spot_img
Home Blog Page 7153

ଘରେ ବାଡ଼ୁଅ ଦିଅର ଥିଲେ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ…

କୁହାଯାଏ ଭାଉଜଙ୍କର ସବୁଠୁ ଭଲ ସାଙ୍ଗ ହେଉଛନ୍ତି ଦିଅର । କିନ୍ତୁ, ସବୁ ପରିବାରକୁ ଏହି ପରିଭାଷା ସୁହାଏ ନାହିଁ । ଭାଉଜ ନଣଦଙ୍କ ଅପେକ୍ଷା ଦିଅରଙ୍କ ନିକଟତର ହେବାକୁ କିଛି ଅସୁବିଧାର ସମ୍ମୁଖିନ ହୁଅନ୍ତି । ତେଣୁ, ଆପଣଙ୍କୁ କେତକ କଥା ଧ୍ୟାନ ରଖିବାକୁ ପଡ଼ିବ । ଏମିତି ନ ହେଉ ଆପଣଙ୍କ ଏକ ଛୋଟ ଭୁଲ୍ ସବୁ ସମ୍ପର୍କ ବିଗାଡ଼ି ଦେଉ । ଆସନ୍ତୁ ଜାଣିବା କେମିତି ସମ୍ପର୍କକୁ ସୁଦୃଢ଼ ରଖିବେ ।

ସୀମା ମଧ୍ୟରେ ଚଳନ୍ତୁ

ଭାଉଜ ଓ ଦିଅରଙ୍କ ମଧ୍ୟରେ ଥିବା ସମ୍ପର୍କରେ ଏକ ସୀମା ନିର୍ଦ୍ଧାରଣ କରିବା ଉଚିତ୍ । ଯେମିତି କି ଶାଶୂଙ୍କ ସହ କଥାବାର୍ତ୍ତା କଲାବେଳେ ନିର୍ଦ୍ଦିଷ୍ଟ ସୀମା ଟପିବା ଉଚିତ୍ ନୁହେଁ । ସେମିତି ଦିଅରଙ୍କ ସହ କଥାବାର୍ତ୍ତା ଓ ସମ୍ପର୍କର ଏକ ସୀମା ରହିବା ଉଚିତ୍ । ଫଳରେ ସମ୍ପର୍କ ଠିକ୍ ରହିବ । ଉଭୟ ଉଭୟଙ୍କୁ ସମ୍ମାନ ସହ ମର୍ଯ୍ୟାଦା ଦେଲେ ଝଗଡ଼ା ହେବନାହିଁ ।

ପ୍ରଶୟ ଦିଅନ୍ତୁ ନାହିଁ

Courtesy- YouTube

ଭାଉଜ ଓ ଦିଅରଙ୍କ ମଧ୍ୟରେ ଭଲ ପଡ଼େ । କିନ୍ତୁ, ଏହାର ଅର୍ଥ ନୁହେଁ କି ଜଣେ ଆଉ ଜଣଙ୍କ ଜୀବନରେ ମୁଣ୍ଡ ପୂରାଇବ । ଦିଅରଙ୍କ ନିଜର ପର୍ସନାଲ ଲାଇଫ ଥିବାବେଳେ ସେ ସେନେଇ ନିଷ୍ପତ୍ତି ନେବେ । ଯେତେବେଳେ ଯାଏଁ ଦିଅର କୌଣସି କଥା ନେଇ ଆପଣଙ୍କ ମତାମତ ଲୋଡ଼ୁନାହାଁନ୍ତି ସେ ପର୍ଯ୍ୟନ୍ତ କିଛି କୁହନ୍ତୁ ନାହିଁ । ଏପରିକି ଆପଣଙ୍କ ଦାମ୍ପତ୍ୟ ଜୀବନରେ ହେଉଥିବା ଝଗଡ଼ାରେ ଦିଅରଙ୍କୁ ପଶିବାକୁ ଦିଅନ୍ତୁ ନାହିଁ । କାରଣ ଏହା ଦ୍ୱାରା ସ୍ଥିତି ଆହୁରି ବିଗିଡ଼ିପାରେ ।

