ଆରମ୍ଭ ହେଲା ରେଜିଷ୍ଟ୍ରେସନ୍: ବିନା ରେଜିଷ୍ଟ୍ରେସନ୍‌ରେ ଘରକୁ ଯାଇପାରିବେନି ପ୍ରବାସୀ ଓଡ଼ିଆ

1 min read

ଭୁବନେଶ୍ୱର: କରୋନା ହାରିବ, ଓଡ଼ିଶା ଜିତିବ । ମୁକାବିଲା ପାଇଁ କରୋନା ସଂକ୍ରମଣର ଚତୁର୍ଥ ପର୍ଯ୍ୟାୟ ହେବ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ବାହାରୁ ଲକ୍‌ଡାଉନ ପରେ ଫେରିବାକୁ ଥିବା ୫ ଲକ୍ଷ ଓଡ଼ିଆଙ୍କୁ ପରିଚାଳନା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ପଞ୍ଚାୟତସ୍ତରରୁ ଏଥିପାଇଁ ନିଆଯାଇଛି ପଦକ୍ଷେପ । ଆଜିଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଏହି ଲିଙ୍କ୍‌କୁ କ୍ଳିକ୍ କରି କରିପାରିବେ ରେଜିଷ୍ଟ୍ରେସନ୍‌ ।  COVID-19 – Government of Odisha 

ସରିବ ଲକ୍‌ଡାଉନ୍‌ଘରକୁ ବାହୁଡ଼ିବେ ୫ ଲକ୍ଷରୁ ଅଧିକ ଓଡ଼ିଆ । ପରିବାର ଓ ସାଙ୍ଗ ସାଥିଙ୍କୁ ଭେଟିବେ । ଏମାନଙ୍କୁ ଟ୍ରାକ୍‌ କରିବା କଷ୍ଟ । ତେଣୁ ତା’ପୂର୍ବରୁ ରାଜ୍ୟ ସରକାର ରେଜିଷ୍ଟ୍ରେସନ ଆରମ୍ଭ କରିଛନ୍ତି । ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକ ଅନ୍‌ଲାଇନ ପୋର୍ଟାଲରେ ରେଜିଷ୍ଟ୍ରସନ କରିବେ । ନିଜେ ଫୋନ କରିବେ, କିମ୍ବା ତାଙ୍କ ପରିବାର ଲୋକ ମଧ୍ୟ ରେଜିଷ୍ଟ୍ରେସନ କରିପାରିବେ । ବିନା ରେଜିଷ୍ଟ୍ରସନରେ ଆସିଲେ ସେମାନେ ଘରକୁ ଯାଇପାରିବେ ନାହିଁ । ସରପଞ୍ଚ, ଅଙ୍ଗନବାଡ଼ି ଓ ଆଶାକର୍ମୀମାନେ ତାଙ୍କ ରେଜିଷ୍ଟ୍ରେସନ କରି ୧୪ ଦିନ ପାଇଁ କ୍ୱରେଣ୍ଟାଇନ୍‌ରେ ରଖିବେ । ପଞ୍ଚାୟତସ୍ତରରେ ସେମାନଙ୍କ ପାଇଁ ରହିବା ଖାଇବା ବ୍ୟବସ୍ଥା କରାଯାଇଛି । ୨୪ ଘଣ୍ଟା ସ୍ୱାସ୍ଥ୍ୟସେବା ପାଇଁ ରହିବେ ଡାକ୍ତର । ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ପଠାଯିବ ।

ପ୍ରଥମେ ବିଦେଶ ଫେରନ୍ତା ଚିନ୍ତାର ବିଷୟ ପାଲଟିଥିବା ବେଳେ ଦ୍ୱିତୀୟରେ ନିଜାମୁଦ୍ଦିନ, ତୃତୀୟରେ କୋଲକାତା ଫେରନ୍ତାଙ୍କ ପାଇଁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ଏବେ ଲକ୍‌ଡାଉନ ପରେ ଫେରିବାକୁ ଥିବା ଲୋକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସରକାର ସ୍ୱତନ୍ତ୍ର ଯୋଜନା କରିଛନ୍ତି । ଆନ୍ତଃ ରାଜ୍ୟ ସୀମା ସିଲ୍‌ କରାଯାଇଛି । ଲୋକମାନେ ନିୟମ ନମାନି ଓଡ଼ିଶାରେ ପ୍ରବେଶ କରୁଥିବାରୁ ସେମାନଙ୍କ ଉପରେ ନଜର ରଖାଯାଇଛି । ସୀମା ଅତିକ୍ରମ କରି ଆନ୍ଧ୍ରରୁ ଆସିଥିବା 36 ଜଣଙ୍କୁ କ୍ୱାରେଣ୍ଟାଇନ୍‌ ପଠାଇଛି ଗଜପତି ଜିଲ୍ଲା ପ୍ରଶାସନ ।

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ କରୋନା ମୁକାବିଲା ସଫଳତା ପାଇଁ ୩ ଜିଲ୍ଲାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଲୋକ ସହଯୋଗ କଲେ କରୋନା ମୁକାବିଲା ଅଭିଯାନକୁ ସଫଳତା ମିଳିବ ।

Leave a Reply