କରୋନା ମୁକାବିଲା ପାଇଁ ନୂତନ ପଦକ୍ଷେପ, ମାସ୍କ ନପିନ୍ଧିଥିଲେ ମିଳିବନି ପେଟ୍ରୋଲ

ନୂଆଦିଲ୍ଲୀ: ପ୍ରଥମେ ନୋ ହେଲମେଟ ନୋ ପେଟ୍ରୋଲ ଆଉ ଏବେ ନୋ ମାସ୍କ ନୋ ପେଟ୍ରୋଲ । ଦିଲ୍ଲୀର ସମସ୍ତ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି ନୋ ମାସ୍କ ନୋ ପେଟ୍ରୋଲ ପୋଷ୍ଟର । ଲୋକେ କରୋନର କିଭଳି ମୁକାବିଲା କରିପାରିବେ ସେଥି ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ମାସ୍କ ପିନ୍ଧି ଆସୁ ନାହାଁନ୍ତି ସେମାନଙ୍କୁ ପେଟ୍ରୋଲ ପମ୍ପରୁ ଫେରିବାକୁ ପଡୁଛି ।

ନିଦ ହଜାଇଲାଣି ମହାମାରୀ କରୋନା । ଭୂତାଣୁର ମୁକାବିଲା ପାଇଁ ସାରା ଦେଶରେ ପଡିଛି ତାଲା । ପ୍ରଥମେ ନୋ ହେଲମେଟ ନୋ ପେଟ୍ରୋଲ ଆଉ ଏବେ ନୋ ମାସ୍କ ନୋ ପେଟ୍ରୋଲ । ଦିଲ୍ଲୀର ସମସ୍ତ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି ନୋ ମାସ୍କ ନୋ ପେଟ୍ରୋଲ ପୋଷ୍ଟର । ଲୋକେ କରୋନର କିଭଳି ମୁକାବିଲା କରିପାରିବେ ସେଥି ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ଏହି ନିୟମ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛି ସର୍ବ ଭାରତୀୟ ପେଟ୍ରୋଲ ଡିଲର ସଂଘ । ଯ଼ଦି କେହି ବିନା ମାସ୍କରେ ପେଟ୍ରୋଲ ପାଇଁ ଆସୁଛନ୍ତି ତେବେ ସେମାନଙ୍କୁ ଫେରାଇ ଦିଆଯାଉଛି । କରୋନାର ମୁକାବିଲା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହଛନ୍ତି ସର୍ବ ଭାରତୀୟ ପେଟ୍ରୋଲ ଡିଲର ସଂଘର ସଭାପତି ଅଜୟ ବନସଲ ।

କେବଳ ନିହାତି ଜରୁରି କାମ ଥିଲେ ବାହାରକୁ ବାହାରୁଛନ୍ତି ଲୋକେ । ଦିଲ୍ଲୀରେ କରୋନା ସ୍ଥିତି ଭୟାନକ ଥିବାରୁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏଭଳିକି ସାରା ଦେଶରେ ଆଜିଠୁ କିଛି କଟକଣା ହଟିଥିଲେ ମଧ୍ୟ ଦିଲ୍ଲୀରେ ପୂର୍ବ ପରି ସମସ୍ତ କଟକଣା ବଳବତ୍ତର ରହିଛି । ତେଣୁ ଯେଉଁମାନେ ମାସ୍କ ପିନ୍ଧି ଆସୁ ନାହାଁନ୍ତି ସେମାନଙ୍କୁ ପେଟ୍ରୋଲ ପମ୍ପରୁ ଫେରିବାକୁ ପଡୁଛି ।

କେବଳ ଦିଲ୍ଲୀ ନୁହେଁ ସାରା ଦେଶ ଲଢୁଛି କରୋନା ଲଢେଇ । ସଚେତନ ମାଧ୍ୟମରେ କରୋନାର ମୁକାବିଲା ହୋଇପାରିବ,ଏଥି ପାଇଁ ସଭିଏଁ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ହୋଇଛି ।

Leave a Reply