spot_img
Home Blog Page 7159

କଣ୍ଟେନମେଣ୍ଟ ଜୋନ୍‌ରେ ଉତ୍ତେଜନା: ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ

ରାଉରକେଲା: ରାଉରକେଲା କଣ୍ଟଡେନମେଣ୍ଟ ଜୋନରେ ଉତ୍ତେଜନା। କଣ୍ଟେନମେଣ୍ଟ ଅଞ୍ଚଳ‌ରେ ପୋଲିସ ଜନତା ମୁହାଁମୁହିଁ ହୋଇଛନ୍ତି। କିଛି ଲୋକ ବ୍ୟାରିକେଡ୍‌ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପରେ ଅଧିକ ଫୋର୍ସ ପଠାଯାଇଛି। କେଉଁ କାରଣକୁ ନେଇ ଉତ୍ତେଜନା ହୋଇଛି ସେନେଇ ସ୍ପଷ୍ଟ ହୋଇନି।

ଘଟଣାକୁ ନେଇ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍‌ଙ୍କ ସୂଚନା । କିଛି ବ୍ୟକ୍ତି ବ୍ୟାରିକେଡ୍‌ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେମାନେ ବ୍ୟାରିକେଡ୍ ଭାଙ୍ଗି ପାରିନଥିଲେ । ପୋଲିସକୁ ପଛପଟୁ ଦୁର୍ବୃତ୍ତମାନେ ପଥର ମାଡ଼ କରିଥିଲେ । ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ନିୟମ ଭାଙ୍ଗି କେତେ ଜଣ ଲୋକ ବାହାରେ ବୁଲୁଥିଲେ । ବାହାରକୁ ଯିବାକୁ କହିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ।

ମଦ ପାଇଁ ଡହଳ ବିକଳ: ୧ କିଲୋମିଟର ଲମ୍ବା ଲାଇନ୍ ଓ ପୋଲିସ ଲାଠିମାଡ ,ତଥାପି ସଂଘର୍ଷ ଜାରି…

ନୂଆଦିଲ୍ଲୀ: କେନ୍ଦ୍ରସରକାର ଲକଡାଉନ୍ ୩.୦ରେ କିଛି ଜିନିଷ ଉପରେ କୋହଳ କରିଛନ୍ତି ।  ଏଥିରେ ସବୁପ୍ରକାର ଜୋନରେ ମଦ ବିକ୍ରିକୁ ନେଇ ଅନୁମତି ଦିଆଯାଇଛି । ଏବଂ ଏହି ଅନୁମତି ପରେ ଦିଲ୍ଲୀ ସରକାର ରାଜଧାନୀରେ ସକାଳ ୯ଟାରୁ ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ମଦ ବିକ୍ରି କରିବାକୁ ସରକାରୀ ମଦ ଦୋକାନ ଦୋକାନକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ମଦ ଦୋକାନରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଲାଇନରେ ସାମାଜିକ ଦୂରତାକୁ ଧ୍ୟାନ ନଦେଇ ଥିବାରୁ ପୋଲିସ୍ ଲାଠି ଚାର୍ଜ ମଧ୍ୟ କରିଛି । କାରଣ ସାମାଜିକ ଦୂରତାର ନିୟମ ପାଳନ କରାଇବା ପାଇଁ ସେଠାରେ କିଛି ପୋଲିସଙ୍କୁ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଏହି ନିୟମକୁ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ଲାଠି ଚାର୍ଜ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

କେବଳ ଦିଲ୍ଲୀର ଏ ଅବସ୍ଥା ନୁହେଁ ଅନ୍ୟ କେତେ ଗୁଡ଼ିଏ ଅଞ୍ଚଳରେ ମଧ୍ୟ ଏଭଳି ଲମ୍ବା ଲାଇନ୍ ଦେଖିବାକୁ ମଳିଛି । ତେବେ ମଦ ଦୋକାନରେ ସାମାଜିକ ଦୂରତାକୁ ଧ୍ୟାନ ଦିଆଯାଉଛି କି ନାହିଁ ତାହା ଦେଖିବାକୁ ପୋଲିସ ସିଭିଲ ଡ୍ରେସରେ ମଧ୍ୟ ବୁଲିଛି ।

ତେବେ ମଦ ପାଇଁ ଲୋକେ ଏତା ବାଉଳା ଯେ ସାମାଜିକ ଦୂରତାକୁ ବେଖାତିର କରି କିଲୋମିଟର ପର୍ଯ୍ୟନ୍ତ ଲାଇନରେ ଠିଆ ହେଉଛନ୍ତି ମଦ ନେବାକୁ  । ଲାଠି ଚାର୍ଜ ପରେ ମଧ୍ୟ ଲାଇନରେ ଛିଡ଼ା ହେଉଛନ୍ତି ମଦ ନେବାକୁ  ।