ସ୍ୱାମୀ ଓ ଦିଅରଙ୍କ ମଧ୍ୟରେ ଆସନ୍ତୁ ନାହିଁ

Courtesy- YouTube

ପତି ଓ ଦେବର କୌଣସି କଥା ହେଉଥିଲେ ତାଙ୍କ ମଝିରେ ପଶନ୍ତୁ ନାହିଁ । ଏପରିକି ସ୍ୱାମୀ କୌଣସି କାରଣରୁ ସାନ ଭାଇ (ଦିଅର)ଙ୍କୁ ଗାଳି କରୁଥିଲେ ଆପଣ ମୁଣ୍ଡ ପୂରାନ୍ତୁ ନାହିଁ । ବରଂ ଝଗଡ଼ା ସରିଲା ପରେ ମାମଲା ସମାଧାନ କରନ୍ତୁ । ଭୂଲନ୍ତୁ ନାହିଁ, ଭାଇ ସବୁବେଳେ ପାଖରେ ରୁହେ । ସେମାନଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ କଥା । ଯଦି, ଆପଣ ସ୍ୱାମୀ କିମ୍ବା ଦିଅର କାହାର ଜଣଙ୍କ ପକ୍ଷ ନିଅନ୍ତି ତେବେ ଏହା ଅନ୍ୟଜଣଙ୍କୁ ଠିକ୍ ଲାଗିବ ନାହିଁ । ଏମିତି ହେଲେ ବନ୍ଦ ହେବାକୁ ଥିବା ଝଗଡ଼ା ଆହୁରି ବେଶୀ ଦିନ ଜାରି ରହିବ ।

କିଛି ରଖନ୍ତୁନି ଗୋପନ

bhabhi-devar-rishta (5)

ବନ୍ଧୁଙ୍କ ସହିତ ଗୋପନ ବୋଲି କିଛି ଥାଏ । କିନ୍ତୁ, ଭାଉଜ-ଦିଅରଙ୍କ ମଧ୍ୟ ଗୋପନ ସମ୍ପର୍କ ଥିଲେ ଆପଣଙ୍କୁ ଏହା ଭାରି ପଡ଼ିପାରେ । ଆପଣ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱ ଥିଲେ ମଧ୍ୟ କୌଣସି ଜିନିଷକୁ ସ୍ୱାମୀଙ୍କୁ ଲୁଚାଇବାକୁ କହୁଥିଲେ ଆପଣ ଦିଅରଙ୍କ କଥା ମାନନ୍ତୁ ନାହିଁ । ଦିଅଙ୍କ ସହ ଜଡ଼ିତ କୌଣସି କଥାକୁ ସ୍ୱାମୀଙ୍କୁ କେବେ ଲୁଚାନ୍ତୁ ନାହିଁ । ଏପରିକି କଲେ ଆପଣ ଭବିଷ୍ୟତରେ ଉକ୍ତ ପରିସ୍ଥିତକୁ ମୁକାବିଲା କରିପାରିବେ ।

ଟଙ୍କା କାରବାର

Courtesy- YouTube

ଦିଅର ଯୁବକ ଥିଲେ ତାଙ୍କୁ ପଇସା ଦରକାର ? ଏମିତିରେ ସ୍ୱାମୀ ଓ ଶାଶୂ ତାଙ୍କୁ ପଇସା ଦେବାକୁ ମନା କରି ଦେଇଛନ୍ତି କି ? ନା ଦିଅର ସେମାନଙ୍କୁ ଟଙ୍କା ମାଗିବାକୁ ଚାହୁଁନାହାଁନ୍ତି ? ସେଥିପାଇଁ ଦିଅର ଆପଣଙ୍କୁ ଟଙ୍କା ମାଗୁଛନ୍ତି କି ? ଯଦି ଏମିତି କିଛି ସ୍ଥିତି ଅଛି ତେବେ ଗୋଟିଏ ଥର ଟଙ୍କା ଦେଲେ । ସେ ଆପଣଙ୍କୁ ବାରମ୍ବାର ଟଙ୍କା ମାଗିବ । ପ୍ରତିଥର ସ୍ୱାମୀଙ୍କୁ ନଜଣାଇ ଦିଅରଙ୍କୁ ଟଙ୍କା ଦେବା ଆପଣଙ୍କ ଉପରେ ଭାରି ପଡ଼ିବ । ଟଙ୍କା ହେଉଛି ଜଲଦି ସମ୍ପର୍କ ବିଗାଡ଼ୁଥିବା ଜିନିଷ । ତେଣୁ, ଟଙ୍କା କାରବାର ବେଳେ ଭାବି ଚିନ୍ତୁ କରନ୍ତୁ ।

ଶ୍ରୀନଗର: ଜମ୍ମୁକାଶ୍ମୀର ସୋପିଆନର ପିନଜୋର ଅଞ୍ଚଳରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଭୋରରୁ ଗୁଳି ବିନିମୟ ଚାଲିଛି । ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଶ୍ରୀନଗର: ଜମ୍ମୁକାଶ୍ମୀର ସୋପିଆନର ପିନଜୋର ଅଞ୍ଚଳରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଭୋରରୁ ଗୁଳି ବିନିମୟ ଚାଲିଛି । ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଢେଙ୍କାନାଳ: କାମାକ୍ଷାନଗର ବିରାଶାଳ ଏୟାର ଷ୍ଟ୍ରିପରେ ଅଘଟଣ । ଟ୍ରେନିଂ ବେଳେ ବିସ୍ଫୋରଣ ହେଲା ଚାର୍ଟାଡ ପ୍ଲେନ୍ । ଏଥିରେ ୨ ଜଣ ଟ୍ରେନି ପାଇଲଟଙ୍କ ମୃତ୍ୟୁ ହୋଇଛି

