶକୁ ଦେଶ ଡ଼େଉଁଛି କରୋନା ଭାଇରସ୍ । ଚିନ୍ , ହଂକଂ ପରେ ଏବେ ଦକ୍ଷିଣ କୋରିଆ ଏବଂ ଇଟ୍ଲି, ଇରାନ, ୟୁନାଇଟେଡ଼ ଆରବ ଏମିରେଟସ ରେ କରୋନା ଭାଇରସର ପ୍ରଭାବ ଦେଖିବାକୁ ମିଳିଛି । ଚାଇନା ବାହାରେ ଗତ ଶନିବାର ଦିନ ୧୫ ଶହ ଏହି ଭାଇରସରେ ଆକ୍ରାନ ହୋଇଥିବା ସୂଚନା ମିଳିଛି । ଗତ ଶନିବାର ମଧ୍ୟରେ ଇରାନରରେ ୬ ଜଣଙ୍କର ଏହି ରୋଗରେ ମୃତ୍ୟ ହୋଇଛି ।

ଏବେକାର ସୂଚନା ଅନୁଯାୟୀ ଏହି ଭାଇରସ୍ରେ ଚୀନ୍ରେ ୭୬ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨ ହଜାର ୩ଶହ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଦକ୍ଷିଣ କୋରିଆରେ ସ୍ଥିତି ଜଟିଳ ହେବାରେ ଲାଗିଛି । ଚୀନ୍ରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ସୂଚନା ମିଳିଛି । ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ୮୮୯ ଥିବାବେଳେ ଆଜି ଏହା ୩୯୭କୁ ଖସିଛି । ଦକ୍ଷିଣ କୋରିଆରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୯ ଜଣ କରୋନା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥିସହ ଦକ୍ଷିଣ କୋରିଆରେ ସମୁଦାୟ ୪୩୩ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି ।

ଆହୁରି ୧୦୦୦ରୁ ଅଧିକ ଲୋକଙ୍କଠାରେ ଭାଇରସ୍ ଥିବା ଲକ୍ଷଣ କୁହାଯାଉଛି । ଦକ୍ଷିଣ କୋରିଆର ଦକ୍ଷିଣ ସହର ଡାଗୁରେ ଭାଇରସ୍ ଆତଙ୍କ ଖେଳାଇଥିବାବେଳେ ଭାଇରସ୍ ୨ ଜଣଙ୍କ ଜୀବନ ନେଲାଣି। ଡାଗୁ ସହରକୁ ଏକ ପ୍ରକାର ବନ୍ଦ କରାଯାଇଛି। ଦକ୍ଷିଣ କୋରିଆରେ ସମୁଦାୟ ୪ ଜଣ ସାମରିକ ସଦସ୍ୟ ଭାଇରସ୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସମସ୍ତ ସାମରିକ ସଦସ୍ୟମାନଙ୍କୁ ସେମାନଙ୍କ ଘାଟି ଛାଡ଼ିବାପାଇଁ ଏବଂ କୌଣସି ପରିଦର୍ଶକଙ୍କୁ ଭେଟିବାପାଇଁ ମନା କରାଯାଇଛି।

ସୂତା କଳରେ ଗ୍ୟାସ୍ ସିଲିଣ୍ଡର ଫାଟି ୩ ଓଡ଼ିଆଙ୍କ ମୃତ୍ୟୁ
ଗୁଜୁରାଟର ଅହମ୍ମଦାବାଦରେ ଥିବା ସୂତା କଳରେ ବଡ଼ ଅଘଟଣ । ସୂତା କଳରେ ନିଆଁ ଲାଗି ୩ ଜଣ ଓଡ଼ିଆଙ୍କ ମୃତ ହୋଇଛି । କାମ କରୁଥିବା ସମୟରେ ଗ୍ୟାସ୍ ଟାଙ୍କରେ ନିଆଁ ଲାଗି ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସମସ୍ତ ମୃତକ ଯାଜପୁରର ହୋଇଥିବା ସୂଚନା ମିଳିଛି । ସେମାନେ ଅହମ୍ମଦାବାଦର ଲୋଟସ ସୂତା କମ୍ପାନୀରେ କାମ କରୁଥିଲେ । ମୃତକ ହେଲେ ଯାଜପୁର ସଦର ଥାନା ରେକାବୀ ବଜାର ଅଞ୍ଚଳର ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ କାମେଶ ସିଂ । ୩ ବର୍ଷ ହେଲା ସମସ୍ତେ କଂପାନୀରେ କାମ କରୁଥିବା ଜଣାପଡ଼ିଛି ।

ଶୀତ ଖରାର ଲୁଚକାଳି ଖେଳରେ ପୁଣି ଫେରୁଛି ବର୍ଷା
ଭୁବନେଶ୍ୱର: ବଦଳିବ ପାଗ । ହଟିବ ଖରା, ଢାଙ୍କିବ ବାଦଲ । ୨୩ ରୁ ୨୬ ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ । ରବିବାର ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ,ଦେବଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ । ୨୪ ତାରିଖରେ ଉତ୍ତର ଏବଂ ଆଭ୍ୟନ୍ତରୀଣ ଉପକୂଳ ଓଡ଼ିଶାର ବାଲେଶ୍ୱର, ମୟୁଭଞ୍ଜ, କେନ୍ଦୁଝର, ଅନୁଗୁଳ,ଢେଙ୍କାନାଳ, ଝାରସୁଗୁଡା, ସମ୍ବଲପୁର,ସୁନ୍ଦରଗଡ, ଦେବଗଡ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର,ବୌଦ୍ଧ, ସୋନପୁର, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡରେ ଘଡଘଡି ସହ ବର୍ଷା ହେବ । ୨୫ ତାରିଖ ବେଳକୁ ବର୍ଷାର ପରିମାଣ ବଢିବ । ଉପକୂଳ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