ଗୃହମନ୍ତ୍ରାଳୟର ଲକଡାଉନର ନିୟମରେ କୋହଳ କରାଯିବା ପରେ ପାଖାପାଖି ୧୫୦ଟି ମଦ ଦୋକାନ ଖୋଲିବାକୁ ଅନୁମତି ମଳିଛି । ସହରରେ ସରକାରୀ ଏଜେନ୍ସି ଏବଂ ବ୍ୟକ୍ତିଗତ ଭାବେ ଚାଲୁଥିବା ୮୫୦ଟି ମଦ ଦୋକାନ ରହିଛି । ନିର୍ଦ୍ଦେଶରେ ଅବକାରୀ ବିଭାଗ ଅଧିକାରୀଙ୍କଠାରୁ ଏଲ୍-୭ ଲାଇସେନ୍ସପ୍ରାପ୍ତ ଘରୋଇ ଦୋକାନଗୁଡ଼ିକୁ ଚିହ୍ନଟ କରିବାକୁ କହିଛି , ଯାହା ଏମଏଚଏର ନିର୍ଦ୍ଦେଶନାମା ପୂର୍ଣ୍ଣ କରିଥାଏ । ଅଧିକାରୀମାନଙ୍କୁ ତିନି ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଚାରିଟି ସରକାରୀ ଏଜେନ୍ସି ଦ୍ୱାରା ପରିଚାଳିତ ସହରରେ ବର୍ତ୍ତମାନ କେବଳ ଏଲ-୭ ଏବଂ ଏଲ୍-୮ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ବିକ୍ରି କରିବାକୁ ସରକାର ଅନୁମତି ଦେଇଛନ୍ତି ।

ତେବେ ଦିଲ୍ଲୀରେ ସମସ୍ତ ମଦ ଦୋକାନ ଖୋଲିନାହିଁ । ମଲ୍ ଏବଂ ବଜାରରେ ମଦ ଦୋକାନ ବନ୍ଦ ରହିବ । ସରକାରୀ ଦୋକାନଗୁଡ଼ିକ କେବଳ ସକାଳ ୯ ଟାରୁ ରାତି ୬:୩୦ ପର୍ଯ୍ୟନ୍ତ ଖୋଲିବ । ଯେମିତି ଏକ ସମୟରେ ଦୋକାନରେ ପାଞ୍ଚରୁ ଅଧିକ ଲୋକ ଉପସ୍ଥିତ ନହେବେ ତେଣୁ ଏହି ଚାରୋଟି ଏଜେନ୍ସି ସେଠାରେ ମାର୍ଶଲ ମଧ୍ୟ ନିୟୋଜିତ କରିବେ ।

​​ଯେଉଁମାନେ ଲାଇନରେ ସାମାଜିକ ଦୂରତା ଅନୁସରଣ କରୁନଥିଲେ ସେମାନଙ୍କୁ ପୋଲିସ ଲାଠି ମାଡ କରିଥିଲା ।ସାମାଜିକ ଦୂରତା ପାଳିତ ହେଉଛି ନା ନାହିଁ ତାହା ଜାଣିବାକୁ ପୋଲିସ ଲୋକଙ୍କ ଭିତରେ ସିଭିଲ ଡ୍ରେସରେ ଥିଲା ।

ଗ୍ରୀନ୍ ଜୋନରେ ଗଡ଼ିବ ବସ୍, ପଦକ୍ଷେପ ନେଉଛନ୍ତି ସରକାର

ଭୁବନେଶ୍ୱର: ରାଜ୍ୟର ଗ୍ରୀନ୍‌ ଜୋନ୍‌ରେ ଖୁବଶୀଘ୍ର ବସ୍ ଚାଲିବ । ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।  ଉଭୟ ଘରୋଇ ଅନ୍ୟାନ୍ୟ ବସ୍ ଚଳାଚଳ ପାଇଁ କଣ ସୁବିଧା ଦେଇ ହେବ ସେ ଦିଗରେ ପଦକ୍ଷେପ ନିଆଯାଉଛି । ତେବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ପରିବହନ ବିଭାଗ ବୈଠକ ପରେ ଏସମ୍ପପର୍କରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ରେଡ୍ ଜୋନ୍ତାଲିକା

ବାଲେଶ୍ୱର, ଭଦ୍ରକ, ଯାଜପୁର, ଭୁବନେଶ୍ୱର ମହାନଗର ନିଗମ

ଅରେଞ୍ଜ ଜୋନ୍ତାଲିକା          

ଖୋର୍ଦ୍ଧା (ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ) ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ଢେଙ୍କାନାଳ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲା ।

ଗ୍ରୀନ୍ ଜୋନ୍ତାଲିକା

ଅନୁଗୁଳ, ବରଗଡ଼, ବୌଦ୍ଧ, ସମ୍ୱଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, କଟକ ଓ ପୁରୀ ଜିଲ୍ଲା

