ଦେଶରେ ୨୩ ହଜାର ପହଁଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା..୨୪ ଘଣ୍ଟାରେ ୧୬ ଶହ ୮୪ ଜଣ ନୂଆ ପଜିଟିଭ୍‌

ନୂଆଦିଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦଶ ଦିନରେ ଦୁଇ ଗୁଣା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬ଶହ ୮୪ଜଣ ନୂଆ ପଜିଟିଭ୍‌ ଆସିଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ୪୫୨ରେ ପହଁଚିଛି । କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସୁସ୍ଥ ହେବାର ପ୍ରତିଶତ ରହିଛି ୨୦ ଦଶମିକ ୫୭ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୭୧୮ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୬ହାଜର ୪୩୦ । ଗୁଜୁରାଟରେ ୨ ହଜାର ୬୨୪ ।

ଦିଲ୍ଲୀରେ ୨ ହଜାର ୩୭୬ ରହିଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସାଂଘାତିକ ସ୍ଥିତିରେ ରହିଛି । ଏପଟେ ଦେଶରେ ଏପ୍ରିଲ ୨୦ ପରେ ବିଭିନ୍ନ ସ୍ଥାନରେ କଟକଣା କୋହଳ ହୋଇଛି । ସାମାଜିକ ଦୁରତା ରଖି ବିଭିନ୍ନ କ୍ଷେତ୍ର ଧିରେ ଧିରେ କାର୍ଯ୍ୟକ୍ଷମ ହେଉଛି । ସେପଟେ ବିଶ୍ୱସ୍ତରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୪୮ ହଜାର ୯୮୬ରେ ପହଁଚିଛି । କେବଳ ଆମେରିକାରେ ୮ ଲକ୍ଷ ୮୭ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ସ୍ପେନ, ଇଟାଲୀ, ଫ୍ରାନ୍ସରେ ମଧ୍ୟ ସ୍ଥିତି ସାଂଘାତିକ ରହିଛି ।

Leave a Reply