ଉପଭୋକ୍ତାମାନଙ୍କୁ ଆକୃଷ୍ଟ କରିବାକୁ ଭୋଡାଫୋନ୍ର ନୂଆ ଅଫର । ଆବଶ୍ୟକତା ଠାରୁ ଅଧିକ ଡଟା ଦେଉଛି ଭୋଡାଫୋନ୍ । ଏହା କେବଳ ପ୍ରିପେଡ୍ ବ୍ୟବହାରକାରୀଙ୍କ ପାଇଁ । ସବୁଠାରୁ ବଡ଼ କଥା ହେଉଛି ଉପଭୋକ୍ତାଙ୍କୁ ୧.୫ ଜିବି ପର୍ଯ୍ୟନ୍ତ ଅତିରିକ୍ତ ଡାଟା ଦିଆଯିବ ।
ଏହି ଅତିରିକ୍ତ ଡଟା ୨୪୯, ୩୯୯ ଟଙ୍କା ଏବଂ ୫୯୯ ଟଙ୍କା ଯୋଜନାରେ ଉପଲବ୍ଧ ହେବ । ୨୪୯ ଟଙ୍କା ଯୋଜନା ବିଷୟରେ କହିବାକୁ ଗଲେ, ଉପଭୋକ୍ତାମାନେ ୨୮ ଦିନର ବୈଧତା ପାଇବେ ।

୩୯୯ ଟଙ୍କାର ଯୋଜନା ୫୬ ଦିନର ବୈଧତା ପ୍ରଦାନ କରୁଥିବାବେଳେ ୫୯୯ ଟଙ୍କା ଯୋଜନାରେ ୮୪ ଦିନର ବୈଧତା ରହିଛି । ଏହି ଯୋଜନା ଅଧୀନରେ, ଉପଭୋକ୍ତାମାନେ ପ୍ରତିଦିନ ୧.୫ ଜିବି ଡାଟା ପାଆନ୍ତି ।

ବର୍ତ୍ତମାନ ନୂତନ ଅଫର ଅଧୀନରେ ଏହି ଯୋଜନାଗୁଡିକରେ ଉପଭୋକ୍ତାମାନେ ପ୍ରତିଦିନ ୩ ଜିବି ଡାଟା ପାଇବେ । ଏହି ଅଫର ସମଗ୍ର ଦେଶରେ କେବଳ ଭୋଡାଫୋନ୍ ଆଇଡିଆ ଗ୍ରାହକଙ୍କ ପାଇଁ ।

ଅତିରିକ୍ତ ଡାଟା ପାଇବା ପାଇଁ ଆପଣ ଭୋଡାଫୋନ୍ ଆଇଡିଆର ୱେବସାଇଟ୍ କିମ୍ବା ଭୋଡାଫୋନ୍ ପ୍ଲେ ଆପ୍ ବ୍ୟବହାର କରିପାରିବେ । ଏହି ଯୋଜନାଗୁଡିକରେ, ଡାଟା ସହିତ ଅସୀମିତ ଭଏସ୍ କଲିଂ ସହ ପ୍ରତିଦିନ ୧୦୦ ଟି ଏସ୍ଏମ୍ଏସ୍ ପୁରା ଫ୍ରି ରହିଛି ।

ଏହି ଅଫର କମ୍ପାନୀର ୱେବସାଇଟରେ ଆପଣ ଦେଖିପାରିବେ। ୱେବସାଇଟ୍ ମାଧ୍ୟମରେ ଏହି ଯୋଜନାଗୁଡ଼ିକରୁ ଆପଣଙ୍କ ଫୋନ୍ ରିଚାର୍ଜ କରି ଆପଣ ଡବଲ୍ ଡାଟା ଅଫରର ଲାଭ ଉଠାଇ ପାରିବେ ।




ଚଳିତଥର ରାଜ୍ୟର ୬୧ଟି କେନ୍ଦ୍ରରେ ମାଟ୍ରିକ ମୂଲ୍ୟାୟନ ହେବ । ଖାତା ଦେଖାରେ ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହେବେ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।
କାର୍ଯ୍ୟକ୍ରମରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ଶହ ଶହ ଶ୍ରମିକ ସମାରୋହରେ ସାମିଲ ହୋଇଥିଲେ । ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଆସନ୍ତା ୮ ତାରିଖରେ ଉଦ୍ଯାପିତ ହେବ ।