ପୁଣି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଉତ୍ତେଜନା: ସରପଞ୍ଚଙ୍କ ପ୍ରତିନିଧି ଧମକ ଦେଉଥିବା ଅଭିଯୋଗ

ଦିଗପହଣ୍ଡି, (କାଳୁ ଚରଣ ନାହାକ):  ଗଞ୍ଜାମ ଜିଲ୍ଲା  ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ଆଦିବାସୀ ହଷ୍ଟେଲ କ୍ୱାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ । ପ୍ରତିବାଦରେ ସୋମବାର ସକାଳେ ବହୁସଂଖ୍ୟକ ସୁରତ ଫେରନ୍ତା ହୋ ହଲ୍ଲା କରିଛନ୍ତି। ତେବେ ସେମାନଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ସେମାନଙ୍କୁ ପୋଲିସ ଡକେଇ ବାଡ଼େଇବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପ୍ରବାସୀ ଓଡ଼ିଆ ।

ଅପରପକ୍ଷରେ ସେଣ୍ଟର ଦାୟିତ୍ୱରେ ଥିବା ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁଙ୍କ କହିବା ହେଲା ଯେ, ସେ ଓ ଆଉ କିଛି ସ୍ୱେଚ୍ଛାସେବୀମାନେ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ସେମାନଙ୍କୁ ମଧ୍ୟ ଅନ୍ତେବାସୀ ଦୁର୍ବ୍ୟବହାର ପ୍ରଦର୍ଶନ କରିବାସହ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଖବର ପାଇ ବିଡ଼ିଓ ହଳଧର ଶବର ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ଜଣାପଡିଛି। ଶୋଇବା ପାଇଁ ଖଟର ବ୍ୟବସ୍ଥା ନଥିବାରୁ ଉଦ୍‌ବେଗ୍ ପ୍ରକାଶ କରିବା ସହ ହୋହଲ୍ଲା କରିଥିଲେ ।

https://www.facebook.com/NandighoshaTV/videos/553174358929857/

ଏଥିସହିତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଲୋକଙ୍କ ସଂଖ୍ୟାଙ୍କ ଦୃଷ୍ଟିରୁ ଆବଶ୍ୟକ ପାଇଖାନା ମଧ୍ୟ ନଥିବା ଅଭିଯୋଗ । ଏଭଳି କି ପାନୀୟଜଳ ବ୍ୟବସ୍ଥା ମଧ୍ୟ ନଥିବା ବେଳେ ଗାଧୋଇବା ପାଇଁ ମଧ୍ୟ ପାଣି ନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ସେମାନେ ଜଳଖିଆ ଖାଇବୁ ନାହିଁ ବୋଲି ଜିଦ୍ ଧରିବସିଥିଲେ। ପରେ ବିଡ଼ିଓ ବୁଝାସୁଝା କରିବାପରେ ସେମାନେ ଜଳଖିଆ ଖାଇଥିଲେ। ଏନେଇ ବିଡ଼ିଓଙ୍କ କହିବା ହେଲା ଯେ, ସେଠାରେ ବିଭିନ୍ନ ବ୍ଲକର  ୨୧୦ ଜଣ ସୁରତ ଫେରନ୍ତା ରବିବାର ରାତି ରେ ପହଞ୍ଚିଥିଲେ। ସେମାନଙ୍କ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ଅଭିଯୋଗରେ କୌଣସି ସତ୍ୟତା ନଥିବା ସଫେଇ ଦେଇଛନ୍ତି ବିଡ଼ିଓ । ।

ମେ’ରେ ବାତ୍ୟା ଆଶଙ୍କା ! ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ତତସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ବାତ୍ୟାର ରୂପ ଧାରଣ କରିପାରେ । ଆଜି ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇନଥିବା ବେଳେ ଆଗାମୀ ୫ ଦିନ ଗୁରୁତ୍ୱ ରଖୁଛି । ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ମିଡ୍-ଟ୍ରପୋସ୍ଫେରିକ ଲେଭଲ ଆଡ଼କୁ ଗତି କରୁଛି । ପାଣିପାଗ ବିଭାଗ ଏହା ଉପରେ ନଜର ରଖିଥିବା ବେଳେ ଆସନ୍ତା ୫ ଦିନରେ ଚିତ୍ର ପୂରା ସ୍ପଷ୍ଟ ହେବ ।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଗାମୀ ୭ ତାରିଖ ବେଳକୁ ଅବପାତରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହା ଏବେ ସମୁଦ୍ର ପତ୍ତନ ଠାରୁ ପୂର୍ବ ପଶ୍ଚିମ ଦିଗରେ ଦକ୍ଷିଣ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ, ବିହାର ଆଡ଼କୁ ରହିଛି ।

