ମଦ ପାଇଁ ଡହଳ ବିକଳ: ୧ କିଲୋମିଟର ଲମ୍ବା ଲାଇନ୍ ଓ ପୋଲିସ ଲାଠିମାଡ ,ତଥାପି ସଂଘର୍ଷ ଜାରି…

1 min read

ନୂଆଦିଲ୍ଲୀ: କେନ୍ଦ୍ରସରକାର ଲକଡାଉନ୍ ୩.୦ରେ କିଛି ଜିନିଷ ଉପରେ କୋହଳ କରିଛନ୍ତି ।  ଏଥିରେ ସବୁପ୍ରକାର ଜୋନରେ ମଦ ବିକ୍ରିକୁ ନେଇ ଅନୁମତି ଦିଆଯାଇଛି । ଏବଂ ଏହି ଅନୁମତି ପରେ ଦିଲ୍ଲୀ ସରକାର ରାଜଧାନୀରେ ସକାଳ ୯ଟାରୁ ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ମଦ ବିକ୍ରି କରିବାକୁ ସରକାରୀ ମଦ ଦୋକାନ ଦୋକାନକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ମଦ ଦୋକାନରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଲାଇନରେ ସାମାଜିକ ଦୂରତାକୁ ଧ୍ୟାନ ନଦେଇ ଥିବାରୁ ପୋଲିସ୍ ଲାଠି ଚାର୍ଜ ମଧ୍ୟ କରିଛି । କାରଣ ସାମାଜିକ ଦୂରତାର ନିୟମ ପାଳନ କରାଇବା ପାଇଁ ସେଠାରେ କିଛି ପୋଲିସଙ୍କୁ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଏହି ନିୟମକୁ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ଲାଠି ଚାର୍ଜ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

କେବଳ ଦିଲ୍ଲୀର ଏ ଅବସ୍ଥା ନୁହେଁ ଅନ୍ୟ କେତେ ଗୁଡ଼ିଏ ଅଞ୍ଚଳରେ ମଧ୍ୟ ଏଭଳି ଲମ୍ବା ଲାଇନ୍ ଦେଖିବାକୁ ମଳିଛି । ତେବେ ମଦ ଦୋକାନରେ ସାମାଜିକ ଦୂରତାକୁ ଧ୍ୟାନ ଦିଆଯାଉଛି କି ନାହିଁ ତାହା ଦେଖିବାକୁ ପୋଲିସ ସିଭିଲ ଡ୍ରେସରେ ମଧ୍ୟ ବୁଲିଛି ।

ତେବେ ମଦ ପାଇଁ ଲୋକେ ଏତା ବାଉଳା ଯେ ସାମାଜିକ ଦୂରତାକୁ ବେଖାତିର କରି କିଲୋମିଟର ପର୍ଯ୍ୟନ୍ତ ଲାଇନରେ ଠିଆ ହେଉଛନ୍ତି ମଦ ନେବାକୁ  । ଲାଠି ଚାର୍ଜ ପରେ ମଧ୍ୟ ଲାଇନରେ ଛିଡ଼ା ହେଉଛନ୍ତି ମଦ ନେବାକୁ  ।

ଗୃହମନ୍ତ୍ରାଳୟର ଲକଡାଉନର ନିୟମରେ କୋହଳ କରାଯିବା ପରେ ପାଖାପାଖି ୧୫୦ଟି ମଦ ଦୋକାନ ଖୋଲିବାକୁ ଅନୁମତି ମଳିଛି । ସହରରେ ସରକାରୀ ଏଜେନ୍ସି ଏବଂ ବ୍ୟକ୍ତିଗତ ଭାବେ ଚାଲୁଥିବା ୮୫୦ଟି ମଦ ଦୋକାନ ରହିଛି । ନିର୍ଦ୍ଦେଶରେ ଅବକାରୀ ବିଭାଗ ଅଧିକାରୀଙ୍କଠାରୁ ଏଲ୍-୭ ଲାଇସେନ୍ସପ୍ରାପ୍ତ ଘରୋଇ ଦୋକାନଗୁଡ଼ିକୁ ଚିହ୍ନଟ କରିବାକୁ କହିଛି , ଯାହା ଏମଏଚଏର ନିର୍ଦ୍ଦେଶନାମା ପୂର୍ଣ୍ଣ କରିଥାଏ । ଅଧିକାରୀମାନଙ୍କୁ ତିନି ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଚାରିଟି ସରକାରୀ ଏଜେନ୍ସି ଦ୍ୱାରା ପରିଚାଳିତ ସହରରେ ବର୍ତ୍ତମାନ କେବଳ ଏଲ-୭ ଏବଂ ଏଲ୍-୮ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ବିକ୍ରି କରିବାକୁ ସରକାର ଅନୁମତି ଦେଇଛନ୍ତି ।

ତେବେ ଦିଲ୍ଲୀରେ ସମସ୍ତ ମଦ ଦୋକାନ ଖୋଲିନାହିଁ । ମଲ୍ ଏବଂ ବଜାରରେ ମଦ ଦୋକାନ ବନ୍ଦ ରହିବ । ସରକାରୀ ଦୋକାନଗୁଡ଼ିକ କେବଳ ସକାଳ ୯ ଟାରୁ ରାତି ୬:୩୦ ପର୍ଯ୍ୟନ୍ତ ଖୋଲିବ । ଯେମିତି ଏକ ସମୟରେ ଦୋକାନରେ ପାଞ୍ଚରୁ ଅଧିକ ଲୋକ ଉପସ୍ଥିତ ନହେବେ ତେଣୁ ଏହି ଚାରୋଟି ଏଜେନ୍ସି ସେଠାରେ ମାର୍ଶଲ ମଧ୍ୟ ନିୟୋଜିତ କରିବେ ।

​​ଯେଉଁମାନେ ଲାଇନରେ ସାମାଜିକ ଦୂରତା ଅନୁସରଣ କରୁନଥିଲେ ସେମାନଙ୍କୁ ପୋଲିସ ଲାଠି ମାଡ କରିଥିଲା ।ସାମାଜିକ ଦୂରତା ପାଳିତ ହେଉଛି ନା ନାହିଁ ତାହା ଜାଣିବାକୁ ପୋଲିସ ଲୋକଙ୍କ ଭିତରେ ସିଭିଲ ଡ୍ରେସରେ ଥିଲା ।

Leave a Reply