ମାମୁ ଘର କୂଅରେ ବୁଡ଼ି ପୁଅ ସହ ଆଖି ବୁଜିଲା ମାଆ

ଢେଙ୍କାନାଳ: ଲକ୍‌ଡାଉନ୍‌‌ ଚାଲିଥିବାରୁ ମାମୁଁ ଘରେ ଅଟକି ରହିଥିଲେ ମାଆ ପୁଅ । ୩ ବର୍ଷର ଛୁଆକୁ ନେଇ ଶ୍ୱଶୁର ଘର ଯିବାକୁ ମାଆ ସାହାସ ଜୁଟାଇ ପାରିନଥିଲା । ଲକ୍ଡ଼ାଉନ ଖୋଲିବା କ୍ଷଣି ତୁରନ୍ତ ପୁଅକୁ ନେଇ ଶାଶୁଘରକୁ ଫେରିଯିବେ ବୋଲି କହିଥିଲେ ।

ହେଲେ ଆଜି ଘଟିଯାଇଥିଲା ଏକ ଅଭାବନୀୟ ଘଟଣା । ଖେଳୁଥିବା ବେଳେ ହଠାତ୍ କୂଅରେ ଖସି ପଡ଼ିଥିଲା ପୁଅ । କହନ୍ତି ପିଲାଙ୍କ ଜୀବନ ରକ୍ଷା ପାଇଁ କିଛି ବି କରିପାରେ ମା’ । ଯାହାକି ଏଥିରୁ ସ୍ପଷ୍ଟ ଜଣାପଡ଼ିଛି । ନିଜ ପୁଅକୁ କୂଅରେ ପଡ଼ିବାର ଦେଖି ମା’ କେମିତି ବା ସମ୍ଭାଳି ପାରିଥାନ୍ତି । ପୁଅକୁ ବଞ୍ଚେଇବା ପାଇଁ କୂଅକୁ ଡେଇଁ ପଡ଼ିଲା ମା’ ।

ହେଲେ, ଦୁର୍ଭାଗ୍ୟବଶତଃ ମା’ ବଞ୍ଚାଇ ପାରିନଥିଲା ପୁଅକୁ । ଆଉ ନିଜେ ମା’ ମଧ୍ୟ ବୁଡ଼ିଯାଇଥିଲା କୂଅରେ । ଗୋଟିଏ କୂଅରେ ଦୁହିଁଙ୍କ ଜୀବନ ଚାଲିଗଲା । ଏଭଳି ଅଭାବନୀୟ ଘଟଣା ଘଟିଛି ପରଜଙ୍ଗ ଥାନା ତୋରଡାନାଳୀ ଗାଁରେ । ଗ୍ରାମବାସୀ ମାଆ ପୁଅଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ମୃତକ ହେଉଛନ୍ତି ଡିହଡୋଳ ଗାଁର ଜୟନ୍ତୀ ସାହୁ ଓ ତାଙ୍କର ୩ ବର୍ଷର ପୁଅ ପ୍ରିନ୍ସ ସାହୁ ।

Leave a Reply