ଢେଙ୍କାନାଳ: କାମାକ୍ଷାନଗର ବିରାଶାଳ ଏୟାର ଷ୍ଟ୍ରିପରେ ଅଘଟଣ । ଟ୍ରେନିଂ ବେଳେ ବିସ୍ଫୋରଣ ହେଲା ଚାର୍ଟାଡ ପ୍ଲେନ୍ । ଏଥିରେ ୨ ଜଣ ଟ୍ରେନି ପାଇଲଟଙ୍କ ମୃତ୍ୟୁ ହୋଇଛି।

ଜମ୍ମୁକାଶ୍ମୀର ସୋପିଆନରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁକାଶ୍ମୀର ସୋପିଆନର ପିନଜୋର ଅଞ୍ଚଳରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଭୋରରୁ ଗୁଳି ବିନିମୟ ଚାଲିଛି । ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ତେବେ, ଆତଙ୍କବାଦୀ କେଉଁ ସଂଗଠନର ଓ ସେମାନଙ୍କ ପରିଚୟ ଜଣାପଡ଼ିନାହିଁ । ଅପରେସନରେ ଜମ୍ମୁକାଶ୍ମୀର ପୋଲିସ ସେନାର ଯବାନ ମାନେ ସାମିଲ୍ ଥିଲେ । ଏବେବି ସମ୍ପୃକ୍ତ ଅଞ୍ଚଳରେ ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏନେଇ ଜମ୍ମୁକାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ରବିବାର ଦକ୍ଷିଣ କାଶ୍ମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏନକାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ନିହତ ଆତଙ୍କୀଙ୍କ ମଧ୍ୟରେ ହିଜବୁଲ ମୁଜାହିଦ୍ଦିନର ଟପ୍ କମାଣ୍ଡର ଅହମଦ ଭଟ୍ଟ ଥିବା କୁହାଯାଉଛି । ୨୪ ଘଣ୍ଟା ମଧ୍ୟରେ ସୋପିଆନରେ ହୋଇଥିବା ୨ ଏନକାଉଣ୍ଟରରେ ମୋଟ ୯ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ପୁଲୱାମା ଭଳି ଗାଡ଼ିରେ ରଖାଯାଇଥିଲା IED

ବିରାଶାଳରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

ଢେଙ୍କାନାଳ: କାମାକ୍ଷାନଗର ବିରାଶାଳ ଏୟାର ଷ୍ଟ୍ରିପରେ ଅଘଟଣ । ଟ୍ରେନିଂ ବେଳେ ବିସ୍ଫୋରଣ ହେଲା ଚାର୍ଟାଡ ପ୍ଲେନ୍ । ଏଥିରେ ୨ ଜଣ ଟ୍ରେନି ପାଇଲଟଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଥିବାବେଳେ ଅନ୍ୟ ଜଣେ ମହିଳା ବୋଲି ଜଣାପଡ଼ିଛି ।

ସକାଳୁ ବିରାଶାଳ ଏୟାର ଷ୍ଟ୍ରିପ୍ ଟ୍ରେନିଂ ବେଳେ ଚାଟାର୍ଡ ପ୍ଲେନଟିରେ ବିସ୍ଫୋରଣ ହୋଇଥିଲା । ଏଥିରେ ୨ ଟ୍ରେନ୍ ପାଇଲଟହ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେଜଣ ଆହତ ହୋଇଛନ୍ତି । ତେବେ ବିମାନରେ କେମିତି ବିସ୍ଫୋରଣ ହେଲା ଜଣାପଡ଼ିନାହିଁ ।

୧୨ ଶହ ମିଟର ଲମ୍ବା ବିରାଶାଳ ଏୟାରଷ୍ଟ୍ରିପକୁ ପାଇଲଟ୍ ଟ୍ରେନିଂ ସେଣ୍ଟର ଭାବେ ବ୍ୟବହାର ପାଇଁ ୨୦୧୯ ମସିହା ମେ ୧୪ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମତି ଦେଇଥିଲା । ନଭେମ୍ବର ମାସରୁ ସେଠାରେ ବିମାନ ଚଳାଚଳ ନେଇ ଟ୍ରେନି ପାଇଲଟଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।