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବର୍ଷା ବଜ୍ରପାତ ହେବ । ପବନ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ବହିବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇପାରେ । ୬ ଓ ୭ ତାରିଖରେ ମଧ୍ୟ ବଜ୍ରପାତ ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦ୍ୱାରା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ସୃଷ୍ଟି ହେଲେ ଏହା ୨୦୨୦ ମସିହାର ପ୍ରଥମ ବାତ୍ୟା ହେବ । ଇତିମଧ୍ୟରେ ଭୁବନେଶ୍ୱର, ରାଉରକେଲା ସମେତ ରାଜ୍ୟର ବିଭିନ୍ନ ଘଡ଼ଘଡ଼ି ସହ ବର୍ଷା ହୋଇଛି ।

ଆରବସାଗରରେ ବଳ ଗୋଟାଉଛି ବାତ୍ୟା; ୩୬ ଘଣ୍ଟାରେ ଛୁଇଁପାରେ ସ୍ଥଳଭାଗ

ଖାଲି ଓଡ଼ିଶା ନୁହଁ ପୂରା ଦୁନିଆ ମଦ ବିନା ବେହାଲ,ଏମିତି ପାଗଳ ହେଉଛନ୍ତି ଗ୍ରାହକ..

ନୂଆଦିଲ୍ଲୀ:  କରୋନା ଭାଇରସ୍ ପାଇଁ ଲାଗୁ କରାଯାଇଥିବା ଲକଡାଉନ ପାଇଁ ଦେଶ ସାରା ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।  କିନ୍ତୁ ଆଜିଠୁ ଲାଗୁ କରାଯାଇଥିବା ଲକଡାଉନ ୩.୦ରେ କେତକ ରାଜ୍ୟରେ ମଦ ଉପରୁ ପ୍ରତିବନ୍ଧକକୁ ଉଠାଇ ଦିଆଯାଇଛି । ଦେଶକୁ ରେଡ୍, ଅରେଞ୍ଜ, ଏବଂ ଗ୍ରୀନ ଜୋନରେ ରାଜ୍ୟଗୁଡ଼ିକୁ ବାଣ୍ଟିଦିଆଯାଇଛି । ଏହି ଜୋନ ଅନୁସାରେ ରାଜ୍ୟ ଗୁଡ଼ିକରେ ମଦର ବିକ୍ରି ହୋଇପାରିବ । ଏହି ମଧ୍ୟରେ ମଦର ବିକ୍ରି ହେବା କଥା ଶୁଣି ଲୋକେ ମଦ ନେବା ପାଇଁ ସାମାଜିକ ଦୂରତାକୁ ଭୁଲି ଯାଇଛନ୍ତି ।

ମଦ ପେଟି ଦେଖି ଏମିତି ହେଲେ ଲୋକେ

ମଦ ନପାଇ ଲୋକ ଏକ ପ୍ରକାର ପାଗଳ ହୋଇସାରିଲେଣି । ଏ ଅବସ୍ଥା କେବଳ ଭାରତର ନୁହେଁ ଥାଇଲାଣ୍ଡର ମଧ୍ୟ ସମାନ ଅବସ୍ଥା । କାରଣ ଥାଇଲାଣ୍ଡରେ ମଧ୍ୟ ବହୁଦିନ ପରେ ମଦ ଉପରୁ ପ୍ରତିବନ୍ଧକ ଉଠାଇ ଦିଆଯାଇଛି । ଏହାପରେ ସେମାନଙ୍କ ଅବସ୍ଥା ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ଏନେଇ ଟେଲିଭିଜନ ଜଗତର ହାସ୍ୟ ଅଭିନେତା ସୁନିଲ ଗ୍ରୋଭର ଏକ ଭିଡ଼ିଓ ସେୟାର କରିଛନ୍ତି । ସେହି ଭିଡ଼ିଓରେ ଦେଖାଯାଇଛି ଯେ, ଥାଇଲାଣ୍ଡର ଏକ ମଦ ଦେକାନରେ ଲୋକେ ମଦ ପାଇଁ କେତେ ଡହଳ ବିକଳ ହେଉଛନ୍ତି ।

ଏହି ଭିଡ଼ିଓରେ ଏକ ମଦ ଦୋକାନର ଭିତରର ଦୃଶ୍ୟକୁ ଦେଖିପାରବେ । ଏହି ଦୋକାନର ଜଣେ କର୍ମଚାରୀ ମଦ ପେଟି ଗୁଡ଼ିକୁ ନେଇ ଦୋକାନ ମଝିରେ ରଖି ଦେଉଛି । ଏହା ପରେ ଲୋକେ ଗୋଟେ ପରେ ଗୋଟେ ମଦ ପେଟି ନେବାକୁ କେମିତି ବିକଳ ହୋଇଛନ୍ତି । ଏବଂ କେହି ବି ଏଠି ସାମାଜିକ  ଦୂରତାକୁ ଅଧିକ ଧ୍ୟାନ ଦେଉ ନାହାଁନ୍ତି ।

