ବୈଜ୍ଞାନିକଙ୍କ ଦାବି: ଲାମା ରକ୍ତରୁ ପ୍ରସ୍ତୁତ ହେବ କରୋନା ଭାକସିନ !

1 min read

ନୂଆଦିଲ୍ଲୀ: ପଶୁଠାରୁ ମଣିଷକୁ ବ୍ୟାପିଥିବା କରୋନା ଭାଇରସର ଔଷଧ ଖୋଜିବା ପାଇଁ ବର୍ତ୍ତମାନ ବୈଜ୍ଞାନିକ ପଶୁ ମାନଙ୍କ ସାହାଯ୍ୟ ନେଉଛନ୍ତି । ବେଲଜିୟମର ‘ଟବିଲାମ୍ସ ଇଷ୍ଟିଟ୍ୟୁଟ ଅଫ୍ ବାୟୋଟେକ୍ନୋଲୋଜି’ର କିଛି ଗବେଷକ ଦାବି କରିଛନ୍ତି ଯେ ଆମେରିକାରେ ଦେଖା ଦେଉଥିବା ଓଟର ଏକ ପ୍ରଜାତି (ଲାମା) ର ରକ୍ତରୁ କରୋନା ଭାଇରସର ଭାକସିନ ପ୍ରସ୍ତୁତ କରାଯାଇପାରିବ । କରୋନା ପରିବାରରୁ ଜାତ ଭାଇରସ MERS ଏବଂ SARS ମାମଲାରେ ମଧ୍ୟ ଲାମାର ରକ୍ତରେ ଥିବା ଆଣ୍ଟିବଡୀ ପ୍ରଭାବଶାଳୀ ହୋଇଥିଲା ।

କିନ୍ତୁ ସେହି ଗବେଷଣା ଏଚ୍.ଆଇ.ଭି ଅନୁସନ୍ଧାନର ଏକ ଅଂଶ ଥିଲା | ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଲାମାର ଆଣ୍ଟିବଡୀ ମଣିଷର ଆଣ୍ଟିବଡୀ ଅପେକ୍ଷା ବହୁତ ଛୋଟ ଅଟେ । ଛୋଟ ଆଣ୍ଟିବଡୀ ଥିବାରୁ ଭାଇରୋଲୋଜିଷ୍ଟମାନେ ରକ୍ତରେ ଥିବା ଛୋଟ ଅଣୁଗୁଡ଼ିକ ସାହାଯ୍ୟରେ କୋଭିଡ -୧୯ ବିପକ୍ଷରେ ଟିକା କିମ୍ବା ଔଷଧ ତିଆରି କରିପାରିବେ। ବିଜ୍ଞାନର ଭାଷାରେ ଏହାକୁ ନାନୋବୋଡୀ ଟେକ୍ନୋଲୋଜି କୁହାଯାଏ  ।

ଦକ୍ଷିଣ କୋରିଆରେ କରାଯାଇଥିବା ଅନ୍ୟ ଏକ ଅନୁସନ୍ଧାନ ଅନୁଯାୟୀ, କରୋନା ଭାଇରସ ଟିକା ତିଆରି କରିବା ପାଇଁ ନେଉଳର ଏକ ପ୍ରଜାତିକୁ ମଧ୍ୟ ବ୍ୟବହାର କରାଯାଇପାରିବ। ସେଲ୍ ହୋଷ୍ଟ ଏବଂ ମାଇକ୍ରୋବ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନେଉଳର ଏକ ପ୍ରଜାତି ଉପରେ କୋଭିଡ-୧୯ର ପ୍ରଭାବ ଅବିକଳ ମଣିଷ ମାନଙ୍କ ପରି ହୋଇଥାଏ । ସେଥିପାଇଁ କରୋନା ଆଣ୍ଟି-ଭାଇରସ୍ ପ୍ରସ୍ତୁତ କରିବାରେ ଏହାର ସାହାଯ୍ୟ ନିଆଯାଇପାରେ ।

 

Leave a Reply