ରାଜ୍ୟରେ ଆରମ୍ଭ ହେଲା ଟ୍ରେନ୍ ଚଳାଚଳ, ଜାଣନ୍ତୁ କେଉଁଠୁ କେଉଁଠିକୁ ଗଡ଼ିଲା ରେଳ…

ଭୁବନେଶ୍ୱର: ଲକଡାଉନ୍ ପରେ ପ୍ରଥମ ଥର ପାଇଁ ଆଜିଠୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ସ୍ୱତନ୍ତ୍ର ଭାବେ ଆଜିଠୁ ରାଜ୍ୟରେ ୬ଟି ଟ୍ରେନ୍ ଗଡ଼ିବ । ରାଜ୍ୟର ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ୍ ରହୁଥିବାରୁ ୨ ଦିନ ଟ୍ରେନ୍ ଚାଲିବ ନାହିଁ । ବାକି ୫ ଦିନ ଟ୍ରେନ୍ ଚଳାଚଳ କରିବ ।

ଟ୍ରେନ୍ ବିବରଣୀ

୧) ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର(ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

୨) ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର(ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

୩) ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର(ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

୪) ସମ୍ବଲପୁର-ଖୋର୍ଦ୍ଧା ରୋଡ୍-ସମ୍ବଲପୁର(ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

୫) ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର(ସ୍ୱତନ୍ତ୍ର) ସପ୍ତାହକୁ ୩ ଦିନ (ଏହା ଅନୁଗୁଳ-ସମ୍ବଲପୁର-ରାୟଗଡ଼ା ଦେଇ ଚାଲିବ)

୬) ରାଉରକେଲା-ଭୁବନେଶ୍ୱର (ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

ଭୁବନେଶ୍ୱର ୧ ନମ୍ବର ପ୍ଲାଟଫର୍ମରୁ ଆଜି ସକାଳ ୬ଟା ୩୦ରେ ଭୁବନେଶ୍ୱର-ବଲାଙ୍ଗିର ଇଣ୍ଟରସିଟି ସ୍ପେଶାଲ ଟ୍ରେନ୍ ଛାଡ଼ିଛି । ଟ୍ରେନରେ ୧୮୭ ଜଣ ଯାତ୍ରୀ ଭୁବନେଶ୍ୱରରୁ ଚଢ଼ିଛନ୍ତି । ସେହିପରି ସମ୍ବଲପୁର ଷ୍ଟେସନରୁ ଖୋର୍ଦ୍ଧା ରୋଡ୍ ଅଭିମୁଖେ ଇଣ୍ଟରସିଟି ସ୍ପେଶାଲ ବାହାରିଛି । ଷ୍ଟେସନର ଏଣ୍ଟ୍ରାନ୍ସ ଥର୍ମାଲ ସ୍କାନିଂ ପରେ ୮୨ ଯାତ୍ରୀଙ୍କୁ ନେଇ ଖୋର୍ଦ୍ଧା ରୋଡ୍ ଅଭିମୁଖେ ବାହାରିଛି ଟ୍ରେନ୍ ।କେବଳ କନଫର୍ମ ଟିକେଟ୍ ଥିବା ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ଅନୁମତି ମିଳିଛି । ଯାତ୍ରୀମାନେ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । ଆରୋଗ୍ୟ ସେତୁ ଆପ ବାଧ୍ୟତାମୂଳକ କରାଯାଇଛି । ତେବେ, ଟ୍ରେନରେ ଖାଇବା ଓ ବେଡ୍ ସିଟ୍ ମିଳିବ ନାହିଁ । ଯାତ୍ରୀମାନେ ନିଜ ସାଙ୍ଗରେ ଆଣିବାକୁ ରେଳବାଇ ପକ୍ଷରୁ କୁହାଯାଇଛି ।

ଟ୍ରେନ୍ ଏବଂ ବିମାନ ଚଳାଚଳ ନେଇ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ମନ୍ତ୍ରୀ ସ୍ତରୀୟ କମିଟି

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ, ୪୮ ଘଣ୍ଟା ଭିତରେ ହେବ ଘନୀଭୂତ

ଭୁବନେଶ୍ୱର: ରଜ ପୂର୍ବରୁ ଓଡ଼ିଶା ଛୁଇଁପାରେ ମୌସୁମୀ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ ।  ୪୮ ଘଣ୍ଟା ଭିତରେ ହେବ ଘନୀଭୂତ । ଏହାର ପ୍ରଭାବରେ ଉତ୍ତର ଓଡିଶା ସମେତ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଲଗାତର ୪ ଦିନ ଧରି ଲାଗିରହିବ ବର୍ଷା । ଏହାସହ ଆଜି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ଆସନ୍ତା ୧୨ ତାରିଖରେ ପଶ୍ଚିମ ଓଡ଼ିଶା ସମେତ ପୁରୀ, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସେପଟେ କେନ୍ଦ୍ରୀୟ ଆରବସାଗରରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ପୁଡୁଚେରୀ, ତାମିଲନାଡୁ ବର୍ଷା ଲାଗିରହିଛି । ଓଡ଼ିଶା ଆସିବା ପାଇଁ ପାଗ ଅନୁକୂଳ ରହିଛି। ବଙ୍ଗୋପସାଗରରେ ଘନୀଭୂତ ହେବାକୁ ଥିବା ଲଘୁଚାପ ମୌସୁମୀକୁ ଓଡିଶା ବାଟ କଢାଇବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ପ୍ରତିବର୍ଷ ଜୁନ୍‌ ପହିଲାରେ ଓଡ଼ିଶାରେ ମୌସୁମୀ ସ୍ୱାଭାବିକ ହୋଇଥାଏ। ଚଳିତ ବର୍ଷ ବାତ୍ୟା ନିସର୍ଖ ପ୍ରଭାବରେ ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହୋଇଛି। ତେବେ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଦେଶରେ ୨.୫ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା, ୭ ହଜାରରୁ ଅଧିକ ମୃତ

