ବାଲେଶ୍ୱରରେ ସର୍ବାଧିକ ୭୭, ପୁରୀରେ ସର୍ବନିମ୍ନ ୫ ମିମି ବର୍ଷା ରେକର୍ଡ

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ବର୍ଷା ଜାରି ରହିଛି । ଆଗକୁ ଲଘୁଚାପ ହେବାର ମଧ୍ୟ ସମ୍ଭାବନା ରହିଛି । ଏମିତିକି ଓଡ଼ିଶା ଉପକୂଳକୁ ବାତ୍ୟା ଭୟ ମଧ୍ୟ ରହିଥିବା ଅନୁମାନ କରାଯାଉଛି । ତେବେ ଶୁକ୍ରବାରଠାରୁ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୭୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିଭଳି ଦ୍ୱିତୀୟ ସର୍ବାଧିକ ଭାବେ ଭୁବନେଶ୍ୱରରେ ୪୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ପାରାଦୀପରେ ୩୭ ମିଲିମିଟର, ଚାନ୍ଦବାଲିରେ ୩୪ ମିଲିମିଟର, ଝାରସୁଗୁଡ଼ାରେ ୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ପୁରୀରେ ସର୍ବନିମ୍ନ ୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଅଣ୍ଡାମାନ ଓ ନିକୋବରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗାମୀ ମେ’ ପ୍ରଥମ ସପ୍ତାହରେ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଛି । ଏହାର ପ୍ରଭାବରେ ଓଡ଼ିଶାର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି ଗଞ୍ଜାମ, ସମ୍ବଲପୁର ଓ ଝାରସୁଗୁଡା ଆଦି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଘଡଘଡି ଓ ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ବାଲେଶ୍ୱର, ମୃୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଦେଓଗଡ଼, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ପୁରୀ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଲାଗି ରହିଥିଲା ।

Leave a Reply