ଛେଳିଠାରୁ ପନିପରିବା ସବୁ ହେଲେ କରୋନା ପଜିଟିଭ, ଜାଣନ୍ତୁ କେଉଁଠି…

ଦାର୍ ଏ ସଲାମ(ତାଞ୍ଜାନିଆ): ବାଦୁଡ଼ି, ମଣିଷ, କୁକୁର, ବାଘୁଣୀ ଏବଂ ବିଲେଇ ପରେ ଏବେ କରୋନା ଭାଇରସର ନୂଆ ଶୀକାର ହୋଇଛନ୍ତି ଛେଳି । ଆଫ୍ରିକାର ଏକ ଦେଶରେ ଛେଳି ଏବଂ ଫଳ ଦେହରେ କରୋନା ପଜିଟିଭ ପାଇବେ ପରେ ସେଠାକାର ରାଷ୍ଟ୍ରପତି ଏବେ ଚିନ୍ତାରେ । ତେବେ ଆସନ୍ତୁ ଜାଣିବା ସେ କେଉଁ ଦେଶ ଯେଉଁଠି ଛେଳି ଏବଂ ଫଳ,ପନିପରିବା ମଧ୍ୟ ହୋଇଛନ୍ତି କରୋନା ଭାଇରସ ପଜିଟିଭ ।

ଏହି ଦେଶ ହେଉଛି ତଞ୍ଜାନିଆ । ଏଠାରେ ରବିବାର ଏକ ଛେଳି ଏବଂ ଏକ ବିଶେଷ ପ୍ରକାରର ଫଳ ପଁପଁ (PawPaw) ଦେହରେ କରୋନା ଭାଇରସ ଥିବା ସ୍ପଷ୍ଟ କରାଯାଇଛି । ଏହାପରେ ଦେଶର ରାଷ୍ଟ୍ରପତି ଜନ୍ ମାଗୁଫୁଲୀ କହିଛନ୍ତି ଯେ, ଟେଷ୍ଟ କିଟରେ ନିଶ୍ଟୟ କିଛି ଭୁଲ ଥାଇପାରେ ତେଣୁ ଏହାର ଯାଞ୍ଚ ହେବା ଆବଶ୍ୟକ ।

 

ଅବଶ୍ୟ କିଛି ଦିନ ପୂର୍ବେ କରୋନା ଭାଇରସ ମାମଲାକୁ ଲୁଚାଇବା ଅଭିଯୋଗରେ ତାଞ୍ଜାନିଆ ରାଷ୍ଟ୍ରପତିଙ୍କୁ ଅନେକ ନିନ୍ଦା ଶୁଣିବାକୁ ପଡ଼ିଥିଲା । କାରଣ ଏହି ସମୟରେ କରୋନା ମାମଲା ଲୁଚାଇବା ସହିତ ମାଗୁଫଲୀ ନିଜ ଦେଶବାସୀଙ୍କୁ ଏମିତି କିଛି କଥା କହିଥିଲେ ଯେଉଁଥିପାଇଁ ସେ ଲୋକହସାର ଶୀକାର ହୋଇଥିଲେ । ସେ କହିଥିଲେ ଯେ, ‘ଆପଣମାନେ ପ୍ରାର୍ଥନା କରନ୍ତୁ ଯେ, ଆପଣମାନେ ଭାଇରସର ଶୀକାର ନହୁଅନ୍ତୁ ।’

 