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ଧାର୍ମିକ ସ୍ଥଳ ସହ ସପିଂ ମଲ୍ ଖୋଲୁଛି । ଦେଶ ଅନଲକ୍ ହେବା ସହ ବଢ଼ି ଚାଲିଛି କରୋନା ସଂକ୍ରମଣ । ରବିବାର ଦେଶରେ ୧୦ ହଜାର ୭୦୦ରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଥିସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅଢେଇ ଲକ୍ଷ ଅତିକ୍ରମ କରିଛି । ଏଯାବତ୍ କରୋନାରେ ଦେଶରେ ୭ ହଜାର ଲୋକଙ୍କ ମୃତ୍ୟୁ ହେଲାଣି ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫୭ ହଜାର ୩୩୪ରେ ପହଞ୍ଚିଥିବା ବେଳେ ରବିବାର ୧୦ ହଜାର ୭୪୯ଟି ନୂଆ ମାମଲା ଚିହ୍ନଟ ହୋଇଛି । ୫ ଦିନ ଭିତରେ ଦେଶରେ ୫୦ ହଜାର ସଂକ୍ରମଣ ମାମଲା ଆସିଛି । ଲଗାତାର ଶନିବାର ଓ ରବିବାର ୨ ଦିନ ଦେଶରେ ୧୦ ହଜାରରୁ ଅଧିକ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରେ ସଂକ୍ରମଣ ଦେଶରେ ଚିନ୍ତା ବଢ଼ାଇଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩ ହଜାର ୭ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେହିଭଳି ତାମିଲନାଡ଼ୁରୁ ୧୫୧୫, ଜମ୍ମୁ କଶ୍ମୀରରୁ ୬୨୦, ହରିୟାଣାରୁ ୪୯୬ ଓ ପଶ୍ଚିମବଙ୍ଗରୁ ୪୪୯ଟି ମାମଲା ଆସିଛି ।

ଭାରତରେ ଅନଲକ୍ ୧.୦, ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍

କୌଣସି ଦୁଃଖଦ ଖବର ମନକୁ କଷ୍ଟ ଦେବେ, ଧୈର୍ଯ୍ୟ ରଖି କାମ କରନ୍ତୁ

ମେ ୮ , ୨୦୨୦ ମସିହା, ମେଷ ୨୬ ଦିନ

୧୯୪୨ ଶକାଦ୍ଦ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟୋଷ୍ଠ ମାସ, ଶୁକ୍ଳପକ୍ଷ, ପ୍ରତିପଦା ତିଥି, ଶୁକ୍ରବାର

ବିଶାଖା ନକ୍ଷତ୍ର, ସକାଳ ୮ଟା ୪୦ ମିନିଟ୍‌ ପର୍ଯ୍ୟନ୍ତ, ଏହା ପରେ ଅନୁରାଧା ନକ୍ଷତ୍ର

ବିଛା ରାଶିରେ ଚନ୍ଦ୍ର ରହିବେ

ଆଜି ଯୋଗିନୀ ଦିନ ୧ଟା ପର୍ଯ୍ୟନ୍ତ ପୂର୍ବ ଦିଗରେ ଏବଂ ଦିନ ୧ଟା ପରେ ଉତ୍ତର-ବାୟବେ କୋଣରେ ରହିବେ

ଆଜି ଉତ୍ତରବାୟୁ କୋଣକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର-କନ୍ୟା ଓ ମକର ରାଶିର ମହିଳାଙ୍କ ପାଇଁ

ଘାତବାର-ବିଛା, ଧନୁ, ମୀନ ରାଶିର

ଶୁଭ ସମୟ- ଦିନ ୧୨ଟା ଠାରୁ ଦିନ ୧ଟା ପର୍ଯ୍ୟନ୍ତ

ଦିନ ୪ଟା ୨୫ ମିନିଟ୍‌ ଠାରୁ ସନ୍ଧ୍ୟା ୫ଟା ୧୮ ମିନିଟ୍‌ ପର୍ଯ୍ୟନ୍ତ

ଅଶୁଭ ସମୟ- ଦିନ ୧୦ଟା ୩୦ ରୁ ଦିନ ୧୨ ଟା ପର୍ଯ୍ୟନ୍ତ

 

