ସିଲଭର ଲେକ୍ ଜିଓ ପ୍ଲାଟଫର୍ମରେ ୧% ଅଂଶଧନ ୫୬୫୫.୭୫ କୋଟିରେ କିଣିଲା

1 min read

ନୂଆଦିଲ୍ଲୀ: ଆମେରିକାର ଘରୋଇ ଇକ୍ୱିଟି କମ୍ପାନୀ ସିଲଭର ଲେକ୍ ପାର୍ଟନର୍ସ ରିଲାଏନ୍ସର ଜିଓ ପ୍ଲାଟଫର୍ମରେ ଏକ ପ୍ରତିଶତ ଅଂଶଧନ କିଣିଛି। ସିଲଭର ଲେକ୍ ଜିଓ ପ୍ଲାଟଫର୍ମରେ ୫,୬୫୫.୭୫ କୋଟି ଟଙ୍କାର ନିବେଶ କରିବ । ଏହି ନିବେଶରେ ଜିଓ ପ୍ଲାଟଫର୍ମ ଅଂଶଧନ ୪.୯୦ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ ମୂଲ୍ୟ ୫.୧୫ ଲକ୍ଷ କୋଟି ହୋଇଛି । ଏନେଇ ରିଲାଏନ୍ସ ଏବଂ ଜିଓ କହିଛି ଯେ, ଏହି ନିବେଶ ଫେସବୁକ୍ ଦ୍ୱାରା କରାଯାଇଥିବା ନିବେଶର ଅଂଶଧନର ୧୨.୫ ପ୍ରତିଶତ ପ୍ରିମିୟମକୁ ଦର୍ଶାଏ ।

ଋଣମୁକ୍ତ ହେବାର ଯୋଜନା

ରିଲାଏନ୍ସ୍ର ଉପରେ ବର୍ତ୍ତମାନ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ଋଣ ବାକି ଅଛି । ଗତ ବର୍ଷ ଅଗଷ୍ଟରେ ମୁକେଶ ଅମ୍ବାନୀ କହିଥିଲେ ଯେ ତାଙ୍କ କମ୍ପାନୀ ୧୮ ମାସ ଅର୍ଥାତ୍ ମାର୍ଚ୍ଚ ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ ଋଣମୁକ୍ତ ହେବ । ସେଥିପାଇଁ କମ୍ପାନୀ ପାଣ୍ଠି ସଂଗ୍ରହ ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛି । ଏବଂ ଏଥିପାଇଁ ରିଲାଏନ୍ସ ଦେଶର ସର୍ବ ବୃହତ ରାଇଟସ୍ ଇସୁର ଘୋଷଣା କରିଛି ଯାହାର ମୂଲ୍ୟ ୫୩,୧୨୫ କୋଟି ଟଙ୍କା ରହିଛି ।

ଜିଓ-ଫେସବୁକ୍ ମଧ୍ୟରେ ଚୁକ୍ତି

ଏଠାରେ ସୂଚନା ଯୋଗ୍ୟ ଯେ, ଫେସବୁକ୍ ସହିତ ଚୁକ୍ତି ହେବାର ଦୁଇ ସପ୍ତାହରୁ ମଧ୍ୟ କମ୍ ସମୟରେ ଏହା ହେଉଛି ଜିଓର ଫେସବୁକ୍ ସହ ଦ୍ୱିତୀୟ ଚୁକ୍ତି । ଏହାପୂର୍ବରୁ, ସୋସିଆଲ ମିଡିଆର ବିଶାଳ ଆମେରିକୀୟ କମ୍ପାନୀ ଫେସବୁକ ଏପ୍ରିଲ ୨୨ରେ ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ କମ୍ପାନୀ ଜିଓ ପ୍ଲାଟଫର୍ମର ୯.୯୯ ପ୍ରତିଶତ ଅଂଶଧନ କିଣିବା ପାଇଁ ୫.୭ ବିଲିୟନ ଡ଼ଲାର୍ ଅର୍ଥାତ୍ ୪୩,୫୭୪ କୋଟି ଟଙ୍କା ନିବେଶ କରିବାନେଇ ସ୍ୱାକ୍ଷର କରିଥିଲା।

ତିନି କୋଟି ଦୋକାନୀ ହେବେ ଉପକୃତ

ଜିଓର ବିଶ୍ୱ ସ୍ତରୀୟ ଡିଜିଟାଲ୍ କନେକ୍ଟିଭିଟି ପ୍ଲାଟଫର୍ମର ଏବଂ ଭାରତୀୟ ଲୋକଙ୍କ ସହ ଫେସବୁକର ସମ୍ବନ୍ଧିତ ମିଳିତ ଶକ୍ତି, ଆପଣଙ୍କ ସମସ୍ତଙ୍କ ପାଇଁ  ଭବିଷ୍ୟତରେ ନୂତନ ଉଦ୍ଭାବନ ଆଣିବ । ଜିଓ ମାର୍ଟ ଏବଂ ଜିଓର ନୂତନ ଡିଜିଟାଲ୍ ବ୍ୟବସାୟ ପ୍ଲାଟଫର୍ମକୁ ହ୍ୱାଟସ୍ ଆପର ସହଯୋଗ ମିଳିବା ଦ୍ୱାରା ଏହାର ଫାଇଦା ମିଳିପାରିବ । ତିନି କୋଟି ଦୋକାନୀ ଏହି ସୁବିଧା ପାଇବେ। ଏହା ଉଭୟ ଦୋକାନୀ ଏବଂ ଗ୍ରାହକଙ୍କୁ ଶୀଘ୍ର ଏବଂ ଭଲ ଡିଜିଟାଲ୍ କାରବାର ପ୍ଲାଟଫର୍ମ ଯୋଗାଇବ । ଅର୍ଥାତ ଗ୍ରାହକମାନେ ଘର ନିକଟରେ ଥିବା ସ୍ଥାନୀୟ ଦୋକାନରୁ ପ୍ରତିଦିନ ସହଜରେ ସାମଗ୍ରୀ ବିତରଣ ଏବଂ ଅର୍ଡର କରିବାରେ ସକ୍ଷମ ହେବେ।

Leave a Reply