ରାଷ୍ଟ୍ରପତି ଜନ୍ ମାଗଫୁଲୀ କହିଛନ୍ତି ଯେ, ବିଦେଶରୁ ଆସିଥିବା ଟେଷ୍ଟ କିଟ୍ ରେ କିଛି ଅସୁବିଧା ରହିଛି । ଏହା ସମ୍ଭବ ନୁହେଁ ଯେ, ପଁପଁ ଫଳ ଏବଂ ଛେଳି ପାଖରେ କରୋନା ପଜିଟିଭ ଦେଖାଦେବ । ଦେଶର ସେନାଙ୍କୁ ଟେଷ୍ଟ କିଟର ଯାଞ୍ଚ କରିବା ପାଇଁ ରାଷ୍ଟ୍ରପତି କହିଛନ୍ତି । କାରଣ ସାମ୍ପଲ ଯାଞ୍ଚ କରୁଥିବା ଲୋକମାନେ ମଣିଷଙ୍କ ବ୍ୟତୀତ ଅନ୍ୟ ସାମ୍ପଲ ଗୁଡ଼ିକର ମଧ୍ୟ ଯାଞ୍ଚ କରୁଥିଲେ । ଏହି ସାମ୍ପଲ ଛେଳି, ପଁପଁ ଫଳ ଠାରୁ ନିଆଯାଇଥିଲା । ଏହି ସାମ୍ପଲଗୁଡ଼ିକୁ ମଣିଷଙ୍କ ନାମ ଏବଂ ବୟସ ଦିଆଯାଇଥିଲା । ଏହାପରେ ସାମ୍ପଲର ଯାଞ୍ଚ କରିବା ପାଇଁ ତାଞ୍ଜାନିଆ ଲାବୋରେଟରୀକୁ ପଠାଯାଇଥିଲା । ଯେଉଁଠାରେ ଛେଳି ଏବଂ ପଁପଁ ଫଳ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ବର୍ତ୍ତମାନ ରାଷ୍ଟ୍ରପତି ମାଗୁଫୁଲୀଙ୍କ ସୂଚନା ଅନୁଯାୟୀ, ଏହି ଯାଞ୍ଚକୁ ନେଇ ହୋଇଥିବା ଅସୁବିଧାରୁ ଜଣାପଡୁଠି ଯେ, ଆମ ଦେଶରେ ଅନେକ ଲୋକ କରୋନା ଭାଇରସ ସଂକ୍ରମିତ ନୁହନ୍ତି । କିନ୍ତୁ ଆମକୁ ଦ୍ୱିତୀୟ ଥର ଏହି ଭୁଲର ଯାଞ୍ଚ କରିବାକୁ ପଡ଼ିବ ।

ରବିବାର ସୁଦ୍ଧା ଚାଞ୍ଜାନିଆରେ ସର୍ବମୋଟ ୪୮୦ ମାମଲା ସାମ୍ନାକୁ ଆସିଛି ଏବଂ ୧୭ ଜଣ ସଂକ୍ରମିକ ଏଥିରେ ମୃତ୍ୟୁବରଣ କଲେଣି । କିନ୍ତୁ ଦେଶର ରାଜଧାନୀ ଦାର-ଏ-ସଲାମରେ ପ୍ରଶାସନ ତରଫରୁ ପ୍ରତିଦିନ ଏକ କରୋନା ଅପଡେଟ ବୁଲେଟିନ ମଧ୍ୟ ଜାରି କରାଯାଉନି ।

ରାଷ୍ଟ୍ରପତି ମାଗୁଫୁଲୀ କହିଛନ୍ତି ଯେ, ସେ ଏକ ପ୍ଲେନ୍ ମାଡାଗାସ୍କର ପଠାଇବେ ସେଠାରୁ ପ୍ରାକୃତିକ ଔଷଧ ଆଣିବା ପାଇଁ ଯାହାଫଳରେ କରୋନା ଭାଇରସର ସଂକ୍ରମଣ ରୋକାଯାଇପାରିବ ବୋଲି ଦାବି କରିଛନ୍ତି ରାଷ୍ଟ୍ରପତି ମାଗୁଫୁଲୀ

ସଂଘରୋଧ ନିୟମ ଭାଙ୍ଗିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ଡିଜିପି

ଭୁବନେଶ୍ୱର: ଲକଡାଉନ୍ ଲାଗି ରହିଥିବା ବେଳେ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ । କିନ୍ତୁ, କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେମାନେ ନିୟମ ଭାଙ୍ଗୁଥିବା ଦେଖାଯଉଛି । କେତେବେଳେ କ୍ୱାରେଣ୍ଟାଇନ ସେଣ୍ଟରରୁ ଖସି ପଳାଉଛନ୍ତି ତ କେବେ ଦିଆଯାଇଥିବା ଖାଦ୍ୟକୁ ଫିଙ୍ଗୁଛନ୍ତି । କ୍ୱାରେଣ୍ଟାଇନରେ ଥିବା ଅମାନିଆ ଏଭଳି ଆଚରଣକୁ ବରଦାସ୍ କରାଯିବନି । ନିୟମ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ ବୋଲି ପୋଲିସ ଡିଜି ଅଭୟ ଟ୍ୱିଟ୍ କରିଛନ୍ତି ।

କ୍ୱାରେଣ୍ଟାଇନରେ ଥିବା ପ୍ରବାସୀ ନିୟମ ଉଲ୍ଲଂଘନ କଲେ ସହ୍ୟ କରାଯିବନାହିଁ । ସହୃଦୟତାର ସହ ସେମାନଙ୍କୁ ଆମେ ଦେଉଥିବା ସୁବିଧା, ସୁଯୋଗକୁ ଅପବ୍ୟବହାର କରନ୍ତୁନି । ଯଦି, କେହି ବିଶୃଙ୍ଖଳିତ ଆଚରଣ କରେ ତାକୁ କଠୋର ଭାବ ଦମନ କରାଯିବ ବୋଲି ଜିଡି କଡ଼ା ଚେତାବନୀ ଦେଇଛନ୍ତି । ଏଥିସହ କ୍ୱାରେଣ୍ଟାଇନ୍ ନିୟମ ପାଳନ ପାଇଁ ଅପିଲ୍ କରିଛନ୍ତି ଅଭୟ ।