ମେଷ ରାଶି-

ଅଶ୍ୱିନୀ ନକ୍ଷତ୍ର-ଆପଣଙ୍କର ସକାରତ୍ମକ ଚିନ୍ତାଧାରା ଅନ୍ୟ ବ୍ୟକ୍ତିକୁ ପ୍ରଭାବିତ କରିବ

ଦ୍ୱିଜା ନକ୍ଷତ୍ର- ନିଜର ପ୍ରଫେସନକୁ ନେଇ ଚିନ୍ତା ବଢିବ

କୃତ୍ତିକାନକ୍ଷତ୍ର-ଆର୍ଥିକସ୍ଥିତିରେ ସୁଧାର ଆସିବ, ନିଜ କର୍ମକୁ ନେଇ ଖୁସି ରହିବ

ଆଜି ପକ୍ଷୀମାନଙ୍କୁ ମସୁର ଡାଲି ଖାଇବାକୁ ଦିଅନ୍ତୁ

ବୃଷ ରାଶି-

କୃତ୍ତିକା ନକ୍ଷତ୍ର- ଆପଣଙ୍କ ପାଇଁ କିଛି ପରିବର୍ତ୍ତନ ଆସିପାରେ ଯାହା କିଛି ନିଷ୍ପତ୍ତି ନେବା ପାଇଁ ବାଧ୍ୟ

ରୋହିଣୀ ନକ୍ଷତ୍ର – ଅନେକ ଦିନ ଧରି ପ୍ରତୀକ୍ଷା କରିଥିବା କିଛି ଖବରର ଶୁଭ ସୂଚନା ପାଇବେ

ମୃଗଶିରା- ମା’,ବାପାଙ୍କର ଆଶୀର୍ବାଦ୍‌ ପାଇବେ

ମିଥୁନ ରାଶି-

ମୃଗଶିରା ନକ୍ଷତ୍ର-ନିଜର ବ୍ୟବସାୟ ଓ କର୍ମକୁ ନେଇ ଚିନ୍ତା ବଢିବ, ବୟସ୍କ ବ୍ୟକ୍ତିଙ୍କର ପରାମର୍ଶ ନିଅନ୍ତୁ

ଆଦ୍ରା ନକ୍ଷତ୍ର- ଘରେ ଖୁସିର ବାତାବରଣ ରହିବ, ନୂଆ କାମ ପାଇଁ ଯୋଜନା କରିବେ

ପୁନର୍ବସୁ ନକ୍ଷତ୍ର-କିଛି ଶୁଭ ଖବର ପାଇପାରନ୍ତି

ପିମ୍ପୁଡିକୁ କିଛି ବୁଟ ଡାଲି ଗୁଣ୍ଡ କିମ୍ବା ଚିନି ଖାଇବାକୁ ଦିଅନ୍ତୁ

କର୍କଟ ରାଶି-

ପୁନର୍ବସୁ ନକ୍ଷତ୍ର-ଅଟକିଥିବା କାର୍ଯ୍ୟ ସହଜରେ ହୋଇଯିବ

ପୁଷ୍ୟ। ନକ୍ଷତ୍ର- ନିଜ କାମକୁ ନେଇ ସନ୍ତୁଷ୍ଟ ହେବେ, ଗୁରୁଜନଙ୍କର ପରାମର୍ଶରେ ସଫଳତା ପାଇବେ

ଅଶ୍ଲେଷା ନକ୍ଷତ୍ର-ଦିନରେ ବିଶେଷ ଯତ୍ନଶୀଳ ହୋଇ ଚଳନ୍ତୁ

ନିଜ ପୂଜା ଘରେ ମହାଦେବଙ୍କ ନିକଟରେ କିଛି ମିଶ୍ରି ଭୋଗ ଲାଗି କରନ୍ତୁ

ସିଂହ ରାଶି-

ମଘାନକ୍ଷତ୍ର- ଆର୍ଥିକସ୍ଥିତି ପୂର୍ବାପେକ୍ଷା ଭଲ ରହିବ, ପିତା,ମାତାଙ୍କର ସହଯୋଗ ପାଇବେ

ପୂର୍ବା ଫାଲଗୁନୀ ନକ୍ଷତ୍ର- ନିଜର କାର୍ଯ୍ୟ ଓ ପରିବାରକୁ ନେଇ ଚିନ୍ତା ବଢିବ, ବନ୍ଧୁଙ୍କର ପରାମର୍ଶ ମନରେ ଆଘାତ ଦେବ

