ପୁଣି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଉତ୍ତେଜନା: ସରପଞ୍ଚଙ୍କ ପ୍ରତିନିଧି ଧମକ ଦେଉଥିବା ଅଭିଯୋଗ

1 min read

ଦିଗପହଣ୍ଡି, (କାଳୁ ଚରଣ ନାହାକ):  ଗଞ୍ଜାମ ଜିଲ୍ଲା  ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ଆଦିବାସୀ ହଷ୍ଟେଲ କ୍ୱାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ । ପ୍ରତିବାଦରେ ସୋମବାର ସକାଳେ ବହୁସଂଖ୍ୟକ ସୁରତ ଫେରନ୍ତା ହୋ ହଲ୍ଲା କରିଛନ୍ତି। ତେବେ ସେମାନଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ସେମାନଙ୍କୁ ପୋଲିସ ଡକେଇ ବାଡ଼େଇବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପ୍ରବାସୀ ଓଡ଼ିଆ ।

ଅପରପକ୍ଷରେ ସେଣ୍ଟର ଦାୟିତ୍ୱରେ ଥିବା ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁଙ୍କ କହିବା ହେଲା ଯେ, ସେ ଓ ଆଉ କିଛି ସ୍ୱେଚ୍ଛାସେବୀମାନେ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ସେମାନଙ୍କୁ ମଧ୍ୟ ଅନ୍ତେବାସୀ ଦୁର୍ବ୍ୟବହାର ପ୍ରଦର୍ଶନ କରିବାସହ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଖବର ପାଇ ବିଡ଼ିଓ ହଳଧର ଶବର ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ଜଣାପଡିଛି। ଶୋଇବା ପାଇଁ ଖଟର ବ୍ୟବସ୍ଥା ନଥିବାରୁ ଉଦ୍‌ବେଗ୍ ପ୍ରକାଶ କରିବା ସହ ହୋହଲ୍ଲା କରିଥିଲେ ।

https://www.facebook.com/NandighoshaTV/videos/553174358929857/

ଏଥିସହିତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଲୋକଙ୍କ ସଂଖ୍ୟାଙ୍କ ଦୃଷ୍ଟିରୁ ଆବଶ୍ୟକ ପାଇଖାନା ମଧ୍ୟ ନଥିବା ଅଭିଯୋଗ । ଏଭଳି କି ପାନୀୟଜଳ ବ୍ୟବସ୍ଥା ମଧ୍ୟ ନଥିବା ବେଳେ ଗାଧୋଇବା ପାଇଁ ମଧ୍ୟ ପାଣି ନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ସେମାନେ ଜଳଖିଆ ଖାଇବୁ ନାହିଁ ବୋଲି ଜିଦ୍ ଧରିବସିଥିଲେ। ପରେ ବିଡ଼ିଓ ବୁଝାସୁଝା କରିବାପରେ ସେମାନେ ଜଳଖିଆ ଖାଇଥିଲେ। ଏନେଇ ବିଡ଼ିଓଙ୍କ କହିବା ହେଲା ଯେ, ସେଠାରେ ବିଭିନ୍ନ ବ୍ଲକର  ୨୧୦ ଜଣ ସୁରତ ଫେରନ୍ତା ରବିବାର ରାତି ରେ ପହଞ୍ଚିଥିଲେ। ସେମାନଙ୍କ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ଅଭିଯୋଗରେ କୌଣସି ସତ୍ୟତା ନଥିବା ସଫେଇ ଦେଇଛନ୍ତି ବିଡ଼ିଓ । ।

Leave a Reply