କ୍ୱାରେଣ୍ଟାଇନ ଭଙ୍ଗକାରୀ ଅମାନିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସ ଫେରନ୍ତା ଅମାନିଆଙ୍କୁ ତାଗିଦ୍ କରିଥିଲେ । ସମସ୍ତଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ କହିବା ସହ କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

 

ସିଲଭର ଲେକ୍ ଜିଓ ପ୍ଲାଟଫର୍ମରେ ୧% ଅଂଶଧନ ୫୬୫୫.୭୫ କୋଟିରେ କିଣିଲା

ନୂଆଦିଲ୍ଲୀ: ଆମେରିକାର ଘରୋଇ ଇକ୍ୱିଟି କମ୍ପାନୀ ସିଲଭର ଲେକ୍ ପାର୍ଟନର୍ସ ରିଲାଏନ୍ସର ଜିଓ ପ୍ଲାଟଫର୍ମରେ ଏକ ପ୍ରତିଶତ ଅଂଶଧନ କିଣିଛି। ସିଲଭର ଲେକ୍ ଜିଓ ପ୍ଲାଟଫର୍ମରେ ୫,୬୫୫.୭୫ କୋଟି ଟଙ୍କାର ନିବେଶ କରିବ । ଏହି ନିବେଶରେ ଜିଓ ପ୍ଲାଟଫର୍ମ ଅଂଶଧନ ୪.୯୦ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ ମୂଲ୍ୟ ୫.୧୫ ଲକ୍ଷ କୋଟି ହୋଇଛି । ଏନେଇ ରିଲାଏନ୍ସ ଏବଂ ଜିଓ କହିଛି ଯେ, ଏହି ନିବେଶ ଫେସବୁକ୍ ଦ୍ୱାରା କରାଯାଇଥିବା ନିବେଶର ଅଂଶଧନର ୧୨.୫ ପ୍ରତିଶତ ପ୍ରିମିୟମକୁ ଦର୍ଶାଏ ।

ଋଣମୁକ୍ତ ହେବାର ଯୋଜନା

ରିଲାଏନ୍ସ୍ର ଉପରେ ବର୍ତ୍ତମାନ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ଋଣ ବାକି ଅଛି । ଗତ ବର୍ଷ ଅଗଷ୍ଟରେ ମୁକେଶ ଅମ୍ବାନୀ କହିଥିଲେ ଯେ ତାଙ୍କ କମ୍ପାନୀ ୧୮ ମାସ ଅର୍ଥାତ୍ ମାର୍ଚ୍ଚ ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ ଋଣମୁକ୍ତ ହେବ । ସେଥିପାଇଁ କମ୍ପାନୀ ପାଣ୍ଠି ସଂଗ୍ରହ ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛି । ଏବଂ ଏଥିପାଇଁ ରିଲାଏନ୍ସ ଦେଶର ସର୍ବ ବୃହତ ରାଇଟସ୍ ଇସୁର ଘୋଷଣା କରିଛି ଯାହାର ମୂଲ୍ୟ ୫୩,୧୨୫ କୋଟି ଟଙ୍କା ରହିଛି ।

ଜିଓ-ଫେସବୁକ୍ ମଧ୍ୟରେ ଚୁକ୍ତି

ଏଠାରେ ସୂଚନା ଯୋଗ୍ୟ ଯେ, ଫେସବୁକ୍ ସହିତ ଚୁକ୍ତି ହେବାର ଦୁଇ ସପ୍ତାହରୁ ମଧ୍ୟ କମ୍ ସମୟରେ ଏହା ହେଉଛି ଜିଓର ଫେସବୁକ୍ ସହ ଦ୍ୱିତୀୟ ଚୁକ୍ତି । ଏହାପୂର୍ବରୁ, ସୋସିଆଲ ମିଡିଆର ବିଶାଳ ଆମେରିକୀୟ କମ୍ପାନୀ ଫେସବୁକ ଏପ୍ରିଲ ୨୨ରେ ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ କମ୍ପାନୀ ଜିଓ ପ୍ଲାଟଫର୍ମର ୯.୯୯ ପ୍ରତିଶତ ଅଂଶଧନ କିଣିବା ପାଇଁ ୫.୭ ବିଲିୟନ ଡ଼ଲାର୍ ଅର୍ଥାତ୍ ୪୩,୫୭୪ କୋଟି ଟଙ୍କା ନିବେଶ କରିବାନେଇ ସ୍ୱାକ୍ଷର କରିଥିଲା।