ଉତ୍ତରା ଫାଲଗୁନୀ ନକ୍ଷତ୍ର-ମନର ଭାବନାକୁ ଜୀବନସାଥୀଙ୍କ ସହ ବାଣ୍ଟନ୍ତୁ, ମନରେ ଶାନ୍ତି ପାଇବେ

ମା’ଙ୍କୁ ପ୍ରଣାମ କରି ଦିନର କାମ ଆରମ୍ଭ କରନ୍ତୁ

କନ୍ୟା ରାଶି-

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଇଛା ରଖୁଥିବା କାମୃକୁ ପୁରା କରିବାରେ ସକ୍ଷମ ରହିବେ

ହସ୍ତା ନକ୍ଷତ୍ର- ଋଣ ଦାତାଙ୍କର ଚାପ ଯୋଗୁ ମନ ଆହୁରି ଅଶାନ୍ତ ରହିବ

ଚିତ୍ରା ନକ୍ଷତ୍ର-  ଦିନଟି ସୁଖରେ କଟିବ

ପକ୍ଷୀଙ୍କୁ କିଛି ଖାଦ୍ୟ ଦିଅନ୍ତୁ

ତୁଳା ରାଶି-

ଚିତ୍ରା ନକ୍ଷତ୍ର- ପାରିବାରିକ ସମସ୍ୟାର ସମାଧାନ ଅତି ସହଜରେ ହୋଇଯିବ

ସ୍ୱାତୀ ନକ୍ଷତ୍ର-ଦିନଟିରେ କିଛି ସମସ୍ୟା ଆସିପାରେ, ଶରୀର ପ୍ରତି ଧ୍ୟାନ ରଖନ୍ତୁ

ବିଶାଖା ନକ୍ଷତ୍ର- ପରିବାରର ସହଯ଼ୋଗ ଯୋଗୁ ଦିନଟି ଶୁଭ ରହିବ

ଭଗବାନ ଶ୍ରୀବିଷ୍ଣୁଙ୍କୁ ହଳଦିଆ ଫୁଲରେ ପୂଜା କରନ୍ତୁ

ବିଛା ରାଶି-

ବିଶାଖା ନକ୍ଷତ୍ର- ପରିବାରର ବୟସ୍କ ବ୍ୟକ୍ତିଙ୍କ ପରାମର୍ଶନୁସାରେ କାର୍ଯ୍ୟ କରନ୍ତୁ

ଅନୁରାଧା ନକ୍ଷତ୍ର- ସ୍ୱସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ, କ୍ଷମାଶୀଳ ହେବା ଭଲ ଅଟେ

ଜ୍ୟୋଷ୍ଠା ନକ୍ଷତ୍ର- ନୂଆ କାମ ପାଇଁ ଶୁଭ ସମୟ ରହିଛି

ହନୁମାନଙ୍କୁ କଦଳୀ ଭୋଗ ଲଗାନ୍ତୁ

ଧନୁ ରାଶି-

ମୂଳାନକ୍ଷତ୍ର- କୌଣସି ଦୁଃଖଦ ଖବର ମନକୁ କଷ୍ଟ ଦେବେ, ଧୈର୍ଯ୍ୟ ରଖି କାମ କରନ୍ତୁ

ପୂର୍ବାଷାଢା ନକ୍ଷତ୍ର- କମ୍‌ ପରିଶ୍ରମରେ ବଡ ସଫଳତା ପାଇବେ

ଉତ୍ତରଷାଢା- ଧାମିକ କାର୍ଯ୍ୟରେ ସମୟ କଟିବ

ନିଜ ଠାକୁର ଘରେ ମହାଦେବଙ୍କୁ ୧୧ଟା ବେଲ ପତ୍ର ଅର୍ପଣ କରନ୍ତୁ

ମକର ରାଶି-

ଉତ୍ତରାଷାଢା ନକ୍ଷତ୍ର- କର୍ମକ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ପାଇଁ ଯତ୍ନଶୀଳ ହୁଅନ୍ତୁ

ଶ୍ରବଣା ନକ୍ଷତ୍ର- ମନର ଭାବନାକୁ ନିଜ ଜୀବନସାଥୀଙ୍କୁ କହିବା ହିଁ ଉତ୍ତମ ରହିବ

ଧନିଷ୍ଠା ନକ୍ଷତ୍ର- ନିଜର କର୍ତ୍ତବ୍ୟନିଷ୍ଠା ଓ ନିଶ୍ୱାର୍ଥପର କାମ ପାଇଁ ପ୍ରଶଂସିତ ହେବେ

ବ୍ରାହ୍ମଣଙ୍କୁ କିଛି ଫଳ ଦାନ କରନ୍ତୁ

କୁମ୍ଭ ରାଶି-

ଧନିଷ୍ଠା ନକ୍ଷତ୍ର- କିଛି ଜରୁରୀ କାମ ପାଇଁ ବ୍ୟସ୍ତତା ବଢିବ, ଧୈର୍ଯ୍ୟ ରଖନ୍ତୁ

ଶତଭିଷା ନକ୍ଷତ୍ର- କୈାଣସି କାର୍ଯ୍ୟ କରିବା ପୂର୍ବରୁ ବଡମାନଙ୍କର ପରାମର୍ଶ ନିଅନ୍ତୁ

ପୂର୍ବାଭାଦ୍ରପଦ ନକ୍ଷତ୍ର- ପ୍ରେମ କରୁଥିଲେ ଦିନଟି ଭଲ ରହିଛି

ମା’ଙ୍କୁ ପ୍ରଣାମ କରି ଘରୁ ବାହାରନ୍ତୁ

ମୀନ ରାଶି-

ପୂର୍ବାଭାଦ୍ରପଦ ନକ୍ଷତ୍ର- ସମାଜରେ ମାନସମ୍ମାନ ବଢିବ

ଉତ୍ତରାଭାଦ୍ରପଦ ନକ୍ଷତ୍ର- ନିଜ ଚେଷ୍ଟାରେ ସଫଳତା ପାଇଲେ ମଧ୍ୟ ଅର୍ଥ ବାଧା ରହିବ

ରେବତୀ ନକ୍ଷତ୍ର- ନୂଆ ବିଚାର ଓ କାର୍ଯ୍ୟରେ ସଫଳତା ପାଇବେ

ଭୋକିଲାକୁ ଖାଦ୍ୟ ଦିଅନ୍ତୁ ଆଜିର ଦିନରେ

 

ଜ୍ୟୋତିର୍ବିଦ୍‌ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- ୯୯୩୮୫୭୧୯୩୫ 

ବଢ଼ୁଛି କରୋନା ସଂକ୍ରମଣ, ଅନଲକ୍ ହେଉଛି ଦେଶ

ନୂଆଦିଲ୍ଲୀ: ଲକଡାଉନ୍ ପରେ ଆଜିଠୁ ଦେଶରେ ଅନଲକ୍ ୧.୦ର ଦ୍ୱିତୀୟ ରାଉଣ୍ଡ ଆରମ୍ଭ ହେଉଛି । ମାର୍ଚ୍ଚ ୨୫ରୁ ବନ୍ଦ ରହିଥିବା ଦେଶର ହଜାର ହଜାର ଧାର୍ମିକ ସ୍ଥଳ ଆଜିଠୁ ଖୋଲିବ । ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଓଡ଼ିଶା ଭଳି ଅନ୍ୟ କେତକ ରାଜ୍ୟ ଜୁନ୍ ୩୦ ଯାଏଁ ରାଜ୍ୟରେ ଧାର୍ମିକ ସ୍ଥଳ ଓ ମଲ୍ ନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ବୈଷ୍ଣୋ ଦେବୀ ଯାତ୍ରା ଆରମ୍ଭ ହେବ ନାହିଁ । ଧର୍ମସ୍ଥଳ ସହିତ ଆଜିଠୁ ହୋଟେଲ, ରେସ୍ତୋରାଁ ମଧ୍ୟ ଖୋଲିବ । କିନ୍ତୁ, ସେଥିପାଇଁ କିଛି ସର୍ତ୍ତ ରହିଛି ।

ଦେଶ ଅନଲକ୍ ହେଉଥିବା ବେଳେ କରୋନା ଗ୍ରାଫ୍ ବଢ଼ି ଚାଲିଛି । ରାଜଧାନୀ ଦିଲ୍ଲୀରେ ୨୭ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନଲକ୍ ୧.୦ କଣ୍ଟେନମେଣ୍ଟ ଜୋନରେ ଲାଗୁ ହେବନାହିଁ । କଣ୍ଟେନମେଣ୍ଟ ଜୋନ୍ ପୂର୍ବ ଭଳି ଲକଡାଉନ୍ ମଧ୍ୟରେ ରହିବ । ଏହି ଅଞ୍ଚଳରେ ଜରୁରୀ ସେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକୁ ଅନୁମତି ନାହିଁ ।

କଣ୍ଟେନମେଣ୍ଟ ଜୋନରେ କୌଣସି ଧାର୍ମିକ ସ୍ଥଳ ଖୋଲିବ ନାହିଁ । ଏପରିକି ମଲ୍, ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ମଧ୍ୟ ଅନୁମତି ନାହିଁ । ଦେଶ ଭିତରେ ଯାତାୟାତ ପାଇଁ କୌଣସି ପାସ୍ ଦରକାର ନାହିଁ ।

ଭାରତରେ ଅନଲକ୍ ୧.୦, ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