ତିନି କୋଟି ଦୋକାନୀ ହେବେ ଉପକୃତ

ଜିଓର ବିଶ୍ୱ ସ୍ତରୀୟ ଡିଜିଟାଲ୍ କନେକ୍ଟିଭିଟି ପ୍ଲାଟଫର୍ମର ଏବଂ ଭାରତୀୟ ଲୋକଙ୍କ ସହ ଫେସବୁକର ସମ୍ବନ୍ଧିତ ମିଳିତ ଶକ୍ତି, ଆପଣଙ୍କ ସମସ୍ତଙ୍କ ପାଇଁ  ଭବିଷ୍ୟତରେ ନୂତନ ଉଦ୍ଭାବନ ଆଣିବ । ଜିଓ ମାର୍ଟ ଏବଂ ଜିଓର ନୂତନ ଡିଜିଟାଲ୍ ବ୍ୟବସାୟ ପ୍ଲାଟଫର୍ମକୁ ହ୍ୱାଟସ୍ ଆପର ସହଯୋଗ ମିଳିବା ଦ୍ୱାରା ଏହାର ଫାଇଦା ମିଳିପାରିବ । ତିନି କୋଟି ଦୋକାନୀ ଏହି ସୁବିଧା ପାଇବେ। ଏହା ଉଭୟ ଦୋକାନୀ ଏବଂ ଗ୍ରାହକଙ୍କୁ ଶୀଘ୍ର ଏବଂ ଭଲ ଡିଜିଟାଲ୍ କାରବାର ପ୍ଲାଟଫର୍ମ ଯୋଗାଇବ । ଅର୍ଥାତ ଗ୍ରାହକମାନେ ଘର ନିକଟରେ ଥିବା ସ୍ଥାନୀୟ ଦୋକାନରୁ ପ୍ରତିଦିନ ସହଜରେ ସାମଗ୍ରୀ ବିତରଣ ଏବଂ ଅର୍ଡର କରିବାରେ ସକ୍ଷମ ହେବେ।

ମାମୁ ଘର କୂଅରେ ବୁଡ଼ି ପୁଅ ସହ ଆଖି ବୁଜିଲା ମାଆ

ଢେଙ୍କାନାଳ: ଲକ୍‌ଡାଉନ୍‌‌ ଚାଲିଥିବାରୁ ମାମୁଁ ଘରେ ଅଟକି ରହିଥିଲେ ମାଆ ପୁଅ । ୩ ବର୍ଷର ଛୁଆକୁ ନେଇ ଶ୍ୱଶୁର ଘର ଯିବାକୁ ମାଆ ସାହାସ ଜୁଟାଇ ପାରିନଥିଲା । ଲକ୍ଡ଼ାଉନ ଖୋଲିବା କ୍ଷଣି ତୁରନ୍ତ ପୁଅକୁ ନେଇ ଶାଶୁଘରକୁ ଫେରିଯିବେ ବୋଲି କହିଥିଲେ ।

ହେଲେ ଆଜି ଘଟିଯାଇଥିଲା ଏକ ଅଭାବନୀୟ ଘଟଣା । ଖେଳୁଥିବା ବେଳେ ହଠାତ୍ କୂଅରେ ଖସି ପଡ଼ିଥିଲା ପୁଅ । କହନ୍ତି ପିଲାଙ୍କ ଜୀବନ ରକ୍ଷା ପାଇଁ କିଛି ବି କରିପାରେ ମା’ । ଯାହାକି ଏଥିରୁ ସ୍ପଷ୍ଟ ଜଣାପଡ଼ିଛି । ନିଜ ପୁଅକୁ କୂଅରେ ପଡ଼ିବାର ଦେଖି ମା’ କେମିତି ବା ସମ୍ଭାଳି ପାରିଥାନ୍ତି । ପୁଅକୁ ବଞ୍ଚେଇବା ପାଇଁ କୂଅକୁ ଡେଇଁ ପଡ଼ିଲା ମା’ ।

ହେଲେ, ଦୁର୍ଭାଗ୍ୟବଶତଃ ମା’ ବଞ୍ଚାଇ ପାରିନଥିଲା ପୁଅକୁ । ଆଉ ନିଜେ ମା’ ମଧ୍ୟ ବୁଡ଼ିଯାଇଥିଲା କୂଅରେ । ଗୋଟିଏ କୂଅରେ ଦୁହିଁଙ୍କ ଜୀବନ ଚାଲିଗଲା । ଏଭଳି ଅଭାବନୀୟ ଘଟଣା ଘଟିଛି ପରଜଙ୍ଗ ଥାନା ତୋରଡାନାଳୀ ଗାଁରେ । ଗ୍ରାମବାସୀ ମାଆ ପୁଅଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ମୃତକ ହେଉଛନ୍ତି ଡିହଡୋଳ ଗାଁର ଜୟନ୍ତୀ ସାହୁ ଓ ତାଙ୍କର ୩ ବର୍ଷର ପୁଅ ପ୍ରିନ୍ସ ସାହୁ ।